ରାଜ୍ୟ |

ହକି ବିଶ୍ୱକପ୍‌ ପ୍ରସ୍ତୁତି: ଟ୍ରିପ୍‌ଆଡ୍‌ଭାଇଜର ସହ ଓଡ଼ିଶା ପର୍ଯ୍ୟଟନର ଚୁକ୍ତିନାମା

ହକି ବିଶ୍ୱକପ୍‌ ପ୍ରସ୍ତୁତି: ଟ୍ରିପ୍‌ଆଡ୍‌ଭାଇଜର ସହ ଓଡ଼ିଶା ପର୍ଯ୍ୟଟନର ଚୁକ୍ତିନାମା
ଭୁବନେଶ୍ୱର,୧୭।୯(ବ୍ୟୁରୋ)- ହକି ବିଶ୍ୱକପ୍‌ ପାଇଁ ଦେଶର ସର୍ବବୃହତ୍‌ ବଜେଟ୍‌ ହୋଟେଲ ନେଟ୍‌ଓ୍ବାର୍କ ‘ଓୟୋ ରୁମ୍ସ’ ସହ ଏମ୍‌ଓୟୁ ସ୍ବାକ୍ଷର କରିବା ପରେ ଓଡ଼ିଶା ପର୍ଯ୍ୟଟନ ଏବେ ଆଉ ଏକ ସହବନ୍ଧିତା କରିବାକୁ ଯାଉଛି। ପୁରୁଷ ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ରାଜ୍ୟକୁ ପର୍ଯ୍ୟଟକ ଆଗମନ ବୃଦ୍ଧି କରିବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଟ୍ରାଭେଲ ଓ ଅନ୍‌ଲାଇନ୍‌ ବୁକିଂ ସାଇଟ୍‌ ‘ଟ୍ରିପ୍‌ଆଡ୍‌ଭାଇଜର’ ସହ ଏକ ନୂଆ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ୬ ମାସ ପାଇଁ ସ୍ବାକ୍ଷର ହୋଇଥିବା ଏହି କଣ୍ଟେଣ୍ଟ୍‌ ପାର୍ଟନର୍‌ଶିପ ଅଧୀନରେ ଟ୍ରିପ୍‌ଆଡ୍‌ଭାଇଜର ତା’ର ଓ୍ବେବ୍‌ସାଇଟ୍‌ରେ ‘ଓଡ଼ିଶା ପର୍ଯ୍ୟଟନ’ ବ୍ରାଣ୍ଡକୁ ପ୍ରଚାର ପ୍ରସାର କରିବ। ଏଥିଲାଗି ଟ୍ରିପ୍‌ଆଡ୍‌ଭାଇଜର ପକ୍ଷରୁ ଏକ ମାଇକ୍ରୋସାଇଟ୍‌ https://www.tripadvisor.in/Tourism-g୨୯୭୬୬୦-Odisha-Vacations.html ସୃଷ୍ଟି କରାଯାଇ ଓଡ଼ିଶା ପର୍ଯ୍ୟଟନସ୍ଥଳୀ ସମ୍ପର୍କିତ ସମସ୍ତ ତଥ୍ୟ ଉପଲବ୍ଧ କରାଯାଇଛି। ରାଜ୍ୟର ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ, ଉତ୍ସବ, ମହୋତ୍ସବ ସମ୍ପର୍କିତ ତଥ୍ୟ, କେଉଁଠାକୁ ଯିବେ, କ’ଣ କରିବେ ଆଦି ସମ୍ପର୍କରେ ଏଥିରେ ଉଲ୍ଲେଖ ରହିଛି। ଫଳରେ ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକ ନିଜର ସୁବିଧା ପାଇଁ ଏଠାରୁ ସମସ୍ତ ତଥ୍ୟ ପାଇପାରିବେ।
