ବାଲେଶ୍ୱର

ରାଜପଥରେ ଆକ୍ରମଣ, ୪୫ ହଜାର ଟଙ୍କା ଲୁଟ୍‌ ଅଭିଯୋଗ

ରାଜପଥରେ ଆକ୍ରମଣ, ୪୫ ହଜାର ଟଙ୍କା ଲୁଟ୍‌ ଅଭିଯୋଗ
ରୂପ୍‌ସା,୧୪।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ୬୦ନଂ. ଜାତୀୟ ରାଜପଥର ସଦର ବ୍ଲକ ରୂପ୍‌ସା ଥାନା ଅନ୍ତର୍ଗତ ମିରିଗିମୁଣ୍ଡିଠାରେ ଜଣେ ବାଇକ୍‌ ଆରୋହୀଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ସହ ସୁନାହାର, ମୋବାଇଲ ସହ ଉଭୟପକ୍ଷଙ୍କଠାରୁ ୪୫ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ରୂପ୍‌ସା ଥାନାଧିକାରୀ ସୁଚନ୍ଦ୍ର ମହାଳିକ ୨ଟି ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।
ବସ୍ତା ଥାନା ଅଧୀନ କିଆପଣସିଆ ଗ୍ରାମର ବିକାଶ ବେହେରା ଓ ଭାଇ ସନ୍ତୋଷ ବେହେରା ବାଇକ୍‌ ଯୋଗେ ବାଲେଶ୍ୱର ଯାଉଥିଲେ। ମିରିଗିମୁଣ୍ଡି ଛକଠାରେ କସିପଦା ଗ୍ରାମର ଅରବିନ୍ଦ ବେହେରା ଓ ମିରିଗିମୁଣ୍ଡି ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦଳାଇ ସେମାନଙ୍କୁ ଅଟକାଇ ବ୍ଲେଡରେ ଆକ୍ରମଣ କରି ୩୦ହଜାର ଟଙ୍କା, ସୁନା ଚେନ୍‌ ଓ ୨ଟି ମୋବାଇଲ ନେଇଯାଇଥିବା ଏତଲାରେ ଦର୍ଶାଯାଇଛି। ଏହାର କେସ୍‌ (ନଂ. ୧୯/୧୮)। ଆହତ ବିକାଶ ଓ ସନ୍ତୋଷଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।  ଅପରପକ୍ଷରେ ଅରବିନ୍ଦ ଓ ପୂର୍ଣ୍ଣଚନ୍ଦ୍ରଙ୍କୁ ୨ଭାଇ ମାରପିଟ୍‌ କରି ସେମାନଙ୍କଠାରୁ ସୁନାଚେନ୍‌, ମୋବାଇଲ ସହ ୧୫ହଜାର ଟଙ୍କା ଲୁଟ୍‌ କରି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଆଉ ଏକ ମାମଲା (ନଂ. ୭୦/୧୮) ରୁଜୁୁ ହୋଇଛି।
All Right Reserved By

ବାଲେଶ୍ୱର

କଡା ଟକ୍କର ମଧ୍ୟରେ ସରିଲା ଫକୀରମୋହନ ସାହିତ୍ୟ ପରିଷଦ ନିର୍ବାଚନ:  ଶିରୀଶ ଚନ୍ଦ୍ର ସଭାପତି, କୁମାର ଗୋପାଲ ସାଧାରଣ ସମ୍ପାଦକ

କଡା ଟକ୍କର ମଧ୍ୟରେ ସରିଲା ଫକୀରମୋହନ ସାହିତ୍ୟ ପରିଷଦ ନିର୍ବାଚନ: ଶିରୀଶ ଚନ୍ଦ୍ର ସଭାପତି, କୁମାର ଗୋପାଲ ସାଧାରଣ ସମ୍ପାଦକ

ବାଲେଶ୍ୱର ଅଫିସ, ୧୯।୧୧-ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ସହର ବାଲେଶ୍ୱର। ଏହାର ଗୌରବମୟ ଐତିହ୍ୟକୁ ଉଜ୍ଜୀବିତ ରଖି ସାହିତ୍ୟର ବିକାଶ ପାଇଁ ଦୀର୍ଘ ୭୦ ବର୍ଷ ଧରି ବାଲେଶ୍ୱର ଫକୀରମୋହନ ସାହିତ୍ୟ ପରିଷଦ କାର୍ଯ୍ୟ କରି ଆସୁଛି।

ବାଲିଖାଦାନରେ ଜିଲା ପ୍ରଶାସନ ପକ୍ଷରୁ ଚଢ଼ାଉ:  ସ୍ବମ୍ପପମ୍ପ ମେଶିନ ଜବତ

ବାଲିଖାଦାନରେ ଜିଲା ପ୍ରଶାସନ ପକ୍ଷରୁ ଚଢ଼ାଉ: ସ୍ବମ୍ପପମ୍ପ ମେଶିନ ଜବତ

ଜଳେଶ୍ୱର, ୧୯ା୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅଧୀନ ସୁବର୍ଣ୍ଣରେଖା ନଦୀର ମହମ୍ମଦନଗର ପାଟଣା (ଗ) ବାଲିଖାଦାନରେ ରବିବାର ପୂର୍ବାହ୍ନରେ ଜିଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। 

ଆକର୍ଷଣ ଥାଇ ବି ଅବହେଳିତ:  ଏବେଠୁଁ ଡଙ୍ଗାଧର, ଧଳଧଳି ଓ ବାଙ୍କବୋଳ ବନ୍ଧ ଚଳଚଞ୍ଚଳ

ଆକର୍ଷଣ ଥାଇ ବି ଅବହେଳିତ: ଏବେଠୁଁ ଡଙ୍ଗାଧର, ଧଳଧଳି ଓ ବାଙ୍କବୋଳ ବନ୍ଧ ଚଳଚଞ୍ଚଳ

ବିଶୋଇ,୧୯।୧୧(ଅମିତ କୁମାର ଦାସ) - ମୟୂରଭଞ୍ଜ ଜିଲାରେ ପର୍ଯ୍ୟଟନ ବିକାଶ ଲାଗି ପ୍ରାକୃତିକ ଭିତ୍ତିଭୂମି ଥିଲେ ମଧ୍ୟ ଏହାର ଉପଯୁକ୍ତ ବିକାଶ ହୋଇପାରୁ ନାହିଁ । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗକୁ ସଡ଼କ ପଥ  ସଂଯୋଗ କରୁଥିବା ମୟୂରଭଞ୍ଜ ଜିଲାର ବିଶୋଇ ଅଞ୍ଚଳରେ ଡଙ୍ଗାଧର, ଗେଣ୍ଡାଳୁ -ଧଳଧଳି ଓ ବାଙ୍କବୋଳ ବନ୍ଧ ପରି ଦର୍ଶନୀୟ ସ୍ଥାନ ଅବହେଳିତ ହୋଇ ରହିଛି।

ଗଣ୍ଡଗୋଳ ବେଳେ ଜଣେ ମୃତ

ଗଣ୍ଡଗୋଳ ବେଳେ ଜଣେ ମୃତ

ବାରିପଦା ଅଫିସ,୧୯।୧୧- ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅଙ୍ଗାରପଦା ଗାଁରେ ଗଣ୍ଡଗୋଳ ବେଳେ ଶିବ ହେମ୍ବ୍ରମ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ଏହି ଗାଁର ୨ ପରିବାର ମଧ୍ୟରେ ରବିବାର ସନ୍ଧ୍ୟାରେ ଗଣ୍ଡଗୋଳ ହୋଇଥିଲା। ସେମାନଙ୍କୁ ବୁଝାଶୁଝା କରିବାକୁ ଶିବ ଯାଇଥିଲେ। 

ରାଜ୍ୟସ୍ତରୀୟ ବ୍ୟାଡମଣ୍ଟନ: ମୟୂରଭଞ୍ଜରୁ  ୪ ଖେଳାଳି

ରାଜ୍ୟସ୍ତରୀୟ ବ୍ୟାଡମଣ୍ଟନ: ମୟୂରଭଞ୍ଜରୁ ୪ ଖେଳାଳି

ବାରିପଦା ଅଫିସ,୧୯।୧୧- ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଚଳିତ ମାସ ୧୯ରୁ ୨୧ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଜିଲା ସ୍ଥିତ ଚନ୍ଦ୍ରଶେଖର ବେହେରା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। 

