ସମ୍ବଲପୁର

କ୍ଲିନିକରେ ମହିଳାଙ୍କୁ ଅସଦାଚରଣ, ଯୁବକ ଗିରଫ

କ୍ଲିନିକରେ ମହିଳାଙ୍କୁ ଅସଦାଚରଣ, ଯୁବକ ଗିରଫ
ରାଉରକେଲା ଅଫିସ,୧୬। ୯-ଛେଣ୍ଡ ଅଞ୍ଚଳରେ ଥିବା ଏକ ଔଷଧ ଦୋକାନକୁ ଆସିଥିବା ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଶନିବାର ଛେଣ୍ଡ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା ରୁଜୁକରି ମୁନା ସାହୁ(୪୮)ନାମକ ଜଣେ ଯୁବକଙ୍କୁ ଦଫା ୩୫୪ ଆଧାରରେ ଗିରଫ କରିଛି। ସୂଚନାନୁସାରେ ଶନିବାର ବାସନ୍ତୀ କଲୋନୀ ଅଞ୍ଚଳର ଏକ ବସ୍ତିରେ ରହୁଥିବା ସମ୍ପୃକ୍ତ ମହିଳା ଉକ୍ତ ଦୋକାନକୁ ଔଷଧ କିଣିବାକୁ ଆସିଥିଲେ। ଏହି ସମୟରେ ଦୋକାନୀ ମୁନା ତାଙ୍କୁ ଅଶ୍ଳିଳ ଇଙ୍ଗୀତ କରିବାରୁ ସେ ଏହାର ପ୍ରତିବାଦ କରିଥିଲେ।  ମୁନା ଏଥିରେ ଉତକ୍ଷିପ୍ତ ହୋଇ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ପରେ ମହିଳା ଜଣଙ୍କ ଏନେଇ ଛେଣ୍ଡ ଥାନାରେ ଅଭିଯୋଗ କରିଥିଲେ। 
All Right Reserved By

ସମ୍ବଲପୁର

ଗୋଡ଼ା, ମାଳ, ବେର୍ଣ୍ଣା ଜମିର ଚାଷ ନଷ୍ଟ

ଗୋଡ଼ା, ମାଳ, ବେର୍ଣ୍ଣା ଜମିର ଚାଷ ନଷ୍ଟ

ବଡ଼ଗାଁ, ୨୪।୧୦ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ୧୫ଟି ପଞ୍ଚାୟତ ଥିବା ଏହି ବ୍ଲକରେ ୪ କିସମର ଜମି ରହିଛି। ସେଗୁଡ଼ିକ ହେଲା ଗୋଡା, ମାଳ, ବେର୍ଣ୍ଣା ଓ ବାହାଲ ଜମି। ଏଥିମଧ୍ୟରୁ ଗୋଡା (ଉଚ୍ଚ ଜମି) ୨୨୩୦ ହେକ୍ଟର, ମାଳ (ମଧ୍ୟମ ଉଚ୍ଚ) ୩୨୯୩ ଓ ବାହାଲ ଜମି ୨୩୨୨ ହେକ୍ଟରରେ ଧାନ ଚାଷ ହୋଇଛି।

ଚିକିତ୍ସା ଲାଗି ଟଁକା ବାଧକ୍‌ : ମୁର୍‌ତୁ ସଂଗେ ଯୁଝୁଛନ୍‌ ଶିଶୁ ଶ୍ରମିକ୍‌

ଚିକିତ୍ସା ଲାଗି ଟଁକା ବାଧକ୍‌ : ମୁର୍‌ତୁ ସଂଗେ ଯୁଝୁଛନ୍‌ ଶିଶୁ ଶ୍ରମିକ୍‌

ଅତାବିରା, ୨୪ା୧୦ (ଡି.ଏନ.ଏ)-  ଆଏଜ୍‌କେ ୭ ମାସ୍‌ ତଲେ ବୁର୍ଲା ଥାନା ଗୋଶାଳା ଫାଣ୍ଡି ଅଧିନ୍‌ ଜାତୀୟ ରାଜପଥ ୫୩ରେ ଗୁଟେ ସଡକ ଦୁର୍‌ଘଟନା ହେଇଥିଲା। ଇ ଦୁର୍‌ଘଟନାରେ ଅତାବିରା ଥାନା ଗୁଡ଼ଭଗା ଫାଣ୍ଡି ଅଧିନର ଝନେ ଶିଶୁ ଶ୍ରମିକ ଗୁରୁତର ହିସାବେ ଖଁଡିଆଦଁଡିଆ ହେଇଥିଲେ। 

