ଫୁରସତ |

ବିଶ୍ୱରେ ପ୍ରତିବର୍ଷ ମଦ୍ୟପାନ ଯୋଗୁ ମରନ୍ତି ୩୦ଲକ୍ଷ

ବିଶ୍ୱରେ ପ୍ରତିବର୍ଷ ମଦ୍ୟପାନ ଯୋଗୁ ମରନ୍ତି ୩୦ଲକ୍ଷ
ଜେନେଭା: ବିଶ୍ୱରେ ପ୍ରତିବର୍ଷ ମଦ୍ୟପାନ ଯୋଗୁ ୩୦ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି। ଏଡ୍‌ସ, ହିଂସାକାଣ୍ଡ ଓ ସଡକ ଦୁର୍ଘଟଣାରେ ସମୁଦାୟ ମୃତ୍ୟୁବରଣ କରୁଥିବା ଲୋକସଂଖ୍ୟାଠାରୁ ଏହା ଅଧିକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଶୁକ୍ରବାର ଏହାର ରିପୋର୍ଟ ପ୍ରକାଶ କରିଛି। ବିଶେଷକରି ପୁରୁଷମାନେ ମଦ୍ୟପାନ ଯୋଗୁ ଅଧିକ ସଂଖ୍ୟାରେ ମୃତ୍ୟୁର ଶିକାର ହେଉଥିବା ଦର୍ଶାଯାଇଛି।

ମଦ୍ୟପାନ ଏବଂ ସ୍ବାସ୍ଥ୍ୟ ପ୍ରସଙ୍ଗ ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ସର୍ବଶେଷ ରିପୋର୍ଟରୁ ଜଣାଯାଏ, ପ୍ରତିବର୍ଷ ବିଶ୍ୱରେ ପ୍ରତି ୨୦ମୃତ୍ୟୁରେ ମଦ୍ୟପାନ ଜନିତ ମୃତ୍ୟୁସଂଖ୍ୟା ୧ରୁ ଅଧିକ। ମଦ୍ୟପାନ କରି ଗାଡି ଚଳାଇବା, ମଦ୍ୟପାନ ଜନିତ ହିଂସାକାଣ୍ଡ ଏବଂ ତଜ୍ଜନିତ ସ୍ବାସ୍ଥ୍ୟ ସମସ୍ୟାକୁ ମୃତ୍ୟୁର କାରଣ ଭାବେ ଦର୍ଶାଯାଇଛି।

ମଦ୍ୟପାନଜନିତ ପୁରୁଷ ମୃତ୍ୟୁସଂଖ୍ୟା ୭୫%ରୁ ଅଧିକ ବୋଲି ଏଥିରୁ ଜାଣିବାକୁ ମିଳିଛି। ଏହାର କୁପରିଣାମ ଯୋଗୁ ସମ୍ପୃକ୍ତ ବ୍ୟକ୍ତିର ପରିବାର ତଥା ସମାଜ ବହୁଭାବରେ କ୍ଷତିଗ୍ରସ୍ତ ହୋଇଥାଏ। ହିଂସାକାଣ୍ଡ, ମାନସିକ ସ୍ବାସ୍ଥ୍ୟ ସମସ୍ୟା ଏବଂ କ୍ୟାନ୍‌ସର ଓ ଷ୍ଟ୍ରୋକ୍‌ ଯୋଗୁ ଅନେକ ଲୋକ ମୃତ୍ୟୁବରଣ କରିଥାଆନ୍ତି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ ଆଧନମ୍‌ ଘେବ୍ରେଇସସ୍‌ ପ୍ରକାଶ କରିଛନ୍ତି।

ଏକ ସୁସ୍ଥ ସମାଜର ପ୍ରଗତିରେ ପ୍ରତିବନ୍ଧକ ସାଜିଥିବା ମଦ୍ୟକୁ ବିରୋଧ କରିବାର ସମୟ ଆସିଛି। ମଦ୍ୟପାନ ଯୋଗୁ ଲିଭର ସେରୋସିସ୍‌ ଏବଂ ବିଭିନ୍ନ କ୍ୟାନ୍‌ସର ସୃଷ୍ଟି ହୋଇଥାଏ। ମଦ୍ୟପାନକାରୀ ଟ୍ୟୁବରକୁଲୋସିସ୍‌, ଏଚ୍‌ଆଇଭି ଏବଂ ନିମୋନିଆ ଭଳି ସଂକ୍ରାମକ ରୋଗରେ ସହଜରେ ଆକ୍ରାନ୍ତ ହୋଇଥାଆନ୍ତି ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି। 

