ରାଜ୍ୟ | ଅନଗୁଳ-ଢେଙ୍କାନାଳ

ମୂର୍ତ୍ତି ବିସର୍ଜନବେଳେ ଛାତ୍ର ମୃତ ଘଟଣା: କ୍ଷତିପୂରଣ ଦାବିରେ ସ୍କୁଲ ଫାଟକରେ ତାଲା

ମୂର୍ତ୍ତି ବିସର୍ଜନବେଳେ ଛାତ୍ର ମୃତ ଘଟଣା: କ୍ଷତିପୂରଣ ଦାବିରେ ସ୍କୁଲ ଫାଟକରେ ତାଲା
ଛେଣ୍ଡିପଦା, ୧୭ା୯(ଡି.ଏନ.ଏ.)- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ନିଶା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଚନ୍ଦନ ପରିଡାଙ୍କ ପୋଖରୀରେ ବୁଡ଼ି ରବିବାର ମୃତ୍ୟୁ ଘଟଣାକୁ ନେଇ ସୋମବାର ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ମୃତ ଛାତ୍ରଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଗ୍ରାମବାସୀ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଗ୍ରାମ ସଭାପତି ବିଶ୍ୱନାଥ ସିଂଙ୍କ ଆହ୍ବାନରେ ତଥା ସ୍କୁଲ ପରିଚାଳନା କମିଟି ସଭାପତି ବିକଳ ପରିଡାଙ୍କ ନେତୃତ୍ୱରେ ଏ ନେଇ ଏକ ବୈଠକ ବସିଥିଲା। ସ୍କୁଲ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଦୁଇ ସହକାରୀ ଶିକ୍ଷକଙ୍କ ଦାୟିତ୍ୱ ହୀନତା ଯୋଗୁ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବୈଠକରେ ଅଭିଯୋଗ ହୋଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଶିକ୍ଷା ଅଧିକାରୀ କେବଳ ପ୍ରଧାନ ଶିକ୍ଷକ ଓ ଜଣେ ଠିକା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁ ଏଥିରେ ସମ୍ପୃକ୍ତ ଅନ୍ୟ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ବାବଦରେ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ଏହାସହ ଗତ ଗୁରୁବାର ଗଣେଶ ପୂଜା ଥିବାବେଳେ ରବିବାର ଛୁଟି ଦିନରେ କାହିଁକି ଛାତ୍ରୀଛାତ୍ରଙ୍କୁ ଡକାଯାଇ ଭସାଣି କରାଯାଇଥିଲା ତାହାର ତଦନ୍ତ କରାଯିବାକୁ ଦାବି ହୋଇଛି। ଏ ଦିଗରେ ଟାଳଟୁନୀତି ଅବଲମ୍ବନ କରାଗଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖାଯିବ ବୋଲି ଶିକ୍ଷା ବିଭାଗ ଏବଂ ଅନୁଗୋଳ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଖବରପାଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶରତଚନ୍ଦ୍ର ଗଡନାୟକ ଏବଂ ବିଭାଗୀୟ କର୍ମଚାରୀ ମାନେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ। ଏ ଦିଗରେ ପଦକ୍ଷେପ ନିଆଯିବାକୁ  ଭାଜପା ଜିଲା ସମ୍ପାଦକ ବିଜୟ କୁମାର ମାଝି ଦାବି କରିଛନ୍ତି।
All Right Reserved By

ରାଜ୍ୟ | ଅନଗୁଳ-ଢେଙ୍କାନାଳ

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ

ଝାରସୁଗୁଡା ଅଫିସ,୧୮।୧୨: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ ଉଷାରାଣୀ ଦାଶ ମଙ୍ଗଳବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବିଲ୍‌ ପାସ୍‌ କରାଇଦେବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।

ହାଇକୋର୍ଟ ସ୍ଥାୟୀ ପ୍ରତିଷ୍ଠା ଦାବିରେ ନବରଙ୍ଗପୁର ଜିଲା ବନ୍ଦ ଡାକରା

ହାଇକୋର୍ଟ ସ୍ଥାୟୀ ପ୍ରତିଷ୍ଠା ଦାବିରେ ନବରଙ୍ଗପୁର ଜିଲା ବନ୍ଦ ଡାକରା

ଝରିଗାଁ, ୧୮।୧୨(ସ୍ବ.ପ୍ର)- ଅଭିଭକ୍ତ କୋରାପୁଟ ଜିଲାରେ ହାଇକୋର୍ଟ ସ୍ଥାୟୀ ପ୍ରତିଷ୍ଠା ଦାବି ନେଇ ନବରଙ୍ଗପୁର ଜିଲା ବନ୍ଦ ଡାକରା ଦିଆଯାଇଛି। ଝରିଗାଁ ବ୍ଲକ ସଦର ମହକୁମାଠାରେ ସ୍ଥାନୀୟ ଆଇନଜୀବୀମାନଙ୍କ ଦ୍ୱାରା ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି।