ଭାରତ ସହ ସିଙ୍ଗାପୁର, ମାଲେସିଆ, ଥାଇଲାଣ୍ଡ ଏବଂ ଇଂଲଣ୍ଡରୁ ଆସିବାକୁ ଥିବା ପର୍ଯ୍ୟଟକ ଟ୍ରିପ୍‌ଆଡ୍‌ଭାଇଜର ମାଧ୍ୟମରେ ଏହାର ଲାଭ ପାଇପାରିବେ। ହକି ବିଶ୍ୱକପ୍‌ର ହୋଷ୍ଟ୍‌ ପାର୍ଟନର ଥିବା ଓଡ଼ିଶା ଟୁରିଜମ୍‌ର କ୍ୟାମ୍ପେନ୍‌ ବ୍ରାଣ୍ଡିଂ ଏହି ସାଇଟ୍‌ରେ ରହିଥିବା ବେଳେ ଏହା ପର୍ଯ୍ୟଟନ ବିଭାଗର ଡିଜିଟାଲ ଷ୍ଟାର୍ଟେଜିକୁ ଆଉ ପାଦେ ଆଗକୁ ନେବାରେ ସାହାଯ୍ୟ କରିବ। ବିଭାଗୀୟ ସଚିବ ବିଶାଲ ଦେବ ଏ ନେଇ କହିଛନ୍ତି, ହକି ବିଶ୍ୱକପ୍‌ ଆଗକୁ ଥିବାରୁ ଟ୍ରିପ୍‌ଆଡ୍‌ଭାଇଜର ସହ ସହବନ୍ଧିତା ଆମକୁ ବହୁଳ ଭାବେ ସାହାଯ୍ୟ କରିବ। ଅଧିକରୁ ଅଧିକ ପର୍ଯ୍ୟଟକ ଏହି ବିଶ୍ୱସ୍ତରୀୟ ଆୟୋଜନ ସମ୍ପର୍କରେ ଅବଗତ ହୋଇପାରିବେ ଏବଂ ଏଠାକୁ ଆସି ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ମଧ୍ୟ ବୁଲିପାରିବେ। ଓଡ଼ିଶା ଟୁରିଜମ୍‌ ହକି ବିଶ୍ୱକପ୍‌ର ହୋଷ୍ଟ୍‌ ପାର୍ଟନର୍‌ ଥିବାରୁ ଓଡ଼ିଶା ଅଧିକରୁ ଅଧିକ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଆଶା କରୁଛି ବୋଲି ସେ କହିଛନ୍ତି। ସେହିଭଳି ଟ୍ରିପ୍‌ଆଡ୍‌ଭାଇଜର ଏସିଆ ପ୍ୟାସିଫିକ୍‌ର ଡେଷ୍ଟିନେଶନ ମାର୍କେଟିଂ ହେଡ୍‌ ସାରା ମାଥ୍ୟୁ କହିଛନ୍ତି, ବିଶ୍ୱର ସର୍ବବୃହତ୍‌ ଟ୍ରାଭେଲ ସାଇଟ୍‌ ଭାବେ ଟ୍ରିପ୍‌ଆଡ୍‌ଭାଇଜର ଲୋକଙ୍କୁ ନୂଆ ନୂଆ ସ୍ଥାନ ସମ୍ପର୍କରେ ଅବଗତ କରାଇଥାଏ ଓ ସେଠାକୁ ବୁଲିଯିବାର ସୁଯୋଗ ପ୍ରଦାନ କରିଥାଏ। ଏହି କ୍ରମରେ ଓଡ଼ିଶା ଟୁରିଜମ୍‌ ସହ କାମ କରିବାକୁ ଆମକୁ ସୁଯୋଗ ମିଳିଥିବା ବେଳେ ଭାରତ ଭ୍ରମଣ କରିବାକୁ ଯାଉଥିବା ପର୍ଯ୍ୟଟକମାନଙ୍କୁ ଆମେ ଓଡ଼ିଶାର ପର୍ଯ୍ୟଟନ ଉତ୍କୃଷ୍ଟତା ସମ୍ପର୍କରେ ଅବଗତ କରାଇବୁ। ଭାରତର ଜଣାଶୁଣା ପର୍ଯ୍ୟଟନ ସ୍ଥାନକୁ ଛାଡ଼ି ଓଡ଼ିଶାର ଅନାଲୋଚିତ ପର୍ଯ୍ୟଟନସ୍ଥଳୀକୁ ଭ୍ରମଣ କରିବାକୁ ଆମେ ପରାମର୍ଶ ଦେବୁ ବୋଲି ସେ କହିଛନ୍ତି।
All Right Reserved By

