ରାଜ୍ୟ |

ଡାକ୍ତରଙ୍କୁ ମାଡମରା ଘଟଣାରେ ୬ ଗିରଫ

ଡାକ୍ତରଙ୍କୁ ମାଡମରା ଘଟଣାରେ ୬ ଗିରଫ
ଖୋର୍ଦ୍ଧା ଅଫିସ,୧୭।୯: ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ  ଡାକ୍ତରଙ୍କୁ ମାଡମରା ଘଟଣାରେ ସୋମବାର ବାଣପୁର ଥାନା ପୋଲିସ ଅଟକ ରଖିଥିବା ୬ ଜଣକୁ ଗିରଫ କରିଛି । ସେମାନେ ହେଲେ କେଶପୁରର ସୁଦର୍ଶନ ପ୍ରଧାନ(୧୯), ଖୁଣ୍ଟପଲ୍ଲୀର ଆଦିତ୍ୟ ନାରାୟଣ ସ୍ବାଇଁ(୨୬), ବିଭୂତି ବେହେରା(୩୪), ସାଗର ବିଶ୍ୱାଳ(୨୪), ଗୋଲଖ ଜେନା(୩୦) ଓ ଚାନ୍ଦପୁର ଥାନା କଟକ ସହରର ମଙ୍ଗୁଳି ପାତ୍ର(୨୨)।
ପ୍ରକାଶ ଯେ, ବିଦ୍ୟୁତ ସଂସ୍ପର୍ଶରେ ଆସି ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବାକୁ ଆସିଥିବା  ଖୁଣ୍ଟପଲ୍ଲୀ ଗଁାର ପ୍ରଶାନ୍ତ ସାହୁ (୨୨) ନାମକ ଯୁବକଙ୍କୁ ଡାକ୍ତର ରବିବାର ମୃତ ଘୋଷଣା କରି ବ୍ୟବଚ୍ଛେଦ ପାଇଁ ପଠାଉଥିଲେ । ହେଲେ ଡାକ୍ତରଙ୍କ ଘୋଷଣାକୁ ଭୁଲ କହି ଜୀବିତ ଲୋକଙ୍କୁ ମୃତ ଘୋଷଣା କରିଥିବା କହି ପାଟିତୁଣ୍ଡ କରାଯାଇଥିଲା ଏପରିକି ଗାଳିଗୁଲଜ କରିବା ସହ  ମୃତ ଘୋଷଣା କରିଥିବା ଡାକ୍ତର ନିରାକାର ପାଲ୍‌ଙ୍କୁ ବାଉଁଶରେ ଗୋଡାଇ ଗୋଡାଇ ପିଟିଥିଲେ। ଅନ୍ୟ ଡାକ୍ତର ଓ କର୍ମଚାରୀଙ୍କୁ ମଧ୍ୟ ମାରପିଟ୍‌ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତଙ୍କୁ ଗିରଫ ଦାବିରେ ମେଡିକାଲ କର୍ମଚାରୀ ଆନ୍ଦୋଳନରେ ବସିଛନ୍ତି।

All Right Reserved By

ରାଜ୍ୟ |

ବାଲୁକା କଳାରେ କପିଲ-ଗିନ୍ନିଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

ବାଲୁକା କଳାରେ କପିଲ-ଗିନ୍ନିଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ ଅଫିସ,୧୨।୧୨: ବିବାହ କରିବାକୁ ଯାଉଛନ୍ତି କମେଡି କିଙ୍ଗ କପିଲ ଶର୍ମା। ଆଜି ପଞ୍ଜାବର ଜଳନ୍ଧରଠାରେ ହିନ୍ଦୁ ଧର୍ମାନୁଯାୟୀ ଏହି ବିବାହ ଅନୁଷ୍ଠିତ ହେବ। ଏହାକୁ ନେଇ କପିଲଙ୍କୁ ଦେଶବିଦେଶର ପ୍ରଶଂସକଙ୍କଠାରୁ ଅଭିନନ୍ଦନ ମିଳୁଥିବା ଦେଖାଯାଉଛି। ଏହି କ୍ରମରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକାକଳା ମାଧ୍ୟମରେ କପିଲ-ଗିନ୍ନିଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି। 

ରାଜ୍ୟ ଚାଷୀଙ୍କ ସମସ୍ୟା ବିଜେଡି ପାଇଁ ମହଙ୍ଗା ପଡିବ: ଭାଜପା

ରାଜ୍ୟ ଚାଷୀଙ୍କ ସମସ୍ୟା ବିଜେଡି ପାଇଁ ମହଙ୍ଗା ପଡିବ: ଭାଜପା

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): କଂଗ୍ରେସକୁ ଅଭିନନ୍ଦନ ଜଣାଇବା ଆଳରେ ଭାଜପାକୁ ଗାଳିଦେବା ପାଇଁ ଯେଉଁ କୃଷକ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠାଇଛନ୍ତି ଏହା ଆଗାମୀ ଦିନରେ ତାଙ୍କୁ ମହଙ୍ଗା ପଡିବ। 

୫ରାଜ୍ୟର ଫଳାଫଳ,  ଓଡ଼ିଶାକୁ ନେଇ ଚର୍ଚ୍ଚା

୫ରାଜ୍ୟର ଫଳାଫଳ, ଓଡ଼ିଶାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି। ତେଲେଙ୍ଗାନାରେ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆର୍‌ଏସ୍‌) କ୍ଷମତା ବଜାୟ ରଖିଛି। ସେହିପରି ମିଜୋରମରେ ମିଜୋ ନ୍ୟାସ୍‌ନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ) କଂଗ୍ରେସକୁ ପରାଜିତ କରି ସରକାର ଗଠନ କରିବାକୁ ଯାଉଛି। 

ଓଡ଼ିଶାରୁ ପଟ୍ଟନାୟକ ପରିବାର ହାତରୁ କ୍ଷମତା ଯିବ, ୯୪ ପ୍ରତିଶତଙ୍କୁ କ୍ଷମତା ମିଳିବ : ଶ୍ରୀକାନ୍ତ

ଓଡ଼ିଶାରୁ ପଟ୍ଟନାୟକ ପରିବାର ହାତରୁ କ୍ଷମତା ଯିବ, ୯୪ ପ୍ରତିଶତଙ୍କୁ କ୍ଷମତା ମିଳିବ : ଶ୍ରୀକାନ୍ତ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)-ଓଡ଼ିଶାରୁ ପଟ୍ଟନାୟକ ପରିବାର ହାତରୁ ଶାସନରୁ କ୍ଷମତା ଯିବ। ରାଜ୍ୟର ୯୪ ପ୍ରତିଶତ (ଏସ୍‌ସି,ଏସ୍‌ଟି,ଓବିସି,ସଂଖ୍ୟାଘୁ)ଙ୍କ ପାଖକୁ  କ୍ଷମତା ଆସିବ । ଛତିଶଗଡ଼ରେ ଯେପରି ଓବିସି,ଏସ୍‌ସି,ଏସ୍‌ଟି ଭୋଟ କଂଗ୍ରେସକୁ କ୍ଷମତାସୀନ କରିଲା, ଓଡ଼ିଶାରେ ତା’ର ପୁନରାବୃତ୍ତି ହେବ। 

ଶ୍ରୀମନ୍ଦିର ପ୍ରଶାସନକୁ ମୃଣାଳିନୀଙ୍କ ଚିଠି: ବିପିଏଲ୍‌ ଶ୍ରେଣୀର ସେବାୟତଙ୍କ ପାଇଁ ସୁବିଧା ହେଉ

ଶ୍ରୀମନ୍ଦିର ପ୍ରଶାସନକୁ ମୃଣାଳିନୀଙ୍କ ଚିଠି: ବିପିଏଲ୍‌ ଶ୍ରେଣୀର ସେବାୟତଙ୍କ ପାଇଁ ସୁବିଧା ହେଉ

ପୁରୀ ଅଫିସ,୧୨ା୧୨: ଶ୍ରୀମନ୍ଦିରରେ ପରିଚାଳନାଗତ ସଂସ୍କାର ଆଣିବା ଲାଗି ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିବା ଆଇନଜୀବୀ ମୃଣାଳିନୀ ପାଢୀ ପୁଣି ଚର୍ଚ୍ଚାରେ। ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ୍‌) ଶ୍ରେଣୀର ସେବାୟତଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାକୁ ସେ ସ୍ବର ଉଠାଇଛନ୍ତି। ଏଥିସହ ବନ୍ଦ ଥିବା ଦୁଇଗୁଣ ପାଳିଆ ପୁରସ୍କାର ସେବାୟତଙ୍କୁ ଦେବା ଲାଗି ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିକଟକୁ ଚିଠି ଲେଖିଛନ୍ତି।

ପର୍ଯ୍ୟଟକଙ୍କ ସୁବିଧା ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି: ଜାହାନିଆଁ ପୀଠରେ ମୁତୟନ ହେବେ ଲାଇଫ୍‌ ଗାର୍ଡ

ପର୍ଯ୍ୟଟକଙ୍କ ସୁବିଧା ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି: ଜାହାନିଆଁ ପୀଠରେ ମୁତୟନ ହେବେ ଲାଇଫ୍‌ ଗାର୍ଡ

ପୁରୀ ଅଫିସ,୧୨ା୧୨: ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ପୁରୀ ଜିଲାର ସ୍ବତନ୍ତ୍ର ସ୍ଥାନ ରହିଛି। ଜିଲାକୁ ଆସୁଥିବା ପର୍ଯ୍ୟଟକମାନେ କିଭଳି ସୁବିଧା ସୁଯୋଗ ପାଇବେ ସେଥିଲାଗି ତତ୍ପରତା ପ୍ରକାଶ କରିଛି ଜିଲା ପ୍ରଶାସନ।

ବେଳାଭୂମି ମାର୍ଗରେ ଭାସିଲା ନଳାପାଣି

ବେଳାଭୂମି ମାର୍ଗରେ ଭାସିଲା ନଳାପାଣି

ପୁରୀ ଅଫିସ, ୧୨ା୧୨: ପର୍ଯ୍ୟଟନ ସହର ପୁରୀକୁ ପ୍ରତିଦିନ ଦେଶ, ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ଏଠାକାର ମନୋରମ ବେଳାଭୂମି ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଥାଏ। ହେଲେ ଉଠାଦୋକାନୀଙ୍କ ଯୋଗୁ ବେଳାଭୂମି ତାର ସୌନ୍ଦର୍ଯ୍ୟ ହରାଉଥିବା ବେଳେ ଅନେକ ସମୟରେ ବେଳାଭୂମି ମାର୍ଗରେ ଅଳିଆ ଆବର୍ଜନାକୁ ନେଇ ପର୍ଯ୍ୟଟକମାନେ କ୍ଷୋଭ ପ୍ରକାଶ କରିଥାନ୍ତି। 

ବସ୍ତି ପିଲାଙ୍କ ପ୍ରତିଭା ଖୋଜିବ ‘ମୁଁ ବି ଚାମ୍ପିୟନ୍‌’

ବସ୍ତି ପିଲାଙ୍କ ପ୍ରତିଭା ଖୋଜିବ ‘ମୁଁ ବି ଚାମ୍ପିୟନ୍‌’

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)- ସାମାଜିକ ସଙ୍ଗଠନ ‘ୟୁଥ୍‌ ଫର୍‌ ଭଲ୍ୟୁଣ୍ଟାରୀ ଓ୍ବାର୍କ’ ଏବଂ ପିପିଏଲ୍‌ ନ୍ୟୁଜ୍‌ର ମିଳିତ ସହଯୋଗରେ ‘ମୁଁ ବି ଚାମ୍ପିୟନ୍‌’ କାର୍ଯ୍ୟକ୍ରମ ନନ୍ଦିନୀପଲ୍ଲୀସ୍ଥିତ ମୁଣ୍ଡାସାହି ବସ୍ତିରେ ଅନୁଷ୍ଠିତ ହୋଇଯାଇଛି। 

ଏବେଠୁ ହେରିଟେଜ୍‌ ସାଇକେଲ ଟୁର୍‌: ‘ମୋ ସାଇକେଲ’ରେ ଐତିହ୍ୟ ବୁଲା

ଏବେଠୁ ହେରିଟେଜ୍‌ ସାଇକେଲ ଟୁର୍‌: ‘ମୋ ସାଇକେଲ’ରେ ଐତିହ୍ୟ ବୁଲା

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)- ସାଇକେଲରେ ବୁଲି ଏଣିକି ଏକାମ୍ର କ୍ଷେତ୍ରର ଐତିହ୍ୟ, କୀର୍ତ୍ତିରାଜିକୁ ଦେଖିବା ସହିତ ସେ ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ ପର୍ଯ୍ୟଟକ। ପଦଯାତ୍ରା ପରିବର୍ତ୍ତେ ସାଇକେଲ ଯାତ୍ରାର ମଜା ନେଇପାରିବେ। ପୂର୍ବରୁ ହେଉଥିବା ଏକାମ୍ର ପଦଯାତ୍ରା ଭଳି ଏବେଠାରୁ ଭୁବନେଶ୍ୱରରେ ଆୟୋଜନ ହେବ ହେରିଟେଜ୍‌ ସାଇକେଲ ଟୁର୍‌। 

ଡଟ୍‌ ଫେଷ୍ଟ୍‌: ମଞ୍ଚରେ ଓଡ଼ିଶାର ‘ଜେନେରେଶନ ନେକ୍ସଟ ରକ୍‌ ବ୍ୟାଣ୍ଡ୍‌’

ଡଟ୍‌ ଫେଷ୍ଟ୍‌: ମଞ୍ଚରେ ଓଡ଼ିଶାର ‘ଜେନେରେଶନ ନେକ୍ସଟ ରକ୍‌ ବ୍ୟାଣ୍ଡ୍‌’

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)-ରକ୍‌ ବ୍ୟାଣ୍ଡ୍‌ ପ୍ରତି ଓଡ଼ିଶାର ଯୁବପିଢ଼ିଙ୍କୁ ଆକର୍ଷିତ କରିବା ଏବଂ ସେମାନଙ୍କୁ ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ଯୋଗାଇଦେବାକୁ ପ୍ରୟାସ କରିଥିଲା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)।

ମଡେଲ ପୋଲିସ ଥାନାକୁ ନେଇ ଡିଜିପିଙ୍କ ସମୀକ୍ଷା ବୈଠକ: ଆରମ୍ଭ ହେବ ଷ୍ଟୁଡେଣ୍ଟ୍‌ ପୋଲିସ କ୍ୟାଡେଟ୍‌

ମଡେଲ ପୋଲିସ ଥାନାକୁ ନେଇ ଡିଜିପିଙ୍କ ସମୀକ୍ଷା ବୈଠକ: ଆରମ୍ଭ ହେବ ଷ୍ଟୁଡେଣ୍ଟ୍‌ ପୋଲିସ କ୍ୟାଡେଟ୍‌

କଟକ ଅଫିସ, ୧୨|୧୨- ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି) ଭଳି ଓଡ଼ିଶା ପୋଲିସରେ ଆରମ୍ଭ ହେବ ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ୍‌। ଏନ୍‌ସିସି ଭଳି ଏଥିରେ ଛାତ୍ରୀଛାତ୍ରମାନଙ୍କୁ ସ୍ବତନ୍ତ୍ର ପୋଷାକ ସହ ପ୍ରଶିକ୍ଷଣ ମଧ୍ୟ ଦିଆଯିବ। 

ଶେଲଟର ହୋମ୍‌ ଯୌନଶୋଷଣ ମାମଲା: ତଦନ୍ତରେ ଶିଥିଳତା

ଶେଲଟର ହୋମ୍‌ ଯୌନଶୋଷଣ ମାମଲା: ତଦନ୍ତରେ ଶିଥିଳତା

ଢେଙ୍କାନାଳ ଅଫିସ, ୧୨ା୧୨: ‘ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ଡ୍ରିମ୍‌ ସେଣ୍ଟର’ ଯୌନଶୋଷଣ ମାମଲାର ତଦନ୍ତ ଆଗକୁ ବଢୁନି। ଅନୁଷ୍ଠାନ ବେଆଇନ ଭାବେ ଚାଲିଥିବା ସ୍ପଷ୍ଟ ହୋଇସାରିଥିବାବେଳେ ତଦନ୍ତରେ ଶିଥିଳତା ଦୋଷୀଙ୍କୁ ଖସିଯିବା ପାଇଁ ବାଟ ଦେଖାଉଥିବା ସାଧାରଣରେ ଆଲୋଚନା ହେଉଛି।