ଆନ୍ତଃ ବିଶ୍ୱବିଦ୍ୟାଳୟ ଚେସ୍‌ ଚାମ୍ପିଅନଶିପ ପାଇଁ ଛାତ୍ରୀଛାତ୍ର ମନୋନୀତ

ଆନ୍ତଃ ବିଶ୍ୱବିଦ୍ୟାଳୟ ଚେସ୍‌ ଚାମ୍ପିଅନଶିପ ପାଇଁ ଛାତ୍ରୀଛାତ୍ର ମନୋନୀତ

ବାରିପଦା ଅଫିସ,୧୯।୧୧- ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ ଚେସ ଚମ୍ପିୟସିପ ପାଇଁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଚେସ ଟିମ ଘୋଷିତ ହୋଇଛି। ମୟୂରଭଞ୍ଜ କଲେଜ ଅଫ ଆକାଉଣ୍ଟାନ୍ସି ଆଣ୍ଡ ମ୍ୟାନେଜମେଣ୍ଟର ପ୍ରଥମ ବର୍ଷ ଛାତ୍ର ଶ୍ରୀଦେବ ମହାନ୍ତି, ଛାତ୍ରୀ ମନ୍ଦାକିନୀ ସୋରେନ ଏବଂ ଦ୍ୱିତୀୟ ବର୍ଷ ଛାତ୍ରୀ ସଙ୍ଗୀତା ସାହୁ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ମନୋନୀନ ହୋଇଥିବାରୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଏମବିଏ ବିଭାଗ ଅଧ୍ୟାପକ ଡ ସ୍ମୃତି ରଞ୍ଜନ ଦାସ, କଲେଜର ଅଧ୍ୟକ୍ଷ ପ୍ରଦୀପ ନାୟକ, ଉପାଧ୍ୟକ୍ଷା ସଂଘମିତ୍ରା ରାଉତ, କଲେଜ ପରିଚାଳନା ସମିତି ସଭାପତି ତଥା ବାରିପଦାର ପୂର୍ବତନ ବିଧାୟକ କିଶୋର ଦାଶ ମନୋନୀତ ଛାତ୍ରୀଛାତ୍ରମାନଙ୍କୁ ସ୍ବାଗତ ଜଣାଇଛନ୍ତି।

୨ ଦିନିଆ ଫୁଟବଲ ଟୁର୍ନାମେଣ୍ଟ: ହାତିମୋଡ଼ା ଟିମ୍‌ ଚାମ୍ପୟନ

୨ ଦିନିଆ ଫୁଟବଲ ଟୁର୍ନାମେଣ୍ଟ: ହାତିମୋଡ଼ା ଟିମ୍‌ ଚାମ୍ପୟନ

ବାଙ୍ଗିରିପୋଷି,୧୯।୧୧(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବୁଢୀଖମାରୀ ପଞ୍ଚାୟତ ଜଳଡିହା ଗ୍ରାମରେ ଦୁଇ ଦିନିଆ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ବିବିସି କ୍ଲବ ଆନୁକୂଲ୍ୟରେ ୨୮ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ। 

ଚାନ୍ଦବାଲିକୁ ସବ୍‌ଡିଭିଜନ ଘୋଷଣା ଦାବି ତେଜିଲା:  ସଂଗ୍ରାମ ସେନା ପକ୍ଷରୁ ପୋଷ୍ଟକାର୍ଡ ଲେଖା ଅଭିଯାନ

ଚାନ୍ଦବାଲିକୁ ସବ୍‌ଡିଭିଜନ ଘୋଷଣା ଦାବି ତେଜିଲା: ସଂଗ୍ରାମ ସେନା ପକ୍ଷରୁ ପୋଷ୍ଟକାର୍ଡ ଲେଖା ଅଭିଯାନ

ଚାନ୍ଦବାଲି, ୧୯।୧୧ (ଡି.ଏନ.ଏ.)- ଭୌଗୋଳିକ ଅବସ୍ଥିତି, ଜନସଂଖ୍ୟା ଏବଂ ଯୋଗାଯୋଗ ସମସ୍ୟାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲାର ନଈନାଳ ଘେରା ଉପକୂଳ ଅଞ୍ଚଳ ଚାନ୍ଦବାଲିକୁ ସବ୍‌ଡିଭିଜନ ମାନ୍ୟତା ଦେବା ଲାଗି ଦୀର୍ଘଦିନରୁ ଦାବି ହୋଇଆସୁଛି। 

ଏକଗୋଡ଼ିଆ ଶିଶୁକନ୍ୟା ଜନ୍ମ

ଏକଗୋଡ଼ିଆ ଶିଶୁକନ୍ୟା ଜନ୍ମ

ତିହିଡ଼ି, ୧୯।୧୧(ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ସକାଳେ ଜଣେ ଗର୍ଭବତୀ ମହିଳା ଏକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ଏହି ନବଜାତ ଶିଶୁକନ୍ୟାଙ୍କର ବାମଗୋଡ଼ ନାହିଁ। ତାଙ୍କ ଡାହାଣ ହାତରେ କେତୋଟି ଆଙ୍ଗୁଳି ମଧ୍ୟ ନାହିଁ। 

ବିବାହ ଶୋଭାଯାତ୍ରାରେ ବାହାରିଲେ ଶ୍ରୀ ବଳଦେବ ଜୀଉ

ବିବାହ ଶୋଭାଯାତ୍ରାରେ ବାହାରିଲେ ଶ୍ରୀ ବଳଦେବ ଜୀଉ

ବାସୁଦେବପୁର, ୧୯।୧୧(ଡି.ଏନ.ଏ.)- ବାସୁଦେବପୁର ଅଞ୍ଚଳ ନିକଟବର୍ତ୍ତୀ ଗୁଡ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉ ଦେବୀ ତୁଳସୀଙ୍କୁ ବିବାହ ପାଇଁ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଅଭିମୁଖେ ଯାତ୍ରା କରିଛନ୍ତି। ରବିବାର ଶ୍ରୀ ବଳଦେବଜୀଉ ବରଯାତ୍ରୀ ଧରି ଶୋଭାଯାତ୍ରାରେ ମନ୍ଦିର ପରିସରରୁ ବାହାରିଛନ୍ତି। 

ବରିଷ୍ଠ ନେତାଙ୍କ ସନ୍ଦେହଜନକ ମୃତ୍ୟୁ

ବରିଷ୍ଠ ନେତାଙ୍କ ସନ୍ଦେହଜନକ ମୃତ୍ୟୁ

ପାଟଣା, ୧୯।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ବଡ଼ପାଟଣା ପଞ୍ଚାୟତ ଟାଇଁସିରା ଗ୍ରାମରୁ ରବିବାର ସନ୍ଧ୍ୟାରେ ଜଣେ ବରିଷ୍ଠ ରାଜନେତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ଦେବେନ୍ଦ୍ର କୁମାର ପାତ୍ର। ତାଙ୍କ ଶୋଇବା ଘରୁ ରକ୍ତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। 

ଗାଁକୁ ଛୁଇଁନି ବିକାଶର ଧାରା

ଗାଁକୁ ଛୁଇଁନି ବିକାଶର ଧାରା

ତେଲକୋଇ, ୧୯।୧୧(ଡି.ଏନ.ଏ.): ତେଲକୋଇ ବ୍ଲକ ଅଧୀନ କରଦାଙ୍ଗୀ ପଞ୍ଚାୟତର ଅନେକ ଗାଁକୁ ଅଦ୍ୟାବଧି ଛୁଇଁପାରିନି ବିକାଶର ଧାରା। ଲୋକେ ଅବହେଳିତ ଜୀବନ ବିତାଉଛନ୍ତି। ଉକ୍ତ ପଞ୍ଚାୟତରେ ଅନେକ ନେତା ରହିଥିଲେ ହେଁ ସରକାରଙ୍କ ସମସ୍ତ ଯୋଜନା ଅପହଞ୍ଚ ହୋଇଛି।