ରାଜ୍ୟ | ସମ୍ବଲପୁର

ଆଡମ୍ବରରେ ଚାଲିଛି ଗଜାନନଙ୍କ ପୂଜା ଉତ୍ସବ: ଆଲୋକମାଳାରେ ଝଲସୁଛି ମଣ୍ଡପ

ଆଡମ୍ବରରେ ଚାଲିଛି ଗଜାନନଙ୍କ ପୂଜା ଉତ୍ସବ: ଆଲୋକମାଳାରେ ଝଲସୁଛି ମଣ୍ଡପ
ରାଜଗାଙ୍ଗପୁର, ୧୬।୯(ଡି.ଏନ.ଏ.)- ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ସହର ସିମେଣ୍ଟ ସହର ଭାବେ ପରିଚୟ ହାସଲ କରିଥିବାବେଳେ ଗଜାନନଙ୍କ ପୂଜା ପାଇଁ ଏହି ସହରର ସ୍ବତନ୍ତ୍ର ସ୍ଥାନ ରହିଛି। ପ୍ରତିବର୍ଷ ସହରରେ ଶହଶହ ମଣ୍ଡପରେ ପ୍ରଭୂ ଗଜାନନ ପୂଜା ପାଉଥିବାବେଳେ ଏବର୍ଷ ଦୁଇ ଶହରୁ ଊର୍ଦ୍ଧ୍ୱ ମଣ୍ଡପରେ ପୂଜା ପାଉଛନ୍ତି। ଏହି ଉତ୍ସବ ସାତଦିନ ଧରି ଚାଲିବାର କାର୍ଯ୍ୟକ୍ରମ ରହିଛି। ଫଳରେ ସମଗ୍ର ସହର ଭକ୍ତିମୟ ହୋଇଉଠିଛି। ସହରର ଓସିଏଲ କଲୋନୀ, ଓସିଏଲ ମାର୍କେଟ, ଭଟ୍ଟାପଡା, ଲିପଲୋଇ, ଆଇଟି କଲୋନୀ, ବାରୁପଡା, ଷ୍ଟେସନପଡା, ବଗିଚାପଡା, କୁଣ୍ଡୁପଡ଼ାରେ ପ୍ରଭୂଗଜାନନଙ୍କ ପୂଜା ବହୁ ଆଡମ୍ବର ସହିତ ପାଳନ କରାଯାଉଛି। ବିଭିନ୍ନ ସ୍ଥାନରେ ବହୁ ଆକର୍ଷଣୀୟ ତୋରଣ ତିଆରି କରାଯାଇଛି। ତାସହ ବହୁ ସୁନ୍ଦର ମେଢମାନ ତିଆରି ହୋଇଛି। କେଉଁଠି ରଥଉପରେ ବସି ପୂଜା ପାଉଛନ୍ତି ତ କେଉଁଠି ଗଜାନନଙ୍କ ସହ ହରପାର୍ବତୀ ପୂଜା ପାଉଛନ୍ତି। ସନ୍ଧ୍ୟା ସମୟରେ ସମଗ୍ର ସହର ବିଭିନ୍ନ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସି ଉଠୁଛି। ସକାଳୁ ସନ୍ଧ୍ୟା ଯାଏ ବିଭିନ୍ନ ଭକ୍ତି ସଙ୍ଗୀତରେ ସହର ଭକ୍ତିମୟ ପରିବେଶରେ ପୂରି ଉଠୁଛି। ସନ୍ଧ୍ୟାରେ ରାଜଗାଙ୍ଗପୁର ସହର ସମେତ କୁତ୍ରା, ବଡଗାଁ, କାଂଶବାହାଲ, ଲାଇଙ୍ଗ, ଗଡପୋଷ, ବାମଣ୍ଡା ଭଳି ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତ ରାଜଗାଙ୍ଗପୁର ସହରକୁ ଆସୁଛନ୍ତି।  ବିଭିନ୍ନ ମଣ୍ଡପ ପରିକ୍ରମା କରି ଗଜାନନଙ୍କ ଦର୍ଶନ କରୁଛନ୍ତି। ସହରର  ବିଭିନ୍ନ ପୂଜା କମିଟି ଦ୍ୱାରା ଇଟଲି, ଦୋସା,  ଚଣା, ରସଗୋଲା, କ୍ଷୀରିପୁରୀ ଭଳି ବିଭିନ୍ନ ପ୍ରସାଦ ଭକ୍ତଙ୍କୁ ବଣ୍ଟାଯାଉଛି। ଭକ୍ତମାନେ ମହା ଆଡମ୍ବର ସହିତ ପ୍ରସାଦ ସେବନ କରୁଥିବା ଦେଖିବାକୁ ମିଳୁଛି। ସହରର ଶହ ଶହ ମଣ୍ଡପ ବୁଲି ପ୍ରସାଦ ସେବନ କରି ଭକ୍ତଙ୍କ ପେଟ ପୂରି ଉଠୁଛି। ସୁସ୍ବାଦୁ ପ୍ରସାଦ ବଣ୍ଟନ ପାଇଁ ପୂଜା କମିଟି ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳୁଛି। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରତି ମଣ୍ଡପରେ  ପୋଲିସ ମୁତୟନ ହୋଇଛନ୍ତି। ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି ଏସ୍‌ଡିପିଓ ବିଜୟ କୁମାର ନନ୍ଦ ପ୍ରକାଶ କରିଛନ୍ତି।
All Right Reserved By