ହାରମାନିଛେ ବଏସ୍‌: ଜାଲ୍‌ ତିଆରି ରୁଜ୍‌ଗାର କରୁଛନ୍‌ ବୁରୁଧ୍‌

ହାରମାନିଛେ ବଏସ୍‌: ଜାଲ୍‌ ତିଆରି ରୁଜ୍‌ଗାର କରୁଛନ୍‌ ବୁରୁଧ୍‌

ଅତାବିରା, ୨୪ା୧୦ (ଡି.ଏନ.ଏ)-  ଦିନୁଦିନ୍‌କେ ବଏସ୍‌ ଗଡି ଯାଉଛେ। ଯେନ୍‌ ବଏସେ ଘରେ ବସି ପୁଓ ବହର ସେବା ପାଏବାର କଥା, ନାତି ନାତେନ୍‌କର ସଂଗେ ଖେଲ୍‌ବାର କଥା, ସେ ବଏସେ ସେ ରୁୁଜ୍‌ଗାର କରୁଛନ୍‌। ସତେ ଯେନ୍‌ତା ବଏସ୍‌ ତାକରନେ ହାର ମାନିଛେ। 

ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବେରୋଜଗାର ପ୍ରତିବାଦ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର

ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବେରୋଜଗାର ପ୍ରତିବାଦ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର

ଜୁନାଗଡ,୨୩।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ମଙ୍ଗଳବାର ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବେରୋଜଗାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଉପେନ୍ଦ୍ର ଲୁହାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। 

କ୍ଷତିଗ୍ରସ୍ତ ଚାଷୀଙ୍କୁ ମାଗଣା କୁକୁଡା ଛୁଆ ବଣ୍ଟନ

କ୍ଷତିଗ୍ରସ୍ତ ଚାଷୀଙ୍କୁ ମାଗଣା କୁକୁଡା ଛୁଆ ବଣ୍ଟନ

ରିଷିଡା,୨୩।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ମରୁଡି ଏବଂ ଚକଡା ପୋକ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କୁ ମଙ୍ଗଳବାର ମାଗଣା କୁକୁଡା ଛୁଆ ବଣ୍ଟନ କରାଯାଇଛି ।

ଭୂମିହୀନଙ୍କୁ ଜମି ପ୍ରଦାନ ଦାବି : ଆମ୍ବେଡ଼କ ରାଇଟ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଜନ ଆନ୍ଦୋଳନ

ଭୂମିହୀନଙ୍କୁ ଜମି ପ୍ରଦାନ ଦାବି : ଆମ୍ବେଡ଼କ ରାଇଟ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଜନ ଆନ୍ଦୋଳନ

କର୍ଲାମୁଣ୍ଡା,୨୩।୧୦(ଡି.ଏନ.ଏ.): କଳାହାଣ୍ଡି ବିଭିନ୍ନ ଗରିବ, ଦଳିତ ଶ୍ରେଣୀର ଭୂମିହୀନ ଲୋକଙ୍କୁ ରହିବା ପାଇଁ ଡିହ ଓ ଚାଷ କରି ବଞ୍ଚତ୍ବା ପାଇଁ ଜମି ଯୋଗାଇ ଦେବା ଦାବି ନେଇ କର୍ଲାମୁଣ୍ଡା ତହସିଲ ସମ୍ମୁଖରେ ଆମ୍ବେଡ଼କ ରାଇଟ୍‌ ପାର୍ଟି ଅଫ୍‌ ଇଣ୍ଡିଆ କଳାହାଣ୍ଡି ଶାଖା ପକ୍ଷରୁ ଏକ ଜନଆନ୍ଦୋଳନ କରାଯାଇଛି। 

ନୂଆଁଖାଇ ଭେଟ୍‌ଘାଟ: ୧୩ ବିଶିଷ୍ଟ ପ୍ରତିଭା ସମ୍ବର୍ଦ୍ଧିତ

ନୂଆଁଖାଇ ଭେଟ୍‌ଘାଟ: ୧୩ ବିଶିଷ୍ଟ ପ୍ରତିଭା ସମ୍ବର୍ଦ୍ଧିତ

ମୁରିବାହାଲ, ୨୩।୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଗଁରେଇ ମଣ୍ଡଳ ଭାଜପା ପକ୍ଷରୁ  ସୋମବାର  ଗଁରେଇଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ପୋଲିସ କବ୍‌ଜାରେ ୩ ଆନ୍ତଃ ଜିଲା ଡକାୟତ

ପୋଲିସ କବ୍‌ଜାରେ ୩ ଆନ୍ତଃ ଜିଲା ଡକାୟତ

ମୁରିବାହାଲ, ୨୩।୧୦(ଡି.ଏନ.ଏ.) ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଧାତୁକଯୁରୀ-କୁର୍ଲୁବାହାଲ ରାସ୍ତାରେ ରିଲାଏନ୍ସ ଫାଇନାନ୍ସର ଜଣେ କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟ୍‌ ଘଟଣାରେ ସ୍ଥାନୀୟ ପୋଲିସ ୩ ଆନ୍ତଃ ଜିଲା ଡକାୟତଙ୍କୁ ପୋଲିସ ଗିରଫ କରିଛି।

ସମ୍ବଲପୁର ଅଇଁଠାପାଲି ଥାନା ଘେରାଉ

ସମ୍ବଲପୁର ଅଇଁଠାପାଲି ଥାନା ଘେରାଉ

ସମ୍ବଲପୁର,୨୩।୧୦(ବ୍ୟୁରୋ)- ସମ୍ବଲପୁର ସହରର ଅଇଁଠାପାଲି ଥାନା ବୁଢାରଜା ମନ୍ଦିର ରାସ୍ତା ନିକଟରେ ସୋମବାର ସନ୍ଧ୍ୟାରେ କରମଟୁଲି ଗ୍ରାମର ବିଶାଲ ଖଡିଆଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିଲା ।

ଶକ୍ତି ସଂକଟ: କାମରେ ଆସୁନି ପାର୍ବତୀ ଗିରୀ ସେଚ ପ୍ରକଳ୍ପ

ଶକ୍ତି ସଂକଟ: କାମରେ ଆସୁନି ପାର୍ବତୀ ଗିରୀ ସେଚ ପ୍ରକଳ୍ପ

ଅମ୍ବାଭୋନା, ୨୩।୧୦ (ଡି.ଏନ.ଏ.)- ବରଗଡ ଜିଲା ଅମ୍ବାଭୋନା ବ୍ଲକର ଚିଖିଲି, ଜାମପାଲି (ଅନ୍ତରାଡି), ତାମଦେଇଠାରେ ଜଳ ସଂପଦ ବିଭାଗ ଦ୍ୱାରା ହୋଇଥିବା ବୃହତ ଉଠାଜଳସେଚନ ପ୍ରକଳ୍ପ ବିଜୁଳି ଶକ୍ତିର ନିଅଣ୍ଟ ଯୋଗୁଁ ଫେଲ ମାରିଛି । ପାର୍ବତୀଗିରୀ ସେଚ ପ୍ରକଳ୍ପ ମାଧ୍ୟମରେ ଅମ୍ବାଭୋନା ବ୍ଲକର ୪୧ଟି ଗ୍ରାମର ୪୭୨୦ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇ ଦେବା ଲକ୍ଷ୍ୟ ନେଇ ୯୯.୬୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ପାଣି ଟାଙ୍କି, ପମ୍ପହାଉସ ଏବଂ ଗ୍ରୀଡା ସବଷ୍ଟେସନ । ଚାଷୀଙ୍କୁ ମହାନଦୀରୁ ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ପର୍ଯ୍ୟାପ୍ତ ପାଣି ଯୋଗାଇଦେବାକୁ ଓଡିଶା ସରକାର ନିର୍ଭର ପ୍ରତିଶ୍ରୁତି ଦେଇ ଗତ ସେପ୍ଟେମ୍ବର ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରନସିଂ ଜରିଆରେ ଏହାର ଉଦ୍‌ଘାଟନ କରିଥିଲେ । 

 ବସ୍‌ ଉପରେ ବଜ୍ରପାତ: ଚକା ଲିକ୍‌, ହେଲପରଙ୍କ ଜୀବନ ଗଲା

ବସ୍‌ ଉପରେ ବଜ୍ରପାତ: ଚକା ଲିକ୍‌, ହେଲପରଙ୍କ ଜୀବନ ଗଲା

ବରଗଡ଼ ଅଫିସ୍‌,୨୩।୧୦-
ବରଗଡ଼ ସହର ଜିରା ନଦୀ ପୋଲ ଉପରେ ଏକ ଯାତ୍ରୀବାହୀ ବସ୍‌ ଉପରେ ମଙ୍ଗଳବାର ମଧ୍ୟାହ୍ନ ସାଢେ ୩ଟାରେ ବଜ୍ରପାତ ଘଟିଛି। ଏହା ଯୋଗୁ ହେଲପରଙ୍କ ମୃତ୍ୟୁ ଘଟିଛି।

ଦୁର୍ଘଟଣା ନେଲା ୨ ଜଣଙ୍କ ଜୀବନ

ଦୁର୍ଘଟଣା ନେଲା ୨ ଜଣଙ୍କ ଜୀବନ

ବରଗଡ଼ ଅଫିସ୍‌/ସୋହେଲା,୨୩।୧୦-
ବରଗଡ଼ ଜିଲା ସୋହେଲା ହାଇସ୍କୁଲ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି  । ମୃତକମାନେ ହେଲେ, ପେଟୁପାଲି ଗ୍ରାମର ଆକାଶ ମେହେର ଏବଂ ଖେରୁପାଲି ଗ୍ରାମର ସୁରେନ୍ଦ୍ର ମେହେର ।