ରାଜ୍ୟ |

ଚଢାଉ ବେଳେ ପୋଲିସ-ଜୁଆଡି ଧସ୍ତାଧସ୍ତି, ୧୮ ଗିରଫ:୫୦ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଓ ତାସ ଜବତ

ଚଢାଉ ବେଳେ ପୋଲିସ-ଜୁଆଡି ଧସ୍ତାଧସ୍ତି, ୧୮ ଗିରଫ:୫୦ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଓ ତାସ ଜବତ

ଭୁବନେଶ୍ୱର,୧୬-୧୦(ବ୍ୟୁରୋ)- କ୍ୟାପିଟଲ ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଉପରେ ସୋମବାର ଚଢାଉବେଳେ ପୋଲିସ ଓ ଜୁଆଡିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଘଟଣାସ୍ଥଳରୁ ୧୮ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବାବେଳେ  ସେମାନଙ୍କ ନିକଟରୁ ୫୧ ହଜାର ୬୩୦ଟଙ୍କା, ୩ ସେଟ୍‌ ତାସ ଓ କାଲକୁଲେଟର ଜବତ କରାଯାଇଛି। 

ମରଣଜନ୍ତା ପାଲଟିଛି ରାଜଧାନୀ ରାସ୍ତା:ଖାଲ ପାଇଁ ଗଲା ୨ ଜୀବନ, ୩ ଆହତ

ମରଣଜନ୍ତା ପାଲଟିଛି ରାଜଧାନୀ ରାସ୍ତା:ଖାଲ ପାଇଁ ଗଲା ୨ ଜୀବନ, ୩ ଆହତ

ଭୁବନେଶ୍ୱର,୧୬-୧୦(ବ୍ୟୁରୋ)- ଭୁବନେଶ୍ୱରରେ ଏବେ ଅଣ୍ଡରଗ୍ରାଉଣ୍ଡ୍‌ କେବୁଲ ବିଛା ଚାଲିଛି। ଏଥିପାଇଁ ରାଜଧାନୀର ବିଭିନ୍ନ ରାସ୍ତାକୁ ଖୋଲି ଦିଆଯିବା ପରେ ଭଲ ଭାବେ ପୋତା ଯାଉନି। କାମ ସରିଯିବା ପରେ ଠିକାଦାର ମରାମତିର ନାଁ ଗନ୍ଧ ଧରୁନି। ଫଳରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। 

ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ସେବା

ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ସେବା

ଭୁବନେଶ୍ୱର, ୧୬-୧୦(ବ୍ୟୁରୋ)- ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଧାସଳଖ ଦୁବାଇକୁ ବିମାନ ସେବା ଆରମ୍ଭ ହେବ। ବିମାନ ଉଡ଼ାଣକାରୀ ସଂସ୍ଥା ଇଣ୍ଡିଗୋ ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ଆସନ୍ତା ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି।

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ)- କିନ୍ନରଙ୍କୁ ସମାଜରେ ଅଧିକ ଗ୍ରହଣୀୟ କରାଇବା ଏବଂ ସମାଜସେବାରେ ସେମାନଙ୍କୁ ସାମିଲ କରାଇବା ପାଇଁ କିସ୍‌, ଅଜିମ୍‌ ପ୍ରେମଜୀ ଫିଲାନ୍‌ଥ୍ରୋପିକ ଇନିସିଏଟିଭ୍‌ ଓ ସଖା ମିଳିତ ଭାବେ ପ୍ରୟାସ ଆରମ୍ଭ କରିଛି। 

