ସମ୍ବଲପୁର

କଂଗ୍ରେସରେ ଯୋଗଦେଲେ ଜର୍ଜ ତିର୍କୀ,ସୁଦର୍ଶନ

କଂଗ୍ରେସରେ ଯୋଗଦେଲେ ଜର୍ଜ ତିର୍କୀ,ସୁଦର୍ଶନ
ରାଉରକେଲା ଅଫିସ, ୨୦।୯ ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ବୁଧବାର କଂଗ୍ରେସରେ ଯୋଗଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) କାର୍ଯ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ,ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ତିର୍କୀ କଂଗ୍ରେସରେ ସାମିଲ ହୋଇଛନ୍ତି। ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ପରିବେଶବିତ୍‌ ଲଲିତ୍‌ ମୋହନ ପଟ୍ଟନାୟକ ଏବଂ ସାମାଜିକ କର୍ମୀ ବିଜୟ ପ୍ରଧାନ, ମନୋଜ ଜେନା ଏବଂ ନିରଦ କରନ ଖୁଣ୍ଟିଆ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି। ଆସନ୍ତା ନିର୍ବାଚନରେ ସୁନ୍ଦରଗଡ଼ ରାଜନୀତିରେ କଂଗ୍ରେସକୁ ମଜଭୂତ କରିବା ପାଇଁ ତିର୍କୀ କଂଗ୍ରେସରେ ସାମିଲ ହୋଇଥିବା କୁହାଯାଉଛି। ଏହି ମିଶ୍ରଣ ପର୍ବରେ ପିସିସି ସଭାପତି ସମସ୍ତଙ୍କୁ ସ୍ବାଗତ କରିଛନ୍ତି । ସେ କହିଛନ୍ତି, ଜର୍ଜ ତିର୍କୀ ଓଡିଶାର ଜଣେ ବରିଷ୍ଠ ଆଦିବାସୀ ନେତା। ମୋର ବିଶ୍ୱାସ କଂଗ୍ରେସରେ ତାଙ୍କର ଯୋଗଦାନ ପରେ ବହୁ ଆଦିବାସୀ ଦଳରେ ସାମିଲ ହେବେ। ସୁଦର୍ଶନ ଦାସଙ୍କ ଯୋଗଦାନ ମଧ୍ୟ କଂଗ୍ରେସକୁ ମଜଭୂତ କରିବ। ରାଜ୍ୟର ସମସ୍ତ ଲୋକ ଏକାଠି ହୋଇ ଓଡିଶାର ବିକାଶ ପାଇଁ ଲଢିବାକୁ ସେ ଆହ୍ବାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରହି ରାଜ୍ୟର ବିକାଶ ଅସମ୍ଭବ। ରାଜ୍ୟର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ କଂଗ୍ରେସରେ ସାମିଲ ହେବାକୁ କହିଛି ବୋଲି ନିରଞ୍ଜନ କହିଛନ୍ତି। ଏହାସହ ଖୁବ୍‌ଶୀଘ୍ର କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ କରି ପ୍ରାର୍ଥୀମାନଙ୍କ ତାଲିକା ପ୍ରକାଶ କରିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ବୀରମିତ୍ରପୁର ନିର୍ବାଚନମଣ୍ଡଳୀରୁ ଜର୍ଜ ତିର୍କୀ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ୧୯୯୫ ଏବଂ ୨୦୦୦ ମସିହାରେ ଜେଏମ୍‌ଏମ୍‌(ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା)ରୁ ବିଧାୟକଭାବେ ନିର୍ବାଚିତ ହୋଇଥିଲେ। ମାତ୍ର ୨୦୦୪ରେ ପରାଜିତ ହୋଇଥିଲେ। ଏହାପରେ ଜର୍ଜ ୨୦୦୯ରେ ସ୍ବାଧୀନ ପ୍ରାର୍ଥୀଭାବେ ବିଧାୟକ ହୋଇଥିବା ବେଳେ ୨୦୧୪ରେ ସମତାକ୍ରାନ୍ତି ଦଳର ପ୍ରାର୍ଥୀଭାବେ ବିଧାୟକ ଅଛନ୍ତି। ଆସନ୍ତା ନିର୍ବାଚନରେ ସେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବେ। ମାତ୍ର ତାଙ୍କୁ କଂଗ୍ରେସ ପକ୍ଷରୁ ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସୁନ୍ଦରଗଡ଼ ଆଦିବାସୀ ଏବଂ ଖ୍ରୀଷ୍ଟିଆନ ବହୁଳ ଜିଲା ଅଟେ। ତେଣୁ ଜର୍ଜଙ୍କୁ ପ୍ରାର୍ଥୀ କରି କଂଗ୍ରେସ ଭୋଟ ହାସଲ କରିବାକୁ ଲକ୍ଷ୍ୟରେ ରଖିଛି। ଅନ୍ୟପଟେ ବିଜେଡି ପକ୍ଷରୁ ଯଦି ଦିଲୀପ ତିର୍କୀଙ୍କୁ ପ୍ରାର୍ଥୀ କରାଯାଏ ତେବେ ଏହା ସିଧାସଳଖ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ସୁହାଇବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଜର୍ଜ କହିଛନ୍ତି, ମୁଁ ବିଜେଡି ଏବଂ ଭାଜପା ବିରୋଧରେ ନିର୍ବାଚନ ଲଢ଼ିବି।ରାଜ୍ୟରେ କଂଗ୍ରେସ କିପରି ସରକାର ଗଢ଼ିବ ସେଥିପାଇଁ ଚେଷ୍ଟା କରିବି। କଂଗ୍ରେସରେ ଯୋଗଦେବା ପରେ ମୋ ଲୋକମାନଙ୍କ ପାଇଁ ଅଧିକ କାମ କରିବାକୁ ସୁଯୋଗ ପାଇବି।
All Right Reserved By

ସମ୍ବଲପୁର

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ

ଝାରସୁଗୁଡା ଅଫିସ,୧୮।୧୨: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ ଉଷାରାଣୀ ଦାଶ ମଙ୍ଗଳବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବିଲ୍‌ ପାସ୍‌ କରାଇଦେବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।

କ୍ରିକେଟ୍‌ ସଂସଦ ଗଠନ ଦାବି ତେଜିଲା:  ଜିଲାପାଳଙ୍କୁ ଭେଟିଲେ ଶତାଧିକ କ୍ରିକେଟ ପ୍ରେମୀ

କ୍ରିକେଟ୍‌ ସଂସଦ ଗଠନ ଦାବି ତେଜିଲା: ଜିଲାପାଳଙ୍କୁ ଭେଟିଲେ ଶତାଧିକ କ୍ରିକେଟ ପ୍ରେମୀ

ବାଲେଶ୍ୱର ଅଫିସ,୧୮।୧୨- ବାଲେଶ୍ୱର ଜିଲାର କ୍ରୀଡ଼ା ସଂସଦରୁ କ୍ରିକେଟ୍‌କୁ ଅଲଗା କରି ପୃଥକ୍‌ ଭାବେ କ୍ରିକେଟ୍‌ ସଂସଦ ଗଠନ ଦାବିରେ ସୋମବାର ଜିଲାର ଶତାଧିକ କ୍ରିକେଟ୍‌ ଖେଳାଳୀ ପରମିଟ୍‌ ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ। ସେମାନେ ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ପହଞ୍ଚତ୍ ବିଭିନ୍ନ ସ୍ଲୋଗାନ ଦେବା ସହ ଏକ ପ୍ରତିନିଧି ଦଳ ମିଳିତ ଜନ ଅଭିଯୋଗ ଶୁଣାଣିରେ ଦାବିପତ୍ର ପ୍ରଦାନ କରିଥିଲେ। 

ଫେନ୍‌ ଫିରବା ସିଂଘବଜା, ମୁହୁରୀର ସୋର

ଫେନ୍‌ ଫିରବା ସିଂଘବଜା, ମୁହୁରୀର ସୋର

ଲୋଇସିଂହା,୧୮।୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଅଗଲାପାଲି ଗଁାର ସାମିଲ ବାଗ(୭୦)। ସେ ଝନେ ପଞ୍ଚବାଦ୍ୟ କଳାକାର। ପଞ୍ଚବାଦ୍ୟର ମୁହୁରୀଆ ହିସାବେ ସେ ଅଂଚଲରେ ନଁା କମେଇଛନ୍‌। ତାକରଠାନୁ ୮ ଝନ୍‌ ଚେଲା ଇ କଳାକେ ଶିଖିଛନ୍‌। 