ରାଜ୍ୟ | ସମ୍ବଲପୁର

ଗଣିଆ ଗଲା ୩ ରଥ ଚକ

ଗଣିଆ ଗଲା ୩ ରଥ ଚକ

ପୁରୀ ଅଫିସ, ୧୨ା୧୨: ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିରାଜିତ ତିନି ରଥର ୩ଟି ଚକ ବୁଧବାର ନୟାଗଡ଼ ଜିଲା ଗଣିଆକୁ ଯାଇଛି। ଏକ ବର୍ଣ୍ଣାଢ୍ୟ ସଂକୀର୍ତ୍ତନ ଶୋଭାଯାତ୍ରାରେ ଗଣିଆବାସୀ ରଥ ଚକକୁ ସାଥୀରେ ନେଇ ଯାଇଛନ୍ତି। ଗଣିଆସ୍ଥିତ ଶ୍ରୀରଘୁନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ଏହି ରଥଚକ ସ୍ଥାପନ କରାଯିବ ବୋଲି ମନୋରଞ୍ଜନ ଦାଶ ସୂଚନା ଦେଇଛନ୍ତି । 

ବାଲୁକା କଳାରେ କପିଲ-ଗିନ୍ନିଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

ବାଲୁକା କଳାରେ କପିଲ-ଗିନ୍ନିଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ ଅଫିସ,୧୨।୧୨: ବିବାହ କରିବାକୁ ଯାଉଛନ୍ତି କମେଡି କିଙ୍ଗ କପିଲ ଶର୍ମା। ଆଜି ପଞ୍ଜାବର ଜଳନ୍ଧରଠାରେ ହିନ୍ଦୁ ଧର୍ମାନୁଯାୟୀ ଏହି ବିବାହ ଅନୁଷ୍ଠିତ ହେବ। ଏହାକୁ ନେଇ କପିଲଙ୍କୁ ଦେଶବିଦେଶର ପ୍ରଶଂସକଙ୍କଠାରୁ ଅଭିନନ୍ଦନ ମିଳୁଥିବା ଦେଖାଯାଉଛି। ଏହି କ୍ରମରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକାକଳା ମାଧ୍ୟମରେ କପିଲ-ଗିନ୍ନିଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି। 

ରାଜ୍ୟ ଚାଷୀଙ୍କ ସମସ୍ୟା ବିଜେଡି ପାଇଁ ମହଙ୍ଗା ପଡିବ: ଭାଜପା

ରାଜ୍ୟ ଚାଷୀଙ୍କ ସମସ୍ୟା ବିଜେଡି ପାଇଁ ମହଙ୍ଗା ପଡିବ: ଭାଜପା

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): କଂଗ୍ରେସକୁ ଅଭିନନ୍ଦନ ଜଣାଇବା ଆଳରେ ଭାଜପାକୁ ଗାଳିଦେବା ପାଇଁ ଯେଉଁ କୃଷକ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠାଇଛନ୍ତି ଏହା ଆଗାମୀ ଦିନରେ ତାଙ୍କୁ ମହଙ୍ଗା ପଡିବ। 

୫ରାଜ୍ୟର ଫଳାଫଳ,  ଓଡ଼ିଶାକୁ ନେଇ ଚର୍ଚ୍ଚା

୫ରାଜ୍ୟର ଫଳାଫଳ, ଓଡ଼ିଶାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି। ତେଲେଙ୍ଗାନାରେ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆର୍‌ଏସ୍‌) କ୍ଷମତା ବଜାୟ ରଖିଛି। ସେହିପରି ମିଜୋରମରେ ମିଜୋ ନ୍ୟାସ୍‌ନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ) କଂଗ୍ରେସକୁ ପରାଜିତ କରି ସରକାର ଗଠନ କରିବାକୁ ଯାଉଛି। 

ଓଡ଼ିଶାରୁ ପଟ୍ଟନାୟକ ପରିବାର ହାତରୁ କ୍ଷମତା ଯିବ, ୯୪ ପ୍ରତିଶତଙ୍କୁ କ୍ଷମତା ମିଳିବ : ଶ୍ରୀକାନ୍ତ

ଓଡ଼ିଶାରୁ ପଟ୍ଟନାୟକ ପରିବାର ହାତରୁ କ୍ଷମତା ଯିବ, ୯୪ ପ୍ରତିଶତଙ୍କୁ କ୍ଷମତା ମିଳିବ : ଶ୍ରୀକାନ୍ତ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)-ଓଡ଼ିଶାରୁ ପଟ୍ଟନାୟକ ପରିବାର ହାତରୁ ଶାସନରୁ କ୍ଷମତା ଯିବ। ରାଜ୍ୟର ୯୪ ପ୍ରତିଶତ (ଏସ୍‌ସି,ଏସ୍‌ଟି,ଓବିସି,ସଂଖ୍ୟାଘୁ)ଙ୍କ ପାଖକୁ  କ୍ଷମତା ଆସିବ । ଛତିଶଗଡ଼ରେ ଯେପରି ଓବିସି,ଏସ୍‌ସି,ଏସ୍‌ଟି ଭୋଟ କଂଗ୍ରେସକୁ କ୍ଷମତାସୀନ କରିଲା, ଓଡ଼ିଶାରେ ତା’ର ପୁନରାବୃତ୍ତି ହେବ। 

ଶ୍ରୀମନ୍ଦିର ପ୍ରଶାସନକୁ ମୃଣାଳିନୀଙ୍କ ଚିଠି: ବିପିଏଲ୍‌ ଶ୍ରେଣୀର ସେବାୟତଙ୍କ ପାଇଁ ସୁବିଧା ହେଉ

ଶ୍ରୀମନ୍ଦିର ପ୍ରଶାସନକୁ ମୃଣାଳିନୀଙ୍କ ଚିଠି: ବିପିଏଲ୍‌ ଶ୍ରେଣୀର ସେବାୟତଙ୍କ ପାଇଁ ସୁବିଧା ହେଉ

