ଫୁରସତ |

ଏହି ରାଶିର ଝିଅମାନେ ଭାଗ୍ୟବତୀ

ଏହି ରାଶିର ଝିଅମାନେ ଭାଗ୍ୟବତୀ
ସାଧାରଣତଃ ଝିଅମାନଙ୍କର ରାଶିରୁ ସେମାନେ କେତେ ଭାଗ୍ୟବତୀ ବୋଲି ଜ୍ୟୋତିଷଶାସ୍ତ୍ର ଆକଳନ କରିଥାଏ। ଏମିତି କିଛି ରାଶିର ଝିଅ ଅଛନ୍ତି ଯେଉଁମାନେ ବିବାହ କରିବା ପରେ ଶାଶୁ ଘରେ ମହାରାଣୀ ପରି ଜୀବନ ବିତାନ୍ତି। 
କର୍କଟ ରାଶି: ଏହି ରାଶିର ଝିଅମାନେ ଖୁବ୍‌ ଜିଦିଆ ହେଲେ ପରକୁ ଆପଣାର କରିବାର ଗୁଣ ଏମାନଙ୍କ ପାଖରେ ଅଛି। ସ୍ବାମୀ ଏମାନଙ୍କ କଥାକୁ ସହଜରେ ମାନି ନେଇଥାଆନ୍ତି। ଘର ପରିବାରର ସମସ୍ତ ନିର୍ଣ୍ଣୟ ଏମାନେ ହିଁ ନେଇଥାଆନ୍ତି। 

କନ୍ୟା ରାଶି: ସବୁ ଦୃଷ୍ଟିରୁ ସେ ନିଜ ସ୍ବାମୀଙ୍କୁ ଆପଣାର କରି ରଖିଥାଆନ୍ତି। ଏମାନେ ସ୍ବାମୀଙ୍କୁ ହାତରୁ ଖସିଯିବାକୁ ଦିଅନ୍ତି ନାହିଁ। ଫଳରେ ଘରର ସମସ୍ତ ସଦସ୍ୟ ମଧ୍ୟ ଏମାନଙ୍କ କଥାରେ ରହିଥାଆନ୍ତି। ତେଣୁ ଏମାନେ ଶାଶୁଘରେ ଖୁବ୍‌ ଆରାମରେ ଚଳି ଯାଆନ୍ତି। 

ସିଂହ ରାଶି: ଏମାନେ ଉଭୟ ଶାଶୁ ଘରେ ଏବଂ ବାପାଙ୍କ ଘରେ ରାଜ୍‌ କରିଥାଆନ୍ତି। ଏମାନଙ୍କ ସ୍ବାମୀ ଏମାନଙ୍କୁ ଖୁବ୍‌ ଭଲପାଆନ୍ତି। ତେଣୁ ଏମାନେ ସହଜରେ ଶାଶୁ ଘର ଲୋକଙ୍କୁ ମନାଇ ପାରନ୍ତି। 

ବିଛା ରାଶି: ଏମାନେ ଶାଶୁଘରେ ସବୁ କଥାକୁ ମାନି ଚଳନ୍ତି। ଯଦି ସମସ୍ୟା ଆସେ ତେବେ ନିଜ ପକ୍ଷରେ ସେ କାହାକୁ ବି ଠିଆ କରିପାରନ୍ତି। କେହି ତାଙ୍କ ଉପରକୁ ଆଙ୍ଗୁଠି ଉଠାଇଲେ ସେ ଏହାର ପ୍ରତିଶୋଧ ନେବାକୁ ପଛାନ୍ତି ନାହିଁ। ସ୍ବାମୀ ନା କେବେ ଏମାନଙ୍କୁ ବୁଝାଇ ପାରନ୍ତି ନା ବୁଝି ପାରନ୍ତି। ତେଣୁ ସବୁବେଳେ ଏପରି ସ୍ତ୍ରୀମାନଙ୍କ ସପକ୍ଷରେ ରହିଥାଆନ୍ତି ସ୍ବାମୀ। 
All Right Reserved By

ଫୁରସତ |

ଜାଣନ୍ତି କି....ରିଙ୍କେଲ ଥିବା ବ୍ୟକ୍ତି ସତ୍ୟପ୍ରିୟ

ଜାଣନ୍ତି କି....ରିଙ୍କେଲ ଥିବା ବ୍ୟକ୍ତି ସତ୍ୟପ୍ରିୟ

କୁହାଯାଏ ବୟସ ବଢ଼ିଲେ ତାହାର ପ୍ରଭାବ ଶରୀର ଉପରେ ବାରି ହୋଇପଡ଼ିଥାଏ। ବିଶେଷକରି ଚର୍ମରେ ଏହାର ପ୍ରଭାବ ଦେଖାଯିବା ଫଳରେ ଏହା ନରମ ହୋଇଯାଏ। ସେହିପରି ଆଖିରେ ମଧ୍ୟ ରିଙ୍କେଲ(କୁଞ୍ଚନ) ଦେଖାଯାଇଥାଏ। ଏଥିରୁ ହିଁ ବ୍ୟକ୍ତିର ବୟସ ଅନ୍ୟମାନଙ୍କୁ ସହଜରେ ଜଣାପଡ଼ିଯାଏ। 

