ଅପରାଧ | ବାଲେଶ୍ୱର

ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ

ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ
ବନ୍ତ,୧୪।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ପଳସା ବଜାରଠାରେ ଥିବା ଏସ୍‌ବିଆଇ ଏଟିଏମ୍‌କୁ କେହି ଦୃବୁର୍ତ୍ତ ଗୁରୁବାର ବିଳମ୍ବିତ ରାତିରେ ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ କରିଥିଲେ। ବୁଧବାର ବିଳମ୍ବିତ ରାତିରେ କାଶୀପୁର ଛକ ନିକଟରେ ଦୁର୍ବୃତ୍ତମାନେ ଏକ ପିକ୍‌ଅପ ଭ୍ୟାନକୁ ଜାଳି ଦେଇଥିଲେ। ଏହାର ୨୪ ଘଣ୍ଟା ମଧ୍ୟରେ ଉକ୍ତ ସ୍ଥାନର ୧ କି.ମି. ଦୂରତା ମଧ୍ୟରେ ପଳସା ବଜାରଠାରେ ଥିବା ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ କରାଯାଇଛି। ଶୁକ୍ରବାର ସକାଳେ ଜଣେ ଗ୍ରାହକ ଟଙ୍କା ଉଠାଇବା ପାଇଁ ଉକ୍ତ ଏଟିଏମ୍‌କୁ ଯାଇଥିବା ବେଳେ ଏଟିଏମ୍‌ ଭଙ୍ଗା ଯାଇଥିବା ଦେଖି ସେ ସ୍ଥାନୀୟ ଦୋକାନୀଙ୍କୁ ଜଣାଇଥିଲେ। ପରେ ଘର ମାଲିକ ଏଟିଏମ୍‌ ସଂସ୍ଥାକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲା। ଦୃର୍ବୁତ୍ତମାନେ ଏଟିଏମ୍‌ ସଟରକୁ ତାଡ଼ି ଦେଇଥିବା ବେଳେ ଟଙ୍କା ନେଇପାରି ନାହାନ୍ତି। 
All Right Reserved By

ଅପରାଧ | ବାଲେଶ୍ୱର

ଦୁର୍ଘଟଣାଗ୍ରସ୍ତ କାର ଡିକିରୁ ୨୧ କେଜି ଗଞ୍ଜେଇ ଜବତ

ଦୁର୍ଘଟଣାଗ୍ରସ୍ତ କାର ଡିକିରୁ ୨୧ କେଜି ଗଞ୍ଜେଇ ଜବତ

ଜି.ଉଦୟଗିରି,୨୬।୯(ଡି.ଏନ.ଏ.)- ଜି.ଉଦୟଗିରି ପୋଲିସ ବୁଧବାର ଦୁର୍ଘଟଣାଗ୍ରସ୍ତ ଏକ କାର ଡିକିରୁ ୨୧ କିଗ୍ରା ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏନେଇ ନଂ.୮୬/୧୮ରେ ଏକ ମାମଲା ରୁଜୁ କରିବା ସହ କାର (ନଂ.ଓଡି୧୫ଇ-୩୨୩୦)କୁ ଜବତ କରିଛି।

ବାଲିପୋଖରୀ ବଜାରରେ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ଆଗରପଡ଼ା ଥାନା ସମ୍ମୁଖରେ ଧାରଣା

ବାଲିପୋଖରୀ ବଜାରରେ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ଆଗରପଡ଼ା ଥାନା ସମ୍ମୁଖରେ ଧାରଣା

ବନ୍ତ,୨୬।୯(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ବାଲିପୋଖରୀ ବଜାରରେ ଗତ ଅଗଷ୍ଟ ୩୧ ତାରିଖ ରାତିରେ ମୁରଲୀ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏଯାବତ୍‌ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ନାହିଁ। ଏହାକୁ ବିରୋଧ କରି ବୁଧବାର ଛାତ୍ର ଯୁବ ସଂଘର୍ଷ ସମିତି ପକ୍ଷରୁ ଆଗରପଡ଼ା ଥାନା ସମ୍ମୁଖରେ ଧାରଣା ଦିଆଯାଇଛି। ଖୁବ୍‌ଶିଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। 

ଦାମଙ୍କ କୁନ୍ଦୁଲି ବାଣ: ବିଜେଡି କହିଲା ତଥ୍ୟ ଥିଲେ ତଦନ୍ତକୁ ଦିଅ

ଦାମଙ୍କ କୁନ୍ଦୁଲି ବାଣ: ବିଜେଡି କହିଲା ତଥ୍ୟ ଥିଲେ ତଦନ୍ତକୁ ଦିଅ

ଭୁବନେଶ୍ୱର,୨୬ା୯(ବ୍ୟୁରୋ): କୁନ୍ଦୁଲି ଗଣବଳାତ୍କାର ପ୍ରସଙ୍ଗରେ ବରିଷ୍ଠ ନେତା ଦାମୋଦର ରାଉତ ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି। ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦାମ କହିଛନ୍ତି ଯେ, ଜଣେ ତାମିଲ କନଷ୍ଟେବଳଙ୍କୁ ବଞ୍ଚାଇବା ପାଇଁ କୁନ୍ଦୁଲି ଗଣବଳାତ୍କାର ଘଟଣାକୁ ଦବାଇ ଦିଆଯାଇଛି। 

