ସମ୍ବଲପୁର

ଭାଇଚାରାକୁ ଦୃଢୀଭୂତ କରେ ନୂଆଁଖାଇ

ଭାଇଚାରାକୁ ଦୃଢୀଭୂତ କରେ ନୂଆଁଖାଇ
ଦେଓଗାଁ,୧୫ା୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ବହଲିରେ ଶୁକ୍ରବାର ରାତିରେ ୨୦ତମ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗଣେଷ ପୂଜା କମିଟି ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଜିଲା ପରିଷଦ ସଭ୍ୟ ସୁଶୀଲ କୁମାର ଚାନ୍ଦ, ମୁଖ୍ୟବକ୍ତାଭାବେ ଏମ୍‌ପି ପ୍ରତିନିଧି  ଉମା ଶଙ୍କର ସିଂ ଯୋଗଦେଇଥିଲେ। ସମ୍ମାନୀତ ଅତିଥିଭାବେ ବଲାଙ୍ଗୀର ଆକ୍ସନ କମିଟି ଅବାହକ ଗୋପାଳଜୀ ପାଣିଗ୍ରାହୀ, ବିଶ୍ୱଜିତ ଦାଶ, ସ୍ଥାନୀୟ ସରପଞ୍ଚ ବଡ ପଧାନ ପ୍ରମୁଖ ଯୋଗଦେଇ ନୂଆଁଖାଇ ଭାଇଚାରାକୁ ଦୃଢ଼ୀଭୂତ କରିଥାଏ ବୋଲି ଗୁରୁତ୍ୱାରୋପ କରିଥିଲେ। ଚାଷୀମାନଙ୍କପାଇଁ ଉତ୍ତମ ଜଳସେଚନ ବ୍ୟବସ୍ଥା ହେଲେ ଯାଇ ଏହି ପର୍ବର ସାର୍ଥକତା ହେବ ଓ  ଖୁସି ଦ୍ୱିଗୁଣିତ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କୁନୁ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ରାମ ଶତପଥୀ ସଂଯୋଜନା କରିଥିଲେ ା ଶେଷରେ ଟୁନା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ା  ପ୍ରଦ୍ୟୁମ୍ନ ବନଛୋରଙ୍କ ପରିଚାଳନାରେ ଅଞ୍ଚଳର କଳାକାରମାନଙ୍କୁ ନେଇ ବ୍ଲକସ୍ତରୀୟ  ନୃତ୍ୟ, ଗୀତ ଓ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ା ବିଚାରକ ଭାବେ ଶୁଶାନ୍ତ କୁମାର ବରାଡ, ଆଚାର୍ଯ୍ୟ ଭବାନୀ ଶଙ୍କର ପୁରୋହିତ, ଟିଟିଲାଗଡର ଯୁଗେନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ସମସ୍ତ କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ା କାର୍ଯ୍ୟକ୍ରମକୁ ଗଣେଷ ପୂଜା କମିଟି  ତଥା ଗ୍ରାମବାସୀ ସହଯୋଗ କରିଥିଲେ ା 
All Right Reserved By

ସମ୍ବଲପୁର

ସାଧାରଣ ନିର୍ବାଚନ ପାଇଁ ଜରୁରୀ ବୈଠକ: ୮  ଜିଲାପାଳଙ୍କୁ ପରାମର୍ଶ

ସାଧାରଣ ନିର୍ବାଚନ ପାଇଁ ଜରୁରୀ ବୈଠକ: ୮ ଜିଲାପାଳଙ୍କୁ ପରାମର୍ଶ

ଝାରସୁଗୁଡ଼ା଼ ଅଫିସ,୧୧।୧୨: ୨୦୧୯ ସାଧାରଣ ନିର୍ବାଚନକୁ ଶୃଙ୍ଖଳିତ ଏବଂ ତ୍ରୁଟିମୁକ୍ତ ରଖିବ ପାଇଁ ପ୍ରୟାସ ଜାରି ରହିଛି। ନିର୍ବାଚନ ସମ୍ପର୍କିତ ଏକ ଜରୁରୀ ବୈଠକ ଝାରସୁଗୁଡ଼ାଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରଘୁରାମ ଆୟେରଙ୍କ ସମେତ ୭ ଜିଲାର ଜିଲାପାଳ ଏବଂ ୧୫ ଉପ ଜିଲାପାଳ ଯୋଗ ଦେଇଛନ୍ତି। 