ୟୁରୋପ ବ୍ୟତୀତ ଏସିଆ ମହାଦେଶର ଚାଇନା ଓ ଭାରତରେ ମଦ୍ୟପାନ ବୃଦ୍ଧି ପାଇବାରେ ଲାଗିଛି। ୨୦୨୫ ସୁଦ୍ଧା ବିଶ୍ୱରେ ମଦ୍ୟପାନକାରୀଙ୍କ ସଂଖ୍ୟା ୧୦%କୁ ହ୍ରାସ କରିବା ନିମନ୍ତେ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ପୂରଣ ଲାଗି ଏଭଳି କ୍ଷତିକାରକ ପାନୀୟଠାରୁ ନିବୃତ୍ତ ରହିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସମ୍ପୃକ୍ତ ଦେଶଗୁଡିକୁ ପରାମର୍ଶ ଦେଇଛି। ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡିକ ମଦ୍ୟ ବିଜ୍ଞାପନ ନିଷେଧ କରିବା ସହିତ ଏହା ଉପରେ ଅଧିକ ଶୁଳ୍କ ଲାଗୁ କରିବା ଭଳି ପଦକ୍ଷେପ ନେଲେ ଅନେକ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ଟେଡ୍ରସ୍‌ ପ୍ରକାଶ କରିଛନ୍ତି।
All Right Reserved By

ଫୁରସତ |

ଏହି ଗଛକୁ ଯିଏ ବି କାଟିବାକୁ ଯାଇଛିି ତା’ର ମୃତ୍ୟୁ ହୋଇଛି...

ଏହି ଗଛକୁ ଯିଏ ବି କାଟିବାକୁ ଯାଇଛିି ତା’ର ମୃତ୍ୟୁ ହୋଇଛି...

ପୃଥିବୀରେ ରହିଛି ଅନେକ ଅଜଣା ରହସ୍ୟ। ଯାହା ଆଧୁନିକ ବିଜ୍ଞାନ ମଧ୍ୟ ସମାଧାନ କରି ପାରିନି। ଜାପାନର ଟୋକିଓରେ ରହିଛି ଏକ ୭ଶହ ବର୍ଷର ପୁରୁଣା କର୍ପୂର ଗଛ। ଏହି ଗଛକୁ ନେଇ ସ୍ଥାନୀୟ ଲୋକେ ଅନେକ କଥା କହିଥାନ୍ତି। 

ଏମିତି ଗାଁ ଯେଉଁଠି ଦୁଇ ଦଶକ ହେବ ହୋଇ ପାରୁନାହିଁ ବାହାଘର

ଏମିତି ଗାଁ ଯେଉଁଠି ଦୁଇ ଦଶକ ହେବ ହୋଇ ପାରୁନାହିଁ ବାହାଘର

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁହନ୍ତୁ ଅବା ଆଧୁନିକ ସହର ସବୁଠି ବିବାହ ସୁରୁଖୁରୁରେ ହେଉଥିବା ଦେଖାଯାଏ। କିନ୍ତୁ ବିହାରରେ ଏମିତି ଏକ ଗାଁ ରହିଛି ଯେଉଁଠି ଦୁଇ ଦଶକ ହେବ ଶାହାନାଇ ବାଜିନାହିଁ ଅର୍ଥାତ୍‌ କାହାର ବାହାଘର ହୋଇନାହିଁ। 

କାହିଁକି ଏ ଶୁକ୍ରଦଶା

କାହିଁକି ଏ ଶୁକ୍ରଦଶା

ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ନିରାପଦ ସୀମା ୩୫୦ପିପିଏମ୍‌ ଥିବା ବେଳେ ବର୍ତ୍ତମାନ ଏହା ୪୦୦ ପିପିଏମ୍‌କୁ ଛୁଇଁଲାଣି। ୨୦୦୧ ମସିହା ପରେ ଏହି ବାଷ୍ପର ମାତ୍ରା ଅସ୍ବାଭାବିକ ଭାବରେ ବୃଦ୍ଧି ପାଇଛି।

ଜନବସତିମୁହାଁ ତୁଷାର ଭାଲୁ

ଜନବସତିମୁହାଁ ତୁଷାର ଭାଲୁ

ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ମେରୁ ଅଞ୍ଚଳରେ ଥିବା ପ୍ରାଣୀ ତଥା ଉଦ୍ଭିଦ ଜଗତ ପ୍ରଭାବିତ ହେବାରେ ଲାଗିଛି। ଏଠାରେ ଲଗାତର ବରଫ ପାହାଡ଼ ତରଳିବାରେ ଲାଗିଛି। ଫଳରେ ଆବଶ୍ୟକ ତାପମାତ୍ରା ଅଭାବ ଏବଂ ଖାଦ୍ୟ ସଙ୍କଟ ଯୋଗୁ ଏଠାରେ ବାସ କରୁଥିବା ତୁଷାର ଭାଲୁ ସ୍ଥାନାନ୍ତର ହେବାରେ ଲାଗିଛନ୍ତି। 

