ସମ୍ବଲପୁର

ସୁନୀଲ ମେମୋରିଆଲ ନକ୍‌ଆଉଟ୍‌ ଫୁଟବଲ ଟୁର୍ନାମେଣ୍ଟ :ରାଇବେର୍ଣ୍ଣା ଟିମ୍‌ ଚାମ୍ପିୟନ

ସୁନୀଲ ମେମୋରିଆଲ ନକ୍‌ଆଉଟ୍‌ ଫୁଟବଲ ଟୁର୍ନାମେଣ୍ଟ :ରାଇବେର୍ଣ୍ଣା ଟିମ୍‌ ଚାମ୍ପିୟନ
କୁଆଁରମୁଣ୍ଡା,୧୬।୯(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ତେଲିପୋଷ ଖେଳ ପଡିଆରେ ଚାଲିଥିବା ସୁନୀଲ୍‌ ମେମୋରିଆଲ ନକ୍‌ଆଉଟ୍‌ ଫୁଟବଲ୍‌ ଟୁର୍ନାମେଣ୍ଟ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଅନ୍ତିମ ମ୍ୟାଚ୍‌ କାଂଶବାହାଲର ଢେଲୁଆ ଟିମ୍‌ ଓ ଡୁମେରଯୋରର ରାଇବେର୍ଣ୍ଣା ଟିମ୍‌ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଭୟ ଟିମ୍‌ର ଖେଳାଳିମାନେ ବେଶ୍‌ ରୋମାଞ୍ଚକପୂର୍ଣ୍ଣ ଖେଳ ପ୍ରଦର୍ଶନ କରିଥିଲେ। ଉଭୟ ଦଳ ପରସ୍ପରକୁ ସମାନ ସମାନ ଗୋଲ୍‌ ଦେବା ପରେ ଶେଷରେ ଟାଇବ୍ରେକର ପଦ୍ଧତି ଅନୁସରଣ କରାଯାଇଥିଲା। ଏଥିରେ ରାଇବେର୍ଣ୍ଣା ଟିମ୍‌ ବିଜୟୀ ହୋଇ ଟୁର୍ନାମେଣ୍ଟର ଚାମ୍ପିୟନ ଘୋଷିତ ହୋଇଛନ୍ତି। ଏହା ପରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିିଥି ଭାବେ କୁଆଁରମୁଣ୍ଡା ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ରଣଜିତ୍‌ ଲାକ୍ରା ଯୋଗ ଦେଇ ସୁନ୍ଦରଗଡ଼ ଜିଲା ହେଉଛି ହକି ଓ ଫୁଟବଲ୍‌ ଖେଳର ଏନ୍ତୁଡିଶାଳ ବୋଲି କହିଥିଲେ। ଏହି ଜିଲାର ଗ୍ରାମାଞ୍ଚଳରେ ଆୟୋଜିତ ହେଉଥିବା ଫୁଟବଲ ଟୁର୍ନାମେଣ୍ଟ ଯୁବ କ୍ରୀଡାବିତ୍‌ମାନଙ୍କ ପ୍ରତିଭାକୁ ଉଜ୍ଜୀବିତ ରଖିବା ସହ ଲୋକଲୋଚନକୁ ଆଣିପାରୁଛି ବୋଲି