ସମ୍ବଲପୁର

ନୂଆଖାଇ: ପ୍ରତିଭାଧାରୀ ସମ୍ବର୍ଦ୍ଧିତ

ନୂଆଖାଇ: ପ୍ରତିଭାଧାରୀ ସମ୍ବର୍ଦ୍ଧିତ
ଭେଡ଼େନ, ୧୫।୯(ଡ଼ି.ଏନ.ଏ): ଗଣପର୍ବ ନୂଆଖାଇ ଅବସରରେ ଶୁକ୍ରବାର ସନ୍ଧ୍ୟାରେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ତାଲମେଣ୍ଡା ଗ୍ରାମପଞ୍ଚାୟତର ସାନପିପିଲିପାଲି ଗ୍ରାମରେ ଗଣପତି ଯୁବକ ସଂଘ ଆନୁକୂଲ୍ୟରେ ତୃତୀୟ ବାର୍ଷିକୀ ନୂଆଖାଇ ଭେଟଘାଟ ଆୟୋଜିତ ହୋଇଛି । ଏଥିରେ ଦେବାଶିଷ ନନ୍ଦ ସଭାପତିତ୍ୱ କରିଥିଲେ। ସୁଶୀଲ ବୁଧିଆଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ  ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟଅତିଥି, ମାନଭଞ୍ଜନ ପ୍ରଧାନ ମୁଖ୍ୟବକ୍ତା, ହରିଶଙ୍କର ବେହେରା, ରାଜୀବ ଲୋଚନ ସାହୁ, ବିଜୟ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ନୃତ୍ୟ ପ୍ରତିଯୋଗିତାର ଗ୍ରୁପ ବିଭାଗରେ ଶ୍ରୀ ଗଣେଶ  ଗ୍ରୁପ, ବିଡ଼ିଏସ ଏବଂ ଓକେ ଗ୍ରୁପ, ଜୁନିୟର ବିଭାଗରେ ଅର୍ଚ୍ଚିତା ସାହୁ, ସାହିଲ ମୋଟୱାନୀ, ଆଲିସା ଅଗ୍ରୱାଲ ଏବଂ ସିନିୟର ବିଭାଗରେ ପଲକ ମୋଟୱାନି, ଭାଗ୍ୟଶ୍ରୀ ସାହୁ ଏବଂ ବଳରାମ ସାହୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଜନାର୍ଦ୍ଦନ ରଣା, ପୂର୍ଣ୍ଣଚନ୍ଦ୍ର ମାଝୀ ଓ ଗୁରୁଦେବ ତ୍ରିପାଠୀ ବିଚାରକ ଦାୟିତ୍ୱ ତୁଲାଇଥିଲେ। ପରେ ହୋଇଥିବା ବ୍ୟଙ୍ଗକବି ସମ୍ମିଳନୀରେ କବି ଦେବେନ୍ଦ୍ର ସାହୁ, ରଞ୍ଜିତ ପଧାନ, ଟିକ ପଟ୍ଟନାୟକ ପ୍ରମୁଖ ହାସ୍ୟ କବିତା ପାଠ କରିଥିଲେ। ସେହିପରି ଅରେଇଗୁଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାଲେପାଲିରେ ଜୀବର୍ଦ୍ଧନ ପ୍ରଧାନଙ୍କ ସଭାପତିତ୍ୱରେ ହୋଇଥିବା ନୂଆଖାଇ ଭେଟଘାଟରେ ଦୟାନିଧି ବେହେରା, ଲଳିତ ସାହୁ, ମାର୍କଣ୍ଢ ମେହେର, ସୁଜିତ କୁମାର ବାରିକ, ବଂଶୀଧର ପ୍ରଧାନ, ଶ୍ୟାମ ସୁନ୍ଦର ଭୋଇ, ଜଗଦୀଶ ପଧାନ, ବାଳମୁକୁନ୍ଦ ଭୋଇ, ଧୃବ ଚରଣ ପଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଯବାନ ବାବୁଲୁ ସାହୁ, ଦୁର୍ଗା ନାରାୟଣ ସାହୁ, ମନୋରଞ୍ଜନ ମେହେର, ସୁବୋଧ ସାହୁ, ରମ୍ୟ ରଞ୍ଜନ ପାତ୍ର, ଅରବିନ୍ଦ ସେଠ, ସ୍ବାସ୍ଥ୍ୟସେବା ଯୋଗାଉଥିବା ସୁନ୍ଦର ସାଗର, ହାଇସ୍କୁଲର ସର୍ବୋଚ୍ଚ ନମ୍ବର ରଖିଥିବା ଜିତୁ ସାହୁ, ନୃତ୍ୟ କଳା ପାଇଁ ପ୍ରଫୁଲ୍ଲ ନାୟକ ଓ ସାହିତ୍ୟ ପାଇଁ ବ୍ୟଙ୍ଗକବି ପୃଥ୍ବୀରାଜ ଭୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଧାକାନ୍ତ ନାୟକ ଅତିଥି ପରିଚୟ ପ୍ରଦାନ ଓ ଅଙ୍ଗଦ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ନୃତ୍ୟ ଗୀତ ପରିବେଷିତ ହୋଇଥିଲା। ରେଶମଠାରେ ଜୟ ଶ୍ରୀରାମ ସାଂସ୍କୃତିକ ଅନୁଷ୍ଠାନ ତରଫରୁ କରମଚାନ୍ଦ ମଲିକଙ୍କ ତତ୍ତବାବଧାନରେ  ହୋଇଥିବା ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ  ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି, ବରଗଡ଼ ଏମ୍‌ପି ଡା. ପ୍ରଭାସ ସିଂ, ଆମତ୍ା କମିଟି ଅଧ୍ୟକ୍ଷ ହରିଶଙ୍କର ବେହେରା, ସୂର୍ଯ୍ୟ ବାହନ ସାହୁ , ରେଶମ ସରପଞ୍ଚ ସଂଖ୍ୟାକାରୀ ଖମାରୀ  ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କଂସ ଅଭିନେତା ଝସକେତନ ପ୍ରଧାନଙ୍କୁ ଅଗ୍ନି ମଲିକ କଳା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା।
All Right Reserved By

