ଫୁରସତ |

ଲିଗାମେଣ୍ଟ ଯନ୍ତ୍ରଣା ଭଲ କରିବ ଜେଲ୍‌

ଲିଗାମେଣ୍ଟ ଯନ୍ତ୍ରଣା ଭଲ କରିବ ଜେଲ୍‌
ସିଓଲ୍‌, ୨୦।୧୦: ଆଣ୍ଠୁଗଣ୍ଠି ଯନ୍ତ୍ରଣାର ଉପଶମ ପାଇଁ ଚିକିତ୍ସା ବିଜ୍ଞାନୀମାନେ ଏକ ପ୍ରକାର ଜେଲ୍‌ ପ୍ରସ୍ତୁତ କରିଛନ୍ତି। ଏହାକୁ ଯନ୍ତ୍ରଣାସ୍ଥାନରେ ଲଗାଇଲେ ଆରାମ ମିଳିବ। ରିମାଟଏଡ୍‌ ଆରଥ୍ରିଟିସ୍‌ ରୋଗରେ ଆଣ୍ଠୁଗଣ୍ଠିରେ ଜଳୀୟ ଅଂଶ ଅଧିକ ମାତ୍ରାରେ ଅବଶୋଷିତ ହୋଇଥାଏ। ଫଳରେ ସେଠାରେ ଫୁଲା ଦେଖାଯିବା ସହିତ ଚଳପ୍ରଚଳ ସମୟରେ ଯନ୍ତ୍ରଣା ହୋଇଥାଏ। ସାଧାରଣତଃ ବୟସ ବଢ଼ିବା ସହିତ ଆଣ୍ଠୁଗଣ୍ଠିରେ ଥିବା କୋମଳ ମାଂସପେଶୀ ବା ଲିଗାମେଣ୍ଟ୍‌ କଠିନ ହେବାରେ ଲାଗିଥାଏ। ଆଣ୍ଠୁଗଣ୍ଠିରେ ଥିବା ମାଂସପେଶୀରେ ନାଇଟ୍ରିକ୍‌ ଅକ୍ସାଇଡ୍‌ ଗ୍ୟାସ୍‌ ଉତ୍ପନ୍ନ ହୋଇଥାଏ। ଏହା ଜଳାପୋଡା ଉପଶମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ରୋଗସୃଷ୍ଟିକାରୀ ଅଣୁଜୀବକୁ ନଷ୍ଟ କରିଥାଏ। ଆଣ୍ଠୁଗଣ୍ଠି ଯନ୍ତ୍ରଣାର ଉପଶମ ପାଇଁ ବିଭିନ୍ନ ଔଷଧ ସେବନ କରାଯାଇଥାଏ। ଔଷଧ ଆବଶ୍ୟକୀୟ ନାଇଟ୍ରିକ୍‌ ଅକ୍ସାଇଡ୍‌ ସୃଷ୍ଟି କରିଥାଏ। କିନ୍ତୁ ଅନେକ କ୍ଷେତ୍ରରେ ଏହାର ପାର୍ଶ୍ୱପ୍ରତିକ୍ରିୟା ରହିଥାଏ। ଚିକିତ୍ସାବିଜ୍ଞାନୀ ପ୍ରସ୍ତୁତ କରିଥିବା ଜେଲ୍‌ ପଲି ଆକ୍ରାଇଲ୍‌ଆମିଡ୍‌ ଦ୍ୱାରା ପ୍ରସ୍ତୁତ ହୋଇଛି। ଏହାକୁ ଯନ୍ତ୍ରଣା ସ୍ଥାନରେ ମାଲିସ୍‌ କଲେ କିଛି ସମୟ ମଧ୍ୟରେ ଏହା ମାଂସପେଶୀ ମଧ୍ୟକୁ ଅବଶୋଷିତ ହୋଇଥାଏ। ପରେ ଏହା ନାଇଟିକ୍‌ ଅକ୍ସାଇଡ୍‌ କ୍ରସ୍‌ ଲିଙ୍କ୍‌ ଏଜେଣ୍ଟ(ଏନଓସିସିଏଲ୍‌) ସହିତ ପ୍ରତିକ୍ରିୟା କରି ରୋଗର ଉପଶମ କରିଥାଏ। ଏଥିରୁ ଉତ୍ପନ୍ନ ହେଉଥିବା ନାଇଟ୍ରିକ୍‌ ଅକ୍ସାଇଡ୍‌ ଲିଗାମେଣ୍ଟ୍‌କୁ ତୈଳାକ୍ତ କରି ଆଣ୍ଠୁଗଣ୍ଠିର ସାଧାରଣ କାର୍ଯ୍ୟକୁ ସରଳ କରି ପାରିବ।
All Right Reserved By

