ରାଜ୍ୟ | ଅନଗୁଳ-ଢେଙ୍କାନାଳ

ସଞ୍ଜୀବ କିଶୋର ଏନ୍‌ଟିପିସି ନିର୍ବାହୀ ନିର୍ଦ୍ଦେଶକ

ସଞ୍ଜୀବ କିଶୋର ଏନ୍‌ଟିପିସି ନିର୍ବାହୀ ନିର୍ଦ୍ଦେଶକ
ତାଳଚେର,୧୭।୯(ନି.ପ୍ର)- କଣିହାଁ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ନୂତନ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଭାବେ ସଞ୍ଜୀବ କିଶୋର ସୋମବାର  ଯୋଗଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ କୁଡଗି ସୁପର ଥର୍ମାଲ ପାଓ୍ବାର ଷ୍ଟେଶନରେ କାର୍ଯ୍ୟ କରୁଥିଲେ। ୧୯୮୪ରେ ସଞ୍ଜୀବ ଏକଜ୍ୟୁକୁଟିଭ୍‌ ଟ୍ରେନି ଭାବେ ଏନ୍‌ଟିପିସିରେ ଯୋଗଦେଇଥିଲେ।  
All Right Reserved By

ରାଜ୍ୟ | ଅନଗୁଳ-ଢେଙ୍କାନାଳ

ପାରାଦେହରେ ସ୍ବସ୍ଥାନକୁ ଫେରିଲେ ମା’ ଖିଲାମୁଣ୍ଡା

ପାରାଦେହରେ ସ୍ବସ୍ଥାନକୁ ଫେରିଲେ ମା’ ଖିଲାମୁଣ୍ଡା

ରଣପୁର,୨୨ା୧୦-(ସ୍ବ.ପ୍ର)-ନୟାଗଡ଼ ଜିଲା ରଣପୁର ମାଳ ଜଙ୍ଗଲ ଭିତରେ ସ୍ଥାନୀୟ ଆରାଧ୍ୟା ଦେବୀ ମା’ ଖିଲାମୁଣ୍ଡା ଅବସ୍ଥାନ କରନ୍ତି। ତେବେ ରଣପୁର ରାଜାଙ୍କ ନିମନ୍ତ୍ରଣରେ ଦ୍ୱିତୀୟା ଓଷାଠାରୁ ଷୋଳପୂଜା ପାଇଁ ରଣପୁର ରାଜନଅରରେ ପହଞ୍ଚତ୍ ପୂଜା ପାଉଥିଲେ ମା’। ରାଆଁରାଳ ଘଞ୍ଚ ଜଙ୍ଗଲ ମଧ୍ୟରୁ ଏକ କାଠି ସାହାଯ୍ୟରେ ମା’ ଏଠାକୁ ଆସିଥାନ୍ତି । ଭକ୍ତମାନେ ଦଶହରା ପଡିଆରେ ୭ ଥର ତୋପ ସଲାମି କରି ମା’ଙ୍କୁ ଦଶହରାରେ ବିଦାୟ ଦେଇଥାନ୍ତିି ଏବଂ ମା’ ଖିଲାମୁଣ୍ଡା ଏକ ପାରା ଦେହରେ ସ୍ବସ୍ଥାନକୁ  ଫେରିଯାନ୍ତି।

୧୦ ବର୍ଷ ହେଲା କାର୍ଯ୍ୟକ୍ଷମ ହେଉନି କାଶୀପୁର ସବ୍‌ଜେଲ୍‌

୧୦ ବର୍ଷ ହେଲା କାର୍ଯ୍ୟକ୍ଷମ ହେଉନି କାଶୀପୁର ସବ୍‌ଜେଲ୍‌

ରାୟଗଡା ଅଫିସ୍‌, ୨୨।୧୦- ରାୟଗଡା ଜିଲାରେ ଦିନକୁ ଦିନ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଉଛି  ଏହାକୁ ଦୃଷ୍ଟିରେ ରଖି ୨୦୦୮ରେ ରାୟଗଡା ଜିଲାର କାଶୀପୁରଠାରେ ଏକ ସବ୍‌ଜେଲ୍‌ ନିର୍ମାଣ କରାଯାଇଥିଲା  ଇତିମଧ୍ୟରେ ୧୦ ବର୍ଷ ବିତିଲାଣି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଜେଲ୍‌ କାର୍ଯ୍ୟକ୍ଷମ ହୋଇପାରୁନାହିଁ  ପୋଲିସ ହାଉସିଂ ବୋର୍ଡ ନିଗମଃ ପ୍ରାୟ ୩ କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯାଇଥିଲା   ୨୦୧୩ ରେ ଜେଲ୍‌ ବିଭାଗକୁ ଏହା ହସ୍ତାନ୍ତର କରାଯାଇଛିି । ହେଲେ ଉକ୍ତ ସବ୍‌ଜେଲ୍‌ଟି ହସ୍ତାନ୍ତର ହେବାର ଦୀର୍ଘ ୫ବର୍ଷ ବିତିଯାଇଥିଲେ ବି ଏହା   ଉଦ୍‌ଘାଟନ ହୋଇପାରିନାହିଁ  

ଉଜୁଡ଼ା ଘର ସଜାଡ଼ିବାରେ ବ୍ୟସ୍ତ ନାଉଡ଼ାବାସୀ

ଉଜୁଡ଼ା ଘର ସଜାଡ଼ିବାରେ ବ୍ୟସ୍ତ ନାଉଡ଼ାବାସୀ

ଗୁଣପୁର,୨୨।୧୦(ଡି.ଏନ.ଏ)-ସାମୁଦ୍ରିକ ଝଡ଼ ତିତ୍‌ଲି ଆଣି ଦେଇଥିଲା ଲୋକଙ୍କୁ ଅନେକ ଦୁଃଖ ଏବଂ ଦୁର୍ଦ୍ଦଶା  ବର୍ତ୍ତମାନ ସୁଦ୍ଧା ଅନେକ ଗ୍ରାମକୁ  ପାନୀୟ ଏବଂ ବିଦ୍ୟୁତ୍‌ ସେବା ସ୍ବାଭାବିକ ହୋଇପାରିନାହିଁ । ଯୁଦ୍ଧକାଳୀନ ଭିତ୍ତିରେ ଅନେକ ଗ୍ରାମରେ କାର୍ଯ୍ୟ ଚାଲୁ ରହିଥିଲେ ମଧ୍ୟ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି  ଏବେ କିଏ ନିଜ ଉଜଡା ଘର ତ ଆଉ କିଏ ନିଜ ଭଙ୍ଗା ଘର ସଜାଡିବାରେ ବ୍ୟସ୍ତ  ଇତିମଧ୍ୟରେ ୧୦ ଦିନ ବିତିଯାଇଥିଲେ ମଧ୍ୟ ସମସ୍ୟା ସୁଧୁରୁନି  ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୁଣପୁର ବ୍ଲକର ନାଉଡା ଗ୍ରାମରେ  

ବଦଳୁନି ପାତାଳି ଶ୍ରୀକ୍ଷେତ୍ର ରାସ୍ତାର ଅବସ୍ଥା

ବଦଳୁନି ପାତାଳି ଶ୍ରୀକ୍ଷେତ୍ର ରାସ୍ତାର ଅବସ୍ଥା

ସୋନପୁର,୨୨।୧୦(ନି.ପ୍ର.)
ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଳକର ପ୍ରସିଦ୍ଧ ପୀଠ ପାତାଳି ଶ୍ରୀକ୍ଷେତ୍ର ଓ ଠେଙ୍ଗୋ ଡ୍ୟାମକୁ ରାସ୍ତା ମରଣଯନ୍ତା ପାଲଟିଛି। ମରାମତି ଅଭାବରୁ ଧର୍ମଶାଳା ଛକରୁ ପୀଠକୁ ଯାଇଥିବା ୨୭କିଲୋମିଟର ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ରାସ୍ତାରୁ ମେଟାଲ, ପିଚୁ ଉଠି ଗଲାଣି। ପର୍ଯ୍ୟଟକଙ୍କ ଗାଡି ରାସ୍ତାରେ ଫସି ରହୁଛି। ଶ୍ରଦ୍ଧାଳୁମାନେ ଦୁରଦୂରାନ୍ତରୁ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଆସି ହୀନସ୍ତା ହେଉଛନ୍ତି। 

ପୁଣି ମଣିଷ ମାରିଲା ସୁନ୍ଦରୀ

ପୁଣି ମଣିଷ ମାରିଲା ସୁନ୍ଦରୀ

ସାତକୋଶିଆରେ ପୁଣି ମଣିଷ ମାରିଛି ବାନ୍ଧବଗଡ଼ର ବାଘୁଣୀ ସୁନ୍ଦରୀ। ରବିବାର ସକାଳେ ଚାଷ ପାଇଁ ଯାଇଥିବା ଅନୁଗୋଳ ଜିଲା ପମ୍ପାସର ରେଞ୍ଜ ଟାଇଁସି ଗ୍ରାମର ତ୍ରିନାଥ ସାହୁ (୬୦)ଙ୍କ ଜୀବନ ନେଇଛି ସୁନ୍ଦରୀ। ଅନ୍ୟ ଦୁଇଜଣଙ୍କୁ ଆହତ ମଧ୍ୟ କରିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। 

ପୂର୍ବ ଭୁଲର ହେଲା ପୁନରାବୃତ୍ତି

ପୂର୍ବ ଭୁଲର ହେଲା ପୁନରାବୃତ୍ତି

ବନ୍ତଳା/ଅନୁଗୋଳ ଅଫିସ,୨୨ା୧୦(ଡି.ଏନ.ଏ.)
ଦୁଇ ଦୁଇ ଜଣଙ୍କ ଜୀବନ ନେଇଥିବା ବାଘୁଣୀ ସୁନ୍ଦରୀକୁ ଜଗିବାରେ ବନ ବିଭାଗ ସମ୍ପୂର୍ଣ୍ଣ ଅକ୍ଷମ। ରବିବାର ଟାଇଁସି ଗ୍ରାମର ଚାଷୀ ତ୍ରିନାଥ ସାହୁଙ୍କ ମୃତ୍ୟୁ ଘଟଣା ପରେ ବନ ବିଭାଗର ଏହି ଅପାରଗତା ଓ ବିଫଳତା ପଦାକୁ ଆସିଥିବା ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ କେବଳ ଅଭୟାରଣ୍ୟବାସୀ ନୁହନ୍ତି ବରଂ ଜିଲାର କୋଣ ଅନୁକୋଣରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବନ ବିଭାଗ ଲୋକଙ୍କ ସୁରକ୍ଷା ନେଇ ଯେଉଁ ବଡ଼ ବଡ଼ କଥା କହୁଛି ତାହା ଯେ ଧୂଅଁାବାଣ ସେ ନେଇ ଆଲୋଚନା ଜୋର୍‌ ଧରିଛି। 

ଶହୀଦ ସଞ୍ଜୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଶହୀଦ ସଞ୍ଜୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଭଞ୍ଜନଗର,୨୨।୧୦(ଡି.ଏନ.ଏ.)-ଶହୀଦ୍‌ ଯବାନ ଓ ପୋଲିସ କର୍ମଚାରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅକ୍ଟୋବର ୨୧ ତାରିଖକୁ ପୋଲିସ ଶହୀଦ୍‌ ଦିବସ ଭାବେ ପାଳନ କରାଯାଉଛି। ଶହୀଦ ଏସ୍‌ଓଜି ଯବାନ ସଞ୍ଜୟ କୁମାର ପ୍ରଧାନଙ୍କ ଉଦ୍ଦେଶ୍ୟରେ  ରବିବାର ସେ ପଢ଼ୁଥିବା ହାଇସ୍କୁଲରେ ଭଞ୍ଜନଗର ଉପଖଣ୍ଡ ପୋଲିସ ପକ୍ଷରୁ ସ୍ମୃତିସଭା ହୋଇଥିଲା। ସେହିଭଳି ସିଆରପିଏଫ୍‌ ୧୨୭ ବାଟାଲିୟନ ଭଞ୍ଜନଗର ପକ୍ଷରୁ ସ୍ଥାନୀୟ କ୍ୟାମ୍ପରେ ଶହୀଦ୍‌ ଗୋବିନ୍ଦ ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶହୀଦ୍‌ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବ୍ଲକ ଜିଲୁଣ୍ଡି ହାଇସ୍କୁଲରେ ଶହୀଦ୍‌ ସଞ୍ଜୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ସ୍ମୃତିସଭା ହୋଇଥିଲା। ଏଥିରେ ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶହୀଦ୍‌ ସଞ୍ଜୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ।

ନୂଆପଡ଼ା ଗ୍ରାମରେ ଅଗ୍ନିକାଣ୍ଡ, ୨ ପରିବାର କ୍ଷତିଗ୍ରସ୍ତ

ନୂଆପଡ଼ା ଗ୍ରାମରେ ଅଗ୍ନିକାଣ୍ଡ, ୨ ପରିବାର କ୍ଷତିଗ୍ରସ୍ତ

ଚିକିଟି,୨୨ା୧୦(ଡି.ଏନ୍‌.ଏ.): ଚିକିଟି ବ୍ଲକ ବି.ନୂଆପଡ଼ା ଗ୍ରାମରେ ରବିବାର ସକାଳ ଅଗ୍ନିକାଣ୍ଡ ଘଟି ୨ ପରିବାରର ୨ ବଖରା  ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଏଥିରେ ଓଲ୍‌ ବୁନା, ଏନ୍‌ ଭାଲୁ କ୍ଷତିଗ୍ରସ୍ତ ହୋଇଛନ୍ତି। ଘରେ ଥିବା ଆସବାବ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମବାସୀ ସଙ୍ଗେ ସଙ୍ଗେ ଚକିଟି ଓ ଦିଗପହଣ୍ଡି ଦମକଳବାହୀନିକୁ ଜଣାଇଥିଲେ କିନ୍ତୁ ନ ଆସିବାରୁ ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିଲେ।  ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଭାଜପା ବରିଷ୍ଠ ନେତା ପ୍ରଶାନ୍ତ ଜାହ୍ନି ଦାବି କରିଛନ୍ତି।

କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ହାଇଡ୍ରାମା: ପ୍ରେମିକାଙ୍କୁ ନେଇ ସ୍ବାମୀ-ସ୍ତ୍ରୀ ହାତାହାତି

କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ହାଇଡ୍ରାମା: ପ୍ରେମିକାଙ୍କୁ ନେଇ ସ୍ବାମୀ-ସ୍ତ୍ରୀ ହାତାହାତି

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ)- ପରକୀୟା ପ୍ରୀତିକୁ କେନ୍ଦ୍ରକରି ରବିବାର ଅପରାହ୍ନରେ କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି।

ଜିଲାସ୍ତରୀୟ ପୋଲିସ ଶହୀଦ ଦିବସ

ଜିଲାସ୍ତରୀୟ ପୋଲିସ ଶହୀଦ ଦିବସ

ଛତ୍ରପୁର,୨୨ା୧୦(ଡି.ଏନ.ଏ)-ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ରବିବାର ଛତ୍ରପୁର ଠାରେ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଛତ୍ରପୁରସ୍ଥିତ ରିଜର୍ଭ ପୋଲିସ ପଡିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ଯୋଗଦେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବାର୍ତ୍ତା ପାଠ କରିଥିଲେ।  ପରେ ଅନୁଷ୍ଠିତ ପରେଡରେ ଏସପି ଅଭିବାଦନ ଗ୍ରହଣ କରିଥିଲେ। ଭାରତରେ ଚଳିତ ବର୍ଷ ଶହୀଦ ହୋଇଥିବା ୪୧୪ ଶହୀଦଙ୍କ ନାଁ ଏସପି ପାଠ କରିଥିଲେ। 

କମୁଛି ଚିଲିକା ମାଛ ଉତ୍ପାଦନ: ଅନ୍ତର୍ଜାତୀୟ ବଜାରକୁ ରପ୍ତାନି ବଢ଼ାଉଛି ଦର

କମୁଛି ଚିଲିକା ମାଛ ଉତ୍ପାଦନ: ଅନ୍ତର୍ଜାତୀୟ ବଜାରକୁ ରପ୍ତାନି ବଢ଼ାଉଛି ଦର

ଖୋର୍ଦ୍ଧା ଅଫିସ,୨୨।୧୦: ସରୁଜାଲ ପକାଇ ସବୁବେଳେ ମାଛ ଯାଅଁାଳ ଧରିବା ଦ୍ୱାରା ଚିଲିକାରେ ମାଛ, ଚିଙ୍ଗୁଡି ଓ କଙ୍କଡା ଉତ୍ପାଦନ କମିବାରେ ଲାଗିଛି। ଫଳରେ ସମୁଦ୍ରରୁ ଆସୁଥିବା ମାଛ ଚିଲିକାକୁ ନ ଆସି  ମୁହାଣ ନିକଟରେ ଅଟକି ରହି ଯାଉଛନ୍ତି।

ପୁରୀ ସରକାରୀ ମେଡିକାଲ କଲେଜ: ଆସନ୍ତା ଶିକ୍ଷାବର୍ଷରୁ ପାଠପଢ଼ା ହେବାନେଇ ଅନିଶ୍ଚିତତା

ପୁରୀ ସରକାରୀ ମେଡିକାଲ କଲେଜ: ଆସନ୍ତା ଶିକ୍ଷାବର୍ଷରୁ ପାଠପଢ଼ା ହେବାନେଇ ଅନିଶ୍ଚିତତା

ପୁରୀ ଅଫିସ,୨୨।୧୦ : ପୁରୀ ସରକାରୀ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବାନେଇ ସମୟ ଗଡ଼ି ଚାଲିଛି। ନିର୍ମାଣ କାର୍ଯ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇ ନ ଥିବାବେଳେ ଆହୁରି ୨୦ ପ୍ରତିଶତ ବାକି ରହିଛି।