ଭିଡ଼ ଅସମ୍ଭାଳ ଷଷ୍ଠୀରୁ ପରିସ୍ଥିତି ଅଣାୟତ୍ତ

ଭିଡ଼ ଅସମ୍ଭାଳ ଷଷ୍ଠୀରୁ ପରିସ୍ଥିତି ଅଣାୟତ୍ତ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ରାଜଧାନୀରେ ଅସମ୍ଭାଳ ହୋଇପଡ଼ିଛି ଟ୍ରାଫିକ୍‌ ଜାମ୍‌। ପୂଜା ଆରମ୍ଭରୁ  ଭୁବନେଶ୍ୱରରେ ରାସ୍ତା ଜାମ୍‌ ମୁଣ୍ଡବ୍ୟଥା ସୃଷ୍ଟି କରିଛି। ୫ ମିନିଟ୍‌ର ରାସ୍ତା ଅତିକ୍ରମ କରିବାକୁ ଲାଗିଯାଉଛି ଅଧଘଣ୍ଟା। ସୋମବାର ମହାଷଷ୍ଠୀରୁ ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ ହୋଇପଡ଼ିଛି। 

ସରିଲା ଷଷ୍ଠୀ ପୂଜା ଆଜିଠୁ ମଣ୍ଡପରେ ମା’ଙ୍କ ଦର୍ଶନ

ସରିଲା ଷଷ୍ଠୀ ପୂଜା ଆଜିଠୁ ମଣ୍ଡପରେ ମା’ଙ୍କ ଦର୍ଶନ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ଧରାବତରଣ କରିଛନ୍ତି ମା’ ମହିଷମର୍ଦ୍ଦିନୀ। ସମସ୍ତ ମଣ୍ଡପରେ ଆରମ୍ଭ ହୋଇଯାଇଛି ମା’ଙ୍କ ପୂଜା। ସୋମବାର ରୀତିନୀତିରେ ଷଷ୍ଠୀ ପୂଜା ସମ୍ପନ୍ନ ହୋଇଥିବା ବେଳେ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା ବିଲ୍ବାଧିବାସ। ଅପରାହ୍ନରେ ଷଷ୍ଠାଦି କର୍ମ କରାଯାଇଥିଲା।

ଓଡ଼ିଶାରେ ଚଳଚ୍ଚିତ୍ର ଅଭିଲେଖାଗାର ପାଇଁ ପ୍ରସ୍ତାବ - ସଂରକ୍ଷଣ ହୋଇପାରୁନି ୯୦ ପ୍ରତିଶତ ଫିଲ୍ମ

ଓଡ଼ିଶାରେ ଚଳଚ୍ଚିତ୍ର ଅଭିଲେଖାଗାର ପାଇଁ ପ୍ରସ୍ତାବ - ସଂରକ୍ଷଣ ହୋଇପାରୁନି ୯୦ ପ୍ରତିଶତ ଫିଲ୍ମ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ଭାରତରେ ଫିଲ୍ମକୁ ଏକ କଳା ଭାବେ ପରିଗଣିତ କରାଯାଉନି। ଫିଲ୍ମ କହିଲେ ଲୋକେ କେବଳ ବଲିଉଡ୍‌କୁ ବୁଝୁଛନ୍ତି। ଦେଶରେ ୧୦ ବଡ଼ ବଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ରହିଛି ଓ ବର୍ଷକୁ ହଜାର ହଜାର ଫିଲ୍ମ ତିଆରି ହେଉଛି। 

୨୦ଜଣଙ୍କୁ ‘ଓଡ଼ିଶା ଉତ୍କର୍ଷ ସମ୍ମାନ’

୨୦ଜଣଙ୍କୁ ‘ଓଡ଼ିଶା ଉତ୍କର୍ଷ ସମ୍ମାନ’

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ଓଡ଼ିଆ ମିଡିଆ ପକ୍ଷରୁ ପ୍ରଥମ ଥର ପାଇଁ ସୋମବାର ରବୀନ୍ଦ୍ର ମଣ୍ଡପଠାରେ ‘ଓଡ଼ିଶା ଉତ୍କର୍ଷ ସମ୍ମାନ ୨୦୧୮’(ଓଡ଼ିଶା ଏକ୍ସିଲେନ୍ସ ଆଓ୍ବାର୍ଡ) ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସମାଜର ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ଅବଦାନ ରଖୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଭଳି ପ୍ରୟାସ ବାସ୍ତବରେ ସ୍ବାଗତଯୋଗ୍ୟ ବୋଲି ସେ ମତ ଦେଇଥିଲେ।

ଆସୁଛନ୍ତି ମା’: ଝୁମ୍ପୁରା ଚଳଚଞ୍ଚଳ

ଆସୁଛନ୍ତି ମା’: ଝୁମ୍ପୁରା ଚଳଚଞ୍ଚଳ

ଝୁମ୍ପୁରା, ୧୬।୧୦(ଡି.ଏନ.ଏ.): ଆସୁଛନ୍ତି  ମା’। ଏ ନେଇ ଝୁମ୍ପୁରା ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ମଙ୍ଗଳବାର ମା’ଙ୍କର ମହାସପ୍ତମୀ ସହ ପଣାପୂଜା ହେବ। ସେଠାରେ ଆଖୁ ବଳିର ପରମ୍ପରା ନିଆରା। ମା’ଙ୍କର ପୂଜା ଝୁମ୍ପୁରା ବଜାରରେ ଅନୁଷ୍ଠିତ ହୋଇ ଆସୁଛି। 

ବୈତରଣୀ ସେତୁ ଦୁର୍ବଳ: ବିପଦ ମୁହଁରେ ଜୀବନ

ବୈତରଣୀ ସେତୁ ଦୁର୍ବଳ: ବିପଦ ମୁହଁରେ ଜୀବନ

ଆନନ୍ଦପୁର,୧୬।୧୦(ସ୍ବ.ପ୍ର.): ଆନନ୍ଦପୁରର ବୈତରଣୀ ସେତୁ ୪ ମାସ ହେଲା ବିପଦସଙ୍କୁଳ ଅବସ୍ଥାରେ ରହିଛି। ସେତୁର ଗୋଟିଏ ପାର୍ଶ୍ୱର ପିଲାରରୁ ବ୍ୟରିଂ ଖସିବା ପରେ  ଗୋଟିଏ ସ୍ପାନ୍‌ ଦବି ଯାଇଛି। ଘଟଣା ସମ୍ପର୍କରେ ବିଭାଗୀୟ ଉଚ୍ଚ ପଦାଧିକାରୀ  ସେତୁର ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ସେତୁ ପ୍ରତି ବିପଦ ରହିଥିବା ଅନୁଭବ କରିଥିଲେ। 

ରିଲିଫ ଅର୍ଥ ହଡ଼ପ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ରିଲିଫ ଅର୍ଥ ହଡ଼ପ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ଭଦ୍ରକ ଅଫିସ,୧୬।୧୦-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଦୈସିଂ ପଞ୍ଚାୟତର ୪ ନମ୍ବର ୱାର୍ଡର କୁସୁନନଗର ଓ ତେଲିସାହିର ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିବା ରିଲିଫ ଟଙ୍କାକୁ ଗଁାର କେତେକ ନେତା ହଡ଼ପ କରିନେଇଥିବା ସୋମବାର ହିତାଧିକାରୀମାନେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। 

‘ପଟ୍ଟା ନାହିଁ ତ ଭୋଟ ନାହିଁ ’

‘ପଟ୍ଟା ନାହିଁ ତ ଭୋଟ ନାହିଁ ’

ବାରିପଦା ଅଫିସ,୧୬।୧୦- ଆସନ୍ତା ୨୧ ତାରିଖରେ ବାରିପଦାସ୍ଥିତ ଛଉପଡ଼ିଆଠାରେ ହେବାକୁ ଥିବା  ଦୁର୍ନୀତି ଭ୍ରଷ୍ଟାଚାର ବିରୋଧି ମହାସମାବେଶକୁ ସଫଳ କରିବା ପାଇଁ ବାରିପଦା ପୌରାଞ୍ଚଳ ପଟ୍ଟା ବିହୀନ ବାସିନ୍ଦା ସଂଘ ପକ୍ଷରୁ ପାଲବଣିଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।