ଆଇଫୋନ୍‌ ଗନ୍‌

ଆଇଫୋନ୍‌ ଗନ୍‌

ପୃଥିବୀରେ ଯେତିକି ଲୋକଙ୍କ ପାଖରେ ବନ୍ଧୁକ ଅଛି ତା’ର ୪୮% ଅଛି କେବଳ ଆମେରିକୀୟଙ୍କ ପାଖରେ। ସେଥିପାଇଁ ତ ଏଠାକାର ଅସ୍ତ୍ରଶସ୍ତ୍ର ତିଆରି କରୁଥିବା କମ୍ପାନୀର ବାର୍ଷିକ ଆୟ ୯୧୦୦୦ କୋଟି ହୋଇଥାଏ। 

ହାତର ବିଭିନ୍ନ ସିମ୍ବଲ ଏବଂ ଏହାର ଉତ୍ପତ୍ତି

ହାତର ବିଭିନ୍ନ ସିମ୍ବଲ ଏବଂ ଏହାର ଉତ୍ପତ୍ତି

ମଣିଷ ସାଧାରଣତଃ ବିଭିନ୍ନ ଅଙ୍ଗଭଙ୍ଗୀ କରିଥାଏ। ହେଲେ ସେସବୁ ମଧ୍ୟରୁ କେତୋଟି ନିର୍ଦ୍ଦିଷ୍ଟ ଭଙ୍ଗୀକୁ କିଛି ସିମ୍ବଲ ଭାବେ ଗ୍ରହଣ କରାଯାଇଥାଏ। ଠିକ୍‌ ଯେମିତି ହାତର ଆଙ୍ଗୁଳିରେ କରାଯାଉଥିବା କିଛି ଭଙ୍ଗୀ ବା ମୁଦ୍ରା ବି ବିଭିନ୍ନ ସିମ୍ବଲ ଭାବେ ଜନ ସାଧାରଣରେ ବେଶ୍‌ ଆଦୃତ। ତେବେ ଏହାର ପ୍ରଚଳନ ଯେ କେତେ ପୁରୁଣା ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ୟୁଥ୍‌ ଆଲର୍ଟ: ନିଜ ଫୋନ୍‌କୁ ରଖନ୍ତୁ ସୁରକ୍ଷିତ

ୟୁଥ୍‌ ଆଲର୍ଟ: ନିଜ ଫୋନ୍‌କୁ ରଖନ୍ତୁ ସୁରକ୍ଷିତ

ବର୍ତ୍ତମାନ କାହା ପାଖରେ ବା ସ୍ମାର୍ଟଫୋନ୍‌ ନାହିଁ। କେବଳ କଥା ହେବା କିମ୍ବା  ଇଣ୍ଟରନେଟ୍‌ ବ୍ୟବହାର ପାଇଁ ନୁହେଁ, ପର୍ସନାଲ ଡାଟା ଷ୍ଟୋରେଜ୍‌ ପାଇଁ ମଧ୍ୟ ଏହା ଏକ ଆବଶ୍ୟକ ସାମଗ୍ରୀରେ ପରିଣତ ହୋଇଗଲାଣି।

ରବର୍‌ ଗର୍ଲ

ରବର୍‌ ଗର୍ଲ

ଜର୍ମାନୀର ୩୧ ବର୍ଷୀୟା ଜୁଲିଆ ଗୁନ୍ଥେଲ, ପରିଚିତ ଜେଲ୍ଟା ନାମରେ। ତାଙ୍କ ଶରୀର ଅସମ୍ଭବଭାବେ ନମନୀୟ। କହିବାକୁଗଲେ ରବର୍‌ ଭଳି। ସେ ନିଜ ଶରୀରକୁ ଏମିତି ମୋଡି ପାରନ୍ତି ଯେ, ଦେଖିଲେ ଆଶ୍ଚର୍ଯ୍ୟ ଲାଗେ।

ଶୁଭ ସୂଚକ ପ୍ରାଣୀ

ଶୁଭ ସୂଚକ ପ୍ରାଣୀ

ହିନ୍ଦୁଧର୍ମ ଅନୁଯାୟୀ ଗୋମାତାଙ୍କୁ ଦେବତା ତୁଲ୍ୟ ପୂଜାର୍ଚ୍ଚନା କରାଯାଉଥିବା ବେଳେ ସାପ, ବୃଷଭ ଆଦି ଜୀବଙ୍କୁ ଦେବତା ସ୍ବରୂପ ଗ୍ରହଣ କରାଯାଏ। ସେହିଭଳି ବିଭିନ୍ନ ସଂସ୍କୃତିରେ ଭିନ୍ନ ଭିନ୍ନ ଜୀବଙ୍କୁ ଶୁଭ ସୂଚକ ବୋଲି କୁହାଯାଏ।