ଫୁରସତ |

ଭୂତ ସହ ସମ୍ପର୍କ ରଖି ମା’ ହେବେ ମହିଳା

ଭୂତ ସହ ସମ୍ପର୍କ ରଖି ମା’ ହେବେ ମହିଳା

ଇଂଲଣ୍ଡର ନଟିଙ୍ଗହାମରେ ରହୁଥିବା ଜଣେ ୩୦ ବର୍ଷୀୟା ମହିଳାଙ୍କ କାହାଣୀ ଶୁଣିଲେ ଯେ କେହି ଚକିତ ହୋଇଯିବେ। କାରଣ ଏମେଷ୍ଟି ରେଲମ ନାମକ ଏହି ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହେବା ପରେ ଭୂତଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା କହିଛନ୍ତି।

 ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରି ଯୁବକ ଗିରଫ

ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରି ଯୁବକ ଗିରଫ

ଚାଇନାର ସାଂଘାଇରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରି ଜଣେ ଯୁବକ ଗିରଫ ହୋଇଛନ୍ତି। ଗିରଫ ପରେ ନିଜ ଭୁଲ ମଧ୍ୟ ସ୍ବୀକାର କରିଛନ୍ତି ଯୁବକ।

ଯେଉଁଠି ଆଳତି ହେଲେ ମନ୍ଦିରକୁ ଆସନ୍ତି ଭାଲୁ

ଯେଉଁଠି ଆଳତି ହେଲେ ମନ୍ଦିରକୁ ଆସନ୍ତି ଭାଲୁ

ଛତିଶଗଡର ମହାସମୁନ୍ଦ୍‌ ଜିଲାରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଆଳତି ଦେଖିବା ପାଇଁ ଭାଲୁମାନେ ଆସିଥାନ୍ତି। ଘୁଞ୍ଚାପାଲି ଗ୍ରାମରେ ରହିଛି ଚଣ୍ଡି ଦେବୀଙ୍କ ମନ୍ଦିର।

ପୂଜା ଶପିଂ

ପୂଜା ଶପିଂ

ଦଶହରା ପାଇଁ ଝଲସୁଛି ଦେବୀପୀଠ। ଗାଁରୁ ସହର ପର୍ଯ୍ୟନ୍ତ ବେଶ୍‌ ଚଳଚଞ୍ଚଳ। କେବଳ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଦେଖିବାରେ ନୁହେଁ, ବରଂ ଶପିଂ ପାଇଁ ମାର୍କେଟରେ ମହିଳାମାନଙ୍କ ଭିଡ଼ ଜମିବାରେ ଲାଗିଛି। ଏହି ସମୟରେ ସାମାନ୍ୟ ଅସାବଧାନ ରହିଲେ ଠକାମିର ଶିକାର ହେବା ଆଶଙ୍କା ରହିଛି। ତେବେ ଏହି ସମୟରେ କି କି ସତର୍କତା ଅବଲମ୍ବନ କରିବେ ସେ ସମ୍ପର୍କରେ...

ପୃଥିବୀର ୫ ଦାମୀ ବହି

ପୃଥିବୀର ୫ ଦାମୀ ବହି

ପୃଥିବୀରେ ଅନେକ ପ୍ରକାର ପୁସ୍ତକ ରହିଛି। ତେବେ ଏଭଳି କିଛି ପୁସ୍ତକ ରହିଛି ଯାହା ଦାମୀ ତଥା ମୂଲ୍ୟବାନ। ଦି କୋଡେକ୍ସ ଲିସେଷ୍ଟର ବିଶ୍ୱର ସବୁଠାରୁ ଦାମିକା ବହି। 

ସୁନ୍ଦର ତ୍ୱଚା ପାଇଁ କୁକୁର ପରିସ୍ରା ପିଉଛନ୍ତି ଯୁବତୀ

ସୁନ୍ଦର ତ୍ୱଚା ପାଇଁ କୁକୁର ପରିସ୍ରା ପିଉଛନ୍ତି ଯୁବତୀ

ଝିଅମାନେ ସୁନ୍ଦର ଦିଶିବା ପାଇଁ ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି। ମାତ୍ର ସୁନ୍ଦର ଦେଖାଯିବା ପାଇଁ ଜଣେ ଯେ କୁକୁର ପରିସ୍ରା ପିଇବ, ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। 

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ଭୃଣର ଲିଙ୍ଗ ନିରୂପଣ କରିବା ଅପରାଧ। ତେଣୁ ଭାରତରେ ଭୃଣର ଲିଙ୍ଗ ନିରୂପଣ କରିବାରେ ଲାଗିଛି ପ୍ରତିବନ୍ଧକ। ମାତ୍ର ଝାଡଖଣ୍ଡର ଲୋହରଦଗାରେ ଥିବା ଏକ ଛୋଟିଆ ଗାଁରେ ଦେଖିବାକୁ ମିଳେ ଏକ ଅଜବ ପରମ୍ପରା। 

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

ସାଧାରଣତଃ ୪ ହାତ ଓ ୪ ଗୋଡ଼ ଥିବା ସନ୍ତାନ ଜନ୍ମ ନେଲେ କେହି କେହି ଏହାକୁ ଅଶୁଭ ବୋଲି କହିଥାଆନ୍ତି ତ ପୁଣି କିଏ ଏହାକୁ ଶୁଭ ମାନି ଥାଆନ୍ତି। ହେଲେ ଏମିତି କାହିଁକି ହୁଏ, ତାହା ହୁଏତ ଅନେକେ ଜାଣି ନ ଥିବେ। 

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସ୍ବସ୍ତିକ ଚିହ୍ନର ରହିଛି ଅନେକ ଧାର୍ମିକ ମହତ୍ତ୍ୱ। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ଏହି ଚିହ୍ନର ବ୍ୟବହାର କରାଯାଇଥାଏ। 

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ମନ୍ଦିର ଭିତରେ ‘ମୃତ୍ୟୁ’ ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ଗ୍ରୀକ୍‌ରେ  ରହିଛି ଏପରି ଏକ ମନ୍ଦିର। ଯାହା ଭିତରକୁ ଗଲେ କେହି ଫେରନ୍ତି ନାହିଁ। 

ବଡ଼ ବନ୍ଧାକୋବି

ବଡ଼ ବନ୍ଧାକୋବି

ନ୍ୟୁୟର୍କ, ୟୋର୍କଶାୟର୍‌ ଏକ ଅଜବ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ସେ ହେଉଛି ହାରୋଗେଟ୍‌ ଅଟମ୍‌ନ ଫ୍ଲାଓ୍ବାର ଶୋ’। ଏହା ବ୍ରିଟେନ୍‌ର ଏକ ଗର୍ଡେନିଂ ଇଭେଣ୍ଟ, ଯେଉଁଥିରେ ଆଗ୍ରହୀ କୃଷକମାନେ ନିଜ ଝାଳବୁହା ପରିଶ୍ରମରେ ଉତ୍ପାଦନ କରିଥିବା ବିରାଟକାୟ ପନିପରିବାକୁ ପ୍ରଦର୍ଶିତ କରିଥାଆନ୍ତି।

ବାପାଙ୍କ ସେବାରେ କୁନି ଝିଅ

ବାପାଙ୍କ ସେବାରେ କୁନି ଝିଅ

୬ ବର୍ଷର କୁନି ଝିଅ ଜିଆ ଜିଆ। ଯେଉଁ ବୟସରେ ସେ ବାପାଙ୍କ କାନ୍ଧରେ ବସି ଦୁନିଆ ଦେଖିବା କଥା, କଣ୍ଢେଇକୁ ସଜେଇ ଖେଳ ଖେଳିବା କଥା ସେହି ବୟସରେ ସେ ସାଜିଛି ପକ୍ଷାଘାତ ଗ୍ରସ୍ତ ବାପାଙ୍କ ସାହାରା।