ପୁରୀ ଅଫିସ,୧୨ା୧୨: ଶ୍ରୀମନ୍ଦିରରେ ପରିଚାଳନାଗତ ସଂସ୍କାର ଆଣିବା ଲାଗି ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିବା ଆଇନଜୀବୀ ମୃଣାଳିନୀ ପାଢୀ ପୁଣି ଚର୍ଚ୍ଚାରେ। ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ୍‌) ଶ୍ରେଣୀର ସେବାୟତଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାକୁ ସେ ସ୍ବର ଉଠାଇଛନ୍ତି। ଏଥିସହ ବନ୍ଦ ଥିବା ଦୁଇଗୁଣ ପାଳିଆ ପୁରସ୍କାର ସେବାୟତଙ୍କୁ ଦେବା ଲାଗି ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିକଟକୁ ଚିଠି ଲେଖିଛନ୍ତି।

ପର୍ଯ୍ୟଟକଙ୍କ ସୁବିଧା ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି: ଜାହାନିଆଁ ପୀଠରେ ମୁତୟନ ହେବେ ଲାଇଫ୍‌ ଗାର୍ଡ

ପର୍ଯ୍ୟଟକଙ୍କ ସୁବିଧା ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି: ଜାହାନିଆଁ ପୀଠରେ ମୁତୟନ ହେବେ ଲାଇଫ୍‌ ଗାର୍ଡ

ପୁରୀ ଅଫିସ,୧୨ା୧୨: ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ପୁରୀ ଜିଲାର ସ୍ବତନ୍ତ୍ର ସ୍ଥାନ ରହିଛି। ଜିଲାକୁ ଆସୁଥିବା ପର୍ଯ୍ୟଟକମାନେ କିଭଳି ସୁବିଧା ସୁଯୋଗ ପାଇବେ ସେଥିଲାଗି ତତ୍ପରତା ପ୍ରକାଶ କରିଛି ଜିଲା ପ୍ରଶାସନ।

ବେଳାଭୂମି ମାର୍ଗରେ ଭାସିଲା ନଳାପାଣି

ବେଳାଭୂମି ମାର୍ଗରେ ଭାସିଲା ନଳାପାଣି

ପୁରୀ ଅଫିସ, ୧୨ା୧୨: ପର୍ଯ୍ୟଟନ ସହର ପୁରୀକୁ ପ୍ରତିଦିନ ଦେଶ, ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ଏଠାକାର ମନୋରମ ବେଳାଭୂମି ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଥାଏ। ହେଲେ ଉଠାଦୋକାନୀଙ୍କ ଯୋଗୁ ବେଳାଭୂମି ତାର ସୌନ୍ଦର୍ଯ୍ୟ ହରାଉଥିବା ବେଳେ ଅନେକ ସମୟରେ ବେଳାଭୂମି ମାର୍ଗରେ ଅଳିଆ ଆବର୍ଜନାକୁ ନେଇ ପର୍ଯ୍ୟଟକମାନେ କ୍ଷୋଭ ପ୍ରକାଶ କରିଥାନ୍ତି। 

ବସ୍ତି ପିଲାଙ୍କ ପ୍ରତିଭା ଖୋଜିବ ‘ମୁଁ ବି ଚାମ୍ପିୟନ୍‌’

ବସ୍ତି ପିଲାଙ୍କ ପ୍ରତିଭା ଖୋଜିବ ‘ମୁଁ ବି ଚାମ୍ପିୟନ୍‌’

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)- ସାମାଜିକ ସଙ୍ଗଠନ ‘ୟୁଥ୍‌ ଫର୍‌ ଭଲ୍ୟୁଣ୍ଟାରୀ ଓ୍ବାର୍କ’ ଏବଂ ପିପିଏଲ୍‌ ନ୍ୟୁଜ୍‌ର ମିଳିତ ସହଯୋଗରେ ‘ମୁଁ ବି ଚାମ୍ପିୟନ୍‌’ କାର୍ଯ୍ୟକ୍ରମ ନନ୍ଦିନୀପଲ୍ଲୀସ୍ଥିତ ମୁଣ୍ଡାସାହି ବସ୍ତିରେ ଅନୁଷ୍ଠିତ ହୋଇଯାଇଛି। 

