ସମ୍ବଲପୁର

ରାଜ୍ୟସ୍ତରୀୟ ଟେନିକଏଟ୍‌ ଚାମ୍ପିୟନଶିପ୍‌: ୧୦ ଛାତ୍ରୀଛାତ୍ର ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ

ରାଜ୍ୟସ୍ତରୀୟ ଟେନିକଏଟ୍‌ ଚାମ୍ପିୟନଶିପ୍‌: ୧୦ ଛାତ୍ରୀଛାତ୍ର ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ
ବେଲପାହାଡ଼,୧୬।୯(ଡ଼ି.ଏନ୍‌.ଏ.)
ଗତ ୯ ଓ ୧୦ ତାରିଖରେ କଟକସ୍ଥିତ ଜବାହରଲାଲ ନେହେରୁ ଇନ୍‌ଡ଼ୋର ଷ୍ଟାଡିୟମରେ ୩୧ତମ ରାଜ୍ୟସ୍ତରୀୟ ଟେନିକଏଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ପ୍ରତିଯୋଗିତାରେ ଝାରସୁଗୁଡ଼ା ଜିଲାରୁ ପ୍ରତିନିଧିତ୍ୱ କରିଥିବା ବେଲପାହାଡ଼ ଇଂଲିଶ ମିଡ଼ିୟମ ସ୍କୁଲର ୧୦ ଜଣ ଛାତ୍ରୀଛାତ୍ର ଭଲ ପ୍ରଦର୍ଶନ କରିଛନ୍ତି । ବିଦ୍ୟାଳୟର ଛାତ୍ରୀ ସିମରନ ସିଂ ଓ ପ୍ରିୟଙ୍କା ଅଗ୍ରୱାଲ ସବ୍‌ଜୁନିୟର ବାଳିକା ଡ଼ବଲ୍ସରେ ପ୍ରଥମ ହୋଇଛନ୍ତି । ସେହିପରି ସବଜୁନିୟର ବାଳକ ଡ଼ବଲ୍ସରେ ବିଦ୍ୟାଳୟ ଛାତ୍ର ସ୍ବରାଜ ସିଂ ଓ ପୀୟୂଷ ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେମାନଙ୍କ ବ୍ୟତୀତ ମହମ୍ମଦ ଉମର ଅବଦୁଲ୍ଲା ଓ ମୁସ୍କାନ ମହାକୁଡ଼ ସବଜୁନିୟର ମିକ୍ସ ଡ଼ବଲ୍ସରେ ପ୍ରଥମ,ଶୁଭମ ଯାଦବ ଓ ଇଶିକା ମୁଖାର୍ଜୀ ଜୁନିୟର ମିକ୍ସ ଡ଼ବଲ୍ସରେ ପ୍ରଥମ ହୋଇଛନ୍ତି । ପବନ ପ୍ରସାଦ ଜୁନିୟର ବାଳକ ସିଙ୍ଗଲ୍ସରେ ଚାମ୍ପିୟନ ହୋଇଥିବା ବେଳେ ନୀତି ଗୁପ୍ତା ଜୁନିୟର ବାଳିକା ସିଙ୍ଗଲ୍ସରେ ରନର୍ସଅପ୍‌ ହୋଇଛନ୍ତି । 
  ସେହିପରି ବେଲପାହାଡ଼ ଇଂଲିଶ ମିଡ଼ିୟମ ବିଦ୍ୟାଳୟର ୧୦ ଜଣ ଛାତ୍ରୀଛାତ୍ର ପ୍ରତିଯୋଗିତାରେ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରି ଜାତୀୟ ଟେନିକଏଟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି ।  ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୧୬ ଜିଲାର ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ । ଝାରସୁଗୁଡ଼ା ଜିଲାର ଛାତ୍ରୀଛାତ୍ରମାନଙ୍କ ସହିତ କୋଚ୍‌ ଭାବେ ଖେଳ ଶିକ୍ଷକ ହମିଦ ମହାପାତ୍ର ଏବଂ ମ୍ୟାନେଜର ଭାବେ ଶିକ୍ଷୟିତ୍ରୀ ଅଳ୍ପନା ବହିଦାର ଯୋଗ ଦେଇଥିଲେ । ଛାତ୍ରୀଛାତ୍ରମାନଙ୍କ ସଫଳତା ପାଇଁ ଝାରସୁଗୁଡ଼ା ଜିଲା ଟେନିକଏଟ ଆସୋସିଏଶନ ସମ୍ପାଦକ ଡ଼ମ୍ବରୁଧର ପୂଜାରୀ ଓ ବେଲପାହାଡ଼ ଇଂଲିଶ ମିଡ଼ିୟମ ସ୍କୁଲର ଅଧ୍ୟକ୍ଷା ରମା କାର୍ତ୍ତିକ ଶୁଭେଚ୍ଛା ଜଣାଇଛନ୍ତି । 
All Right Reserved By