ଆଉ ଅଧିକ  ବୋଝ ଦେବା ନାହିଁ

ଆଉ ଅଧିକ ବୋଝ ଦେବା ନାହିଁ

ସାଧାରଣ ଭାବରେ ବର୍ଷକୁ ୧-୫ ଭିତରେ ଜୀବଜାତି ଲୁପ୍ତ ହୋଇଥାଏ। କିନ୍ତୁ ଗତ କିଛିବର୍ଷ ମଧ୍ୟରେ ଏହା ୧୦୦୦-୧୦,୦୦୦ ଗୁଣ ବୃଦ୍ଧି ପାଇଛି, ଯାହା ପରିବେଶବିତ୍‌ମାନଙ୍କର ଚିନ୍ତାର କାରଣ ହୋଇଛି। 

ଏହି ବ୍ୟକ୍ତି କରନ୍ତି ଏମିତି କାମ, ଜାଣିଲେ କରିବେ ତାରିଫ

ଏହି ବ୍ୟକ୍ତି କରନ୍ତି ଏମିତି କାମ, ଜାଣିଲେ କରିବେ ତାରିଫ

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି,  କେବେ କାହାକୁ ସେମାନେ ସାହାଯ୍ୟ କରିବାକୁ ଆସନ୍ତି ନାହିଁ। ମାତ୍ର ଜଣେ ଜଣେ ଅଛନ୍ତି, ଯିଏ କି ସାହାଯ୍ୟକାରୀ। ସେହି ବ୍ୟକ୍ତି ଜଣକ ହେଉଛନ୍ତି କେରଳର ଅଖିଳେଶ କୁମାର। 

ଜୀବ ସଂରକ୍ଷଣ

ଜୀବ ସଂରକ୍ଷଣ

ଧରିତ୍ରୀ ମା’କୁ ସମ୍ମାନ ଓ ସୁରକ୍ଷା ଦେବା ପାଇଁ ପ୍ରତି ବର୍ଷ ଏପ୍ରିଲ ୨୨ ତାରିଖରେ ‘ବିଶ୍‌ ଧରିତ୍ରୀ ଦିବସ’ ପାଳିତ ହୋଇଥାଏ। ପ୍ରଥମେ ୧୯୭୦ ମସିହାରେ ଏହି ଦିବସ ପାଳିତ ହୋଇଥିବା ବେଳେ ୧୯୯୦ରେ ଆହୁରି ବ୍ୟାପକ ହୋଇଥିଲା।

ତରଳୁଛି ବରଫ ପାହାଡ଼

ତରଳୁଛି ବରଫ ପାହାଡ଼

ବିଭିନ୍ନ ପ୍ରଦୂଷଣ ଯୋଗୁ ବିପଦ ମାଡି ଆସୁଛି। ମେରୁ ଅଞ୍ଚଳରେ ଥିବା ବରଫ ପାହାଡ଼ ତରଳିବାରେ ଲାଗିଛି। ଏହାଦ୍ୱାରା ବିଭିନ୍ନ ମହାସାଗର ତଥା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ସୁମେରୁ ତୁଷାରହୀନ ହେବାର ଆଶଙ୍କା ବଢ଼ିବାରେ ଲାଗିଛି।

ଯେଉଁ ମରୁଭୂମିର ଉତ୍ତପ୍ତ ବାଲିରେ ପୋତି ହେବାକୁ ଦେଶବିଦେଶରୁ ଆସନ୍ତି ପର୍ଯ୍ୟଟକ...

ଯେଉଁ ମରୁଭୂମିର ଉତ୍ତପ୍ତ ବାଲିରେ ପୋତି ହେବାକୁ ଦେଶବିଦେଶରୁ ଆସନ୍ତି ପର୍ଯ୍ୟଟକ...

ମରୁଭୂମିର ଉତ୍ତପ୍ତ ବାଲିରେ ପୋତି ହେବାକୁ ଦେଶବିଦେଶରୁ ପର୍ଯ୍ୟଟକ ଆସିବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ତେବେ ଏଭଳି ଏକ ମରୁଭୂମି ରହିଛି ସୌଦିରେ। ଏଠାରେ ବିଭିନ୍ନ ଆଣ୍ଠୁଗଣ୍ଠି ସମସ୍ୟାର ଚିକିତ୍ସା ପାଇଁ ଦେଶବିଦେଶରୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ରୋଗୀଙ୍କ ପୋଷାକ ଓହ୍ଲାଇ ତାଙ୍କୁ ଉତ୍ତପ୍ତ ବାଲିରେ ବେକ ପର୍ଯ୍ୟନ୍ତ ପୋତି ଦିଆଯାଏ। ପ୍ରାୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ଏଭଳି ରହିବା ପରେ ରୋଗୀଙ୍କୁ ବାହାରକୁ କଢ଼ାଯାଇଥାଏ। ଏହି ଚିକିତ୍ସା ୩ରୁ୯ ଦିନ ପର୍ଯ୍ୟନ୍ତ କରାଯାଇଥାଏ। ରୋଗୀଙ୍କୁ ଚିକିତ୍ସା ସମୟ ମଧ୍ୟରେ ଗାଧୋଇବାକୁ ବାରଣ କରାଯାଇଥାଏ। ବାଲିରେ କ୍ୟାଲସିୟମ୍‌ ସହିତ ଅନ୍ୟ କେତେକ ଖଣିଜ ଦ୍ରବ୍ୟ ରହିଥାଏ। ଏହା ଆଣ୍ଠୁଗଣ୍ଠି ସମସ୍ୟାକୁ ଭଲ କରିଥାଏ। ଏହି ଚିକିତ୍ସା ପାଇଁ ଅଢ଼େଇରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ।

ଯେଉଁଠି ମୃତ ଶରୀରକୁ କାଟି ଶାଗୁଣାଙ୍କୁ ଖାଇବାକୁ ଦିଆଯାଏ

ଯେଉଁଠି ମୃତ ଶରୀରକୁ କାଟି ଶାଗୁଣାଙ୍କୁ ଖାଇବାକୁ ଦିଆଯାଏ

ତିବ୍ବତର ଲାରୁଙ୍ଗଓ୍ବେଲିରେ ରହୁଥିବା ବୌଦ୍ଧ ଭିକ୍ଷୁ ଓ ନନ୍‌ ମାନେ ଏକ ଅଜବ ପ୍ରଥାକୁ ଆପଣେଇ ନେଇଛନ୍ତି। କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ସେହି ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ସେମାନେ ଶାଗୁଣାଙ୍କୁ ଖାଇବାକୁ ଦେଇଥାଆନ୍ତି।

ମଣିଷଙ୍କ ପରି ସେଲ୍‌ଫି ନେଉଛି ଗରିଲା

ମଣିଷଙ୍କ ପରି ସେଲ୍‌ଫି ନେଉଛି ଗରିଲା

ଆଜିକାଲି ଯାହାକୁ ଦେଖ ସେଲ୍‌ଫି ନେବାରେ ବ୍ୟସ୍ତ। ସାଧାରଣତଃ ମଣିଷ ସେଲ୍‌ଫି ନେବାର ଦେଖିଛନ୍ତି। କିନ୍ତୁ କେବେ ଜୀବଜନ୍ତୁ ସେଲ୍‌ଫି ନେବାର ଦେଖିଛନ୍ତି କି? ବିଶ୍ୱାସ ନ ହେଲେ ବି ସତ। ଆଜି ଏମିତି ଦୁଇ ଗରିଲା ସମ୍ପର୍କରେ କହିବୁ ସେମାନେ ବି ସେଲ୍‌ଫି ନେବାରେ ବ୍ୟସ୍ତ।

ନିଆରା ପ୍ରାର୍ଥୀ: ପ୍ରତିଦିନ ୬୦ କିମି ସାଇକେଲ ଚଲାଇ କରୁଛନ୍ତି ପ୍ରଚାର, ପ୍ରଦୂଷଣ ମୁକ୍ତ ପାଇଁ ମୋତେ ଦିଅନ୍ତୁ ଭୋଟ

ନିଆରା ପ୍ରାର୍ଥୀ: ପ୍ରତିଦିନ ୬୦ କିମି ସାଇକେଲ ଚଲାଇ କରୁଛନ୍ତି ପ୍ରଚାର, ପ୍ରଦୂଷଣ ମୁକ୍ତ ପାଇଁ ମୋତେ ଦିଅନ୍ତୁ ଭୋଟ

ପୁଣେ, ୨୧।୪: ଦେଶରେ ଏବେ ନିର୍ବାଚନୀ ମାହୋଲ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର। ପ୍ରାର୍ଥୀମାନେ ସୁସଜ୍ଜିତ ଗାଡିରେ ବସି ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri