ସମ୍ବଲପୁର

ଆମେରିକାରେ ପାଳିତ ହେଲା ନୂଆଁଖାଇ

ଆମେରିକାରେ ପାଳିତ ହେଲା ନୂଆଁଖାଇ
ସୁନ୍ଦରଗଡ଼, ୨୦।୯ (ଡି.ଏନ୍‌.ଏ) -ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ସୁଦୂର ଆମେରିକାର ସିଆଟେଲଠାରେ ରହୁଥିବା ଓଡ଼ିଆମାନଙ୍କ ଦ୍ୱାରା ଧୁମଧାମ୍‌ରେ ପାଳିତ ହୋଇଯାଇଛି। ସେଦିନ ସିଆଟେଲଠାରେ ବସବାସ କରୁଥିବା ୬୦ରୁ ଊର୍ଦ୍ଧ୍ୱ  ପ୍ରବାସୀ ଓଡ଼ିଆ ପରିବାର ଏକାଠି ହୋଇଥିଲେ। ସର୍ବପ୍ରଥମେ ମା’ ସମଲେଇଙ୍କୁ ସ୍ମରଣ କରି ନବାନ୍ନ ଭକ୍ଷଣ କରିଥିଲେ। ପରେ ପରସ୍ପରକୁ ନୂଆଁଖାଇ ଜୁହାରଭେଟ୍‌ ଆଦାନ ପ୍ରଦାନ ଜରିଆରେ ସବୁ ପରିବାର ପରସ୍ପର ମଧ୍ୟରେ ପରିଚିତ ହୋଇଥିଲେ। ସିଆଟେଲଠାରେ ଥିବା ବିଭିନ୍ନ ଆଇଟି କମ୍ପାନୀରେ କାର୍ଯ୍ୟରତ ଏହି ଓଡିଆ ପରିବାର ପ୍ରାୟ ୧୫ବର୍ଷ ହେବ ସେଠାରେ ବସବାସ କରି ଆସୁଛନ୍ତି। ନିଜର ଦୈନନ୍ଦିନ ବ୍ୟସ୍ତତା ମଧ୍ୟରେ ନୂଆଖାଇ ପରି ଏକ ସାମାଜିକ ପାରମ୍ପାରିକ ଗଣପର୍ବରେ ଭାଗ ନେଇ ସମସ୍ତେ ସମସ୍ତଙ୍କ ସହିତ ସମୟ ଅତିବାହିତ କରିବାର ସୁଯୋଗ ପାଇଥିବାରୁ ଆନନ୍ଦରେ ଉଲ୍ଲସିତ ହୋଇଉଠିଥିଲେ। ନିଜ ଭିଟାମାଟିଠାରୁ ଅନେକ ଦୂରରେ ଥାଇ ନିଜ ପରିବାରଜନଙ୍କ ସହ ନୂଆଁଖାଇ ପାଳନ କରିବାର ଅବଶୋଷ ଯଦିଓ ସମସ୍ତଙ୍କ ମନରେ ଥିଲା, ଏପରି ସମାଗମର ଆୟୋଜନ ଏହି ଅବଶୋଷ ମେଣ୍ଟାଇବାରେ ନିଶ୍ଚିତ ଭାବେ ସହାୟକ ହୋଇଥିଲା। ପଶ୍ଚିମ ଓଡ଼ିଶାର ଏହି ଗଣପର୍ବ ନୂଆଁଖାଇକୁ ସେଠାରେ ବସବାସ କରୁଥିବା ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଓଡିଆ ପରିବାର ଗତ ୬ବର୍ଷ ହେବ ଏକାଠି ହୋଇ ପାଳନ କରିଆସୁଛନ୍ତି। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ସମସ୍ତେ ସମ୍ବଲପୁରୀ, ଓଡ଼ିଆ ଗୀତର ତାଳେ ତାଳେ ନାଚି ନୂଆଖାଇର ପରିବେଶକୁ ଆହୁରି ରଙ୍ଗୀନ କରିଥିଲେ। ମହିଳାମାନେ ପାରମ୍ପରିକ ସମ୍ବଲପୁରୀ ଶାଢୀ ଓ ପୋଷାକ, ଆଉ ପୁରୁଷମାନେ ସମ୍ବଲପୁରୀ ସାର୍ଟ, କୁର୍ତ୍ତା ପରିଧାନ କରି ନିଜ ପରମ୍ପରା ଓ ସଂସ୍କୃତିର ପ୍ରଦର୍ଶନ କରି ନିଜକୁ ଗୌରବାନ୍ବିତ କରିଥିଲେ।  ବିପ୍ଳବ ମେହେରଙ୍କ ସମ୍ବଲପୁରୀ ନୃତ୍ୟ ସାଙ୍ଗକୁ କୁନିକୁନି ପିଲାଙ୍କର ନୃତ୍ୟ ପରିବେଷଣ ସମସ୍ତଙ୍କୁ ମତୁଆଲା କରିଥିଲା। ନଭି ଦାଶ, ଆହାନା ବେହେରା, ସାନଭି ପାତ୍ର, ଦିଆ କୋରଡା, ଇଭାନା ମହାପାତ୍ରଙ୍କ ଡାଲଖାଇ ନୃତ୍ୟଗୀତର ତାଳେତାଳେ ଦର୍ଶକ ମଧ୍ୟ ଝୁମି ଉଠିଥିଲେ। ଓଡ଼ିଶାରୁ ସ୍ବନାମଧନ୍ୟ ବିଶିଷ୍ଟ ଲେଖକ ପଦ୍ମଶ୍ରୀ ମନୋଜ ଦାସ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ  ଦିଲ୍ଲୀପ ତିର୍କୀ, ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଏବଂ ପୂର୍ବତନମନ୍ତ୍ରୀ ମଙ୍ଗଳା କିଷାନ ପ୍ରମୁଖ ନିଜେ ଇମେଲ ଜରିଆରେ ସୁଦୂର ଆମେରିକାରେ ଏଭଳି ପାରମ୍ପରିକ ଗଣପର୍ବର ଆୟୋଜନ କରି ପଶ୍ଚିମ ଓଡ଼ିଶାର ମହାନ ସାଂସ୍କୃତିକ ପରମ୍ପରାର ପ୍ରସାର ପ୍ରଚାର କରୁଥିବାରୁ କାର୍ଯ୍ୟକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଆଲୋକ ମହାପାତ୍ର, ବିକାଶ ବେହେରା, ଲକ୍ଷ୍ମୀ କୋରଡା, ସୁଜିତ୍‌ ପାତ୍ର, ସନ୍ତୋଷ ଦାଶ, ସୁଧାଂଶୁ ବେହେରା, ବିଶ୍ୱରଞ୍ଜନ ବେହେରା, ସୁମିତ୍ରା ପଟେଲ, ସ୍ବରାଜ ପଟେଲ, ତନ୍ମୟ ପଟେଲ, ବବି ପଟେଲ, ଅଞ୍ଜନ ଦାସ, ବିପ୍ଳବ ମେହେର, ପ୍ରବୀର ପଣ୍ଡା, ବିଶ୍ୱକତି ଠାକୁରଙ୍କ ପରିବାର ସମସ୍ତ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ କରି କାର୍ଯ୍ୟକ୍ରମକୁ ସଫଳ କରିବାର ଗୁରୁ ଦାୟିତ୍ୱ ବହନ କରିଥିଲେ। ନୂଆଖାଇ ପାଳନର ମହକରେ ଆମେରିକାର କିରକଲାଣ୍ଡଏଭରେଷ୍ଟ ପାର୍କସେଇଦିନ ସତେ ଯେମିତି ଏକ ଛୋଟ ଓଡ଼ିଶା ପାଲଟି ଯାଇଥିଲା।
All Right Reserved By

ସମ୍ବଲପୁର

ସାଧାରଣ ନିର୍ବାଚନ ପାଇଁ ଜରୁରୀ ବୈଠକ: ୮  ଜିଲାପାଳଙ୍କୁ ପରାମର୍ଶ

ସାଧାରଣ ନିର୍ବାଚନ ପାଇଁ ଜରୁରୀ ବୈଠକ: ୮ ଜିଲାପାଳଙ୍କୁ ପରାମର୍ଶ

ଝାରସୁଗୁଡ଼ା଼ ଅଫିସ,୧୧।୧୨: ୨୦୧୯ ସାଧାରଣ ନିର୍ବାଚନକୁ ଶୃଙ୍ଖଳିତ ଏବଂ ତ୍ରୁଟିମୁକ୍ତ ରଖିବ ପାଇଁ ପ୍ରୟାସ ଜାରି ରହିଛି। ନିର୍ବାଚନ ସମ୍ପର୍କିତ ଏକ ଜରୁରୀ ବୈଠକ ଝାରସୁଗୁଡ଼ାଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରଘୁରାମ ଆୟେରଙ୍କ ସମେତ ୭ ଜିଲାର ଜିଲାପାଳ ଏବଂ ୧୫ ଉପ ଜିଲାପାଳ ଯୋଗ ଦେଇଛନ୍ତି। 