ପାଚିଲା ଧାନ ଉପରେ ପେଥାଇ ମାଡ: ଚିନ୍ତାରେ ଚାଷୀ

ପାଚିଲା ଧାନ ଉପରେ ପେଥାଇ ମାଡ: ଚିନ୍ତାରେ ଚାଷୀ

ଛେଣ୍ଡିପଦା,୧୮।୧୨(ଡି.ଏନ.ଏ)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଦୁଇ ଦିନ ଧରି ପେଥାଇ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଲାଗି ରହିଛି। ଦିନରାତି ଝିପିଝିପି ଲାଗି ରହିଛି। ଏହାଦ୍ୱାରା ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି। ବିଶେଷ କରି ଏହି ବର୍ଷା ପ୍ରଭାବରେ ଚାଷୀକୁଳ କ୍ଷତିଗ୍ରସ୍ତ ହୋଇଛନ୍ତି। 

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ କୋରାପୁଟ ଜିଲା ବନ୍ଦ

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ କୋରାପୁଟ ଜିଲା ବନ୍ଦ

କୋରାପୁଟ, ୧୮।୧୨(ସ୍ବ.ପ୍ର): ଦୀର୍ଘ ୧୫ ଦିନ ହେବ କାର୍ଯ୍ୟ ବନ୍ଦ କରିଥିବା ଆଇନଜୀବୀମାନେ ମଙ୍ଗଳବାର ଅଭିଭକ୍ତ କୋରାପୁଟ ଜିଲା ବନ୍ଦ ଡାକରା ଦେଇଛନ୍ତି।

ପୁରୁଷ ହକି ବିଶ୍ୱକପ୍‌ର ସଫଳ ଆୟୋଜନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୁରୁଷ ହକି ବିଶ୍ୱକପ୍‌ର ସଫଳ ଆୟୋଜନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ଓଡ଼ିଶା ସରକାର ସଫଳତାର ସହ ପୁରୁଷ ହକି ବିଶ୍ୱକପ୍‌କୁ ଆୟୋଜନ କରିଛନ୍ତି। ଏହି କାରଣରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

ହୃଦ୍‌ରୋଗ ପୀଡ଼ିତ ଶିଶୁଙ୍କୁ ଭେଟିଲେ ନବୀନ

ହୃଦ୍‌ରୋଗ ପୀଡ଼ିତ ଶିଶୁଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହମ୍ମଦାବାଦସ୍ଥିତ ସତ୍ୟସାଇ ହାର୍ଟ ହସ୍ପିଟାଲରେ ସୋମବାର ହୃଦ୍‌ରୋଗ ପୀଡ଼ିତ ଶିଶୁଙ୍କୁ ଭେଟିଛନ୍ତି।

ରାଜ୍ୟରେ ୫ବର୍ଷରେ ମଲେଣି ୩୫୩ ହାତୀ

ରାଜ୍ୟରେ ୫ବର୍ଷରେ ମଲେଣି ୩୫୩ ହାତୀ

ଭଞ୍ଜନଗର,୧୮।୧୨(ଡି.ଏନ.ଏ.): ଗଞ୍ଜାମ ଜିଲାରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ରବିବାର ସକାଳେ ଦିଗପହଣ୍ଡି ରେଞ୍ଜରୁ ଏକ ଦନ୍ତାହାତୀର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା। 

ସ୍ଥଳଭାଗ ଛୁଇଁଲା ପେଥାଇ: ଦକ୍ଷିଣ,ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା

ସ୍ଥଳଭାଗ ଛୁଇଁଲା ପେଥାଇ: ଦକ୍ଷିଣ,ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ପେଥାଇ’ ସୋମବାର ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଦେଇ ସ୍ଥଳଭାଗ ଛୁଇଁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟା ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

‘ତିତ୍‌ଲି’ ସହାୟତା ଦେଲା କେନ୍ଦ୍ର:ମିଳିଲା ୧୦୨୩  କୋଟି

‘ତିତ୍‌ଲି’ ସହାୟତା ଦେଲା କେନ୍ଦ୍ର:ମିଳିଲା ୧୦୨୩ କୋଟି

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ତିତ୍‌ଲି କ୍ଷୟକ୍ଷତି ଭରଣା ପାଇଁ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏନ୍‌ଡିଆର୍‌ଏଫ୍‌)ରୁ ଓଡ଼ିଶାକୁ ୧୦୨୩.୫୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ତିତ୍‌ଲିରେ ହୋଇଥିବା କ୍ଷୟକ୍ଷତି ଆକଳନ କରି ଭରଣା ପାଇଁ ୨୦୨୩.୨୩ କୋଟି ଟଙ୍କାର ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ମାତ୍ର କେନ୍ଦ୍ର ସରକାର ଏହାର ଅଧା ସହାୟତା ଅନୁମୋଦନ କରିଛନ୍ତି। 

ନିଖୋଜ ଇଞ୍ଜିନିୟରିଂ ଛାତ୍ରଙ୍କ ପତ୍ତା ମିଳୁନି

ନିଖୋଜ ଇଞ୍ଜିନିୟରିଂ ଛାତ୍ରଙ୍କ ପତ୍ତା ମିଳୁନି

ଘସିପୁରା/ଆନନ୍ଦପୁର, ୧୮।୧୨(ସ୍ବ.ପ୍ର.): ଆନନ୍ଦପୁର ବୈତରଣୀ ବ୍ୟାରେଜ ଘାଟରେ ରବିବାର ସେଲଫି ନେବା ବେଳେ ଗୋଡ଼ ଖସି ନିଖୋଜ ଥିବା ଇଞ୍ଜିନିୟରିଂ ଛାତ୍ରଙ୍କ କୌଣସି ପତ୍ତା ମିଳୁନି। ନିଖୋଜ ଘଟଣାକୁ ଦୁଇ ଦିନ ବିତି ଯାଇଥିଲେ ହେଁ ଆନନ୍ଦପୁର ଓ ଘସିପୁରା ଅଗ୍ନିଶମ କର୍ମଚାରୀଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ଛାତ୍ରଙ୍କ ସନ୍ଧାନ ମିଳିପାରି ନାହିଁ। 

ଡାକ୍ତରଙ୍କ ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା: ରେଲ୍‌ଓ୍ବେ କ୍ବାର୍ଟର୍ସରୁ ମୃତଦେହ ଉଦ୍ଧାର

ଡାକ୍ତରଙ୍କ ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା: ରେଲ୍‌ଓ୍ବେ କ୍ବାର୍ଟର୍ସରୁ ମୃତଦେହ ଉଦ୍ଧାର

ପୁରୀ ଅଫିସ,୧୮ା୧୨:  ରେଲ୍‌ଓ୍ବେ କ୍ବାର୍ଟର୍ସରେ ଜଣେ ଡାକ୍ତରଙ୍କ ସ୍ତ୍ରୀଙ୍କୁ ସୋମବାର ମଧ୍ୟାହ୍ନରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତା ହେଲେ ଡାକ୍ତର ସଞ୍ଜୀବ କୁମାର ସାହୁଙ୍କ ସ୍ତ୍ରୀ ସୁଜାତା ସାହୁ (୪୬)। 

ବର୍ଷା ସାଙ୍ଗକୁ କୋହଲା ପାଗ

ବର୍ଷା ସାଙ୍ଗକୁ କୋହଲା ପାଗ

କେନ୍ଦୁଝର, ୧୮ା୧୨(ସ୍ବ.ପ୍ର.): ସାମଦ୍ରିକ ଝଡ଼ ପେଥାଇର ପ୍ରଭାବରେ କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ କୋହଲା ପାଗ ରହିଛି। ଜନଜୀବନ ବ୍ୟତିବ୍ୟସ୍ତ ହୋଇ ପଡ଼ିଛି। ରବିବାର ରାତିରୁ ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ଆରମ୍ଭ ହୋଇଥିଲା। ସୋମବାର ତାହା ଜାରି ରହିଛି। ହଠାତ ବର୍ଷା ଓ କୋହଲା ପାଗ ଯୋଗୁଁ ରାସ୍ତା ଘାଟରେ ଲୋକଙ୍କ ଯାତାୟାତ କମିଛି। ଶୀତ ଅନୁଭୂତ ହେଉଛି।