ସମ୍ବଲପୁର

ଉପ ଜିଲାପାଳ କାର୍ଯ୍ୟାଳୟ ପରିସରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଉପ ଜିଲାପାଳ କାର୍ଯ୍ୟାଳୟ ପରିସରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଧର୍ମଗଡ,୨୦ । ୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ଉପ ଜିଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ଆଶ୍ରୟ ଗୃହ ମଧ୍ୟରୁ ଶନିବାର ସକାଳେ ପୋଲିସ ଏକ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି । 

କଳାପାହାଡ ଦେବୀ ପୀଠରେ ଖଣ୍ଡା ଯାତ୍ରା

କଳାପାହାଡ ଦେବୀ ପୀଠରେ ଖଣ୍ଡା ଯାତ୍ରା

ପଲମ,୨୦।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ ଅଧୀନସ୍ଥ ଭୀମକେଲା ପଞ୍ଚାୟତସ୍ଥିତ ଭୀମକେଲା ଗ୍ରାମରେ ଶୁକ୍ରବାର କଳାପାହାଡ ଦେବୀ ପୀଠରେ ଖଣ୍ଡା ଯାତ୍ରା ପାଳିତ ହୋଇଯାଇଛି।

ମା’ ସମଲେଇ ଯାତ୍ରା ସମ୍ପନ୍ନ

ମା’ ସମଲେଇ ଯାତ୍ରା ସମ୍ପନ୍ନ

ଗୁଡଭେଲା,୨୦।୧୦(ଡି.ଏନ.ଏ.): ତୁଷରା ସହରର ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ୱରୀ ପୀଠରେ ଚାରି ଦିନ ଧରି ଚାଲିଥିବା ସମଲେଇ ଯାତ୍ରା ବୁଧବାର ପୂର୍ଣ୍ଣାହୂତି ସହ ସମ୍ପନ୍ନ ହୋଇଯାଇଛି।

ରାଜ୍ୟସ୍ତରୀୟ ଟାଏକୋଣ୍ଡୋ: ସୁବର୍ଣ୍ଣପୁର ଜିଲାକୁ ୫ ପଦକ

ରାଜ୍ୟସ୍ତରୀୟ ଟାଏକୋଣ୍ଡୋ: ସୁବର୍ଣ୍ଣପୁର ଜିଲାକୁ ୫ ପଦକ

ବୀରମହାରାଜପୁର,୧୯।୧୦(ଡି.ଏନ୍‌.ଏ.)- ଭଦ୍ରକଠାରେ ଶେଷ ହୋଇଥିବା ୩୩ତମ ରାଜ୍ୟସ୍ତରୀୟ ସବ୍‌ ଜୁନିୟର ଏବଂ ୫ମ କେଡଟ୍‌ ଟାଏକୋଣ୍ଡୋ ପ୍ରତିଯୋଗିତାରେ ସୁବର୍ଣ୍ଣପୂର ଜିଲାକୁ ୫ଟି ପଦକ ମିଳିଛି। ପ୍ରତିଯୋଗିତାରେ ଜିଲାରୁ ମୋଟ ୨୨ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ତେବେ ବିଭିନ୍ନ ବର୍ଗରେ ହୋଇଥିବା ପ୍ରତିଯୋଗିତାରେ ଅନୁଷ୍କା ଦାଶ ଏବଂ ଦୁର୍ଲଭ କୁମାର ନାୟକଙ୍କୁ ରୋପ୍ୟ ପଦକ ମିଳିଥିବାବେଳେ ସୁରଜ ପଟ୍ଟନାୟକ, କ୍ରୀସ କୁଦେଇ ଏବଂ ମୋର୍ଯ୍ୟ ବଲ୍ଲଭ ଥନାପତିଙ୍କୁ ବ୍ରୋଞ୍ଜ ପଦକ ମିଳିଛି।

ଧନଲକ୍ଷ୍ମୀ ପୂଜା ପ୍ରସ୍ତୁତି: ସାଜସଜ୍ଜା, କଳସ ଯାତ୍ରା ଉପରେ ଗୁରୁତ୍ୱ

ଧନଲକ୍ଷ୍ମୀ ପୂଜା ପ୍ରସ୍ତୁତି: ସାଜସଜ୍ଜା, କଳସ ଯାତ୍ରା ଉପରେ ଗୁରୁତ୍ୱ

ବରଗଡ଼ ଅଫିସ୍‌,୧୯।୧୦- ବରଗଡ଼ ପୌର ପରିଷଦ ଅନ୍ତର୍ଗତ ଗୋବିନ୍ଦପାଲିସ୍ଥିତ ସ୍ବାମୀ ବିବେକାନନ୍ଦ ସ୍ମାରକ କ୍ଲବ ପ୍ରାଙ୍ଗଣରେ କ୍ଲବର ସଭାପତି ରାକେଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଜସଜ୍ଜା ସହ ପୂଜା କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ ବୋଲି ମତ ପ୍ରକାଶ ପାଇଥିଲା। 

ଜୁନାଗଡ଼ ଏନ୍‌ଏସିରେ ଜିଲାପାଳଙ୍କ ଜନଶୁଣାଣି ଶିବିର

ଜୁନାଗଡ଼ ଏନ୍‌ଏସିରେ ଜିଲାପାଳଙ୍କ ଜନଶୁଣାଣି ଶିବିର

ଜୁନାଗଡ,୧୯।୧୦(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରେ ଶୁକ୍ରବାର କଳାହାଣ୍ଡି ଜିଲାପାଳଙ୍କ ଏନ୍‌ଏସିସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜୁନାଗଡ଼ ଏନ୍‌ଏସି ଅଧ୍ୟକ୍ଷା ବିଜୟା ଲକ୍ଷ୍ମୀ କନ୍ଦପାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲାପାଳ ଗାଭାଲି ପରାଗ ହର୍ଷଦ ଯୋଗଦେଇ ୨୮ଟି ଆବେଦନର ଶୁଣାଣି କରି ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ପଦକ୍ଷେପ ନେବାକୁ  ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜୁନାଗଡ଼ ଏନ୍‌ଏସିର କାଉନସିଲରମାନେ ୱାର୍ଡ ଅନୁଯାୟୀ ପିଡିଏସ୍‌ ସାମଗ୍ରୀ ବଣ୍ଟନ କରିବା ପାଇଁ ଜିଲାପାଳଙ୍କୁ ଦାବି ଜଣାଇଥିଲେ। 

ଦଶହରା ପୂଜା: ମଠଖାଇ ମନ୍ଦିରରେ ଉତ୍ତେଜନା

ଦଶହରା ପୂଜା: ମଠଖାଇ ମନ୍ଦିରରେ ଉତ୍ତେଜନା

ବଲାଙ୍ଗୀର ଅଫିସ,୧୯।୧୦-ବଲାଙ୍ଗୀର-ଟିଟିଲାଗଡ଼ ରୋଡ ମଠଖାଇ ମନ୍ଦିରରେ ଶୁକ୍ରବାର ଦଶହରା ପୂଜା ଅବସରରେ ଆଦିବାସୀ ଏବଂ ଅଣଆଦିବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଗତ ୩ବର୍ଷ ହେଲା ମନ୍ଦିରରେ ଏଭଳି ଉତ୍ତେଜନା ଲାଗି ରହୁଥିବା ବେଳେ ଏହାର ସ୍ଥାୟୀ ସମାଧାନ କରାଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଖପ୍ରାଖୋଲରେ ୪୫ତମ ସାର୍ବଜନୀନ ଦୁର୍ଗାପୂଜା: ରାବଣ ପୋଡି, ଲାଖବିନ୍ଧା ମୁଖ୍ୟ ଆକର୍ଷଣ

ଖପ୍ରାଖୋଲରେ ୪୫ତମ ସାର୍ବଜନୀନ ଦୁର୍ଗାପୂଜା: ରାବଣ ପୋଡି, ଲାଖବିନ୍ଧା ମୁଖ୍ୟ ଆକର୍ଷଣ

ଖପ୍ରାଖୋଲ,୧୯।୧୦(ଡି.ଏନ୍‌.ଏ.)- ଖପ୍ରାଖୋଲ ପୂଜା ମଣ୍ଡପଠାରେ ମା’ଦୁର୍ଗାଙ୍କ ୪୫ତମ ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବେଲ୍ବବରଣ, କଳସ ଶୋଭାଯାତ୍ରା, ନବପତ୍ରିକା ପୂଜା ଆଦି ଷଷ୍ଠୀ ଦିନରୁ ଆରମ୍ଭ ହୋଇଥିବା ବେଳେ ମହାସପ୍ତମୀରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଜୀବନ୍ୟାସ, ଚଣ୍ଡୀପାଠ ଆଦି ଅନୁଷ୍ଠିତ ହୋଇଥିଲା। 

ମା’କନକ ଦୁର୍ଗା ମନ୍ଦିରରେ ପୂଜା କାର୍ଯ୍ୟ ସମ୍ପନ୍ନ

ମା’କନକ ଦୁର୍ଗା ମନ୍ଦିରରେ ପୂଜା କାର୍ଯ୍ୟ ସମ୍ପନ୍ନ

ଦେବଗଡ,୧୯।୧୦(ସ୍ବ.ପ୍ର.)- ଦେବଗଡ଼ ପୌରାଞ୍ଚଳସ୍ଥିତ ୩ନମ୍ବର ୱାର୍ଡ ମନୋରମା କ୍ଲବ ମଠ ସାହିରେ ନବନିର୍ମିତ ମା’ କନକ ଦୁର୍ଗା ମନ୍ଦିରରେ ଶୁକ୍ରବାର ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ମା’ କନକ ଦୁର୍ଗା ମନ୍ଦିର ପୂଜା ପାଇଁ ନୟାଗଡ଼ ଜିଲା ରଣପୁର ଗ୍ରାମର ପଣ୍ଡିତ ଦୀନବନ୍ଧୁ ଶତପଥୀ ପୂଜକ ଭାବେ ଯୋଗ ଦେଇ ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ କର୍ତ୍ତା ଭାବେ ସରୋଜ ମେହେର, ତାଙ୍କ ସ୍ତ୍ରୀ କିଶୋରୀ ମେହେର ଦାୟିତ୍ୱ ତୁଲାଇଥିଲେ। 

ବୀରମହାରାଜପୁରରେ ପାର୍ବଣର ମହକ: ମନମୋହୁଛି ଲୋକନୃତ୍ୟ

ବୀରମହାରାଜପୁରରେ ପାର୍ବଣର ମହକ: ମନମୋହୁଛି ଲୋକନୃତ୍ୟ

ବୀରମହାରାଜପୁର,୧୯।୧୦(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ୩ଟି ପୂଜା କମିଟି ଆନୁକୂଲ୍ୟରେ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ କରାଯାଇଛି। ଉଫୁଲାସ୍ଥିତ ଶୈଲସୂତା କ୍ଲବ ପୂଜା କମିଟି ପକ୍ଷରୁ ପାଳିତ ହୋଇଆସୁଥିବା ଶାରଦୀୟ ପୂଜା ଉତ୍ସବ ସର୍ବପୁରାତନ ହୋଇଥିବା ବେଳେ ମୁଖ୍ୟବସ୍ତିର ତ୍ରିବେଣୀଛକ ଦୁର୍ଗାପୂଜା ୨୧ବର୍ଷରେ ପହଞ୍ଚିଛି।

କେସିଙ୍ଗା ସାର୍ବଜନୀନ ଦୁର୍ଗା ପୂଜା: ରାବଣ ପୋଡି ମୁଖ୍ୟ ଆକର୍ଷଣ

କେସିଙ୍ଗା ସାର୍ବଜନୀନ ଦୁର୍ଗା ପୂଜା: ରାବଣ ପୋଡି ମୁଖ୍ୟ ଆକର୍ଷଣ

କେସିଙ୍ଗା,୧୯।୧୦(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କେସିଙ୍ଗା ସହର ଦୁର୍ଗାମଣ୍ଡପଠାରେ ୬୧ତମ ସାର୍ବଜନୀନ ଦୁର୍ଗାପୂଜା ଗତ ୮ତରିଖରୁ ଆରମ୍ଭ ହୋଇ ଶୁକ୍ରବାର ସମ୍ପନ୍ନ ହେବା ସହ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଗତ ୮ତାରିଖରୁ କଳସ ଅଧିବାସ, ପ୍ରାଣ ପ୍ରତିଷ୍ଠା, ବିଲ୍ବାବରଣ, ମହାସପ୍ତମୀ, ସନ୍ଧିପୂଜା, କୁମାରୀ ପୂଜା, ସୋମାନାଥ ବ୍ରତ, ଅପରାଜିତା ପୂଜା, ହୋମ ଚଣ୍ଡୀପାଠ, ସୂର୍ଯ୍ୟ ପୂଜା ଆଦି ଅନୁଷ୍ଠିତ ହୋଇଥିଲା।

 ଦୁର୍ଗାପୂଜା: ଦେଉଣ୍ଡିରେ ନୃତ୍ୟ ପ୍ରତିଯୋଗିତା

ଦୁର୍ଗାପୂଜା: ଦେଉଣ୍ଡିରେ ନୃତ୍ୟ ପ୍ରତିଯୋଗିତା

ଜୁନାଗଡ଼,୧୯।୧୦(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କାଲୋପଲା ପଞ୍ଚାୟତ ଦେଉଣ୍ଡି ସ୍କୁଲଛକଠାରେ ଦୁର୍ଗାପୂଜା ଉପଲକ୍ଷେ ଏକ ନୃତ୍ୟ ପ୍ରତିଯୋଗିତା ଅନଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲା ସମେତ ପଡୋଶୀ ଜିଲାର ବିଭିନ୍ନ ଅଞ୍ଚଳରୁ  ପ୍ରାୟ ୨୦ଟି ଦଳ ଯୋଗଦେଇ ନୃତ୍ୟ ପରିବେଷଣ କରିଥିଲେ। କୁଟ୍ରୁର ବିକେ ଟାଇଗର ଗ୍ରୁପ ପ୍ରଥମ, ସମ୍ବଲପୁରର ଆରତୀ ରାଉତ ଦ୍ୱିତୀୟ, ଭବାନୀପାଟଣାର ସୌରଭ ସିଂହ ତୃତୀୟ, ବଣ୍ଡାବୁଟୁରାର ମିସ୍‌ ରିତା ଚତୁର୍ଥ, ସମ୍ବଲପୁର ଅତାବିରାର ପ୍ରଶାନ୍ତ ଭୋଇ ପଞ୍ଚମ ଏବଂ ଲଡୁଗଁାର ମିସ୍‌ ସଲମା ଷଷ୍ଠ ସ୍ଥାନ ଅଧିକାର କରିଥିଲେ।