ରାଜ୍ୟ |

ଗାଁରେ ନାହିଁ ପକ୍କା ରାସ୍ତା: ଅନଶନରେ ବସିବାକୁ ଚେତାବନୀ

ଗାଁରେ ନାହିଁ ପକ୍କା ରାସ୍ତା: ଅନଶନରେ ବସିବାକୁ ଚେତାବନୀ
ପୁରୀ ଅଫିସ, ୧୭ା୯: ପୁରୀ ଭଳିି ଅଗ୍ରଣୀ ଜିଲାରେ ଅଦ୍ୟାବଧି ଏଭଳି ଏକ ଗାଁ ରହିଛି ଯେଉଁଠାରେ  ଏ ଯାଏ ପକ୍କା ରାସ୍ତା ନାହିଁ। ଏଭଳି ଅଭିଯୋଗ ଆଣି କାକଟପୁର ବ୍ଲକ ଅନ୍ତର୍ଗତ ଜଳେଶ୍ୱରପଡା ଗ୍ରାମ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ୫୦ରୁ ଅଧିକ ମହିଳା ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏଦିଗରେ ପଦକ୍ଷେପ ନିଆ ନ ଗଲେ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅନଶନରେ ବସିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। 
ଉକ୍ତ ଗ୍ରାମର ଲୋକ ସଂଖ୍ୟା ୧୮ଶହ। ଗ୍ରାମ୍ୟ ରାସ୍ତାର ଲମ୍ବା ୧.୫ କିମି। ଏହି ଗ୍ରାମର ସମସ୍ତ ରାସ୍ତା ଖାଲଖମା ଓ ପାଣି କାଦୁଅରେ ପରିପୂର୍ଣ୍ଣ। ଫଳରେ ଗ୍ରାମର ଲୋକମାନେ ଚଳପ୍ରଚଳରେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମସଭାରେ ଉକ୍ତ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ତାହାକୁ ଏ ପର୍ଯ୍ୟନ୍ତ ବିଚାରକୁ ନିଆଯାଇନାହିଁ। ନରେନ୍ଦ୍ରପୁର ଗ୍ରାମର ଶାନ୍ତିଲତା ବରାଳ, ମମତା ଦାଶ, ଅନୁପମା ବରାଳ, ଲିଲିମା ବେହେରା, ସାବିତ୍ରୀ ମୁଦୁଲି, ରେବତୀ ବେହେରା, ସୂର୍ଯ୍ୟମଣି ବାରିକ, ଶାନ୍ତିଲତା ଦାସ, ଲକ୍ଷ୍ମୀପ୍ରିୟା ଦାଶ ପ୍ରମୁଖ ୫୦ରୁ ଅଧିକ ମହିଳା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝିଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ସାକ୍ଷତ୍‌ କରି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏ ଦିଗରେ ପଦକ୍ଷେପ ନେବାକୁ କାକଟପୁର ବିଡିଓଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। 
All Right Reserved By

ରାଜ୍ୟ |

ଭୁବନ ଭସାଣି ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ:  ଘରପୋଡ଼ି, ବ୍ଲେଡ୍‌ରେ ଅକ୍ରମଣ ଅଭିଯୋଗ, ପଥର ମାଡ଼ରେ ଏସ୍‌ଆଇଙ୍କ ମୁଣ୍ଡ ଫାଟିଲା

ଭୁବନ ଭସାଣି ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ: ଘରପୋଡ଼ି, ବ୍ଲେଡ୍‌ରେ ଅକ୍ରମଣ ଅଭିଯୋଗ, ପଥର ମାଡ଼ରେ ଏସ୍‌ଆଇଙ୍କ ମୁଣ୍ଡ ଫାଟିଲା

ଭୁବନ,୨୧ା୧୦(ଡି.ଏନ.ଏ.)-ଐତିହାସିକ ବଳଦଯାତ୍ରା ଭସାଣି ଉତ୍ସବରେ ଗୋଷ୍ଠୀ ସଂଘର୍ଷକୁ ନେଇ ଅଶାନ୍ତି ହୋଇଉଠିଛି ଭୁବନ। ଦୁଇ ବଳଦିଆ କମିଟି ମଧ୍ୟରେ ବଚସାକୁ ନେଇ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ପଥରମାଡ଼ରେ ଜଣେ ଏସ୍‌ଆଇଙ୍କ ସମେତ ୬ଜଣ ଗୁରୁତର ହୋଇଛନ୍ତି। ସେହିପରି ପୋଲିସର ଲାଠି ମାଡ଼ରେ ଜଣେ ସାଧାରଣ ନାଗରିକ ଜଖମ ହୋଇଛନ୍ତି। ଏହାକୁ ନେଇ ଦିନତମାମ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା।