ସେ କହିଥିଲେ। ବର୍ତ୍ତମାନର ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡାବିତ୍‌ମାନଙ୍କ ପାଇଁ ବହୁ ଯୋଜନା ପ୍ରଣୟନ କରୁଥିବା ଯୋଗୁ ସେମାନଙ୍କର ଭବିଷ୍ୟତ ନିଶ୍ଚିତଭାବେ ଉଜ୍ଜ୍ୱଳମୟ ହେବ ବୋଲି ମୁଖ୍ୟ ଅତିଥି ଲାକ୍ରା ଉପସ୍ଥିତ ଯୁବ କ୍ରୀଡାବିତ୍‌ମାନଙ୍କୁ ନିଜ ବକ୍ତବ୍ୟରେ ଉତ୍ସାହିତ କରିଥିଲେ। ଏହି ଅବସରରେ ଚାମ୍ପିୟନ ଘୋଷିତ ରାଇବେର୍ଣ୍ଣା ଟିମ୍‌କୁ ୧୨ ହଜାର ଟଙ୍କାର ଚେକ୍‌ ସହ ଟ୍ରଫି ଓ ରନର୍ସ ଅପ ଘୋଷିତ ଢେଲୁଆ ଟିମ୍‌କୁ ୮ହଜାର ଟଙ୍କାର ଚେକ୍‌ ସହ ଟ୍ରଫିକୁ ମୁଖ୍ୟ ଅତିଥି ଲାକ୍ରା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଖବରଦାତା ମହେନ୍ଦ୍ର ସାହୁ ୩ୟ ଘୋଷିତ କୁଆଁରମୁଣ୍ଡାର ଚାର୍ଲସ ବ୍ରଦର ଟିମ୍‌କୁ ୬ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ।  ୪ର୍ଥ ଘୋଷିତ କ୍ରିଷ୍ଣା ବ୍ରଦର୍ସ ଟିମ୍‌କୁ ବିଜୟ କେର୍କେଟା ୪ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଏହି ଟୁର୍ନାମେଣ୍ଟ ମୋଟ ୩୨ଟି ଟିମ୍‌କୁ ନେଇ ଚଳିତ ମାସ ୧୦ ତାରିଖରୁ ଆରମ୍ଭ ହୋଇଥିଲା। ତେଲିପୋଷ ଗ୍ରୀନ କ୍ଲବ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହୋଇଥିଲା। ଆୟୋଜକ ଗ୍ରୀନ କ୍ଲବର ସଭାପତି ବିଜୟ ଓରାମ, ଉପସଭାପତି ଦୀପକ ଟପ୍ପୋ, ସମ୍ପାଦକ ସୁଜିତ୍‌ ମିଂଜ, ଦେବା ଖାଖା, ଜ୍ୟୋତିଷ୍‌ ବାର୍ଲା, ପ୍ରଦୀପ କୁଜୁର ପ୍ରମୁଖ ଉପସ୍ଥିତ ରହି ସୁଚାରୁରୂପେ କ୍ରୀଡ଼ା ପରିଚାଳନା କରିଥିଲେ।
All Right Reserved By

ସମ୍ବଲପୁର

ଶହୀଦଙ୍କ ସ୍ମୃତିଚାରଣ, ଶ୍ରଦ୍ଧାଞ୍ଜଳି

ଶହୀଦଙ୍କ ସ୍ମୃତିଚାରଣ, ଶ୍ରଦ୍ଧାଞ୍ଜଳି

ସୋନପୁର,୨୧।୧୦(ନି.ପ୍ର.): ସୋନପୁର ଆର୍ମଡ ରିଜର୍ଭ ପୋଲିସ ପଡିଆରେ ରବିବାର ୫୯ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି। ସୁବର୍ଣ୍ଣପୁର ଏସ୍‌ପି ଦେବୀ ପ୍ରସାଦ ଦାଶ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୋଲିସ ପତାକା ଉତ୍ତୋଳନ କରିବା ସହିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଶହୀଦ ଦିବସରେ ଦେଶର ସେବା ପାଇଁ ନୂତନ ପ୍ରେରଣା ମିଳେ ବୋଲି ଏସ୍‌ପି ଦାଶ କହିଥିଲେ। 

ଉତ୍କଳଶ୍ରୀ-୧୯:  ଭାଗନେବେ ୩ଶହ ପ୍ରତିଯୋଗୀ

ଉତ୍କଳଶ୍ରୀ-୧୯: ଭାଗନେବେ ୩ଶହ ପ୍ରତିଯୋଗୀ

ବଲାଙ୍ଗୀର ଅଫିସ, ୨୧ା୧୦: ବଲାଙ୍ଗୀର ଆମେଚୁଅର ବଡିବିଲ୍‌ଡିଂ ସଂଘ ଆନୁକୂଲ୍ୟରେ ବଲାଙ୍ଗୀରଠାରେ ଆଗାମୀ ଜାନୁଆରୀ ୧୨ ଓ ୧୩ ତାରିଖ ଦିନ ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଉତ୍କଳଶ୍ରୀ-୨୦୧୯ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏନେଇ ସର୍କିଟ୍‌ ହାଉସଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆୟୋଜନ କମିଟି ସମ୍ପାଦକ ସଞ୍ଜୟ କୁମାର ଶତପଥୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଆୟୋଜନ କମିଟି ଚେୟାରମେନ୍‌ ଯୁବନେତା ଅର୍କେଶ ନାରାୟଣ ସିଂଦେଓ ଓ ସଭାପତି ଲଳିତ କୁମାର ନାୟକ ଯୋଗଦାନ କରିଥିଲେ। 

ଗ୍ୟାସ ସିଲିଣ୍ଡର ଫାଟି ରୋଷେଇଘର ଛାତ ଉଡ଼ିଲା

ଗ୍ୟାସ ସିଲିଣ୍ଡର ଫାଟି ରୋଷେଇଘର ଛାତ ଉଡ଼ିଲା

ବଲାଙ୍ଗୀର ଅଫିସ,୨୧।୧୦-ବଲାଙ୍ଗୀର ଟାଉନ ଥାନା ମାଲପଡ଼ା ରାମମନ୍ଦିର ନିକଟରେ ଶନିବାର ମଧ୍ୟ ରାତ୍ରିରେ ଘଟିଛି ଅଘଟଣ। ରାମମନ୍ଦିର ନିକଟ ହିମାଂଶୁ ପଣ୍ଡାଙ୍କ ଘରେ ଗ୍ୟାସ ସିଲିଣ୍ଡର ଫାଟିଯାଇଛି। ସିଲିଣ୍ଡର ଫାଟି ରୋଷେଇ ଘରର ଛାତ ଉଡ଼ିଯାଇଛି। ଦୁଇଟି ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହେବା ଯୋଗୁ ଫାଟିଯାଇଥିଲା। ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ୩ ସଦସ୍ୟ।

ଭବାନୀପାଟଣାଠାରେ ପୋଲିସ ଶହୀଦ ଦିବସ ପାଳିତ

ଭବାନୀପାଟଣାଠାରେ ପୋଲିସ ଶହୀଦ ଦିବସ ପାଳିତ

ଭବାନୀପାଟଣା, ୨୧।୧ଠ (ଡି.ଏନ୍‌.ଏ.)-ରବିବାର ଦେଶର ପୋଲିସ ବାହିନୀ ତାହାର ୫୯ତମ ଶହୀଦ ଦିବସ ପାଳନ କରୁଥିଲାବେଳେ ଏହି ଉପଲକ୍ଷେ କଳାହାଣ୍ଡି ଜିଲା ସଦର ଭବାନୀପାଟଣା ଠାରେ ଥିବା ରିଜର୍ଭ ପୋଲିସ ପଡ଼ିଆ ଠାରେ ଜିଲା ପ୍ରଶାସନ ପକ୍ଷରୁ ଏହି ଦିବସ ପାଳିତ ହୋଇଥିଲା । ପୂର୍ବାହ୍ନ ୮ ଟାରେ ରିଜର୍ଭ ପୋଲିିସ ପଡ଼ିଆଠାରେ ଜିଲା ଆରକ୍ଷୀ ଅଧିକ୍ଷକ ବି.ଗଙ୍ଗାଧର ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଥିବା ପୋଲିସ ଶହୀଦ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ସ୍ବର୍ଗତ ଆତ୍ମା 