ଏବେଠୁ ହେରିଟେଜ୍‌ ସାଇକେଲ ଟୁର୍‌: ‘ମୋ ସାଇକେଲ’ରେ ଐତିହ୍ୟ ବୁଲା

ଏବେଠୁ ହେରିଟେଜ୍‌ ସାଇକେଲ ଟୁର୍‌: ‘ମୋ ସାଇକେଲ’ରେ ଐତିହ୍ୟ ବୁଲା

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)- ସାଇକେଲରେ ବୁଲି ଏଣିକି ଏକାମ୍ର କ୍ଷେତ୍ରର ଐତିହ୍ୟ, କୀର୍ତ୍ତିରାଜିକୁ ଦେଖିବା ସହିତ ସେ ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ ପର୍ଯ୍ୟଟକ। ପଦଯାତ୍ରା ପରିବର୍ତ୍ତେ ସାଇକେଲ ଯାତ୍ରାର ମଜା ନେଇପାରିବେ। ପୂର୍ବରୁ ହେଉଥିବା ଏକାମ୍ର ପଦଯାତ୍ରା ଭଳି ଏବେଠାରୁ ଭୁବନେଶ୍ୱରରେ ଆୟୋଜନ ହେବ ହେରିଟେଜ୍‌ ସାଇକେଲ ଟୁର୍‌। 

ଡଟ୍‌ ଫେଷ୍ଟ୍‌: ମଞ୍ଚରେ ଓଡ଼ିଶାର ‘ଜେନେରେଶନ ନେକ୍ସଟ ରକ୍‌ ବ୍ୟାଣ୍ଡ୍‌’

ଡଟ୍‌ ଫେଷ୍ଟ୍‌: ମଞ୍ଚରେ ଓଡ଼ିଶାର ‘ଜେନେରେଶନ ନେକ୍ସଟ ରକ୍‌ ବ୍ୟାଣ୍ଡ୍‌’

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)-ରକ୍‌ ବ୍ୟାଣ୍ଡ୍‌ ପ୍ରତି ଓଡ଼ିଶାର ଯୁବପିଢ଼ିଙ୍କୁ ଆକର୍ଷିତ କରିବା ଏବଂ ସେମାନଙ୍କୁ ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ଯୋଗାଇଦେବାକୁ ପ୍ରୟାସ କରିଥିଲା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)।

ମଡେଲ ପୋଲିସ ଥାନାକୁ ନେଇ ଡିଜିପିଙ୍କ ସମୀକ୍ଷା ବୈଠକ: ଆରମ୍ଭ ହେବ ଷ୍ଟୁଡେଣ୍ଟ୍‌ ପୋଲିସ କ୍ୟାଡେଟ୍‌

ମଡେଲ ପୋଲିସ ଥାନାକୁ ନେଇ ଡିଜିପିଙ୍କ ସମୀକ୍ଷା ବୈଠକ: ଆରମ୍ଭ ହେବ ଷ୍ଟୁଡେଣ୍ଟ୍‌ ପୋଲିସ କ୍ୟାଡେଟ୍‌

କଟକ ଅଫିସ, ୧୨|୧୨- ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି) ଭଳି ଓଡ଼ିଶା ପୋଲିସରେ ଆରମ୍ଭ ହେବ ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ୍‌। ଏନ୍‌ସିସି ଭଳି ଏଥିରେ ଛାତ୍ରୀଛାତ୍ରମାନଙ୍କୁ ସ୍ବତନ୍ତ୍ର ପୋଷାକ ସହ ପ୍ରଶିକ୍ଷଣ ମଧ୍ୟ ଦିଆଯିବ।