୧୭ରେ କୋସଲ ମହାବନ୍ଦ, ଚା’ ଖଟିରୁ ଜନ ଜାଗରଣ

୧୭ରେ କୋସଲ ମହାବନ୍ଦ, ଚା’ ଖଟିରୁ ଜନ ଜାଗରଣ

ବରଗଡ଼ ଅଫିସ୍‌,୧୧।୧୨: ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବିନେଇ ଆସନ୍ତା ୧୭ତାରିଖ କୋସଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ କୋସଲ ମହାବନ୍ଦ ଡାକରା ଦିଆଯାଇଛି।

୧୭ରେ କୋସଲ ମହାବନ୍ଦ, ଚା’ ଖଟିରୁ ଜନ ଜାଗରଣ

ବରଗଡ଼ ଅଫିସ୍‌,୧୧।୧୨: ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବିନେଇ ଆସନ୍ତା ୧୭ତାରିଖ କୋସଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ କୋସଲ ମହାବନ୍ଦ ଡାକରା ଦିଆଯାଇଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ମହାବନ୍ଦକୁ ସଫଳ କରିବା ପାଇଁ ସମିତି ପକ୍ଷରୁ ପ୍ରସ୍ତୁତି ଚାଲିଛି।

ଓକିଲଙ୍କ ଆନ୍ଦୋଳନକୁ ମହିଳାଙ୍କ ସମର୍ଥନ

ଓକିଲଙ୍କ ଆନ୍ଦୋଳନକୁ ମହିଳାଙ୍କ ସମର୍ଥନ

ବରଗଡ଼ ଅଫିସ୍‌,୧୧।୧୨: ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଆନ୍ଦୋଳନ ଜୋର୍‌ ଧରି ବସିଛି। ବରଗଡ଼ ଜିଲା ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ସ୍ଥାନୀୟ କୋର୍ଟ ସମ୍ମୁଖରେ ଗଣଧାରଣା ଦେଇଛି। 

୧୭ରେ କୋସଲ ମହାବନ୍ଦ:ଚା’ ଖଟିରୁ ଜନଜାଗରଣ

୧୭ରେ କୋସଲ ମହାବନ୍ଦ:ଚା’ ଖଟିରୁ ଜନଜାଗରଣ

ବରଗଡ଼ ଅଫିସ୍‌,୧୧।୧୨: ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବି ନେଇ ଆସନ୍ତା ୧୭ରେ କୋସଲ ରାଜ୍ୟ ସମନ୍ବୟ ସମିତି କୋସଲ ମହାବନ୍ଦ ଡାକରା ଦେଇଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ମହାବନ୍ଦକୁ ସଫଳ କରିବା ପାଇଁ ସମିତି ପକ୍ଷରୁ ପ୍ରସ୍ତୁତି ଚାଲିଛି। 

ଦାବି ମାନିଲେନି ସରକାର, ରାଜରାସ୍ତାରେ କ୍ୟାନସର ପୀଡ଼ିତ

ଦାବି ମାନିଲେନି ସରକାର, ରାଜରାସ୍ତାରେ କ୍ୟାନସର ପୀଡ଼ିତ

ବରଗଡ଼ ଅଫିସ୍‌,୧୧।୧୨: ବରଗଡ଼ ଜିଲାରେ କ୍ୟାନସର ହସପିଟାଲ ଦାବି ନେଇ ଆନ୍ଦୋଳନ ଜୋର ଧରିଛି। ଏହି କ୍ରମରେ ୟୁନାଇଟେଡ୍‌ ଫୋରମ ଫର୍‌ କ୍ୟାନସର ହସପିଟାଲ ପକ୍ଷରୁ ମଙ୍ଗଳବାର ସକାଳ ୧୦ଟାରୁ ବରଗଡ଼ ସହର ଉପକଣ୍ଠ ଟୋଲଗେଟ୍‌ଠାରେ ୫ ଘଣ୍ଟିଆ ଚକାଜାମ୍‌ ଆନ୍ଦୋଳନ ଆରମ୍ଭ ହୋଇଛି।

ବିଲ୍‌ଡରଙ୍କ ଗାଡ଼ି ଉପରକୁ ଗୁଳିମାଡ଼, ଦେହରକ୍ଷୀ ଗୁରୁତର

ବେଦବ୍ୟାସ,୧୧।୧୨: ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଲଡିହି ଛକରେ ଅନ୍‌ମୋଲ ସିଂ ନାମକ ଜଣେ ବିଲ୍‌ଡରଙ୍କ ଗାଡ଼ି ଉପରକୁ ସୋମବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି। 