୧୭ରେ କୋସଲ ମହାବନ୍ଦ, ଚା’ ଖଟିରୁ ଜନ ଜାଗରଣ

୧୭ରେ କୋସଲ ମହାବନ୍ଦ, ଚା’ ଖଟିରୁ ଜନ ଜାଗରଣ

ବରଗଡ଼ ଅଫିସ୍‌,୧୧।୧୨: ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବିନେଇ ଆସନ୍ତା ୧୭ତାରିଖ କୋସଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ କୋସଲ ମହାବନ୍ଦ ଡାକରା ଦିଆଯାଇଛି।

୧୭ରେ କୋସଲ ମହାବନ୍ଦ, ଚା’ ଖଟିରୁ ଜନ ଜାଗରଣ

ବରଗଡ଼ ଅଫିସ୍‌,୧୧।୧୨: ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବିନେଇ ଆସନ୍ତା ୧୭ତାରିଖ କୋସଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ କୋସଲ ମହାବନ୍ଦ ଡାକରା ଦିଆଯାଇଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ମହାବନ୍ଦକୁ ସଫଳ କରିବା ପାଇଁ ସମିତି ପକ୍ଷରୁ ପ୍ରସ୍ତୁତି ଚାଲିଛି।

ଓକିଲଙ୍କ ଆନ୍ଦୋଳନକୁ ମହିଳାଙ୍କ ସମର୍ଥନ

ଓକିଲଙ୍କ ଆନ୍ଦୋଳନକୁ ମହିଳାଙ୍କ ସମର୍ଥନ

ବରଗଡ଼ ଅଫିସ୍‌,୧୧।୧୨: ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଆନ୍ଦୋଳନ ଜୋର୍‌ ଧରି ବସିଛି। ବରଗଡ଼ ଜିଲା ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ସ୍ଥାନୀୟ କୋର୍ଟ ସମ୍ମୁଖରେ ଗଣଧାରଣା ଦେଇଛି। 

୧୭ରେ କୋସଲ ମହାବନ୍ଦ:ଚା’ ଖଟିରୁ ଜନଜାଗରଣ

୧୭ରେ କୋସଲ ମହାବନ୍ଦ:ଚା’ ଖଟିରୁ ଜନଜାଗରଣ

ବରଗଡ଼ ଅଫିସ୍‌,୧୧।୧୨: ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବି ନେଇ ଆସନ୍ତା ୧୭ରେ କୋସଲ ରାଜ୍ୟ ସମନ୍ବୟ ସମିତି କୋସଲ ମହାବନ୍ଦ ଡାକରା ଦେଇଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ମହାବନ୍ଦକୁ ସଫଳ କରିବା ପାଇଁ ସମିତି ପକ୍ଷରୁ ପ୍ରସ୍ତୁତି ଚାଲିଛି। 

ଦାବି ମାନିଲେନି ସରକାର, ରାଜରାସ୍ତାରେ କ୍ୟାନସର ପୀଡ଼ିତ

ଦାବି ମାନିଲେନି ସରକାର, ରାଜରାସ୍ତାରେ କ୍ୟାନସର ପୀଡ଼ିତ

ବରଗଡ଼ ଅଫିସ୍‌,୧୧।୧୨: ବରଗଡ଼ ଜିଲାରେ କ୍ୟାନସର ହସପିଟାଲ ଦାବି ନେଇ ଆନ୍ଦୋଳନ ଜୋର ଧରିଛି। ଏହି କ୍ରମରେ ୟୁନାଇଟେଡ୍‌ ଫୋରମ ଫର୍‌ କ୍ୟାନସର ହସପିଟାଲ ପକ୍ଷରୁ ମଙ୍ଗଳବାର ସକାଳ ୧୦ଟାରୁ ବରଗଡ଼ ସହର ଉପକଣ୍ଠ ଟୋଲଗେଟ୍‌ଠାରେ ୫ ଘଣ୍ଟିଆ ଚକାଜାମ୍‌ ଆନ୍ଦୋଳନ ଆରମ୍ଭ ହୋଇଛି।

ବିଲ୍‌ଡରଙ୍କ ଗାଡ଼ି ଉପରକୁ ଗୁଳିମାଡ଼, ଦେହରକ୍ଷୀ ଗୁରୁତର

ବେଦବ୍ୟାସ,୧୧।୧୨: ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଲଡିହି ଛକରେ ଅନ୍‌ମୋଲ ସିଂ ନାମକ ଜଣେ ବିଲ୍‌ଡରଙ୍କ ଗାଡ଼ି ଉପରକୁ ସୋମବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି। 

 ଛାତ୍ରୀଛାତ୍ରଙ୍କୁ ଦିଆଗଲା ମାନବାଧିକାର ଶିକ୍ଷା

ଛାତ୍ରୀଛାତ୍ରଙ୍କୁ ଦିଆଗଲା ମାନବାଧିକାର ଶିକ୍ଷା

ବୀରମହାରାଜପୁର, ୧୧ା୧୨(ଡି.ଏନ୍‌.ଏ.)ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତାଲୁକ ଆଇନସେବା ସମିତି ତରଫରୁ ସୋମବାର ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାନବାଧିକାର ଦିବସ ପାଳିତ ହୋଇଯାଇଛି। 

ଚିକିସତ୍ା ଅଭାବୁ ଖଟେ ପଡ଼ିରହିଛନ୍‌ ରଶ୍ମିତା

ଚିକିସତ୍ା ଅଭାବୁ ଖଟେ ପଡ଼ିରହିଛନ୍‌ ରଶ୍ମିତା

ଲାଠୋର, ୧୨ା୧୨ (ଡି.ଏନ.ଏ): ସରକାର ଗରିବ୍‌ ଦୁଖିକର ଲାଗି ବହୁତ୍‌ଟେ ଯୋଜ୍‌ନା କାଯ୍‌କାରୀ କରୁଛନ୍‌। ହେଲେ ପରଶାସନିକ୍‌ ଅଧ୍‌କାରୀକଁର ଉଦାସିନ୍‌ତା ଲାଗି ବହୁତ୍‌ ଜାଗାରେ ହିତାଧିକାରୀମାନେ ଯୋଜ୍‌ନାର ସୁଫଲ ପାଏବାରୁ ବଁଚିତ ହେଇ ଦହଗଁଜ୍‌ ହେଉଛନ୍‌। 

ଉଷାଦେବୀ ମେମୋରିଆଲ କ୍ରିକେଟ: ସୋନପୁର ଫାଇନାଲରେ

ଉଷାଦେବୀ ମେମୋରିଆଲ କ୍ରିକେଟ: ସୋନପୁର ଫାଇନାଲରେ

ଉଲୁଣ୍ଡା, ୧୦।୧୨ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଳକ କେସିସି କୁକିଆ ପକ୍ଷରୁ ଆୟୋଜିତ ହେଉଥିବା ଦ୍ୱିତୀୟ ଉଷାଦେବୀ ମେମୋରିଆଲ କ୍ରିକେଟ୍‌ ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ଏସଡିସିଏ ସୋନପୁର ଦଳ ଜେସିସି ସିଣ୍ଢୋଳ ଦଳକୁ ୪୦ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ସ୍ଥାନୀୟ ପତ୍ରାଗାର୍ଡେନରେ ଖେଳା ଯାଇଥିବା ଏହି ମ୍ୟାଚରେ ସିଣ୍ଢୋଳ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। 

ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ନେଇ ଅସନ୍ତୋଷ: ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ଏମ୍‌ପିଙ୍କ ଚେତାବନୀ

ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ନେଇ ଅସନ୍ତୋଷ: ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ଏମ୍‌ପିଙ୍କ ଚେତାବନୀ

ଅମରପାଲି, ୧୦।୧୨ (ଡି.ଏନ.ଏ.): ବଲାଙ୍ଗୀର ଏମ୍‌ପି କଲିକେଶ ନାରାୟଣ ସିଂଦେଓ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମ ପଞ୍ଚାୟତର ସଦରଠାରେ ପଥପ୍ରାନ୍ତ ସଭା କରିଛନ୍ତି। ସେ ଗ୍ରାମବାସୀଙ୍କ ସହିତ ସାମ୍ପ୍ରତିକ ଖରିଫ ଚାଷ, ଗତବର୍ଷ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ପରିଚାଳନା, ଗ୍ରାମବାସୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଚାଷ ଜମିକୁ ଜଳସେଚନ ପାଇଁ ମେଗାଲିଫ୍ଟର କିଭଳି ବ୍ୟବସ୍ଥା ହୋଇପାରିବ ସେ ନେଇ ବିଭାଗୀୟ ଏସଡିଓଙ୍କୁ ଉକ୍ତ ଅଞ୍ଚଳକୁ ଆସି ସର୍ଭେ କରିବା ପାଇଁ ପଥପ୍ରାନ୍ତ ସଭାରୁ ଫୋନ ଯୋଗେ କହିଥିଲେ । 

କର୍ଲାମୁଣ୍ଡା ଏସବିଆଇ ଶାଖାରୁ ଚୋରି

କର୍ଲାମୁଣ୍ଡା ଏସବିଆଇ ଶାଖାରୁ ଚୋରି

କର୍ଲାମୁଣ୍ଡା,୧୦।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ବଡ ଧରଣର ଡକାୟତି ହୋଇଛି।