ମର୍‌ଡି ପରେ ଅଦିନିଆ ଝଁକେର୍‌ : ଭିଜିଗଲାନ ଧାନ୍‌, ଚିନ୍ତାନେ ଚାଷୀ

ମର୍‌ଡି ପରେ ଅଦିନିଆ ଝଁକେର୍‌ : ଭିଜିଗଲାନ ଧାନ୍‌, ଚିନ୍ତାନେ ଚାଷୀ

ବଲାଙ୍ଗୀର ଅଫିସ, ୧୮ା୧୨ଚଳିତ ଖରିଫ୍‌ ଋତୁରେ ବର୍ଷାଭାବ ଯୋଗୁ ଜିଲାର ବିଭିନ୍ନ ବ୍ଲକରେ ମରୁଡି ପରିସ୍ଥିତି ଦେଖାଦେଇଥିଲା ା ସରକାର ଜିଲାର ୧୪ଟି ବ୍ଲକରୁ ୧୦ଟିରେ ଫସଲ ପ୍ରଭାବିତ ହୋଇଥିବା ଘୋଷଣା କରି ମରୁଡି ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ା

କୋସଲ ବନ୍ଦ: ଜୀବନ ଯାତ୍ରା ବ୍ୟାହତ

କୋସଲ ବନ୍ଦ: ଜୀବନ ଯାତ୍ରା ବ୍ୟାହତ

ବୀରମହାରାଜପୁର, ୧୭ା୧୨(ଡି.ଏନ୍‌.ଏ): କୋସଲ ରାଏଜ୍‌ ସମନ୍ବୟ ସମିତି ଅହ୍ବାନ କ୍ରମେ ସୋମବାର ବୀରମହାରାଜପୁର ଉପଖଣ୍ଡରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଯାଇଛି। 

ଭଟଲିରେ ଲଘୁଚାପ ବର୍ଷା: ଖୋଲା ଆକାଶ ତଳେ ପଡ଼ିଛି ହଜାର ହଜାର ଧାନ ବସ୍ତା

ଭଟଲିରେ ଲଘୁଚାପ ବର୍ଷା: ଖୋଲା ଆକାଶ ତଳେ ପଡ଼ିଛି ହଜାର ହଜାର ଧାନ ବସ୍ତା

ଭଟଲି,୧୭।୧୨(ଡି.ଏନ.ଏ): ବରଗଡ଼ ଜିଲା ଭଟଲିଠାରେ ଅଦିନିଆ ଲଘୁଚାପ ବର୍ଷା ଚାଷୀ ମୁଣ୍ଡରେ ଚଡ଼କ ସୃଷ୍ଟି କରିଛିା ଚାଷୀମାନେ ଅମଳ ହୋଇଥିବା ଧାନକୁ ବିକ୍ରିପାଇଁ ମଣ୍ଡିରେ ପକାଇଥିଲୋ 

କୋଶଳ ରାଜ୍ୟ ଦାବିରେ କେସିଙ୍ଗାରେ ମହାବନ୍ଦ ପାଳନ

କୋଶଳ ରାଜ୍ୟ ଦାବିରେ କେସିଙ୍ଗାରେ ମହାବନ୍ଦ ପାଳନ

କେସିଙ୍ଗା,୧୭।୧୨(ଡି.ଲନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରରେ କୋଶଳ ରାଜ୍ୟ ଦାବିକୁ ନେଇ ସୋମବାର ସକାଳ ୭ରୁ ମହାବନ୍ଦ ପାଳନ କରାଯାଇଛି। 

ଦେବଗଡ଼ରେ କୋଶଳ ମହାବନ୍ଦ: ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌

ଦେବଗଡ଼ରେ କୋଶଳ ମହାବନ୍ଦ: ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌

ଦେବଗଡ଼,୧୭।୧୨(ସ୍ବ.ପ୍ର.): ସମନ୍ବୟସମିତି ଦେବଗଡ଼ ଶାଖା ପକ୍ଷରୁ ପଶ୍ଚିମ ଓଡ଼ିଶାକୁ  ସ୍ବତନ୍ତ୍ର ରାଜ୍ୟ ଦାବିରେ ଦେବଗଡ଼   ଜିଲାରେ ସୋମବାର ମହାବନ୍ଦ ଡ଼ାକରା ଦିଆଯାଇଛି।

 କୋଶଳ ମହାବନ୍ଦ: ଗାଁଠୁ ସହର ପ୍ରଭାବିତ

କୋଶଳ ମହାବନ୍ଦ: ଗାଁଠୁ ସହର ପ୍ରଭାବିତ

ବରଗଡ଼ ଅଫିସ୍‌,୧୭।୧୨-ସ୍ବତନ୍ତ୍ର କୋସଲ ପ୍ରଦେଶ ଦାବିରେ ସୋମବାର କୋଶଳ ମହାବନ୍ଦ ଆନ୍ଦୋଳନ ଚାଲିଛି। କୋସଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଦିଆଯାଇଥିବା ଏହି ଡାକରାକୁ ବରଗଡ଼ ଜିଲାରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି।

ବତୀକଁର ଘରେ ଲିଭି ଲିଭି ଯାଉଛେ ବତୀ

ବତୀକଁର ଘରେ ଲିଭି ଲିଭି ଯାଉଛେ ବତୀ

ନୂଆପଡା ଅଫିସ,୧୭ା୧୨: ସରକାର ସବୁବେଲେ ଗରିବ୍‌ଦୁଖିକର ଲାଗି ଯୋଜ୍‌ନା ଉପରେ ଯୋଜ୍‌ନା ତିଆର କରୁଛନ୍‌। କେହି ଯେନ୍‌ଥେଇ ବାସହୀନ ହେଇ ନାଇଁ ରହେବେ, ରୋଗ୍‌ରେ ନାଇଁ ମରବେ, ସେଥିରଲାଗି ଭିନେ ଭିନେ ଯୋଜ୍‌ନା କାଯ୍‌କାରୀ କରୁଛନ୍‌। ହେଲେ କେହେନ୍‌ସି ନାଇଁ କେହେନ୍‌ସି କାରନ୍‌ରୁ ଇ ଯୋଜ୍‌ନାର ସୁଫଲ ପାଏବାରୁ ଗରିବଦୁଖି ବଁଚିତ ହେଉଛନ୍‌। 

୬୦ରୁ ଅଧ୍‌କା ବୁଢ଼ାବୁଢ଼ୀ, ବିଧବା, ଦିବ୍ୟାଙ୍ଗ ଭତାରୁ ବଁଚିତ୍‌

୬୦ରୁ ଅଧ୍‌କା ବୁଢ଼ାବୁଢ଼ୀ, ବିଧବା, ଦିବ୍ୟାଙ୍ଗ ଭତାରୁ ବଁଚିତ୍‌

ଲୋଇସିଂହା, ୧୭।୧୨(ଡି.ଏନ.ଏ.): ୬୦ ବଛରରୁ ଅଧ୍‌କା ବୁଢ଼ାବୁଢ଼ୀ, ଦିବ୍ୟାଙ୍ଗ ଆର ବିଧବାମାନକୁ ସରକାର ଭିନେ ଭିନେ ଯୋଜନାରେ ଭତା ଯୁଗେଇ ଦେବାର ବେବସ୍‌ତା କରିଛନ୍‌। ହେଲେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ର ମାଣ୍ଡିଆପଦର ଗାଁ ର ୬୦ରୁ ଅଧ୍‌କା ହକ୍‌ଦାର ଲୋକ୍‌ ଭତା ଯୋଜ୍‌ନାରୁ ବାଦ୍‌ ପଡ଼ିଥିବାର ଅଭିଯୋଗ୍‌ ହେଇଛେ।

ଖୁଲାରେ ଚାଲିଛେ ଅଙ୍ଗନଓ୍ବାଡିର ରଁଧାବଢ଼ା କାମ୍‌

ଖୁଲାରେ ଚାଲିଛେ ଅଙ୍ଗନଓ୍ବାଡିର ରଁଧାବଢ଼ା କାମ୍‌

ଲାଠୋର, ୧୬ା୧୨(ଡି.ଏନ.ଏ.):  କେନ୍ଦ୍ର ଆର ରାଏଜ ସରକାର ଛୋଟ ଛୁଆକର ବୌଦ୍ଧିକ ବିକାଶ, ପୁଷ୍ଟିସାଧନ ଲାଗି କୋଟି କୋଟି ଟଁକା ଖରଚ କରି ଗାଁ ରୁ ସହର ତକ୍‌ ସବୁଠାନେ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲୁଛନ୍‌। ସେଠାନେ ଛୁଆକର ପାଠ୍‌ପଢ଼ା ଘର, ରଁଧାଘର, ଶୌଚାଲୟ ଆଦିର ବେବସ୍‌ତା କରୁଛନ୍‌।