ପ୍ରସିଦ୍ଧ ରାବଣପୋଡି ସହ ଶେଷ ହେଲା ଦଶହରା:  ମଞ୍ଚରେ ଦେଶପ୍ରେମର ବାର୍ତ୍ତା

ପ୍ରସିଦ୍ଧ ରାବଣପୋଡି ସହ ଶେଷ ହେଲା ଦଶହରା: ମଞ୍ଚରେ ଦେଶପ୍ରେମର ବାର୍ତ୍ତା

ନୂଆପଡା ଅଫିସ, ୨୧।୧୦- ଆଜକୁ ଦଶଦିନ ଧରି ନୂଆପଡା ଜିଲାର ପୁରପଲ୍ଲୀରେ ଦଶହରା ପର୍ବ ପାଳିତ ହୋଇଥିଲା। ଶେଷ ଦିନରେ ବିଭିନ୍ନ ଜାଗାରେ ରାବଣ ପୋଡି, ଆତସବାଜୀ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ଥିଲା। ତନ୍ମଧ୍ୟରୁ ଜିଲା ସଦର ମହକୁମାର ରାବଣ ଦହନ କାର୍ଯ୍ୟକ୍ରମ ନିଆରା ଥିଲା         ଜିଲା ସଦର ମହକୁମାରେ ୭ଟି ଜାଗାରେ ଅର୍ଥାତ ସାର୍ବଜନୀନ ପୂଜା, ଦୁର୍ଗା ମନ୍ଦିର, ତେଲିପଡା, ଶ୍ରୀରାମ କମ୍ପ୍ଲେକ୍ସ, ପୋଲିସ ପଡିଆ, ସିର୍ତୋଲ ଏବଂ ନୀଳଶୈଳ ନଗର ପଡାରେ ପୂଜା ହୋଇଥିଲା। ଏସବୁ 

ଦୁଇ ବାଇକ ମୁହଁ।ମୁହିଁ ଧକ୍କା: ୧ ମୃତ, ଜଣେ ଗୁରୁତର

ଦୁଇ ବାଇକ ମୁହଁ।ମୁହିଁ ଧକ୍କା: ୧ ମୃତ, ଜଣେ ଗୁରୁତର

ବେଦବ୍ୟାସ, ୨୧।୧୦ (ଡି.ଏନ.ଏ)- ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଫାଣ୍ଡିର ଡିସ୍କ ଛକ ସ୍ଥିତ ସନ୍ଧ୍ୟା ସାଢ଼େ ୫ଟାରେ ଦୁଇ ବାଇକ ମୁହଁାମୁହିଁ ଧକ୍କା ହୋଇଛି। ଫଳରେ ଜଣେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଜଣାପଡ଼ିଛି। ଖଇରବନ୍ଧ ପାର୍ଶ୍ୱରୁ ବଡମାରେନ ଆଡକୁ ଯାଉଥିବା ଟିଭିଏସ ବାଇକ ନଂ. ଓଡି ୧୪ ଡି- ୧୩୫୮ ସହ ବିପରିତ ପାର୍ଶ୍ୱରୁ ଆସୁଥିବା ହିରୋହୋଣ୍ଡା ବାଇକ ନଂ. ଓଡି ୧୪ ଡି- 

ଶାରଦୀୟ ଜାତୀୟ ସେବା ଯୋଜନା ଶିବିର ଉଦ୍‌ଯାପିତ

ଶାରଦୀୟ ଜାତୀୟ ସେବା ଯୋଜନା ଶିବିର ଉଦ୍‌ଯାପିତ

ବିଜେପୁର, ୨୧।୧୦ (ଡି.ଏନ.ଏ)- ବରଗଡ ଜିଲା ବିଜେପୁର ବ୍ଲକ କଲଙ୍ଗାପାଲିରେ ଶାରଦୀୟ ଜାତୀୟ ସେବା ଯୋଜନା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଚେୟାରମେନ ପରିତୋଷ ସୁନା ଏହାକୁ ଉଦ୍‌ଘାଟନ କରିଥିଲେ। ପଲିଥିନ ବର୍ଜନ, ଶୌଚାଳୟ ବ୍ୟବହାର, ଗ୍ରାମ ସଫେଇ, ଠୁଙ୍ଗା ପ୍ରସ୍ତୁତି କରି ସ୍ବାବଲମ୍ବି ହେବା, ଟୀକାକରଣ ବିଷୟରେ ବିଭିନ୍ନ ଦିବସରେ ଶିବିରାର୍ଥୀଗଣ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ। ଉଦ୍‌ଯାପନୀ ସମାରୋହରେ ଡିଗ୍ରୀ କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର 