 ଦୁର୍ବୃତ୍ତଙ୍କ ଆକ୍ରମଣରେ ୨ ଯୁବକ ଗୁରୁତର, ଟଙ୍କା, ବାଇକ ଓ ମୋବାଇଲ ଲୁଟ

ଦୁର୍ବୃତ୍ତଙ୍କ ଆକ୍ରମଣରେ ୨ ଯୁବକ ଗୁରୁତର, ଟଙ୍କା, ବାଇକ ଓ ମୋବାଇଲ ଲୁଟ

ଧର୍ମଶାଳା, ୨୬ା୯(ଡି.ଏନ୍‌.ଏ.) - ଧର୍ମଶାଳା ଥାନା ନେଉପୁର ନିକଟରୁ ଏକ ମାର୍କେଟ କଂମ୍ପ୍ଲେକ୍ସ ନିକଟରେ ୨ ଜଣ ଯୁବକ ଦୁବୃର୍ତ୍ତଙ୍କ ଆକ୍ରମଣ ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣକରି ସେମାନଙ୍କଠାରୁ ୧୫ହଜାର ଟଙ୍କା, ବାଇକ ଓ ମୋବାଇଲ ଲୁଟିନେଇଥିବା ଧର୍ମଶାଳା ଥାନାରେ ଅଭିଯୋଗ ହୋଇଛି । 

ମହିଳାଙ୍କୁ ତଣ୍ଟିକାଟି ହତ୍ୟା ଘଟଣା: ଅଭିଯୁକ୍ତ ଠିକାଦାର ସମ୍ବଲପୁରରୁ ଗିରଫ

ମହିଳାଙ୍କୁ ତଣ୍ଟିକାଟି ହତ୍ୟା ଘଟଣା: ଅଭିଯୁକ୍ତ ଠିକାଦାର ସମ୍ବଲପୁରରୁ ଗିରଫ

ଭୁବନେଶ୍ୱର, ୨୬।୯(ବ୍ୟୁରୋ)- କ୍ୟାପିଟାଲ ଥାନା ଅନ୍ତର୍ଗତ ଅଶୋକନଗର  କାଳିବାରି ବସ୍ତିରେ ଗତ ରବିବାର ରାତିରେ ଖୋର୍ଦ୍ଧା ଜିଲା ବାଣପୁର ନଇରି ଗ୍ରାମର ସୀତା ଦେଈ(୪୫) ନାମ୍ନୀ ମହିଳାଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିଲା। 

ଆଇନଜୀବୀଙ୍କୁ ମାଡ଼ ଘଟଣା: ୨ ଗିରଫ

ଆଇନଜୀବୀଙ୍କୁ ମାଡ଼ ଘଟଣା: ୨ ଗିରଫ

କଟକ ଅଫିସ, ୨୬।୯- ମାଡ଼ ଘଟଣାକୁ ନେଇ କଟକରେ ଆଇନଜୀବୀ ଓ ପୋଲିସ ମଧ୍ୟରେ ଉପୁଜିଥିବା ବିବାଦ ତେଜୁଥିବାବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ୨ଜଣଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀଙ୍କଠାରୁ ଜଣାପଡିଛି।

କଲେଜ ଛାତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ ଘଟଣା: ଏକତରଫା ପ୍ରେମ କାରଣ, ଥାନାରେ ଅଭିଯୁକ୍ତଙ୍କ ଆତ୍ମ ସମର୍ପଣ

କଲେଜ ଛାତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ ଘଟଣା: ଏକତରଫା ପ୍ରେମ କାରଣ, ଥାନାରେ ଅଭିଯୁକ୍ତଙ୍କ ଆତ୍ମ ସମର୍ପଣ

କଣ୍ଟାପଡା, ୨୬ା୯(ଡି.ଏନ୍‌.ଏ.)- ଓଲଟପୁର ଥାନା ଅନ୍ତର୍ଗତ ଅଡଶପୁରସ୍ଥିତ ଏକ କଲେଜର ଜଣେ ଛାତ୍ରୀଙ୍କୁ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଭୁଜାଲିରେ ଆକ୍ରମଣ କରାଯାଇଛି। ଏଥିରେ ଛାତ୍ରୀଙ୍କ ପିଠି, ଡାହାଣ ଗୋଡ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଅଡଶପୁର ସ୍ବାସ୍ଥ୍ୟକେନ୍ଦ୍ର ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। 

ଗଣେଶ ଭସାଣି ବେଳେ ହତ୍ୟା ଘଟଣା: ୫ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ଗଣେଶ ଭସାଣି ବେଳେ ହତ୍ୟା ଘଟଣା: ୫ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ଟିଟିଲାଗଡ଼,୨୫।୯(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହର ଆଦିବାସୀପଡ଼ାରେ ଗତ ଶନିବାର ଗଣେଶ ଭସାଣି ବେଳେ ଗଣ୍ଡଗୋଳ ଘଟିଥିଲା। ଏଥିରେ ବଳରାମ ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ରୋହିତ ବଗର୍ତ୍ତୀ ଗୁରୁତର ଆହତ ହୋଇଥିଲେ। ମଙ୍ଗଳବାର ଟିଟିଲାଗଡ଼ ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମହାଦେବ ମଲିକ, ଅଫଜଲ ଆନାସାରୀ, ଦୀପକ ତଟର୍ଜୀ, ବବଲୁ ଠାକୁର ଏବଂ ଅନ୍ୟ ଜଣେ ନାବାଳକ। ଏ ନେଇ ମଙ୍ଗଳବାର ଟିଟିଲାଗଡ଼ ଥାନାରେ ଆୟୋଜିତ 

କ୍ୟାବିନ୍‌ ଭାଙ୍ଗି ଚୋରି ଉଦ୍ୟମ, ଜଣେ ଗିରଫ

କ୍ୟାବିନ୍‌ ଭାଙ୍ଗି ଚୋରି ଉଦ୍ୟମ, ଜଣେ ଗିରଫ

ଓଡ଼ଗାଁ,୨୫ା୯( ସ୍ବ.ପ୍ର.): ନୟାଗଡ ଜିଲା ଓଡ଼ଗାଁ କଲେଜ ରୋଡସ୍ଥିତ ସରକାରୀ ସ୍କୁଲ ନିିକଟରେ ଥିବା ଏକ କ୍ୟାବିନ୍‌ରୁ ଚୋରି ଉଦ୍ୟମବେଳେ ମଙ୍ଗଳବାର ପୋଲିସ ଜଣଙ୍କୁ ଗିିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସ୍ଥାନୀୟ ପାଇକସାହି ଅଞ୍ଚଳର ବଂଶୀଧର ବେହେରା (୨୦)।

କାଠ ବୋଝେଇ ବାଇକ ଜବତ, ଚାଳକ ଗିରଫ

କାଠ ବୋଝେଇ ବାଇକ ଜବତ, ଚାଳକ ଗିରଫ

ଛେଣ୍ଡିପଦା,୨୫।୯(ସ୍ବ.ପ୍ର)- ଛେଣ୍ଡିପଦା ବନବିଭାଗ ମଙ୍ଗଳବାର ଚଢାଉ କରି ଏକ କାଠ ବୋଝେଇ ବାଇକ ସହ  ଏହାର ଚାଳକ ନୂଆପଡା ଗ୍ରାମର ଲୋଚନ ବେହେରା (୨୫)ଙ୍କୁ ଗିରଫ କରିଛି। 

ପ୍ରେମରେ ବିଫଳ ହୋଇ ଛାତ୍ରୀଙ୍କୁ ଭୁଜାଲିରେ ହାଣିଲେ ପ୍ରେମିକ

ପ୍ରେମରେ ବିଫଳ ହୋଇ ଛାତ୍ରୀଙ୍କୁ ଭୁଜାଲିରେ ହାଣିଲେ ପ୍ରେମିକ

କଟକ ଅଫିସ/କଣ୍ଟାପଡା, ୨୫।୯(ଡି.ଏନ୍‌.ଏ.): ଓଲଟପୁର ଥାନା ଅନ୍ତର୍ଗତ ଅଡ଼ଶପୁର ମହାବିଦ୍ୟାଳୟର ଜଣେ କଲେଜ ଛାତ୍ରୀଙ୍କୁ ଏକପାଖିଆ ପ୍ରେମକରି ବିଫଳ ହୋଇଥିବା ଜଣେ ଯୁବକ ମଙ୍ଗଳବାର ଦିନ ୧୨ଟାରେ ଭୁଜାଲିରେ ହାଣି ଫେରାର ହୋଇଯାଇଛନ୍ତି। 

କମିଟି ଗଠନ ବେଳେ ଖାତା ଛଡାଇବା ଆଭିଯୋଗରେ ଜଣେ ଗିରଫ

କମିଟି ଗଠନ ବେଳେ ଖାତା ଛଡାଇବା ଆଭିଯୋଗରେ ଜଣେ ଗିରଫ

ଧାମନଗର,୨୫।୯(ଡି.ଏନ୍‌.ଏ.): ଧାମନଗର ବ୍ଲକ ତାଳପଦା ନୋଡାଲ ବିଦ୍ୟାଳୟ ପରିଚାଳନା କମିଟି ଗଠନ ସମୟରେ ଗଣ୍ଡଗୋଳ ଏବଂ  ରିଜୋଲ୍ୟୁଶନ ଖାତା ଛଡାଇ ନେଇଥିବା ଅଭିଯୋଗରେ ଧାମନଗର ଥାନା ପୋଲିସ  ବଣିଆ ସାହିର ଭବେନ୍ଦ୍ର ନାୟକଙ୍କୁ ଗିରଫ କରିଛି ।