ଅପରାଧ | ସମ୍ବଲପୁର

ସ୍ତ୍ରୀଙ୍କୁ ବାଡିରେ ପିଟି ହତ୍ୟା

ସ୍ତ୍ରୀଙ୍କୁ ବାଡିରେ ପିଟି ହତ୍ୟା
କୁଆଁରମୁଣ୍ଡା,୧୬।୯(ଡି.ଏନ.ଏ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚଇନପୁର ଗ୍ରାମରେ ଶ୍ୱଶୁର ଘର ନିକଟରେ ଭଡା ନେଇ ରହୁଥିବା ଲୁଆରାମ ଅଞ୍ଚଳର ସୁରଜ ଏକ୍କା ଗୁରୁବାର ରାତିରେ ନିଜ ସ୍ତ୍ରୀ ଜେମା ଏକ୍କା (୨୭)ଙ୍କୁ ବାଡ଼ିରେ ପିଟି ହତ୍ୟା କରିଛନ୍ତି। ଶନିବାର ମୃତଦେହ ବ୍ୟବଚ୍ଛେଦରୁ ଏହା ଜଣାପଡ଼ିବା ପରେ ପୋଲିସ ଅଭିଯୁକ୍ତ ସ୍ବାମୀ ସୁରଜଙ୍କୁ ଧରିବା ପାଇଁ ତନାଘନା ଚଳାଇଛି। ଏ ନେଇ ବୀରମିତ୍ରପୁର ଥାନାରେ ଏକ ମାମଲା (ନଂ.୧୦୩/୧୮) ରୁଜୁ ହୋଇଥିବା ଫାଣ୍ଡି ଅଧିକାରୀ ମନୋଜ ନାଏକ ସୂଚନା ଦେଇଛନ୍ତି। ପୋଲିସ ସୂଚନାନୁଯାୟୀ, ସୁରଜ ଓ ଜେମାଙ୍କ ମଧ୍ୟରେ ଗୁରୁବାର କୌଣସି କାରଣକୁ ନେଇ ଝଗଡ଼ା ଲାଗିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁରଜ ଏକ ବାଡ଼ିରେ ଜେମାଙ୍କୁ ନିସ୍ତୁକ ପିଟି ଥିଲେ। ଫଳରେ ଜେମାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସୁରଜ ଏହାକୁ ଆମତ୍ହତ୍ୟାର ରୂପ ଦେଇଥିଲେ। ମାତ୍ର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ହତ୍ୟା କରାଯାଇଥିବା ପ୍ରମାଣ ମିଳିବା ପରେ ସୁରଜ ଫେରାର ହୋଇଯାଇଛନ୍ତି।
All Right Reserved By

ଅପରାଧ | ସମ୍ବଲପୁର

ମଣିଶ୍ରୀ ଡାଇଗ୍ନୋସିସ୍‌ ଉପରେ ଚଢ଼ାଉ

ମଣିଶ୍ରୀ ଡାଇଗ୍ନୋସିସ୍‌ ଉପରେ ଚଢ଼ାଉ

ଯାଜପୁର ରୋଡ଼, ୨୩।୧୦(ନି.ପ୍ର.): ଯାଜପୁର ଜିଲା ଯାଜପୁର ରୋଡ କହ୍ନେଇପୁରରେ ଥିବା ମଣିଶ୍ରୀ ଡାଇଗ୍ନୋସିସ୍‌ ଉପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ  ଓ ଜିଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ମଙ୍ଗଳବାର ଚଢ଼ାଉ କରାଯାଇଛି। ମଣିଶ୍ରୀ ଡାଇଗ୍ନୋସିସ୍‌ରେ ରକ୍ତ, ମଳ, ମୂତ୍ର, କଫ, ଧାତୁ ଅଲ୍‌ଟ୍ରାସାଉଣ୍ଟ ପ୍ରଭୃତି ତ୍ରୁଟିପୂର୍ଣ୍ଣ ପରୀକ୍ଷଣ ରିପୋର୍ଟ ପ୍ରଦାନ କରାଯାଉଥିବା ବହୁବାର ଅଭିଯୋଗ ହୋଇଥିଲା। 

ମଦ୍ୟପ ଫାଣ୍ଡି ଅଧିକାରୀଙ୍କ ଉନ୍ମତ୍ତକାଣ୍ଡ, ଫାଣ୍ଡି ଘେରିଲେ ଲୋକେ

ମଦ୍ୟପ ଫାଣ୍ଡି ଅଧିକାରୀଙ୍କ ଉନ୍ମତ୍ତକାଣ୍ଡ, ଫାଣ୍ଡି ଘେରିଲେ ଲୋକେ

କୃଷ୍ଣପ୍ରସାଦ, ୨୩।୧୦(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଅଧୀନ ମାଲୁଦ ଫାଣ୍ଡି ଅଧିକାରୀ ମଦ୍ୟପାନ କରି ଜନସାଧାରଣଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ମହଙ୍ଗା ପଡିଛି। 

ଜାତୀୟ ରାଜପଥ କଡ଼ରୁ ଗଳିତ ଶବ ଉଦ୍ଧାର

ଜାତୀୟ ରାଜପଥ କଡ଼ରୁ ଗଳିତ ଶବ ଉଦ୍ଧାର

ଚଣ୍ଡିଖୋଲ, ୨୩।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ. ୫(କ)ର ଭାକୁଡ଼ ଛକ ନିକଟରୁ ମଙ୍ଗଳବାର ସକାଳେ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି। 

ଫେରାର ଅଭିଯୁକ୍ତ ଗିରଫ

ଫେରାର ଅଭିଯୁକ୍ତ ଗିରଫ

ରୂପ୍‌ସା, ୨୨।୧୦(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ହଳଦୀପଦା ଫାଣ୍ଡି ଅଧିକାରୀ ବଦ୍ରିଶଙ୍କର ଷଣ୍ଢ ଚଢ଼ାଉ କରି ଜଣେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲେ ଜଙ୍ଖରାଇ ଗ୍ରାମର ଶେଖ ତେଜମତ। ୨୦୧୬ ମସିହାର ଏକ ଗଣ୍ଡଗୋଳ ମାମଲାରେ ସେ ସମ୍ପୃକ୍ତ ଥିବା ପୋଲିସ କହିଛି। ୩ବର୍ଷ ଧରି ସେ ଫେରାର ଥିଲେ। ସେ ଘରେ ଥିବା ଖବରପାଇ ପୋଲିସ ଚଢ଼ାଉ କରିଥିଲା।

ପୁରୀ ହିଂସା ଘଟଣା, ପୁଣି ୬ କୋର୍ଟ ଚାଲାଣ

ପୁରୀ ହିଂସା ଘଟଣା, ପୁଣି ୬ କୋର୍ଟ ଚାଲାଣ

ପୁରୀ ଅଫିସ, ୨୨ା୧୦: ଶ୍ରୀମନ୍ଦିରରେ ଧାଡ଼ିଦର୍ଶନକୁ ନେଇ ହୋଇଥିବା ହିଂସାରେ ଗିରଫଦାରି ସଂଖ୍ୟା ୯୨ରେ ପହଞ୍ଚତ୍ଛି। ପୂର୍ବରୁ ପୋଲିସ ୮୬ ଜଣଙ୍କୁ ଗିରଫ କରିଥିବା ବେଳେ ସୋମବାର ଆଉ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। 

୪ ମନ୍ଦିରରୁ ଚୋରି

୪ ମନ୍ଦିରରୁ ଚୋରି

ଡେରାବିଶ, ୨୨।୧୦ (ସ୍ବ.ପ୍ର): ଡେରାବିଶ ବ୍ଲକ ଅଞ୍ଚଳର ୪ଟି ମନ୍ଦିରରୁ ଗତ ଶୁକ୍ରବାର ରାତିରେ ଏକାବେଳେ ସ୍ଥାନୀୟ ଅଂଚଳର ୪ଟି ମନ୍ଦିରରୁ ଲୁଟ କରିଥିବା ଅଭିଯୋଗ ହୋଇଛି।

ନକଲି ମାଓବାଦୀ ସାଜି ଜେଲଗଲେ ଯୁବକ

ନକଲି ମାଓବାଦୀ ସାଜି ଜେଲଗଲେ ଯୁବକ

ବେଲପଡା, ୨୨ା୧୦(ଡି.ଏନ.ଏ.): ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କୁ ଟଙ୍କା ମାଗିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ବଲାଙ୍ଗୀର ଜିଲା ବେଲପଡା ଥାନା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। 

ଚନ୍ଦନ ହତ୍ୟାକାଣ୍ଡ, ଅଭିଯୁକ୍ତ ମୀନକେତନ ଗିରଫ

ଚନ୍ଦନ ହତ୍ୟାକାଣ୍ଡ, ଅଭିଯୁକ୍ତ ମୀନକେତନ ଗିରଫ

ପରଜଙ୍ଗ,୨୨।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ନୂଆ କୁଆଳୋ ଗ୍ରାମରେ ଶୁକ୍ରବାର ସାରେ ଗ୍ରାମର ଚନ୍ଦନ ବେହେରାଙ୍କୁ ଉକ୍ତ ସାହିର ମୀନକେତନ ସାହୁ ଟାଙ୍ଗିଆରେ ହାଣି ନିିର୍ମମ ହତ୍ୟା କରି ଫେରାର ଥିଲେ। 

ନବବିବାହିତା ମହିଳାଙ୍କୁ ହତ୍ୟା ଅଭିଯୋଗ, ଜଣେ ଅଟକ

ନବବିବାହିତା ମହିଳାଙ୍କୁ ହତ୍ୟା ଅଭିଯୋଗ, ଜଣେ ଅଟକ

ଛେଣ୍ଡିପଦା,୨୨।୧୦(ସ୍ବ.ପ୍ର) ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିନାଳି ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ରବିବାର ରାତିରେ ଜଣେ ନବବିବାହିତାଙ୍କ ମୃତ ଦେହ ଉଦ୍ଧାର ରାଯାଇଛି। 

ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ଆକ୍ରମଣ ଘଟଣା: ୧୦ଜଣଙ୍କ ନାମରେ  ମାମଲା, କଲ୍ୟାଣୀ ଗାଁରେ ଚାପା ଉତ୍ତେଜନା

ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ଆକ୍ରମଣ ଘଟଣା: ୧୦ଜଣଙ୍କ ନାମରେ ମାମଲା, କଲ୍ୟାଣୀ ଗାଁରେ ଚାପା ଉତ୍ତେଜନା

ନୀଳଗିରି, ୨୧ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ମଛୁଆ ପଞ୍ଚାୟତ କଲ୍ୟାଣୀ ଗାଁରେ ଗୁଣିଗାରେଡି ସନ୍ଦେହରେ ଶ୍ରୀମତୀ ସିଂ ନାମ୍ନୀ ମହିଳାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ରବିବାର ୧୦ଜଣଙ୍କ ନାମରେ ମାମଲା(ନଂ.୨୪୧/୧୮) ରୁଜୁ କରିଛି। ଏହାର ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ନଳିତା ମୋଦୀ କହିଛନ୍ତି। ଅଭିଯୁକ୍ତମାନେ ହେଲେ କାର୍ତ୍ତିକ ସିଂ, ଅନାଦି ସିଂ, ଗଙ୍ଗାଧର ସିଂ, ପୂର୍ଣ୍ଣ ସିଂ, ଜଳଧର ସିଂ, ବର୍ଜୁ ସିଂ, କାନ୍ଦୁରୁ ସିଂ ,ବସନ୍ତ ସିଂ, ରମା ସିଂ ଓ ମହେଶ୍ୱର ସିଂ। ଏହାକୁ ନେଇ  ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।

ଅବକାରୀ ବିଭାଗ ଅତର୍କିତ ଚଢ଼ାଉ, ୩ ଚୋରା ମଦ ବେପାରୀ ଗିରଫ

ଅବକାରୀ ବିଭାଗ ଅତର୍କିତ ଚଢ଼ାଉ, ୩ ଚୋରା ମଦ ବେପାରୀ ଗିରଫ

ଜଳେଶ୍ୱର, ୨୧ା୧୦(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳର ଚନ୍ଦନା, ବିରିଶପୁର ଓ ଗୋପ ଗ୍ରାମରେ ଅବକାରୀ ବିଭାଗ ଅତର୍କିତ ଚଢ଼ାଉ କରି ୩ ଜଣ ଚୋରାମଦ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୭୦ ଲିଟର ରନ୍ଧା ଦେଶୀମଦ ଜବତ ହୋଇଛି। 

ଜ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଶାଶୁ ଶ୍ୱଶୁରଙ୍କୁ କୋର୍ଟ ଚାଲାଣ

ଜ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଶାଶୁ ଶ୍ୱଶୁରଙ୍କୁ କୋର୍ଟ ଚାଲାଣ

ରାଜନଗର, ୨୧।୧୦(ଡି.ଏନ.ଏ.): ମହାକାଳପଡା ଥାନା ଅନ୍ତର୍ଗତ ରତନପୁର ଗ୍ରାମର ପରିକ୍ଷିତ ସେଠୀଙ୍କ ପୁଅ ଶ୍ରୀଧର ସେଠୀ ଶ୍ୱଶୁର ଘର ରାଜନଗରକୁ ଦୁର୍ଗାପୂଜା ବୁଲିବାକୁ ଆସିଥିଲେ।