 ଭୁବନର ଐତିହାସିକ ବଳଦଯାତ୍ରାରେ ମହାବିଭ୍ରାଟ

ଭୁବନର ଐତିହାସିକ ବଳଦଯାତ୍ରାରେ ମହାବିଭ୍ରାଟ

ଭୁବନ,୨୧ା୧୦(ଡି.ଏନ.ଏ.)-ମହାବିଭ୍ରାଟ ମଧ୍ୟରେ ଶେଷ ହୋଇଛି ଭୁବନର ଐତିହାସିକ ବଳଦଯାତ୍ରା। ବଳଦିଆ ଏବଂ ଶାନ୍ତି କମିଟିର ଅସହଯୋଗ କାରଣରୁ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ, ମାରପିଟ୍‌ ଭଳି ଘଟଣା ଯାତ୍ରାପ୍ରେମୀଙ୍କ ଆଘାତ ଦେଇଛି। କେବଳ ଏତିକି ନୁହେଁ, ପ୍ରଶାସନ ପକ୍ଷରୁ କରାଯାଇଥିବା ଅସ୍ଥାୟୀ ପୋଖରୀ ବଦଳରେ ପୂଜା ପ୍ରତିଷ୍ଠାନଗୁଡ଼ିକ ନିଜ ଇଚ୍ଛା ମୁତାବକ ବିଭିନ୍ନ ଜଳାଶୟରେ ମେଢ଼ ବିସର୍ଜନ କରିଥିଲେ।

ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ଆକ୍ରମଣ ଘଟଣା: ୧୦ଜଣଙ୍କ ନାମରେ  ମାମଲା, କଲ୍ୟାଣୀ ଗାଁରେ ଚାପା ଉତ୍ତେଜନା

ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ଆକ୍ରମଣ ଘଟଣା: ୧୦ଜଣଙ୍କ ନାମରେ ମାମଲା, କଲ୍ୟାଣୀ ଗାଁରେ ଚାପା ଉତ୍ତେଜନା

ନୀଳଗିରି, ୨୧ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ମଛୁଆ ପଞ୍ଚାୟତ କଲ୍ୟାଣୀ ଗାଁରେ ଗୁଣିଗାରେଡି ସନ୍ଦେହରେ ଶ୍ରୀମତୀ ସିଂ ନାମ୍ନୀ ମହିଳାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ରବିବାର ୧୦ଜଣଙ୍କ ନାମରେ ମାମଲା(ନଂ.୨୪୧/୧୮) ରୁଜୁ କରିଛି। ଏହାର ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ନଳିତା ମୋଦୀ କହିଛନ୍ତି। ଅଭିଯୁକ୍ତମାନେ ହେଲେ କାର୍ତ୍ତିକ ସିଂ, ଅନାଦି ସିଂ, ଗଙ୍ଗାଧର ସିଂ, ପୂର୍ଣ୍ଣ ସିଂ, ଜଳଧର ସିଂ, ବର୍ଜୁ ସିଂ, କାନ୍ଦୁରୁ ସିଂ ,ବସନ୍ତ ସିଂ, ରମା ସିଂ ଓ ମହେଶ୍ୱର ସିଂ। ଏହାକୁ ନେଇ  ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।

କୋଣାର୍କରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

କୋଣାର୍କରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

କୋଣାର୍କ,୨୧।୧୦(ଡି.ଏନ୍‌.ଏ.): କାକଟପୁର  ନିିର୍ବାଚନ ମଣ୍ଡଳୀ ଅଧୀନ କୋଣାର୍କ ଏନ୍‌ଏସିରେ ବିଜୁ ଜନତା ଦଳ ପକ୍ଷରୁ ରବିବାର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣରେ ଚାଷୀ ମୃତ:  ବିଟ୍‌ ହାଉସ ପୋଡ଼ି ଦେଲେ ଗ୍ରାମବାସୀ

ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣରେ ଚାଷୀ ମୃତ: ବିଟ୍‌ ହାଉସ ପୋଡ଼ି ଦେଲେ ଗ୍ରାମବାସୀ

ବନ୍ତଳା,୨୧।୧୦(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ଥାନା ଟାଇଁସି ଗ୍ରାମର ତ୍ରିନାଥ ସାହୁ(୬୦) ରବିବାର ସକାଳେ ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣରେ ପ୍ରାଣ ହରାଇଛନ୍ତି। 

ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ଭିତ୍ତିଭୂମିର ପୁନଃସ୍ଥାପନା ଜାରି, ୨୦୦୦ କର୍ମଚାରୀ ନିୟୋଜିତ

ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ଭିତ୍ତିଭୂମିର ପୁନଃସ୍ଥାପନା ଜାରି, ୨୦୦୦ କର୍ମଚାରୀ ନିୟୋଜିତ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ)-ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଦକ୍ଷିଣ ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମିକୁ ଯୁଦ୍ଧକାଳୀନ ଭିତ୍ତିରେ ସଜାଡିବା ପାଇଁ ଶକ୍ତି ବିଭାଗ ଉଦ୍ୟମ ଅବ୍ୟାହତ ରଖିଛି। ଯେଉଁଭଳି ଭାବେ କ୍ଷତିଗ୍ରସ୍ତ ହୋଇଥିଲା, ସାଧାରଣ ଭାବେ ତାହାର ପୁନରୁଦ୍ଧାର ପାଇଁ ୬ ମାସ ସମୟ ଲାଗିଥାନ୍ତା।

ଜାମୁନାଳୀ ଓ ହାଣ୍ଡିଗୋଡା ଗ୍ରାମରେ  ଉତ୍ପାତ ଚଳାଇଛନ୍ତି ୧୬ ହାତୀ: ୨୦ ଏକର ଫସଲ ନଷ୍ଟ

ଜାମୁନାଳୀ ଓ ହାଣ୍ଡିଗୋଡା ଗ୍ରାମରେ ଉତ୍ପାତ ଚଳାଇଛନ୍ତି ୧୬ ହାତୀ: ୨୦ ଏକର ଫସଲ ନଷ୍ଟ

ଛେଣ୍ଡିପଦା,୨୧।୧୦(ଡି.ଏନ.ଏ.)- ଅନୁଗୋଳ ବନଖଣ୍ଡ ଜରପଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜାମୁନାଳୀ ଓ ହାଣ୍ଡିଗୋଡା ଗ୍ରାମର ରଙ୍ଗିଆ ନାଳୀ ଚକ ଇଲାକାରେ ଶନିବାର ବିଳମ୍ବିତ ରାତିରେ ହାତୀ ଉପଦ୍ରବ କରିଛନ୍ତି।  ପ୍ରାୟ ୧୫ ରୁ ୧୬ ହାତୀ ଦଳବଦ୍ଧ ହୋଇ ବ୍ୟାପକ ଫସଲ କ୍ଷୟକ୍ଷତି କରିଛନ୍ତି।

ଖୋର୍ଦ୍ଧାରେ ଶହୀଦ ଦିବସ ଅନୁଷ୍ଠିତ

ଖୋର୍ଦ୍ଧାରେ ଶହୀଦ ଦିବସ ଅନୁଷ୍ଠିତ

ଖୋର୍ଦ୍ଧା ଅଫିସ,୨୧।୧୦: ଖୋର୍ଦ୍ଧା ପୋଲିସ ପକ୍ଷରୁ ସ୍ଥାନୀୟ ତରତୁଆ ପୋଲିସ ପଡିଆଠାରେ ରବିବାର ୫୯ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଏସ୍‌ପି ଦୀପ୍ତି ରଞ୍ଜନ ରାୟ ଯୋଗଦେଇ ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ ।

ତିତ୍‌ଲି ପ୍ରଭାବିତଙ୍କୁ ସହାୟତା; ଘର ଏବଂ ଗୃହପାଳିତ ପଶୁଙ୍କ ଲାଗି କ୍ଷତିପୂରଣ ଘୋଷଣା

ତିତ୍‌ଲି ପ୍ରଭାବିତଙ୍କୁ ସହାୟତା; ଘର ଏବଂ ଗୃହପାଳିତ ପଶୁଙ୍କ ଲାଗି କ୍ଷତିପୂରଣ ଘୋଷଣା

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ସାମୁଦ୍ରିକ ଝଡ଼ ତିତ୍‌ଲି ଏବଂ ଏହାର ପରବର୍ତ୍ତୀ ବନ୍ୟାରେ ରାଜ୍ୟର ତିନୋଟି ଜିଲା ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି। ଜିଲାଗୁଡ଼ିକର ଭିତ୍ତି ଭୂମି ସଜାଡ଼ିବାକୁ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏହି କ୍ରମରେ କ୍ଷତିଗ୍ରସ୍ତ ଲୋକଙ୍କୁ ଘର ଓ ଗୃହପାଳିତ ପଶୁଙ୍କ ପାଇଁ କ୍ଷତିପୂରଣ ମିଳିବା ନେଇ ଯୁଗ୍ମ ଏସ୍‌ଆର୍‌ସି ପ୍ରଭାତ ମହାପାତ୍ର ରବିବାର ବିଭିନ୍ନ ଘୋଷଣା କରିଛନ୍ତି। 

ଗ୍ୟାସ ସିଲିଣ୍ଡର ଫାଟି ରୋଷେଇଘର ଛାତ ଉଡ଼ିଲା

ଗ୍ୟାସ ସିଲିଣ୍ଡର ଫାଟି ରୋଷେଇଘର ଛାତ ଉଡ଼ିଲା

ବଲାଙ୍ଗୀର ଅଫିସ,୨୧।୧୦-ବଲାଙ୍ଗୀର ଟାଉନ ଥାନା ମାଲପଡ଼ା ରାମମନ୍ଦିର ନିକଟରେ ଶନିବାର ମଧ୍ୟ ରାତ୍ରିରେ ଘଟିଛି ଅଘଟଣ। ରାମମନ୍ଦିର ନିକଟ ହିମାଂଶୁ ପଣ୍ଡାଙ୍କ ଘରେ ଗ୍ୟାସ ସିଲିଣ୍ଡର ଫାଟିଯାଇଛି। ସିଲିଣ୍ଡର ଫାଟି ରୋଷେଇ ଘରର ଛାତ ଉଡ଼ିଯାଇଛି। ଦୁଇଟି ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହେବା ଯୋଗୁ ଫାଟିଯାଇଥିଲା। ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ୩ ସଦସ୍ୟ।

ଜ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଶାଶୁ ଶ୍ୱଶୁରଙ୍କୁ କୋର୍ଟ ଚାଲାଣ

ଜ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଶାଶୁ ଶ୍ୱଶୁରଙ୍କୁ କୋର୍ଟ ଚାଲାଣ

ରାଜନଗର, ୨୧।୧୦(ଡି.ଏନ.ଏ.): ମହାକାଳପଡା ଥାନା ଅନ୍ତର୍ଗତ ରତନପୁର ଗ୍ରାମର ପରିକ୍ଷିତ ସେଠୀଙ୍କ ପୁଅ ଶ୍ରୀଧର ସେଠୀ ଶ୍ୱଶୁର ଘର ରାଜନଗରକୁ ଦୁର୍ଗାପୂଜା ବୁଲିବାକୁ ଆସିଥିଲେ। 

ଚାକିରି ଦେବାକୁ କହି ୨୦ ଲକ୍ଷ ଠକେଇ

ଚାକିରି ଦେବାକୁ କହି ୨୦ ଲକ୍ଷ ଠକେଇ

ରାଉରକେଲା ଅଫିସ,୨୧।୧୦- ଝିରପାଣି ଥାନା ଝିରପାଣି ପୁନର୍ବସତି କଲୋନୀରେ ରହୁଥିବା ଜଣେ ଯୁବତୀ କେତେକ ବେକାର ଯୁବକଙ୍କୁ ଚାକିରି ଦେବା ଆଳରେ ୨୦ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଏ ନେଇ ଶନିବାର ମଧ୍ୟାହ୍ନରେ କିଛି ଯୁବକ ଥାନାରେ ଅଭିଯୋଗ କରିବାକୁ ପହଞ୍ଚି ଥିଲେ। ହେଲେ ଠକେଇ କରିଥିବା ଯୁବତୀ ଜଣକ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ଦେଖାଯାଇଥିଲା। ‘ମୁଁ ସୁବିଧା ଅନୁସାରେ ଟଙ୍କା ଫେରାଇ ଦେବି। ଆପଣମାନେ