ସମ୍ବଲପୁର

ବତୀକଁର ଘରେ ଲିଭି ଲିଭି ଯାଉଛେ ବତୀ

ବତୀକଁର ଘରେ ଲିଭି ଲିଭି ଯାଉଛେ ବତୀ

ନୂଆପଡା ଅଫିସ,୧୭ା୧୨: ସରକାର ସବୁବେଲେ ଗରିବ୍‌ଦୁଖିକର ଲାଗି ଯୋଜ୍‌ନା ଉପରେ ଯୋଜ୍‌ନା ତିଆର କରୁଛନ୍‌। କେହି ଯେନ୍‌ଥେଇ ବାସହୀନ ହେଇ ନାଇଁ ରହେବେ, ରୋଗ୍‌ରେ ନାଇଁ ମରବେ, ସେଥିରଲାଗି ଭିନେ ଭିନେ ଯୋଜ୍‌ନା କାଯ୍‌କାରୀ କରୁଛନ୍‌। ହେଲେ କେହେନ୍‌ସି ନାଇଁ କେହେନ୍‌ସି କାରନ୍‌ରୁ ଇ ଯୋଜ୍‌ନାର ସୁଫଲ ପାଏବାରୁ ଗରିବଦୁଖି ବଁଚିତ ହେଉଛନ୍‌। 

୬୦ରୁ ଅଧ୍‌କା ବୁଢ଼ାବୁଢ଼ୀ, ବିଧବା, ଦିବ୍ୟାଙ୍ଗ ଭତାରୁ ବଁଚିତ୍‌

୬୦ରୁ ଅଧ୍‌କା ବୁଢ଼ାବୁଢ଼ୀ, ବିଧବା, ଦିବ୍ୟାଙ୍ଗ ଭତାରୁ ବଁଚିତ୍‌

ଲୋଇସିଂହା, ୧୭।୧୨(ଡି.ଏନ.ଏ.): ୬୦ ବଛରରୁ ଅଧ୍‌କା ବୁଢ଼ାବୁଢ଼ୀ, ଦିବ୍ୟାଙ୍ଗ ଆର ବିଧବାମାନକୁ ସରକାର ଭିନେ ଭିନେ ଯୋଜନାରେ ଭତା ଯୁଗେଇ ଦେବାର ବେବସ୍‌ତା କରିଛନ୍‌। ହେଲେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ର ମାଣ୍ଡିଆପଦର ଗାଁ ର ୬୦ରୁ ଅଧ୍‌କା ହକ୍‌ଦାର ଲୋକ୍‌ ଭତା ଯୋଜ୍‌ନାରୁ ବାଦ୍‌ ପଡ଼ିଥିବାର ଅଭିଯୋଗ୍‌ ହେଇଛେ।

ଖୁଲାରେ ଚାଲିଛେ ଅଙ୍ଗନଓ୍ବାଡିର ରଁଧାବଢ଼ା କାମ୍‌

ଖୁଲାରେ ଚାଲିଛେ ଅଙ୍ଗନଓ୍ବାଡିର ରଁଧାବଢ଼ା କାମ୍‌

ଲାଠୋର, ୧୬ା୧୨(ଡି.ଏନ.ଏ.):  କେନ୍ଦ୍ର ଆର ରାଏଜ ସରକାର ଛୋଟ ଛୁଆକର ବୌଦ୍ଧିକ ବିକାଶ, ପୁଷ୍ଟିସାଧନ ଲାଗି କୋଟି କୋଟି ଟଁକା ଖରଚ କରି ଗାଁ ରୁ ସହର ତକ୍‌ ସବୁଠାନେ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲୁଛନ୍‌। ସେଠାନେ ଛୁଆକର ପାଠ୍‌ପଢ଼ା ଘର, ରଁଧାଘର, ଶୌଚାଲୟ ଆଦିର ବେବସ୍‌ତା କରୁଛନ୍‌। 