ପ୍ରଥମ ରୋଜଗାର ଟଙ୍କା ସ୍ବାମୀଙ୍କୁ ଦେଇଥିଲି

ପ୍ରଥମ ରୋଜଗାର ଟଙ୍କା ସ୍ବାମୀଙ୍କୁ ଦେଇଥିଲି

କଣ୍ଠଶିଳ୍ପୀ ତଥା ଲେଖିକା ଛନ୍ଦା ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଚାଲିଲା ଲେଗୋ ବ୍ରିକ୍‌ର କାର୍‌

ଚାଲିଲା ଲେଗୋ ବ୍ରିକ୍‌ର କାର୍‌

ଛୋଟ ପିଲାମାନେ ଲେଗୋ ବ୍ରିକ୍‌କୁ ଜଏଣ୍ଟ କରି ଘରଠୁ ଆରମ୍ଭ କରି ବ୍ରିଜ୍‌, ଗେଟ୍‌ ଅନେକ କିଛି ତିଆରି କରନ୍ତି। ତେବେ ନିକଟରେ ସେହି ଲେଗୋ ବ୍ରିକ୍‌ରେ ତିଆରି କରାଯାଇଥିଲା ଏକ ବୁଗାତି ଚିରୋନ୍‌ କାର୍‌। ଡେନମାର୍କର ଟୟ କମ୍ପାନୀ ଏହାକୁ ତିଆରି କରିଥିଲା। 

ଘାଟ

ଘାଟ

ନଦୀରେ ଯାତାୟାତ ପାଇଁ ଡଙ୍ଗାର ଆବଶ୍ୟକତା ଯେତିକି ଥାଏ, ସେତିକି ଥାଏ ଘାଟର। ନଦୀତଟର ଗୋଟିଏ ପଟରୁ ଅନ୍ୟ ପଟକୁ ଜଳପଥରେ ପାର ହେବା ପାଇଁ ଘାଟରୁ ହିଁ ଆରମ୍ଭ ହୁଏ ନୌଯାତ୍ରା ...

ମହଙ୍ଗା କ୍ଲବ୍‌

ମହଙ୍ଗା କ୍ଲବ୍‌

ଅବସର ବିନୋଦନ ପାଇଁ ଆଜିର ଯୁବ ସମାଜ ବିଭିନ୍ନ କ୍ଲବ୍‌ ଏବଂ ପବ୍‌ କୁ ଯାଇ ସାଙ୍ଗସାଥୀଙ୍କ ସହ ମଉଜ ମସ୍ତି କରୁଥିବାର ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସଂସ୍ଥା ଯୁବ ପିଢିଙ୍କୁ ଆକୃଷ୍ଟ କରିବା ଲାଗି ଭିନ୍ନ ଭିନ୍ନ ଆକର୍ଷକ ଇଣ୍ଟେରିୟର ସହ ନୂଆ ନୂଆ ଥିମ୍‌ ଉନ୍ମୋଚନ କରିଥାନ୍ତି।

ନକାରାତ୍ମକ ଶକ୍ତିଠାରୁ ଦୂରେଇ ରହିବାକୁ ଚାହୁଛନ୍ତି, ଆପଣେଇ ପାରିବେ ଏହି ଉପାୟ

ନକାରାତ୍ମକ ଶକ୍ତିଠାରୁ ଦୂରେଇ ରହିବାକୁ ଚାହୁଛନ୍ତି, ଆପଣେଇ ପାରିବେ ଏହି ଉପାୟ

ଭବିଷ୍ୟ ଓ ଗରୁଡ଼ ପୁରାଣରେ ଏପରି କିଛି କାର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି ଯାହା ଜାଣତରେ ହେଉ କି ଅଜାଣତରେ କରିବା ଦ୍ୱାରା ବିଭିନ୍ନ ସମସ୍ୟାରେ ପଡ଼ିଯାଆନ୍ତି । ଏସବୁ କାର୍ଯ୍ୟ କରିବା ଦ୍ୱାରା ଖରାପ ଶକ୍ତି ଆକର୍ଷିତ ହୋଇଥାଏ । 

ଏପରି ଏକ ମନ୍ଦିର ଯେଉଁଠି ଠାକୁରଙ୍କୁ ଲାଗି ହୁଏ ମଦ

ଏପରି ଏକ ମନ୍ଦିର ଯେଉଁଠି ଠାକୁରଙ୍କୁ ଲାଗି ହୁଏ ମଦ

ମହାରାଷ୍ଟ୍ରର ଉଜ୍ଜୟିନୀ ସହରରେ ରହିଛି କାଳଭୈରବଙ୍କ ମନ୍ଦିର। ଯେଉଁଠାରେ ପ୍ରସାଦ ଭାବେ ମଦ ଅର୍ପଣ କରାଯାଏ। ଏଠାକୁ ବହୁ  ଶ୍ରଦ୍ଧାଳୁ  ନିଜର ମାନସିକ ପୂରଣ ଆଶା ନେଇ ଆସନ୍ତି।