ସୋହେଲା ଦୁର୍ଗାପୂଜା: ସରିଲା ରାବଣପୋଡି, ଭସାଣି

ସୋହେଲା ଦୁର୍ଗାପୂଜା: ସରିଲା ରାବଣପୋଡି, ଭସାଣି

ସୋହେଲା,୨୧।୧୦ (ଡି.ଏନ.ଏ)-ବରଗଡ ଜିଲା ସୋହେଲାଠାରେ ଲକ୍ଷାଧିକ ଦର୍ଶକଙ୍କ ସମାଗମରେ ଶାନ୍ତିଶୃଙ୍ଖଳାର ସହିତ ପଶ୍ଚିମ ଓଡିଶାର ଖ୍ୟାତିଲାଭ କରିଥିବା ସୋହେଲାର ପ୍ରସିଦ୍ଧ ରାବଣପୋଡି ଶନିବାର ସନ୍ଧ୍ୟାରେ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ପୂଜାର ପ୍ଲାଟିନମ ଜୁବୁଲି ପାଳନ କରାଯାଇଥିବାରୁ ପୂଜା କମିଟି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସୀମାନ୍ତ ପଡୋଶୀ ରାଜ୍ୟ ସମେତ ଦୂର ଦୂରାନ୍ତରରୁ ଲୋକେ ଏହି ପୂଜା 

ଚାକିରି ଦେବାକୁ କହି ୨୦ ଲକ୍ଷ ଠକେଇ

ଚାକିରି ଦେବାକୁ କହି ୨୦ ଲକ୍ଷ ଠକେଇ

ରାଉରକେଲା ଅଫିସ,୨୧।୧୦- ଝିରପାଣି ଥାନା ଝିରପାଣି ପୁନର୍ବସତି କଲୋନୀରେ ରହୁଥିବା ଜଣେ ଯୁବତୀ କେତେକ ବେକାର ଯୁବକଙ୍କୁ ଚାକିରି ଦେବା ଆଳରେ ୨୦ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଏ ନେଇ ଶନିବାର ମଧ୍ୟାହ୍ନରେ କିଛି ଯୁବକ ଥାନାରେ ଅଭିଯୋଗ କରିବାକୁ ପହଞ୍ଚି ଥିଲେ। ହେଲେ ଠକେଇ କରିଥିବା ଯୁବତୀ ଜଣକ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ଦେଖାଯାଇଥିଲା। ‘ମୁଁ ସୁବିଧା ଅନୁସାରେ ଟଙ୍କା ଫେରାଇ ଦେବି। ଆପଣମାନେ

ଧାନ ସଂଗ୍ରହ ଆରମ୍ଭ ହୋଇନି: ଚାଲିଛି ଅଣ୍ଡରରେଟ୍‌ ମସୁଧା

ଧାନ ସଂଗ୍ରହ ଆରମ୍ଭ ହୋଇନି: ଚାଲିଛି ଅଣ୍ଡରରେଟ୍‌ ମସୁଧା

ବରଗଡ଼ ଅଫିସ୍‌,୨୧।୧୦
ବରଗଡ଼ ଜିଲାରେ ଆଉ ୨ସପ୍ତାହ ପରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ନଭେମ୍ବର ୫ତାରିଖରୁ ଜିଲାରେ ଧାନ କିଣାବିକା ଚାଲିବ । ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଚାଲିଛି। ଚାଷୀ ପଞ୍ଜୀକରଣ ପ୍ରକ୍ରିୟାଠାରୁ ଆରମ୍ଭ କରି ଆକାଉଣ୍ଟ ଯାଞ୍ଚ ଏବଂ ଅନ୍ୟ ଆବଶ୍ୟକ କାଗଜାତ୍‌ ପ୍ରସ୍ତୁତିରେ ବିଭାଗୀୟ ଅଧିକାରୀମାନେ ଲାଗି ପଡ଼ିଛନ୍ତି। ଅନ୍ୟପଟେ ଅଣ୍ଡରରେଟ୍‌ରେ ଧାନ କିଣିବା ପାଇଁ ବେପାରୀଙ୍କ ମସୁଧା ମଧ୍ୟ ପଛରେ ପଡ଼ିନାହିଁ । ଧାନ ସଂଗ୍ରହ ପ୍ରକ୍ରିୟାର ଅବ୍ୟବହିତ ପୂର୍ବରୁ ଗ୍ରାମାଞ୍ଚଳରେ ବେପାରୀମାନେ

ଚୋରି ସନ୍ଦେହରେ ଥାନାରେ ଅଟକ ଯୁବକଙ୍କୁ ବାହାର ଯୁବକ ମାଡ଼ ମାରିବା ନେଇ ଉତ୍ତେଜନା: ଶତାଧିକ ଲୋକଙ୍କ ଥାନାରେ ପାଟିତୁଣ୍ଡ

ଚୋରି ସନ୍ଦେହରେ ଥାନାରେ ଅଟକ ଯୁବକଙ୍କୁ ବାହାର ଯୁବକ ମାଡ଼ ମାରିବା ନେଇ ଉତ୍ତେଜନା: ଶତାଧିକ ଲୋକଙ୍କ ଥାନାରେ ପାଟିତୁଣ୍ଡ

ବଡ଼ଗାଁ, ୨୧।୧୦ (ଡି.ଏନ.ଏ)-  ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅଞ୍ଚଳରେ ଚୋରି ସନ୍ଦେହରେ ଥାନାରେ ଅଟକ ଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କୁ ବାହାରର କେତେକ ଯୁବକ ମାଡ଼ମାରିଥିବା ଅଭିଯୋଗ ହୋଇଛି। ଥାନା ଭିତରେ ପଶି ଅଟକ ଥିବା ଯୁବକଙ୍କୁ ମାଡ଼ମାରିଥିବା ବାହାରର ଯୁବକମାନଙ୍କ ଗିରଫ ଦାବିକରି ବଡ଼ଗାଁରେ ଶନିବାର ସନ୍ଧ୍ୟାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚୋରି ସନ୍ଦେହରେ ଅଟକ ଯୁବକଙ୍କ ସମ୍ପର୍କୀୟ, ସମର୍ଥକ କୁହାଯାଉଥିବା ଶତାଧିକ ମହିଳା, ପୁରୁଷ ଥାନାକୁ ଆସି ପାଟିତୁଣ୍ଡ 

ବିଜେପୁରରେ ଭସାଣି ଶେଷ

ବିଜେପୁରରେ ଭସାଣି ଶେଷ

ବିଜେପୁର, ୨୧।୧୦ (ଡି.ଏନ.ଏ)- ବରଗଡ ଜିଲା ବିଜେପୁର ବ୍ଳକର ପୁରପଲ୍ଲୀରେ ଚାଲିଥିବା ଦୁର୍ଗାପୂଜା ମହୋତ୍ସବ ଭସାଣି  ସହ ସମ୍ପନ୍ନ ହୋଇଯାଇଛି। ଉମାଶଙ୍କର ପାଣିଗ୍ରାହୀଙ୍କ ଘରୁ ବାହାରିଥିବା ନବକୁମାରୀ କନ୍ୟାଗଣ ସ୍ଥାନୀୟ ପୂଜାମଣ୍ଡପରେ ପହଞ୍ଚିବା ପରେ ନବକୁମାରୀ ପୂଜାର୍ଚ୍ଚନା କରାଯାଇ ନଗର ପରିକ୍ରମା  କରାଯାଇଥିଲା। ଦଶମୀ ତିଥିରେ ଅପରାଜିତା ପୂଜା ସହ ଅପରାହ୍ନରେ ହୋମ ସହ ପୂର୍ଣ୍ଣାହୁତି ହୋଇଥିଲା। ସନ୍ଧ୍ୟାରେ ହାଇସ୍କୁଲ ପଡିଆରେ ରାମ ରାବଣ ଯୁଦ୍ଧରେ ରାବଣର ମୃତ୍ୟୁ ହୋଇ