 ଛାତ୍ରୀଛାତ୍ରଙ୍କୁ ଦିଆଗଲା ମାନବାଧିକାର ଶିକ୍ଷା

ଛାତ୍ରୀଛାତ୍ରଙ୍କୁ ଦିଆଗଲା ମାନବାଧିକାର ଶିକ୍ଷା

ବୀରମହାରାଜପୁର, ୧୧ା୧୨(ଡି.ଏନ୍‌.ଏ.)ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତାଲୁକ ଆଇନସେବା ସମିତି ତରଫରୁ ସୋମବାର ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାନବାଧିକାର ଦିବସ ପାଳିତ ହୋଇଯାଇଛି। 

ଚିକିସତ୍ା ଅଭାବୁ ଖଟେ ପଡ଼ିରହିଛନ୍‌ ରଶ୍ମିତା

ଚିକିସତ୍ା ଅଭାବୁ ଖଟେ ପଡ଼ିରହିଛନ୍‌ ରଶ୍ମିତା

ଲାଠୋର, ୧୨ା୧୨ (ଡି.ଏନ.ଏ): ସରକାର ଗରିବ୍‌ ଦୁଖିକର ଲାଗି ବହୁତ୍‌ଟେ ଯୋଜ୍‌ନା କାଯ୍‌କାରୀ କରୁଛନ୍‌। ହେଲେ ପରଶାସନିକ୍‌ ଅଧ୍‌କାରୀକଁର ଉଦାସିନ୍‌ତା ଲାଗି ବହୁତ୍‌ ଜାଗାରେ ହିତାଧିକାରୀମାନେ ଯୋଜ୍‌ନାର ସୁଫଲ ପାଏବାରୁ ବଁଚିତ ହେଇ ଦହଗଁଜ୍‌ ହେଉଛନ୍‌। 

ଉଷାଦେବୀ ମେମୋରିଆଲ କ୍ରିକେଟ: ସୋନପୁର ଫାଇନାଲରେ

ଉଷାଦେବୀ ମେମୋରିଆଲ କ୍ରିକେଟ: ସୋନପୁର ଫାଇନାଲରେ

ଉଲୁଣ୍ଡା, ୧୦।୧୨ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଳକ କେସିସି କୁକିଆ ପକ୍ଷରୁ ଆୟୋଜିତ ହେଉଥିବା ଦ୍ୱିତୀୟ ଉଷାଦେବୀ ମେମୋରିଆଲ କ୍ରିକେଟ୍‌ ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ଏସଡିସିଏ ସୋନପୁର ଦଳ ଜେସିସି ସିଣ୍ଢୋଳ ଦଳକୁ ୪୦ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ସ୍ଥାନୀୟ ପତ୍ରାଗାର୍ଡେନରେ ଖେଳା ଯାଇଥିବା ଏହି ମ୍ୟାଚରେ ସିଣ୍ଢୋଳ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। 

ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ନେଇ ଅସନ୍ତୋଷ: ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ଏମ୍‌ପିଙ୍କ ଚେତାବନୀ

ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ନେଇ ଅସନ୍ତୋଷ: ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ଏମ୍‌ପିଙ୍କ ଚେତାବନୀ

ଅମରପାଲି, ୧୦।୧୨ (ଡି.ଏନ.ଏ.): ବଲାଙ୍ଗୀର ଏମ୍‌ପି କଲିକେଶ ନାରାୟଣ ସିଂଦେଓ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମ ପଞ୍ଚାୟତର ସଦରଠାରେ ପଥପ୍ରାନ୍ତ ସଭା କରିଛନ୍ତି। ସେ ଗ୍ରାମବାସୀଙ୍କ ସହିତ ସାମ୍ପ୍ରତିକ ଖରିଫ ଚାଷ, ଗତବର୍ଷ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ପରିଚାଳନା, ଗ୍ରାମବାସୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଚାଷ ଜମିକୁ ଜଳସେଚନ ପାଇଁ ମେଗାଲିଫ୍ଟର କିଭଳି ବ୍ୟବସ୍ଥା ହୋଇପାରିବ ସେ ନେଇ ବିଭାଗୀୟ ଏସଡିଓଙ୍କୁ ଉକ୍ତ ଅଞ୍ଚଳକୁ ଆସି ସର୍ଭେ କରିବା ପାଇଁ ପଥପ୍ରାନ୍ତ ସଭାରୁ ଫୋନ ଯୋଗେ କହିଥିଲେ । 

କର୍ଲାମୁଣ୍ଡା ଏସବିଆଇ ଶାଖାରୁ ଚୋରି

କର୍ଲାମୁଣ୍ଡା ଏସବିଆଇ ଶାଖାରୁ ଚୋରି

କର୍ଲାମୁଣ୍ଡା,୧୦।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ବଡ ଧରଣର ଡକାୟତି ହୋଇଛି।