ମନୋରଞ୍ଜନ |

ସାଥୀ..ତୁ ଫେରିଆ

ସାଥୀ..ତୁ ଫେରିଆ
ଜୀବନରେ ଭଲ ସାଥୀଟିଏ ନିହାତି ଲୋଡା।  ମନପସନ୍ଦର ସାଥୀଟିଏ କିଏ ନ ଖୋଜେ କହିଲେ ? ଯଦି ତାହା ମିଳିଗଲା ତେବେ ତା’ ସହ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଶେୟାର କରିହୁଏ।  କେବଳ ସେତିକି ନୁହେଁ ସାଥୀର କେତୋଟି ମିଠା କଥା ଠିକ ବାଟରେ ଯିବାକୁ ବାଟ କଢ଼ାଇ ନିଏ।   ଗୋଟିଏ ପରିବାରର ସମସ୍ତ ସଦସ୍ୟ ପରସ୍ପର ସହ ସାଥୀ ହୋଇ ନିଜ ଜୀବନକୁ କିପରି ସୁରୁଖୁରୁରେ ଆଗକୁ ଆଗେଇ ନେଉଛନ୍ତି ତାହାକୁ ଆଧାର କରି ରଚିତ ହୋଇଛି କାହାଣୀ। ଆଉ ଏଭଳି ଭିନ୍ନ ଧରଣର କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ନୂଆ ଓଡ଼ିଆ ସିନେମା ‘ସାଥୀ..ତୁ ଫେରିଆ’। ସାଇ ଶ୍ରଦ୍ଧା ଷ୍ଟୁଡିଓ ବ୍ୟାନରରେ ଜି ସାର୍ଥକ ସହାୟତାରେ ଉକ୍ତ ଫିଲ୍ମର ପ୍ରଯୋଜନା କରୁଛନ୍ତି ଓଡ଼ିଆ ଧାରାବାହିକ ଜଗତର ନାମୀ ପ୍ରଯୋଜିକା ବିନି ସାମଲ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉଛନ୍ତି  ସୁଧାକର ବସନ୍ତ। କାହାଣୀ ସହ ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ। ଏହି ଫିଲ୍ମରେ ସଂଯୋଜିତ ୬ଟି ଗୀତକୁ ସ୍ବର ଦେଇଛନ୍ତି ପ୍ରେମ ଆନନ୍ଦ। ମହାଶ୍ୱେତା ରାୟ, ଜ୍ୟୋତି ନାୟକ, ଅନୁଭା ସୌର୍ଯ୍ୟା, ଶୁଭାଶିଷ ଶର୍ମା (ମଣ୍ଟୁ), ଅନୀଷା, ପିଣ୍ଟୁ ନନ୍ଦ, ଶ୍ରୀତମ ଦାସ, ପ୍ରଜ୍ଞା, ମୁନ୍ନା ଖଁା ପ୍ରମୁଖ କଳାକାରଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।  
All Right Reserved By

ମନୋରଞ୍ଜନ |

ଫିଲ୍ମ ‘ଭାରତ’ରେ କ୍ୟାଟ୍ରିନା ବି ଓଲ୍ଡ ଏଜ୍‌ ଚରିତ୍ରରେ ନଜର ଆସିବେ

ଫିଲ୍ମ ‘ଭାରତ’ରେ କ୍ୟାଟ୍ରିନା ବି ଓଲ୍ଡ ଏଜ୍‌ ଚରିତ୍ରରେ ନଜର ଆସିବେ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଓ କ୍ୟାଟ୍ରିନ କୈଫଙ୍କ ଅପ୍‌କିମିଙ୍ଗ ଫିଲ୍ମକୁ ନେଇ ଚର୍ଚ୍ଚା ଜାରି ରହିଛି। ଫିଲ୍ମ ‘ଭାରତ’ରେ ଉଭୟେ ନଜର ଆସୁଥିବା ବେଳେ ଏମାନଙ୍କର ଭିନ୍ନ ଗେଟ୍‌ଅପ୍‌ ଏବେ ଦର୍ଶକଙ୍କ ପାଇଁ କିଛି ଭିନ୍ନ ସ୍ବାଦ ଆଣିବ ବୋଲି କୁହାଯାଉଛି। 

ସଲିମ ଖାଁଙ୍କୁ ମିଳିଲା ମାଷ୍ଟର ଦିନାନାଥ ମଙ୍ଗେସକର ଆଓ୍ବାର୍ଡ

ସଲିମ ଖାଁଙ୍କୁ ମିଳିଲା ମାଷ୍ଟର ଦିନାନାଥ ମଙ୍ଗେସକର ଆଓ୍ବାର୍ଡ

ମୁମ୍ବାଇ,୨୫।୪: ଭେଟେରାନ୍‌ ସ୍କ୍ରିନ୍‌ରାଇଟର ସଲିମ ଖାଁଙ୍କୁ ୭୭ତମ ମାଷ୍ଟର ଦିନାନାଥ ମଙ୍ଗେସକର ଆଓ୍ବାର୍ଡ ୨୦୧୯ ପ୍ରଦାନ କରାଯାଇଛି। 

ଶୁଟିଂ ପାଇଁ ଖରାରେ କ୍ଷେତ ବୁଲିଲେ ଆମିର୍‌

ଶୁଟିଂ ପାଇଁ ଖରାରେ କ୍ଷେତ ବୁଲିଲେ ଆମିର୍‌

ଅଭିନେତା ଆମିର୍‌ ଖାଁ  ନିଜ ଫିଲ୍ମ  ଶୁଟିଂ ପାଇଁ ପାଲମ୍‌ପୁରର ଏକ ଗାଁକୁ ଯାଇଥିବା ନଜରକୁ ଆସିଛିି।

ପ୍ରଥମଥର ପାଇଁ ଟ୍ରାନ୍ସଜେଣ୍ଡର ଭୂମିକାରେ ନଜର ଆସିବେ ଅମିତାଭ

ପ୍ରଥମଥର ପାଇଁ ଟ୍ରାନ୍ସଜେଣ୍ଡର ଭୂମିକାରେ ନଜର ଆସିବେ ଅମିତାଭ

ପରଦାରେ ପ୍ରଥମଥର ପାଇଁ ଟ୍ରାନ୍ସଜେଣ୍ଡର ଭୂମିକା ନିଭାଇବାକୁ ଯାଉଛନ୍ତି ବିଗ୍‌-ବି ଅମିତାଭ ବଚ୍ଚନ। 

ଦୀପିକାଙ୍କ ‘ଛପାକ’ ଲୁକ୍‌ରୁ ଭୂମିଙ୍କୁ ମିଳିଲା ସାହସ

ଦୀପିକାଙ୍କ ‘ଛପାକ’ ଲୁକ୍‌ରୁ ଭୂମିଙ୍କୁ ମିଳିଲା ସାହସ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଆଗାମୀ ସିନେମା ‘ଛପାକ’ରେ ଏସିଡ୍‌ ପୀଡ଼ିତା ଲକ୍ଷୀ ଅଗ୍ରଓ୍ବାଲଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମର ପ୍ରଥମ ପୋଷ୍ଟର ସମ୍ମୁଖକୁ ଆସିବା ପରଠାରୁ ଦର୍ଶକ ଏହାକୁ ଖୁବ୍‌ ପସନ୍ଦ କରିବା ସହ ଦୀପିକାଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି। 

ସରିବ ତିକ୍ତତା, ଜୁନ୍‌ରେ ଏକାଠି ହସାଇବେ କପିଲ ଶର୍ମା-ସୁନିଲ ଗ୍ରୋଭର !

ସରିବ ତିକ୍ତତା, ଜୁନ୍‌ରେ ଏକାଠି ହସାଇବେ କପିଲ ଶର୍ମା-ସୁନିଲ ଗ୍ରୋଭର !

ବମ୍ବେ: ପୁଣି ଏକାଠି ହୋଇପାରନ୍ତି କମେଡିଆନ୍‌ କପିଲ ଶର୍ମା ଓ ସୁନିଲ ଗ୍ରୋଭର। ସେ ବି ଗୋଟିଏ ମଞ୍ଚରେ। କପିଲଙ୍କ ଶୋ’ ‘ଦ କମେଡି ନାଇଟ୍ସ ଉଇଥ୍‌ କପିଲ’ରେ ଉଭୟଙ୍କ କମେଡିକୁ ଦର୍ଶକ ଉପଭୋଗ କରିପାରନ୍ତି।

‘ଶୋଲେ’ର ସାମ୍ବା ଚରିତ୍ର ଲାଗି ଲୋକଙ୍କ ମନରେ ଆଜି ବି ଜୀବିତ ମାକ୍‌ ମୋହନ, ଆଜି ଜନ୍ମବାର୍ଷିକୀ

‘ଶୋଲେ’ର ସାମ୍ବା ଚରିତ୍ର ଲାଗି ଲୋକଙ୍କ ମନରେ ଆଜି ବି ଜୀବିତ ମାକ୍‌ ମୋହନ, ଆଜି ଜନ୍ମବାର୍ଷିକୀ

ସୁୁପରହିଟ୍‌ ଫିଲ୍ମ ଶୋଲେ’ରେ ସାମ୍ବା ଚରିତ୍ରକୁ କିଏ ବା ନ ଜାଣିଛି। ଏହି ଚରିତ୍ରରେ ଅଭିନୟ କରିଥିବା ଅଭିନେତା ମାକ୍‌ ମୋହନଙ୍କୁ ଲୋକେ ଆଜି ପର୍ଯ୍ୟନ୍ତ ମନେରଖିଛନ୍ତି। ୧୯୩୮ ଏପ୍ରିଲ ୨୪ରେ କରାଚୀରେ ଜନ୍ମଗ୍ରହଣ କରିଥିଲେ ଏହି କଳାକାର।

ମାଆ ହେବାକୁ ଯାଉଛନ୍ତି ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡ !

ମାଆ ହେବାକୁ ଯାଉଛନ୍ତି ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡ !

ଅର୍ଜୁନ ରାମପାଲ ବିବାହର ୨୦ ବର୍ଷ ପରେ ତାଙ୍କ ସ୍ତ୍ରୀ ମେହର ଜେସିୟାଙ୍କୁ ଛାଡ଼ପତ୍ର ଦେଇ ସାରିଛନ୍ତି। ଏ ଖବର କିଛିଦିନ ତଳେ ଖୁବ୍‌ ଚର୍ଚ୍ଚାରେ ଥିଲା। ପୁଣି ଥରେ ଅର୍ଜୁନ ଚର୍ଚ୍ଚାକୁ ଆସିଛନ୍ତି। ଅର୍ଜୁନ ଏବେ ବାପା ହେବାକୁ ଯାଉଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ନେବାରେ ପ୍ରଥମ ଅଭିନେତା ପାଲଟିଲେ ଅକ୍ଷୟ କୁମାର

ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ନେବାରେ ପ୍ରଥମ ଅଭିନେତା ପାଲଟିଲେ ଅକ୍ଷୟ କୁମାର

ବମ୍ବେ: ବଲିଉଡ୍‌ ସିନେ ଜଗତର ସୁପରଷ୍ଟାର ଅକ୍ଷୟ କୁମାର ନିଜର ଅଭିନୟକୁ ନେଇ ଯେତିକି ପ୍ରଶଂସିତ ହୋଇଥାନ୍ତି, ତା ଠାରୁ ଅଧିକ ନିଜର ଦେଶପ୍ରେମକୁ ନେଇ ଚର୍ଚ୍ଚିତ ହୋଇଆସିଛନ୍ତି। ସେ ଜଣେ ଅଭିନେତା ଓ ମାର୍ଶଲ ଆର୍ଟସ୍‌ ଏକ୍ସପର୍ଟ।

ଏମାନେ ଦାମୀ ଷ୍ଟାର କିନ୍ତୁ ଚଢ଼ନ୍ତି ଶସ୍ତା କାର

ଏମାନେ ଦାମୀ ଷ୍ଟାର କିନ୍ତୁ ଚଢ଼ନ୍ତି ଶସ୍ତା କାର

ବଲିଉଡ୍‌ର କିଛି ଷ୍ଟାରଙ୍କ ଲାଇଫ୍‌ଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଫିଲ୍ମ କ୍ୟାରିୟର ବାଦ୍‌ ସେମାନଙ୍କ ଦୈନନ୍ଦିନ ଚଳଣି ସାଧାରଣ ଲୋକଙ୍କ ପରି ହୋଇଥାଏ।  ବିଗ୍‌ ଟାଉନ୍‌ରେ ଏମାନେ ଦାମୀ ଷ୍ଟାର କିନ୍ତୁ ଶସ୍ତା କାର୍‌ରେ ବୁଲିବାକୁ ପସନ୍ଦ କରିଥାନ୍ତି। ଜାଣନ୍ତୁ ଏହି ଷ୍ଟାରଙ୍କ ସମ୍ପର୍କରେ...

‘ଦବଙ୍ଗ-୩’ରେ ସଲ୍‌ମାନଙ୍କ ସହ ନଜର ଆସିବେ ଶାହରୁଖ

‘ଦବଙ୍ଗ-୩’ରେ ସଲ୍‌ମାନଙ୍କ ସହ ନଜର ଆସିବେ ଶାହରୁଖ

ବମ୍ବେ: ଦିନ ଥିଲା ଶାହରୁଖ ଓ ସଲ୍‌ମାନ ପରସ୍ପରର ଶତ୍ରୁ ବୋଲି କୁହାଯାଉଥିଲା। ହେଲେ ଏବେ ଦିନ ବଦଳିବା ସହ ବଦଳିଛି ସମୟ। 

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ତେରେ ନାମ୍‌’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ସତୀଶ କୌଶିକ ଏହି ସୂଚନା ଦେଇଛନ୍ତି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri