ଖେଳ |

୧୯ ବର୍ଷରୁ କମ୍‌ ଫୁଟ୍‌ବଲ: ସର୍ବିୟାଠାରୁ ହାରିଲା ଭାରତ

୧୯ ବର୍ଷରୁ କମ୍‌ ଫୁଟ୍‌ବଲ: ସର୍ବିୟାଠାରୁ ହାରିଲା ଭାରତ
ନୂଆଦିଲ୍ଲୀ, ୧୪ା୯ (ପି.ଟି.)-ସର୍ବୟାର ୧୯ ବର୍ଷରୁ କମ୍‌ ଫୁଟ୍‌ବଲ ଦଳ ବିପକ୍ଷ ପ୍ରଥମ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତର ୧୯ ବର୍ଷରୁ କମ୍‌ ଦଳ ପରାଜୟ ବରଣ କରିଛି। ଏହି ମ୍ୟାଚ ସର୍ବୀୟ ସହର ଷ୍ଟାରା ପାଜାଭାଠାରେ ଖେଳାଯାଇଥିଲା। ଘରୋଇ ଦଳ ପକ୍ଷରୁ ବୋସିକ୍‌ ରାଡିଜୋଭ୍‌ (୩୦ତମ ମିନିଟ) ଓ ଆଲେକ୍‌ସାଣ୍ଡର କୋଷ୍ଟିକ୍‌ (୮୨ତମ) ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଆସନ୍ତା ବର୍ଷ ଖେଳାଯିବାକୁଥିବା ୧୯ ବର୍ଷରୁ କମ୍‌ ଏସିଆନ ଚାମ୍ପିୟନଶିପ୍‌  ପାଇଁ ପ୍ରସ୍ତୁତିର ଏକ ଅଂଶ ବିଶେଷ ସ୍ବରୂପ ଭାରତୀୟ ଦଳ ୟୁରୋପ ଟୁର୍‌ରେ ଯାଇଛି।  ଭାରତର ୧୯ ବର୍ଷରୁ କମ୍‌ ଫୁଟ୍‌ବଲ ଦଳ ସର୍ବିୟା ୧୯ ବର୍ଷରୁ କମ୍‌ ଦଳ ସହିତ ଏହାର ଦ୍ୱିତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଏହି ଭେନ୍ୟୁରେ ଆସନ୍ତା ୧୭ ତାରିଖରେ ଖେଳିବ।
All Right Reserved By

ଖେଳ |

 ପଙ୍କଜଙ୍କୁ ବିଲିୟାଡର୍‌ସରେ ଗ୍ରାଣ୍ଡ ଡବଲ

ପଙ୍କଜଙ୍କୁ ବିଲିୟାଡର୍‌ସରେ ଗ୍ରାଣ୍ଡ ଡବଲ

ୟାନଗନ (ମ୍ୟାନମାର), ୧୮ା୧୧ (ପି.ଟି.)-ଆଇବିଏସ୍‌ଏଫ୍‌ ଓ୍ବାଲର୍‌ଡ ବିଲିୟାଡର୍‌ସ ଚାମ୍ପିୟନଶିପର ଉଭୟ ଲଙ୍ଗ୍‌ ଓ ଶର୍ଟ ଫର୍ମାଟ ଜିତିବା ଦ୍ୱାରା ଭାରତର ପଙ୍କଜ ଆଡ୍‌ଭାନୀ ତାଙ୍କ ବିଶ୍ୱ ଟାଇଟଲ ସଂଖ୍ୟା ୨୧କୁ ବୃଦ୍ଧି କରିଛନ୍ତି। ଏଥିସହିତ ଏଠାରେ ସେ ରେକର୍ଡ ଚତୁର୍ଥ ଥର ପାଇଁ ଏକସମୟରେ ଦୁଇଟି ଟାଇଟଲ ଜିତିବାରେ ଏକ ବିରଳ ସଫଳତା ହାସଲ କରିଛନ୍ତି।  ଅନ୍ୟପକ୍ଷରେ ପଙ୍କଜଙ୍କ ବେଙ୍ଗାଲୁରୁ ସହର ସାଥୀ ଖେଳାଳି ବି, ଭାସ୍କର ରୌପ୍ୟ ଜିତିଛନ୍ତି।  ସୂଚନାଯୋଗ୍ୟ, ଭାସ୍କର ହେଉଛନ୍ତି ଦୁଇଥର ଏସିଆନ ରୌପ୍ୟ ବିଜେତା ଏବଂ ବିଶ୍ୱ ସ୍ତରରେ ଏକ ବ୍ରୋଞ୍ଜ ଜିତିଛନ୍ତି।

ପ୍ରଥମ ଟେଷ୍ଟ:  ପାକିସ୍ତାନର ବିଜୟ ଲକ୍ଷ୍ୟ ୧୭୬

ପ୍ରଥମ ଟେଷ୍ଟ: ପାକିସ୍ତାନର ବିଜୟ ଲକ୍ଷ୍ୟ ୧୭୬

ଆବୁଧାବି, ୧୮।୧୧(ଏଏଫପି)- ସ୍ଥାନୀୟ ସେକ ଜାୟେଦ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ବିଜୟୀ ହେବା ସମ୍ଭାବନା ସୃଷ୍ଟି ହୋଇଛି। ଟସ୍‌ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୧୫୩ ରନ କରି ଅଲଆଉଟ ହୋଇଥିଲା। ଜବାବରେ ପାକିସ୍ତାନ ପ୍ରଥମ ଇନିଂସରେ ୨୨୭ରନରେ ଅଲଆଉଟ ହୋଇ ୭୪ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସ ଆରମ୍ଭ କରି ନ୍ୟୁଜିଲାଣ୍ଡ ୧୦୦.୪ ଓଭରରେ ୨୪୯ ରନ କରି ଅଲଆଉଟ ହୋଇଥିଲା। ଫଳରେ ପାକିସ୍ତାନ ସମ୍ମୁଖରେ ୧୭୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ପାକିସ୍ତାନ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୮ ଓଭରରେ କୌଣସି ଉଇକେଟ ନ ହରାଇ ୩୭ ରନ ସଂଗ୍ରହ କରିଛି। ଫଳରେ ଦୁଇ ଦିନ ବାକିଥିବା ବେଳେ ପାକିସ୍ତାନ ବିଜୟ ପାଇଁ ଆହୁରି ୧୩୯ ରନ ଆବଶ୍ୟକ କରୁଛି। ଷ୍ଟମ୍ପ ଅପସାରଣ ବେଳକୁ ଦୁଇ ଓପନର ଇମାମ- ଉଲ୍‌- ହକ ୨୫ ଓ ମହମ୍ମଦ ହାଫିଜ୍‌ ୮ ରନ କରି ଅପରାଜିତ ରହିଛନ୍ତି। 

ଭାରତୀୟ ବୋଲର ନିରାଶ କଲେ, ନ୍ୟୁଜିଲାଣ୍ଡ ୪୫୮/୯

ଭାରତୀୟ ବୋଲର ନିରାଶ କଲେ, ନ୍ୟୁଜିଲାଣ୍ଡ ୪୫୮/୯

ମାଉଣ୍ଟ ମାଉନଗାନୁଇ (ନ୍ୟୁଜିଲାଣ୍ଡ), ୧୮।୧୧(ପି.ଟି.)- ଘରୋଇ ନ୍ୟୁଜିଲାଣ୍ଡ-ଏ ବିପକ୍ଷରେ ଏଠାରେ ଅନୁଷ୍ଠିତ ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ-ଏ ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି। ଭାରତ-ଏ’ର ପ୍ରଥମ ଇନିଂସ ସ୍କୋର ୪୬୭ ରନ ଜବାବରେ ନ୍ୟୁଜିଲାଣ୍ଡ-ଏ ୯ ଉଇକେଟ୍‌ରେ ୪୫୮ ରନ କରି ପ୍ରଥମ ଇନିଂସ ଘୋଷଣା କରିଛି।

ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ନିଶ୍ଚିତ କଲେ ଲକ୍ଷ୍ୟ

ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ନିଶ୍ଚିତ କଲେ ଲକ୍ଷ୍ୟ

ମାରଖମ (କାନାଡା), ୧୮।୧୧(ପି.ଟି.)- ଯୁବ ଭାରତୀୟ ସଟ୍‌ଲର ଲକ୍ଷ୍ୟ ସେନ ଏଠାରେ ଚାଲିଥିବା ବିଶ୍ୱ ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିବାରୁ ବଞ୍ଚତ୍ତ ହୋଇଛନ୍ତି।

ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ ମ୍ୟାଚ୍‌: ଜୋର୍ଡାନଠାରୁ ହାରିଲା ଭାରତ

ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ ମ୍ୟାଚ୍‌: ଜୋର୍ଡାନଠାରୁ ହାରିଲା ଭାରତ

ଅମାନ, ୧୮।୧୧(ପି.ଟି.)- ଜୋର୍ଡାନ ବିପକ୍ଷରେ ଏଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ ମ୍ୟାଚ୍‌ରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ମ୍ୟାଚ୍‌ରେ ଜୋର୍ଡନ ୨-୧ ଗୋଲରେ ବିଜୟ ଲାଭ କରିଛି।

ଜୋକୋଭିଚ୍‌-ଜେଭରେଭ ଫାଇନାଲ

ଜୋକୋଭିଚ୍‌-ଜେଭରେଭ ଫାଇନାଲ

ଲଣ୍ଡନ, ୧୮।୧୧(ଏଏଫ୍‌ପି)- ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌ ଏଠାରେ ଚାଲିଥିବା ଏଟିପି ଫାଇନାଲ୍ସ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି।