ପିଇଲା ପାଏନ୍‌ ଲାଗି ଗୁଲଗୁଲା ସଂକିର୍ଡାବାସୀ

ପିଇଲା ପାଏନ୍‌ ଲାଗି ଗୁଲଗୁଲା ସଂକିର୍ଡାବାସୀ

ଅତାବିରା, ୧୭।୧୨(ଡି.ଏନ.ଏ.): ବରଗଡ଼ ଜିଲା ଭେଡ଼େନ ବ୍ଲକ୍‌ ସଂକିର୍ଡା ପଁଚେତ୍‌ ସଂକିର୍ଡା ଗାଁକେ ଯୁଗେଇ ଦିଆଯାଉଥିବାର ପିଇଲା ପାଏନ୍‌ ପ୍ରକଳ୍ପ ମାସେରୁ ଅଧ୍‌କା ହେଲା ଅଚଲ ହେଇ ପଡ଼ିଛେ। ଯେନ୍‌ଥିରଲାଗି ଗାଁ ବାସୀ ମାସେରୁ ଅଧ୍‌କା ହେଲା ପିଇଲା ପାଏନ୍‌ଲାଗି ବଡ଼ଭାରି ଅସବିଧାର ସାମନା କରୁଛନ୍‌।

ପୂର୍ବ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ ଦୁଇ ମହିଳା

ପୂର୍ବ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ ଦୁଇ ମହିଳା

ବେଦବ୍ୟାସ, ୧୬।୧୨ (ଡି.ଏନ.ଏ)- ରାଉରକେଲା ଶାନ୍ତିନଗରରେ ବସବାସ କରୁଥିବା ସୂଚୀତା ତିର୍କୀ ଓ ନାନକି ସାହୁ ଦୁଇ ମହିଳା ରବିବାର ପୂର୍ବାହ୍ନ ସାଢ଼େ ୧୦ଟାରେ ବେଦବ୍ୟାସ ସ୍ଥିତ ଗୁରୁକୁଳ ବୈଦିକ ଆଶ୍ରମକୁ ଆସି ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏନେଇ ସେମାନେ ରାଉରକେଲା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ କରିଥିବା ଶପଥ ପାଠ ସହ ଦରଖାସ୍ତ ଗୁରୁକୁଳ ବୈଦିକ ଆଶ୍ରମର ସମ୍ପାଦକଙ୍କୁ ଦେଇ ଆନୁଷ୍ଠାନିକ ଭାବେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ।

କୁଆଁରମୁଣ୍ଡାରେ ଖ୍ରୀଷ୍ଟମାସ ମିଳନ କାର୍ଯ୍ୟକ୍ରମ

କୁଆଁରମୁଣ୍ଡାରେ ଖ୍ରୀଷ୍ଟମାସ ମିଳନ କାର୍ଯ୍ୟକ୍ରମ

କୁଆଁରମୁଣ୍ଡା, ୧୬।୧୨ (ଡି.ଏନ.ଏ.)-ଚଳିତ ମାସ ୨୫ରେ ବଡ଼ଦିନ ପାଳନର ଅବ୍ୟବହିତ ପୂର୍ବରୁ ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ଚର୍ଚ୍ଚ ସମୂହ ଦ୍ୱାରା ରବିବାର ସ୍ଥାନୀୟ ଫୁଟବଲ ଖେଳ ପଡିଆରେ ଖ୍ରୀଷ୍ଟମାସ ଖୁସି ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡନବସ୍କୋ ଚର୍ଚ୍ଚର ଫାଦର ବିଜୟ ସଏ, ମୁଖ୍ୟବକ୍ତା ଭାବେ ପ୍ରଦୀପ ତିର୍କୀ, ସମ୍ମାନିତ  ଅତିଥି ଭାବେ କୁଆଁରମୁଣ୍ଡା ସିଡିପିଓ ଆନାସ୍ତାସିଆ ଲାକ୍ରା ପ୍ରମୁଖ ଯୋଗଦେଇଥିଲେ। ଯୀଶୁଖ୍ରୀଷ୍ଟଙ୍କ ଉଦାରବାଣୀ, 

ଆଶାକର୍ମୀ, ଏନ୍‌ଆର୍‌ଏଚ୍‌ଏମ୍‌ କର୍ମଚାରୀ ପାଇନାହାନ୍ତି ଦରମା

ଆଶାକର୍ମୀ, ଏନ୍‌ଆର୍‌ଏଚ୍‌ଏମ୍‌ କର୍ମଚାରୀ ପାଇନାହାନ୍ତି ଦରମା

ନୂଆଗାଁ, ୧୬।୧୨ (ଡି.ଏନ.ଏ)-ବିଗତ ୪ବର୍ଷ ହେଲା ସୁନ୍ଦରଗଡ ଜିଲାର ନୂଆଗାଁ ବ୍ଲକ ଅନ୍ତର୍ଗତ ହାତୀବାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି। ଅପରପକ୍ଷେ ଆଶାକର୍ମୀ, ଏନ୍‌ଆର୍‌ଏଚ୍‌ଏମ୍‌ କର୍ମଚାରୀ ୨ମାସ ହେଲା ଦରମା ପାଇ ନ ଥିବାରୁ ନାନା ହଇରାଣ ହେଉଛନ୍ତି। କିଛି ଦିନ ତଳେ ଏନ୍‌ଆର୍‌ଏଚ୍‌ଏମ୍‌ ଦାୟିତ୍ୱରେ ଥିବା ଡାକ୍ତରଙ୍କ ହାତୀବାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ବଦଳି ହୋଇଛି। ତାଙ୍କ ବଦଳି ହେବା ପରେ ଆସିଥିବା ନୂତନ ଡାକ୍ତରଙ୍କୁ 

ସୁନ୍ଦରଗଡ ଜିଲା ସାଂସ୍କୃତିକ ମହୋତ୍ସବ ଯତ୍‌ରା ଜାନୁୟାରୀ ୨୭ରୁ

ସୁନ୍ଦରଗଡ ଜିଲା ସାଂସ୍କୃତିକ ମହୋତ୍ସବ ଯତ୍‌ରା ଜାନୁୟାରୀ ୨୭ରୁ

ସୁନ୍ଦରଗଡ଼, ୧୬।୧୨ (ଡି.ଏନ୍‌.ଏ.) -ଆସନ୍ତା ଜାନୁୟାରୀ ୨୭ରୁ ସୁନ୍ଦରଗଡ ଜିଲା ସାଂସ୍କୃତିକ ମହୋତ୍ସବ ଯତ୍‌ରା -୨୦୧୯ ଆରମ୍ଭ ହେବ। ଜିଲା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଏହି ମହୋତ୍ସବ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଅପରାହ୍ନରେ ସ୍ଥାନୀୟ ପ୍ରଗତି ମଣ୍ଡପଠାରେ ଜିଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଜିଲା ସାଂସ୍କୃତିକ ମହୋତ୍ସବ ଓ ଜିଲା ଉନ୍ନୟନ ପ୍ରଦର୍ଶନୀରେ ମୋଟ ୨୦୦ ଷ୍ଟଲ ଖୋଲାଯିବା ସହ ମୁକ୍ତାକାଶ ରଙ୍ଗମଞ୍ଚରେ 

ଯୁବଚାଷୀ ଆତ୍ମହତ୍ୟା ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଯୁବଚାଷୀ ଆତ୍ମହତ୍ୟା ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କରମପୁର,୧୬।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ସାନକୁଟୁ ଗ୍ରାମରେ ଶନିବାର ଜନୈକ ଯୁବଚାଷୀ ଆତ୍ମହତ୍ୟା କରିଥିଲେ। ରବିବାର ସକାଳେ ମୃତଦେହ ବ୍ୟବଚ୍ଛେଦ ପରେ  ସମ୍ପର୍କୀୟ ପକ୍ଷରୁ ବଡ଼କୁଟୁର ଛକରେ ମୃତଦେହ ରଖି ଜୟପାଟଣା -ମୋଟେରୋ ରାସ୍ତା ଅବରୋଧ କରାଯାଇଛି।

ସିଆର୍‌ପିଏଫ୍‌ କ୍ୟାମ୍ପ ବନ୍ଦ ପାଇଁ ମାଓବାଦୀଙ୍କ ଦାବି

ସିଆର୍‌ପିଏଫ୍‌ କ୍ୟାମ୍ପ ବନ୍ଦ ପାଇଁ ମାଓବାଦୀଙ୍କ ଦାବି

ଭବାନୀପାଟଣା, ୧୬।୧୨(ଡି.ଏନ.ଏ): ସିଆର୍‌ପିଏଫ୍‌ କ୍ୟାମ୍ପ ଓ କାଣିଗୁମାଠାରୁ ନାକରୁଣ୍ଡି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଚାଲିଥିବା ରାସ୍ତା କାର୍ଯ୍ୟ ବନ୍ଦ କରିବା ଦାବି କରିଛନ୍ତି ସିପିଆଇ ମାଓବାଦୀ। 

ଦଳବଦଳ ଚର୍ଚ୍ଚାରେ ରୋକ୍‌ ଲଗାଇଲେ ନବ: ‘କଂଗ୍ରେସ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ’

ଦଳବଦଳ ଚର୍ଚ୍ଚାରେ ରୋକ୍‌ ଲଗାଇଲେ ନବ: ‘କଂଗ୍ରେସ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ’

ଝାରସୁଗୁଡ଼ା ଅଫିସ,୧୬ା୧୨: ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ ଦଳବଦଳ କରିବା ନେଇ ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଧାୟକ ଦାସ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହାକୁ ସେ ଖଣ୍ଡନ କରିଛନ୍ତି। ଏକ ପ୍ରେସ ବିଜ୍ଞପ୍ତି ଜାରି କରି ବିଧାୟକ ଦାସ କହିଛନ୍ତି, ସେ ଛାତ୍ର ଜୀବନରୁ କଂଗ୍ରେସ ସହ ଜଡ଼ିତ ଅଛନ୍ତି ଏବଂ ଆଗକୁ ମଧ୍ୟ ରହିଥିବେ। କଂଗ୍ରେସର ନୀତି ଆଦର୍ଶରେ ମୁଁ ଅନୁପ୍ରାଣୀତ।

ବସୁନ୍ଧରା କୋଇଲା ଖଣି ପାର୍ଶ୍ୱବର୍ତ୍ତୀ ଗ୍ରାମବାସୀଙ୍କର ବିସ୍ଥାପନ ସମସ୍ୟା ନେଇ ପ୍ରଶାସନ-ଗ୍ରାମବାସୀଙ୍କ ଆଲୋଚନା ବିଫଳ

ବସୁନ୍ଧରା କୋଇଲା ଖଣି ପାର୍ଶ୍ୱବର୍ତ୍ତୀ ଗ୍ରାମବାସୀଙ୍କର ବିସ୍ଥାପନ ସମସ୍ୟା ନେଇ ପ୍ରଶାସନ-ଗ୍ରାମବାସୀଙ୍କ ଆଲୋଚନା ବିଫଳ

ସୁନ୍ଦରଗଡ଼, ୧୬।୧୨ (ଡି.ଏନ୍‌.ଏ)-ମହାନଦୀ କୋଲଫିଲଡ ଲିମିଟେଡ ତରଫରୁ ସୁନ୍ଦରଗଡ ଜିଲା ହେମଗିର ବ୍ଲକରେ ବସୁନ୍ଧରା କୋଇଲାଖଣି ଆରମ୍ଭ ହେବାର ଦୀର୍ଘବର୍ଷ ବିତିଯିବା ପରେ ମଧ୍ୟ  ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡିକରେ ଥିବା ପ୍ରଭାବିତ  ଗ୍ରାମଗୁଡିକର ସମସ୍ୟାର ସମାଧାନ ଦିଗରେ ଖଣି କର୍ତ୍ତୃପକ୍ଷ ତଥା ପ୍ରଶାସନିକ ଉଦାସୀନତା ନୀତି ଯୋଗୁ ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି।