ସମ୍ବଲପୁର

ଯୁବତାରକା ସାଂସ୍କୃତିକ ପରିଷଦର ନୂଆଁଖାଇ ଭେଟ୍‌ଘାଟ୍‌

ଯୁବତାରକା ସାଂସ୍କୃତିକ ପରିଷଦର ନୂଆଁଖାଇ ଭେଟ୍‌ଘାଟ୍‌
ପଦ୍ମପୁର, ୧୬।୯ (ଡି.ଏନ.ଏ.)- ପଦ୍ମପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଡିହି ଗ୍ରାମର ଯୁବ ତାରକା ପରିଷଦ ଦ୍ୱାରା ନୂଆଁଖାଇ ଭେଟଘାଟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ହୋଇଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ରିଙ୍କୁ ମେହେରଙ୍କ ସଂଯୋଜନାରେ କୁନି କୁନି କଳାକାରମାନଙ୍କ ଦ୍ୱାରା ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅନ୍ତିମ ଦିବସରେ ବିଶିଷ୍ଠ ନାଟ୍ୟକାର ରାଜେନ୍ଦ୍ର ମହାନ୍ତି ଏବଂ କବି ସୁରେନ୍ଦ୍ର ସାହୁଙ୍କ ସଂଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବରେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥି ଭାବରେ କିଶୋର ଚନ୍ଦ୍ର ଦାଶ, ପଙ୍କଜିନୀ ପ୍ରଧାନ, ସୁରେଶ ବାଗ ପ୍ରମୁଖ ଯୋଗଦେଇ ନୂଆଁଖାଇ ଭେଟଘାଟ୍‌ର ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ। ଯୁବ ତାରକା ସାଂସ୍କୃତିକ ପରିଷଦ ତରଫରୁ ଶିଶୁ ନୃତ୍ୟ ଶିଳ୍ପୀ ସମାରୀ ମେହେର, ଆଭା ମେହେର ଓ ପ୍ରିତିଶ ଦାଶ ଏବଂ ବୋଡସମ୍ଭର ଯୁବ ସେନାର କାର୍ଯ୍ୟକର୍ତ୍ତାମାନଙ୍କୁ ମୁଖ୍ୟଅତିଥି ସମ୍ମାନିତ କରିଥିଲେ। ଏହି ଅବସରରେ ସ୍ବନାମଧନ୍ୟ କଳାକାର ଶତୃଘ୍ନ ଲୁହାର, ନବୀନ କୁଅଁର ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପ୍ରକାଶ ଚିନ୍ଦ୍ରା, ଟିକୁନୁ ବୈକାର, ଶ୍ୟାମସୁନ୍ଦର ମେହେର, ଚିତ୍ତ ତମଲିଆ, ଚନ୍ଦ୍ର କୁମୁରିଆ ପ୍ରମୁଖ ପରିଚାଳନା କରିଥିଲେ। 

All Right Reserved By

ସମ୍ବଲପୁର

ବଲାଙ୍ଗୀର କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌

ବଲାଙ୍ଗୀର କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌

ବଲାଙ୍ଗୀର ଅଫିସ,୧୫।୧୦: ବଲାଙ୍ଗୀର ସିଭିଲ କୋର୍ଟ ପରିସରରୁ ରବିବାର ସନ୍ଧ୍ୟାରେ ଜଣେ ଅଭିଯୁକ୍ତ ଚମ୍ପଟ୍‌ ମାରିଥିବା ଜଣାପଡିଛି । ଅଭିଯୁକ୍ତ ଜଣଙ୍କ ହେଲେ ବଲାଙ୍ଗୀର ମାଳପଡାର କଳିଙ୍ଗ ମେଣ୍ଡଲି(୩୦) ବୋଲି ଜଣାପଡିଛି ।

ହାଟପଡ଼ା ଦୁର୍ଗାପୂଜା, ଏଥର ବଜେଟ୍‌ ୨୦ ଲକ୍ଷ

ହାଟପଡ଼ା ଦୁର୍ଗାପୂଜା, ଏଥର ବଜେଟ୍‌ ୨୦ ଲକ୍ଷ

ସମ୍ବଲପୁର,୧୫।୧୦(ବ୍ୟୁରୋ) : ସମ୍ବଲପୁରରେ ଦୁର୍ଗାପୂଜାର ନିଆରା ପରମ୍ପରା ରହିଛି। ଦେବୀଙ୍କ ପୂଜାର୍ଚ୍ଚନା ସହ ଆଖଡା ଖେଳ ବହୁ ପୁରୁଣା ପରମ୍ପରା ଅଟେ । ସମ୍ବଲପୁର ହାଟପଡ଼ା ଦୁର୍ଗାପୂଜା କମିଟି ଦଶହରା ମାସର ଶୁକ୍ଲପକ୍ଷ ସପ୍ତମୀ ତିଥିରୁ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥାଏ ।

ଉଜୁଡିବ ଧଳାସୁନା ଚାଷ

ଉଜୁଡିବ ଧଳାସୁନା ଚାଷ

ପଦ୍ମପୁର, ୧୫।୧୦ (ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଧୀନ ପଦ୍ମପୁର, ଗାଇସିଲେଟ ଓ ପାଇକମାଳ ବ୍ଲକ ଅଞ୍ଚଳରେ ଧଳାସୁନା ଭାବେ ପରିଚିତ କପା ଚାଷ କରାଯାଉଛି। 

ତିତ୍‌ଲି ବର୍ଷାରେ ଭାଙ୍ଗିଲା ଘର

ତିତ୍‌ଲି ବର୍ଷାରେ ଭାଙ୍ଗିଲା ଘର

ତଳଗାଁ,୧୫।୧୦(ଡି.ଏନ୍‌.ଏ): ତିତ୍‌ଲି ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଯୋଗୁ ହରଭଙ୍ଗା ବ୍ଲକର ତଳଗାଁ ପଞ୍ଚାୟତରେ ଅନେକ ଘର ଭାଙ୍ଗି ଯାଇଛି । ତଳଗାଁ ପଞ୍ଚାୟତ ହରିଜନ ସାହିରେ ରୁହନ୍ତି ଚକ୍ରଧର ବେହେରା (୬୮) । 

ଚାଷୀ ସମସ୍ୟା ନେଇ ଆନ୍ଦୋଳନ ଆହ୍ବାନ

ଚାଷୀ ସମସ୍ୟା ନେଇ ଆନ୍ଦୋଳନ ଆହ୍ବାନ

ବରଗଡ଼ ଅଫିସ୍‌,୧୫।୧୦: ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ବଜାର ପ୍ରାଙ୍ଗଣରେ ରବିବାର ଜୟ କିଶାନ ଆନ୍ଦୋଳନର ଏକ ଆଞ୍ଚଳିକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 

ଧାନଚାଷ ନଷ୍ଟ ଆଶଙ୍କା

ଧାନଚାଷ ନଷ୍ଟ ଆଶଙ୍କା

ଜୁନାଗଡ,୧୫।୧୦ (ଡି.ଏନ.ଏ.): ଇନ୍ଦ୍ରାବତୀ କୁସୁମଖୁଣ୍ଟି ଡିଭିଜନ ବାମ ମୁଖ୍ୟ କେନାଲର ତଳ ଅଞ୍ଚଳରେ ଥିବା ଜୁନାଗଡ ବ୍ଲକ ଆଟିଗଁ । ଓ ତଳମଲା ପଞ୍ଚାୟତକୁ ଠିକ ଭାବେ କେନାଳ ପାଣି ପହଞ୍ଚତ୍ ପାରୁ ନାହିଁ ।

ମୃତ୍ୟୁସହ ସଂଗ୍ରାମ କରୁଛନ୍ତି କୌଶଲ୍ୟା

ମୃତ୍ୟୁସହ ସଂଗ୍ରାମ କରୁଛନ୍ତି କୌଶଲ୍ୟା

ଲଡୁଗାଁ,୧୫।୧୦(ଡି.ଏନ.ଏ.): କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ଶେଷ ପାହାଚରେ ପହଞ୍ଚତ୍ଛନ୍ତି ବିଧବା କୌଶଲ୍ୟା ମାଝି (୩୪)। ରୋଗ ଚିକିତ୍ସା ପାଇଁ ସର୍ବସାନ୍ତ ହେବା ପରେ ଶେଷରେ ଡାକ୍ତରଖାନାରୁ ଫେରିଆସି ଏବେ ମାସେ ହେବ ଅର୍ଥଭାବରୁ ଘରେ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି।

ଡିଜିଟାଲ ଲାଇଟ ଗେଟ୍‌, ରାବଣ ପୋଡି ମୁଖ୍ୟ ଆକର୍ଷଣ

ଡିଜିଟାଲ ଲାଇଟ ଗେଟ୍‌, ରାବଣ ପୋଡି ମୁଖ୍ୟ ଆକର୍ଷଣ

ଭବାନୀପାଟଣା,୧୫।୧୦(ଡି.ଏନ.ଏ.): ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଦୁର୍ଗାପୂଜାକୁ ମହାସମାରୋହରେ ପାଳନ କରିବା ପାଇଁ ଭବାନୀପାଟଣା ବାହାଦୁରବଗିଚାପଡା ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଦ୍ରୁତଗତିରେ ଚାଲିଛି। 

ଯୋଜନାରୁ ବାଦ୍‌ ଝୁଲେନବର ଗ୍ରାମବାସୀ

ଯୋଜନାରୁ ବାଦ୍‌ ଝୁଲେନବର ଗ୍ରାମବାସୀ

ସିନାପାଲି,୧୫।୧୦(ଡି.ଏନ.ଏ.): ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ୨୦୧୮ ଅନୁସାରେ ନୂଆପଡା ଜିଲାର ସମସ୍ତ ବ୍ଲକ୍‌ ତଥା ପଞ୍ଚାୟତ ସମସ୍ତ ଗ୍ରାମର ଯୋଗ୍ୟ ହିତାଧିକାରୀଙ୍କୁ ରାଶନ କାର୍ଡ ବଣ୍ଟନ କରାଯାଇଥିବା ବେଳେ ସିନାପାଲି ବ୍ଲକ୍‌ରେ ଏହାର ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି ।

ଭଙ୍ଗା ଦଦରା ଅବସ୍ଥାରେ ଭିଏଡବ୍ଲ୍ୟୁଙ୍କ ଅଫିସ ଗୃହ

ଭଙ୍ଗା ଦଦରା ଅବସ୍ଥାରେ ଭିଏଡବ୍ଲ୍ୟୁଙ୍କ ଅଫିସ ଗୃହ

ପଲମ,୧୫।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ଟକର୍ଲା ପଞ୍ଚାୟତସ୍ଥିତ ମୁଣ୍ଡାପଲା ଗ୍ରାମରେ ଆଜକୁ ୩୫ବର୍ଷ ହେଲା ଭିଏଡବ୍ଲ୍ୟୁଙ୍କ ଅଫିସ ଓ ବାସଗୃହ ନିର୍ମାଣ ହୋଇଥିଲା । 

୫ ବଛର ହେଲା ଖଟେ ବିତୁଛେ ଜୀବନ୍‌

୫ ବଛର ହେଲା ଖଟେ ବିତୁଛେ ଜୀବନ୍‌

ଅତାବିରା, ୧୫।୧୦ (ଡି.ଏନ.ଏ.):  ମାହାଲିଆ ସୁଆସ୍‌ତିଅ ସେବାର ଲାଗି ଉଭଏ କେନ୍ଦ୍ର ଆର ରାଏଜ ସରକାର ଗୁଟେ ପରେ ଗୁଟେ ଯୋଜ୍‌ନା କାଯ୍‌କାରି କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଗଁା ଗଁଲିରେ ବାସ୍‌ କରୁଥିବାର ନିହାତି ଗରିବ୍‌ ଅସାହା ଲୋକ୍‌ମାନକର ନିକେ ଇ ସେବା କି ସୁବିଧା ଠିକ୍‌ ହିସାବେ ପୁହୁଁଚି ନାଇଁପାରବାର। 

ଭାରତୀୟ ଚେତନା ବିଶ୍ୱହିତରେ ନିହିତ

ଭାରତୀୟ ଚେତନା ବିଶ୍ୱହିତରେ ନିହିତ

ବଲାଙ୍ଗୀର ଅଫିସ, ୧୫ା୧୦: ବଲାଙ୍ଗୀର କୋଶଳ କଳାମଣ୍ଡଳ ପଡିଆଠାରେ ଅନୁଷ୍ଠିତ ମୋ ଭାରତ ସ୍ବର୍ଣ୍ଣିମ ଭାରତ ଅଭିଯାନର ତ୍ରିଦିବସୀୟ ସମ୍ମିଳନୀର ଦ୍ୱିତୀୟ ଦିନରେ ରବିବାର ନୈତିକ ଶିକ୍ଷା ସମ୍ମିଳନୀ ଅନୁଷ୍ଠିତ ହୋଇଛି ା ବଲାଙ୍ଗୀର ଲାଲଟିକ୍ରାସ୍ଥିତ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଚିନ୍ତାନାୟକ ପ୍ରଫେସର ଡ. ମଧୁସୂଦନ ପତି ମୁଖ୍ୟଅତିଥି ଭାବେ ଯୋଗଦେଇ ସାମାଜିକ ପରିବର୍ତ୍ତନର ଆଧାର ନୈତିକ ଶିକ୍ଷା ବିଷୟରେ ବକ୍ତବ୍ୟ ରଖିଥିଲେ ା