କାଣ୍ଡି ଟେଷ୍ଟ: ୧୭ ବର୍ଷ ପରେ ସିରିଜ ଜିତିଲା ଇଂଲଣ୍ଡ

କାଣ୍ଡି ଟେଷ୍ଟ: ୧୭ ବର୍ଷ ପରେ ସିରିଜ ଜିତିଲା ଇଂଲଣ୍ଡ

କାଣ୍ଡି, (ଶ୍ରୀଲଙ୍କା), ୧୮।୧୧(ଏପି)- ସ୍ଥାନୀୟ ପାଲିକେଲ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଅନୁଷ୍ଠିତ ୨ୟ ଟେଷ୍ଟ ମ୍ୟାଚ୍‌କୁ ଇଂଲଣ୍ଡ ୫୭ ରନରେ ଜିତି ନେଇଛି। 

ପ୍ରଜନେଶଙ୍କୁ ବେଙ୍ଗାଲୁରୁ ଓପନ୍‌ ଟାଇଟଲ୍‌

ପ୍ରଜନେଶଙ୍କୁ ବେଙ୍ଗାଲୁରୁ ଓପନ୍‌ ଟାଇଟଲ୍‌

ବେଙ୍ଗାଲୁରୁ, ୧୮।୧୧(ପି.ଟି.)- ଏଠାରେ ଅନୁଷ୍ଠିତ ଏକ ଲକ୍ଷ ୫୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ବେଙ୍ଗାଲୁରୁ ଓପନ୍‌ ଏଟିପି ଚ୍ୟାଲେଞ୍ଜର ପ୍ରତିଯୋଗିତାରେ ଭାରତର ପ୍ରଜନେଶ ଗୁଣେଶ୍ୱରନ ଚାମ୍ପିୟନ ହୋଇଛନ୍ତି।

ମହିଳା ଟି୨୦ ବିଶ୍ୱକପ: ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ମହିଳା ଟି୨୦ ବିଶ୍ୱକପ: ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ଗୁୟାନା, ୧୮।୧୧-ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ବୋଲର ମାନଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଭାରତ ଏଠାରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପର ଏକ ଲିଗ୍‌ ମ୍ୟାଚରେ ଅଷ୍ଟ୍ରେଲିଆକୁ ୪୮ ରନରେ ହରାଇ ଦେଇଛି। 

ଏସିଆନ୍‌ ପେଟାନ୍‌କ୍ୟୁ ଚାମ୍ପିୟନଶିପ୍‌:ଥାଇଲାଣ୍ଡକୁ ଡବଲ ସଫଳତା

ଏସିଆନ୍‌ ପେଟାନ୍‌କ୍ୟୁ ଚାମ୍ପିୟନଶିପ୍‌:ଥାଇଲାଣ୍ଡକୁ ଡବଲ ସଫଳତା

ଭୁବନେଶ୍ୱର, ୧୮।୧୧(ସ୍ପୋଟର୍‌ସ ବ୍ୟୁରୋ)କିଟ୍‌ ବିଶ୍ୱବିଦ୍ୟାଳୟ  ପରିସରରେ ଚାଲିଥିବା ଏସିଆନ୍‌ ବୋଉଲ୍ସ ସ୍ପୋଟର୍‌ସ କନଫେଡେରେଶନ ପେଟାନ୍‌କ୍ୟୁ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ ଅନୁଷ୍ଠିତ ମହିଳା ଓ ପୁରୁଷ ଡବଲ୍ସ ପ୍ରତିଯୋଗିତାରେ ଚମତ୍କର ପ୍ରଦର୍ଶନ କରି ଥାଇଲାଣ୍ଡ ଡବଲ ସଫଳତା ପାଇଛି। 

ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଖୋ-ଖୋ

ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଖୋ-ଖୋ

ଭୁବନେଶ୍ୱର, ୧୮।୧୧(କ୍ରୀଡ଼ା ପ୍ରତିନିଧି)-ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ଆନୁକୂଲ୍ୟରେ ଆୟୋଜିତ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଖୋ-ଖୋ ପ୍ରତିଯୋଗିତାରେ ଉତ୍କଳ, କିଟ୍‌, କଲ୍ୟାଣୀ ଓ ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟ ଗ୍ରୁପ ଚାମ୍ପିୟନ ହୋଇଛନ୍ତି।

ୟୁରୋପର ସବୁଠାରୁ ବୟସ୍କ ଗୋଲକିପର

ୟୁରୋପର ସବୁଠାରୁ ବୟସ୍କ ଗୋଲକିପର

ସୋଫିଆ, ୧୮ା୧୧ (ଏଏଫ୍‌ପି)-ବୁଲଗେରିଆର ଜିଓର୍ଗି ପେଟ୍‌କୋଭ୍‌ ୟୁରୋପର ସବୁଠାରୁ ବୟସ୍କ ଅନ୍ତର୍ଜାତୀୟ ଗୋଲକିପରର ମାନ୍ୟତା ଲାଭ କରିଛନ୍ତି।  ସାଇପ୍ରସ ବିପକ୍ଷ ମ୍ୟାଚ ଖେଳି ସେ ଏହି ଗୌରବ ଅର୍ଜନ କରିବେ।