ରାଜ୍ୟ | ରାୟଗଡା

ପୋଲିସ ମାଓବାଦୀ ଗୁଳି ବିନିମୟ : ବିସ୍ଫୋରକ ଜବତ

ପୋଲିସ ମାଓବାଦୀ ଗୁଳି ବିନିମୟ : ବିସ୍ଫୋରକ ଜବତ
ମାଲକାନଗିରି,୧୪ ।୯(ଡି.ଏନ.ଏ)-ମାଲକାନଗିରି ଜିଲାର ମାଥିଲି ଥାନା ଅନ୍ତର୍ଗତ ମହୁପଦର ନିକଟସ୍ଥ ତୁଳସୀ ପାହାଡ଼ରେ ଗୁରୁବାର ରାତିରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି  । ମାଓବାଦୀଙ୍କ ଏକ ଶିବିର ଥିବା ଖବର ପାଇ ମାଲକାନଗିରି ଏସ୍‌ପି ଜଗମୋହନ ମୀନାଙ୍କ ନେତୃତ୍ୱରେ ଡି.ଭି.ଏଫ ବାହିନୀଙ୍କୁ ନେଇ  ଏକ ଅପରେସନ କରାଯାଇଥିଲା । ସୀମାନ୍ତ ଦଲଦଲି ଓ ଗୁଗାପଦର ଗ୍ରାମ ନିକଟରେ  ଥିବା ତୁଳସୀ ପାହାଡଠାରେ ଏହି ଗୁଳିବିନିମୟ ଘଟିଥିଲା  । ବର୍ତ୍ତମାନ ସୁଦ୍ଧା ସେହି ଅଞ୍ଚଳରେ କୌଣସି ମୃତଦେହ ମିଳି ନ ଥିବା ଜଣାପଡ଼ିଛି  । ମାଓବାଦୀମାନେ ଡି.ଭି.ଏଫ ବାହିନୀଙ୍କୁ ଦେଖି ପ୍ରଥମେ ଗୁଳି ଚାଳନା କରିବାରୁ ଏହାର ପ୍ରତି ଜବାବରେ ଡି.ଭି.ଏଫ ବାହିନୀ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିବା ଜଣାପଡ଼ିଛି  । ଗୁଳି ବିନିମୟ ପରେ ସଂପୃକ୍ତ ଅଞ୍ଚଳରେ ତଲାସୀ କରାଯିବା ପରେ ବହୁ ବିସ୍ଫୋରକ ଓ ମାଓବାଦୀ ବ୍ୟବହୃତ ସାମଗ୍ରୀ ପୋଲିସ ଜବତ କରିଥିବା ଜଣାପଡ଼ିଛି  । ତେବେ ବର୍ତ୍ତମାନ ମଧ୍ୟ ସଂପୃକ୍ତ ଅଞ୍ଚଚଳରେ କମ୍ବିଂ ଅପରେସନ ଚାଲିଥିବା ପୋଲିସ ଜିଲା ମୁଖ୍ୟ କାର୍ଯ୍ୟାଳୟରୁ ପ୍ରେସ୍‌ ଇସ୍ତାହାରରେ ସୂଚନା ଦିଆଯାଇଛି।
All Right Reserved By

ରାଜ୍ୟ | ରାୟଗଡା

ଚେନ୍ନାଇରେ ଓଡ଼ିଶା ଭବନ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଚେନ୍ନାଇରେ ଓଡ଼ିଶା ଭବନ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ଚେନ୍ନାଇଠାରେ ଓଡ଼ିଶା ଭବନ ଉଦ୍‌ଘାଟନ କରିଛନ୍ତି। ଏହାକୁ ମିଶାଇ  କୋଲକାତା, ମୁମ୍ବାଇ, ନୂଆଦିଲ୍ଲୀଠାରେ ଓଡ଼ିଶା ସରକାର ନିଜର ଆବାସିକ ଗୃହ ନିର୍ମାଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦୁଇଦିନିଆ ଚେନ୍ନାଇ ଗସ୍ତରେ ଯାଇଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ସେଠାରେ ଅନୁଷ୍ଠିତ ‘ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ଶୋ’ରେ ଯୋଗ ଦେବେ।

କରତ, କଇଁଚି,  ଛୁଞ୍ଚି ୩୩ ବର୍ଷର ପୁରୁଣା: ଦଦରା ଯନ୍ତ୍ରରେ ଓପନ ହାର୍ଟ ସର୍ଜରି

କରତ, କଇଁଚି, ଛୁଞ୍ଚି ୩୩ ବର୍ଷର ପୁରୁଣା: ଦଦରା ଯନ୍ତ୍ରରେ ଓପନ ହାର୍ଟ ସର୍ଜରି

କଟକ ଅଫିସ, ୨୬।୯- କରତ, କଇଁଚି, ଛୁଞ୍ଚି। ୧୯୮୫ ମସିହାରେ କିଣାଯାଇଥିଲା।  ୩୩ ବର୍ଷର ଏହି ପୁରୁଣା ଯନ୍ତ୍ରାଂଶରେ ଏସ୍‌ସିବି ମେଡିକାଲର ହୃଦ୍‌ବକ୍ଷ ଶଲ୍ୟ ବିଭାଗର ଜଟିଳ ଅପରେଶନ କରାଯାଉଛି। ପ୍ରତିବର୍ଷ ଯନ୍ତ୍ରପାତି କିଣିବା ପାଇଁ ସରକାରଙ୍କୁ ଚିଠା ଦିଆଯାଉଛି। 

ସହରୀ ଲୋକଙ୍କୁ ଧୋକା ଦେବାକୁ ଷଡ଼ଯନ୍ତ୍ର: ସବୁ ସହର ପାଣି ପରଖିବ ଘରୋଇ ସଂସ୍ଥା

ସହରୀ ଲୋକଙ୍କୁ ଧୋକା ଦେବାକୁ ଷଡ଼ଯନ୍ତ୍ର: ସବୁ ସହର ପାଣି ପରଖିବ ଘରୋଇ ସଂସ୍ଥା

ଭୁବନେଶ୍ୱର,୨୬।୯(ବ୍ୟୁରୋ): ସରକାରୀ ସଂସ୍ଥା ଉପରୁ ଭରସା ତୁଟୁଛି। ଘରୋଇ ସଂସ୍ଥା ହେବେ ସର୍ବେସର୍ବା।  ସହରାଞ୍ଚଳକୁ ଯୋଗାଇ ଦିଆଯାଉଥିବା ପାଣିର ନମୁନା ଆଉ ସରକାରଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ବିଜ୍ଞାନାଗାର ଦ୍ୱାରା ଯାଞ୍ଚ ହେବ ନାହିଁ। ସରକାରୀ ଘରୋଇ ସହଭାଗିତା (ପିପିପି) ମୋଡ୍‌ରେ ଘରୋଇ ସଂସ୍ଥା ହାତରେ ଏହି ବ୍ୟବସ୍ଥାକୁ ଟେକି ଦିଆଯିବ। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ଉଦ୍ୟମ ଆରମ୍ଭ ହୋଇଛି। 

ଦାମଙ୍କ କୁନ୍ଦୁଲି ବାଣ: ବିଜେଡି କହିଲା ତଥ୍ୟ ଥିଲେ ତଦନ୍ତକୁ ଦିଅ

ଦାମଙ୍କ କୁନ୍ଦୁଲି ବାଣ: ବିଜେଡି କହିଲା ତଥ୍ୟ ଥିଲେ ତଦନ୍ତକୁ ଦିଅ

ଭୁବନେଶ୍ୱର,୨୬ା୯(ବ୍ୟୁରୋ): କୁନ୍ଦୁଲି ଗଣବଳାତ୍କାର ପ୍ରସଙ୍ଗରେ ବରିଷ୍ଠ ନେତା ଦାମୋଦର ରାଉତ ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି। ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦାମ କହିଛନ୍ତି ଯେ, ଜଣେ ତାମିଲ କନଷ୍ଟେବଳଙ୍କୁ ବଞ୍ଚାଇବା ପାଇଁ କୁନ୍ଦୁଲି ଗଣବଳାତ୍କାର ଘଟଣାକୁ ଦବାଇ ଦିଆଯାଇଛି। 

ଅକାଳରେ ସ୍ବାମୀ ଚାଲିଗଲେ, ଏକମାତ୍ର ପୁଅକୁ କର୍କଟ: ସହାୟତାର ହାତ ବଢାଇବାକୁ ବୁଦ୍ଧିଜୀବୀଙ୍କ ଅନୁରୋଧ

ଅକାଳରେ ସ୍ବାମୀ ଚାଲିଗଲେ, ଏକମାତ୍ର ପୁଅକୁ କର୍କଟ: ସହାୟତାର ହାତ ବଢାଇବାକୁ ବୁଦ୍ଧିଜୀବୀଙ୍କ ଅନୁରୋଧ

ଜଗତ୍‌ସିଂହପୁର ଅଫିସ,୨୬ା୯: ଆର୍ଥିକ ଅନାଟନ ସତ୍ତ୍ୱେ ମନରେ ଅନେକ ସ୍ବପ୍ନ ଥିଲା। ଭାବିଥିଲେ ପିଲା ଦୁହିଁଙ୍କୁ ପାଠ ପଢାଇ ମଣିଷ କରିବେ। ସେମାନଙ୍କ ଖୁସି ଦେଖି ଖୁସି ମନାଇବେ। ଆଉ ବାର୍ଦ୍ଧକ୍ୟ ସମୟରେ ପିଲାଙ୍କ ଆଶ୍ରାରେ ଜୀବନ କାଟିଦେବେ। କିନ୍ତୁ ସବୁ ସ୍ବପ୍ନ ସ୍ବପ୍ନରେ ରହିଗଲା। ଅକାଳରେ ଜୀବନର ସବୁଠୁ ବଡ଼ ସମ୍ବଳ ସ୍ବାମୀଙ୍କ ମୃତ୍ୟୁ ଘଟିଲା।

ଭାଜପା ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଉଦ୍‌ଯାପିତ: ପ୍ରତି ବୁଥ୍‌କୁ ଯିବ ମହିଳା ମୋର୍ଚ୍ଚା

ଭାଜପା ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଉଦ୍‌ଯାପିତ: ପ୍ରତି ବୁଥ୍‌କୁ ଯିବ ମହିଳା ମୋର୍ଚ୍ଚା

ପୁରୀ ଅଫିସ, ୨୬ା୯: ୨୦୧୯ରେ ହୋଇପାରେ ସାଧାରଣ ନିର୍ବାଚନ। ଏହି ନିର୍ବାଚନ ବୈତରଣୀ ପାରହେବା ଲାଗି ମହିଳା ଭୋଟରଙ୍କୁ ଟାର୍ଗେଟ କରିଛି ଭାଜପା। ମହିଳା ଭୋଟରଙ୍କୁ କିଭଳି ଦଳ ଆଡକୁ ଆକର୍ଷିତ କରାଯାଇପାରିବ ସେଥିଲାଗି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଜନା ପ୍ରସ୍ତୁତ ହୋଇଛି।

ମହାରଥୀଙ୍କ ବିବାଦୀୟ ଭିଡିଓ ଭାଇରାଲ: ମନ୍ତ୍ରୀ ପଦରୁ ବହିଷ୍କାର ଦାବି କଲା ଭାଜପା ମହିଳା ମୋର୍ଚ୍ଚା

ମହାରଥୀଙ୍କ ବିବାଦୀୟ ଭିଡିଓ ଭାଇରାଲ: ମନ୍ତ୍ରୀ ପଦରୁ ବହିଷ୍କାର ଦାବି କଲା ଭାଜପା ମହିଳା ମୋର୍ଚ୍ଚା

ପୁରୀ ଅଫିସ, ୨୬ା୯: କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଏକ ଭିଡିଓ ସୋସିଆଲ ମଡିଆରେ ଭାଇରାଲ ହୋଇଛି। କୃଷିମନ୍ତ୍ରୀ ଉକ୍ତ ଭିଡିଓରେ ମହିଳାଙ୍କ ପ୍ରତି ତାଛଲ୍ୟ ଓ ଆକ୍ଷେପ କରି କହିଛନ୍ତି। ଏହି ଭିଡିଓକୁ ନେଇ ମହିଳାମାନଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ।

ଚତୁର୍ମାସ୍ୟା ବ୍ରତ ଶେଷ କଲେ ଶଙ୍କରାଚାର୍ଯ୍ୟ: ସୀମା ପାର୍‌ ହେଲେ, ସମୁଦ୍ର ଆଳତି କଲେ

ଚତୁର୍ମାସ୍ୟା ବ୍ରତ ଶେଷ କଲେ ଶଙ୍କରାଚାର୍ଯ୍ୟ: ସୀମା ପାର୍‌ ହେଲେ, ସମୁଦ୍ର ଆଳତି କଲେ

ପୁରୀ ଅଫିସ, ୨୬ା୯: ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ପବିତ୍ର ଭାଦ୍ରବ ପୂର୍ଣ୍ଣିମାରେ ମଙ୍ଗଳବାର ଚତୁର୍ମାସ୍ୟା ବ୍ରତ ସମାପନ କରିଛନ୍ତି। ଏହି ଅବସରରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ମଠରୁ ବାହାରି ବାଟମଙ୍ଗଳା ପର୍ଯ୍ୟନ୍ତ ଯାଇ ମା’ ବାଟମଙ୍ଗଳାଙ୍କୁ ଦର୍ଶନ କରିଥିଲେ। ସେଠାରୁ ଫେରି ସନ୍ଧ୍ୟାରେ ସମୁଦ୍ର ଆଳତି କରି ମଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଆରମ୍ଭ ହେଲା ପିତୃପକ୍ଷ: ଶ୍ରୀକ୍ଷେତ୍ରକୁ  ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ

ଆରମ୍ଭ ହେଲା ପିତୃପକ୍ଷ: ଶ୍ରୀକ୍ଷେତ୍ରକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ

ପୁରୀ ଅଫିସ, ୨୬ା୯: ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ପିତୃପକ୍ଷ। ଏହା ୧୫ ଦିନ ଅର୍ଥାତ୍‌ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ। ଏହି ୧୫ ଦିନରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ପିଣ୍ଡଦାନ କରାଯାଇଥାଏ। ଏଥିଲାଗି ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ପିତୃପକ୍ଷ ପ୍ରଥମ ଦିନରେ ତୀର୍ଥରାଜ ମହୋଦଧି, ଶ୍ୱେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ ଓ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ସ୍ନାନକରି ତିଳତର୍ପଣ କରିଛନ୍ତି।

ଗର୍ଭଗୃହରେ ରକ୍ତଛିଟା: ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ଗର୍ଭଗୃହରେ ରକ୍ତଛିଟା: ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ ଅଫିସ, ୨୬ା୯: ଶ୍ରୀମନ୍ଦିର ଗର୍ଭଗୃହରେ ପଡିଛି ରକ୍ତଛିଟା। ଜଣେ ସେବକଙ୍କ ଗୋଡ଼ ଖସିଯିବାରୁ ସେ ପଡିଯାଇଥିଲେ। ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ବେଳେ ଗର୍ଭଗୃହରେ ରକ୍ତ ପଡିଥିଲା। ଫଳରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଛି। ମଙ୍ଗଳବାର ସକାଳ ଧୂପ ସରି ଭୋଗମଣ୍ଡପ ବସିଥିବା ବେଳେ ଏହି ଘଟଣା ଘଟିଥିଲା। ବଡ଼ ମହାସ୍ନାନ ପାଇଁ ନୀତିରେ ପ୍ରାୟ ୧ ଘଣ୍ଟା ବିଳମ୍ବ ହୋଇଥିବା ଜଣାପଡିଛି। 

ରାସ୍ତାକଡ଼କୁ ଅଟୋ ଓଲଟି ୮ ଛାତ୍ରୀଛାତ୍ର ଆହତ ଘଟଣା: ଅନ୍ୟଜଣେ ମଦ୍ୟପ ଅଟୋ ଚାଳକଙ୍କ ପାଇଁ ଘଟିଲା ଦୁର୍ଘଟଣା

ରାସ୍ତାକଡ଼କୁ ଅଟୋ ଓଲଟି ୮ ଛାତ୍ରୀଛାତ୍ର ଆହତ ଘଟଣା: ଅନ୍ୟଜଣେ ମଦ୍ୟପ ଅଟୋ ଚାଳକଙ୍କ ପାଇଁ ଘଟିଲା ଦୁର୍ଘଟଣା

ଭୁବନେଶ୍ୱର, ୨୬।୯(ବ୍ୟୁରୋ)- ଅଟୋରେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ପରିବହନ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ହେଁ ତାହାକୁ ବାରମ୍ବାର ଉଲ୍ଲଂଘନ କରାଯାଉଛି। ସ୍କୁଲ କର୍ତ୍ତୃପକ୍ଷ ଏ ଦିଗରେ ଗୁରୁତ୍ୱ ଦେଉ ନ ଥିବାବେଳେ ପ୍ରଶାସନ ମଧ୍ୟ କୌଣସି ପଦକ୍ଷେପ ନେଉନାହିଁ।

ଓଡ଼ିଶାରେ ଗୋ ଚାଲାଣକୁ ନେଇ ମାନେକାଙ୍କ ଉଦ୍‌ବେଗ: ଜୀବହତ୍ୟା ପ୍ରଥା ବନ୍ଦ ହେବା ଦରକାର

ଓଡ଼ିଶାରେ ଗୋ ଚାଲାଣକୁ ନେଇ ମାନେକାଙ୍କ ଉଦ୍‌ବେଗ: ଜୀବହତ୍ୟା ପ୍ରଥା ବନ୍ଦ ହେବା ଦରକାର

କଟକ ଅଫିସ,୨୬ା୯- ବେଆଇନ ଗୋ-ଚାଲାଣ କ୍ଷେତ୍ରରେ ଓଡ଼ିଶା ବହୁ ଆଗରେ। ପ୍ରତିଦିନ ଓଡ଼ିଶାରୁ ଗୋରୁ ବୋଝେଇ ଗାଡ଼ି ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଆଦି ପଡୋଶୀ ରାଜ୍ୟକୁ ଯାଉଛି। ସେଠାରୁ ବାଂଲାଦେଶ ଓ ଅନ୍ୟ ଦେଶକୁ ପଠାଯାଉଛି।