ଅନଗୁଳ-ଢେଙ୍କାନାଳ

ଜିଲା ଚିକିତ୍ସାଳୟ ପରିସରରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା: ଲାଗିଲା ଏଲ୍‌ଇଡି ଲାଇଟ୍‌

ଜିଲା ଚିକିତ୍ସାଳୟ ପରିସରରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା: ଲାଗିଲା ଏଲ୍‌ଇଡି ଲାଇଟ୍‌
ଢେଙ୍କାନାଳ ଅଫିସ,୧୬।୯- ଢେଙ୍କାନାଳ ଦକ୍ଷିଣକାଳୀ ରୋଡ୍‌ସ୍ଥିତ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶନିବାର ସନ୍ଧ୍ୟାରେ ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥା ଲୋକାର୍ପିତ ହୋଇଛି। ପୌରସଂସ୍ଥା, ପୂର୍ତ୍ତ ବିଭାଗ ଏବଂ ସ୍ବାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ୫ଲକ୍ଷ ଟଙ୍କା ବ୍ୟୟରେ ଏଲ୍‌ଇଡି ଲାଇଟ୍‌ ଲଗାଯାଇଛି। ନଗରପାଳ ସୁଧାଂଶୁ କୁମାର ଦଳେଇ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହି   ଏହାକୁ ଉଦ୍‌ଘାଟନ କରିଥିଲେ।
ମୁଖ୍ୟ ଫାଟକରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିବା କଂକ୍ରିଟ୍‌  ରାସ୍ତାରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ନ ଥିବାରୁ  ଅସାମାଜିକଙ୍କ ଦୌରାତ୍ମ୍ୟ ବଢ଼ିଚାଲିଥିଲା। ଏ ସଂକ୍ରାନ୍ତରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରାଯିବା ପରେ ଏଲ୍‌ଇଡି ଲାଇଟ୍‌ ଲଗାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉପନଗରପାଳ ସୁମିତ୍ରା ଭୋଇ, ସିଡିଏମ୍‌ଓ ବାସୁଦେବ ବେହେରା, ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ, କାଉନ୍‌ସିଲର ପୂର୍ଣ୍ଣିମାଚାନ୍ଦ ସାହୁ, ଗୋପାଳ ଚନ୍ଦ୍ର ସାହୁ, ସୁବ୍ରତ ନନ୍ଦ, ଶିଶିର ଦଳେଇ, ଅନସୂୟା ଦଳେଇ, ରଶ୍ମିଲତା କୁଅଁର, ଲିଙ୍ଗରାଜ ସାହୁ, ସାମାଜିକ କର୍ମୀ ଆର୍ଯ୍ୟେନ୍ଦୁ  ଜେନା ପ୍ରମୁଖ ଉପସ୍ଥିତ ଥିଲେ। 
All Right Reserved By

ଅନଗୁଳ-ଢେଙ୍କାନାଳ

 କଂଗ୍ରେସ ଆଶାୟୀ ପ୍ରାର୍ଥୀଙ୍କ   ଫେସବୁକ୍‌ ଆକାଉଣ୍ଟ ହ୍ୟାକ ଅଭିଯୋଗ

କଂଗ୍ରେସ ଆଶାୟୀ ପ୍ରାର୍ଥୀଙ୍କ ଫେସବୁକ୍‌ ଆକାଉଣ୍ଟ ହ୍ୟାକ ଅଭିଯୋଗ

ପରଜଙ୍ଗ,୧୮ା୩(ଡି.ଏନ.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ଆଶାୟୀ ବିଧାୟକ ପ୍ରାର୍ଥୀ ସନ୍ତୋଷ ରାଉତଙ୍କ ଫେସବୁକ୍‌ ଆକାଉଣ୍ଟକୁ କେହି ଦୃର୍ବୃତ୍ତ ହ୍ୟାକ କରିଥିବା ସୋମବାର ପରଜଙ୍ଗ ଥାନାରେ ଅଭିଯୋଗ ହୋଇଛି। 

୫୩ ନଂ ରାଜପଥ ପାଲଟିଛି ମରଣଯନ୍ତା

୫୩ ନଂ ରାଜପଥ ପାଲଟିଛି ମରଣଯନ୍ତା

କଣିହାଁ,୧୮ା୩(ଡି.ଏନ.ଏ)- ଅନୁଗୁଳ ଜିଲା କଣିହାଁ ବ୍ଲକ ଦେଇ ଯାଇଥିବା ୫୩ ନଂ. ରାଜପଥ କଣିହାଁ ହାଟ ପଡ଼ିଆ ନିକଟ ରାସ୍ତା ଉପରେ ଖାଲଖମା ସୃଷ୍ଟି ହୋଇଛି।

ଜଳଖିଆ ଦୋକାନୀଙ୍କୁ  ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ  କୋର୍ଟ ଚାଲାଣ

ଜଳଖିଆ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ କୋର୍ଟ ଚାଲାଣ

ଭୁବନ,୧୮।୩(ଡି.ଏନ୍‌.ଏ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ଗୁଜୁରିହାଟରେ ଜଳଖିଆ ଦୋକାନୀ ପ୍ରଫୁଲ୍ଲ ପୃଷ୍ଟି (୩୬)ଙ୍କୁ ରବିବାର ବିଳମ୍ବିତ ରାତିରେ  ମରଣାନ୍ତକ ଆକ୍ରମଣ ହୋଇଥିଲା। 

 ଦୋକାନୀକୁ ମରଣାତ୍ମକ ଆକ୍ରମଣ, ୨ କୋର୍ଟ ଚାଲାଣ

ଦୋକାନୀକୁ ମରଣାତ୍ମକ ଆକ୍ରମଣ, ୨ କୋର୍ଟ ଚାଲାଣ

ଭୁବନ,୧୮।୩(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଗୁଜୁରିହାଟରେ  ଜଳଖିଆ ଦୋକାନୀ ପ୍ରଫୁଲ୍ଲ ପୃଷ୍ଟି (୩୬)ଙ୍କୁ ଆକ୍ରମଣ ଘଟଣାରେ ସୋମବାର  ପୋଲିସ  ନିରଞ୍ଜନ ମହାପାତ୍ର (୪୯)ଓ ତାଙ୍କ ପୁଅ ଆକାଶ ମହାପାତ୍ର (୧୯)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। 

 ”ହକ୍‌ ମାଗୁଛି ଓଡିଶା“ ପ୍ରଥପ୍ରାନ୍ତ ସଭା ଅନୁଷ୍ଠିତ: କେନ୍ଦ୍ର ବିରୋଧରେ ବର୍ଷିଲେ ଛାତ୍ର ଓ ଯୁବ ବିଜେଡି ନେତା

”ହକ୍‌ ମାଗୁଛି ଓଡିଶା“ ପ୍ରଥପ୍ରାନ୍ତ ସଭା ଅନୁଷ୍ଠିତ: କେନ୍ଦ୍ର ବିରୋଧରେ ବର୍ଷିଲେ ଛାତ୍ର ଓ ଯୁବ ବିଜେଡି ନେତା

ପରଜଙ୍ଗ,୧୮।୩(ଡି.ଏନ.ଏ.): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ୧ନଂ ଜୋନର କୋଆଳୁ ପଞ୍ଚାୟତ ପରମହଂସ ପୁର ଛକ ନିକଟରେ ସୋମବାର ପରଜଙ୍ଗ ବ୍ଲକ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ”ହକ୍‌ ମାଗୁଛି ଓଡିଶା“ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଛି। 

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପରିବା ନଷ୍ଟ

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପରିବା ନଷ୍ଟ

ବଅଁରପାଳ,୧୮।୩(ଡି.ଏନ.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ସନ୍ତ୍ରୀ ଛକଠାରେ ଥିବା ଏକ ପରିବା ଦୋକାନରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି।

ଓକିଲ ସଂଘ ନିର୍ବାଚନ ପାଇଁ  ନାମାଙ୍କନପତ୍ର ଦାଖଲ

ଓକିଲ ସଂଘ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ

ଅନୁଗୁଳ ଅଫିସ୍‌ ୧୮।୩: ଅନୁଗୁଳ କୋର୍ଟ କାର୍ଯ୍ୟାଳୟରେ ଥିବା ନିର୍ବାଚନୀ କକ୍ଷରେ  ସୋମବାର ଓକିଲ ସଂଘର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି। 

ତାପମାତ୍ରା କମାଇବ ବାୟୋ ଆଜବେଷ୍ଟସ୍‌: ଶ୍ରୀୟଙ୍କାଙ୍କ ପ୍ରକଳ୍ପକୁ ରାଷ୍ଟ୍ରପତିଙ୍କ ପ୍ରଶଂସା

ତାପମାତ୍ରା କମାଇବ ବାୟୋ ଆଜବେଷ୍ଟସ୍‌: ଶ୍ରୀୟଙ୍କାଙ୍କ ପ୍ରକଳ୍ପକୁ ରାଷ୍ଟ୍ରପତିଙ୍କ ପ୍ରଶଂସା

ଢେଙ୍କାନାଳ ଅଫିସ, ୧୮।୩: ଗୁଜରାଟ ଗାନ୍ଧୀନଗରସ୍ଥିତ ନ୍ୟାଶନାଲ ଇନୋଭେଶନ ଫାଉଣ୍ଡେଶନ ସେଣ୍ଟରରେ ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀ ‘ଫାଇନ୍‌ ଫେଷ୍ଟିଭାଲ ଅଫ୍‌ ଇନୋଭେଶନ ଆଣ୍ଡ ଇଣ୍ଟରପ୍ରିନ୍ୟୁଅରଶିପ୍‌’ରେ ପ୍ରକଳ୍ପ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଖଲିବୋରେଇସ୍ଥିତ ଉତ୍କଳ ଭାରତୀ ବିଦ୍ୟାପୀଠର ୧୦ମ ଶ୍ରେଣୀ ଛାତ୍ରୀ ଶ୍ରୀୟଙ୍କା ସାମଲ।

ଶିଳ୍ପାନୁଷ୍ଠାନ ଉପରେ ପ୍ରଶାସନର କର୍ତ୍ତୃତ୍ୱ ନାହିଁ: ହାତଟେକା ପାଣିକୁ ଚାହିଁ ବସିଛନ୍ତି  ଶିଳ୍ପ ପ୍ରଭାବିତ

ଶିଳ୍ପାନୁଷ୍ଠାନ ଉପରେ ପ୍ରଶାସନର କର୍ତ୍ତୃତ୍ୱ ନାହିଁ: ହାତଟେକା ପାଣିକୁ ଚାହିଁ ବସିଛନ୍ତି ଶିଳ୍ପ ପ୍ରଭାବିତ

ତାଳଚେର, ୧୮ା୩(ନି.ପ୍ର.)- ଖରାର ତେଜ ବଢିବା ସହ ଖଣି ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡିକରେ ଉତ୍କଟ ହେଲାଣି ପାଣି ସମସ୍ୟା। ଅନୁଗୋଳ ଜିଲା ତାଳଚେରରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲାଣି।

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ: ପୌର କର୍ମଚାରୀଙ୍କୁ ଡେପୁଟେଶନରେ ପଠାଇଲେ

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ: ପୌର କର୍ମଚାରୀଙ୍କୁ ଡେପୁଟେଶନରେ ପଠାଇଲେ

ଅନୁଗୋଳ ଅଫିସ, ୧୮।୩: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ହେଁ ଅନୁଗୋଳ ପୌରପାଳିକାରେ ଏହାର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। 

ନିର୍ମାଣ ଶେଷ, କାର୍ଯ୍ୟକ୍ଷମ ହେଉନି

ନିର୍ମାଣ ଶେଷ, କାର୍ଯ୍ୟକ୍ଷମ ହେଉନି

ତାଳଚେର,୧୮ା୩(ନି.ପ୍ର.) କଣିହାଁ ବ୍ଲକ ବଡହୀରା ଗ୍ରାମରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଗତ ଡିସେମ୍ବରରୁ ଶେଷ ହୋଇଥିଲେ ହେଁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। 

କଂଗ୍ରେସମୁହାଁ ନବୀନ ନନ୍ଦ: ଦଳରେ ବିଦ୍ରୋହ ସ୍ବର

କଂଗ୍ରେସମୁହାଁ ନବୀନ ନନ୍ଦ: ଦଳରେ ବିଦ୍ରୋହ ସ୍ବର

ଢେଙ୍କାନାଳ ଅଫିସ, ୧୮ା୩: ପୂର୍ବତନ ବିଧାୟକ ନବୀନ ନନ୍ଦ କଂଗ୍ରେସ ଟିକେଟରୁ ନିର୍ବାଚନରେ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା