ବାଣିଜ୍ୟ |

ସିପେଟ,ସିଏସ୍‌ଟିଏସ୍‌ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ସିପେଟ,ସିଏସ୍‌ଟିଏସ୍‌ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ଅନୁଗୋଳ,୧୪-୯:ଅନୁଗୋଳ ଜିଲା ଖଣିଜ ପାଣ୍ଠି,ସିପେଟ୍‌ ସିଏସ୍‌ଟିଏସ୍‌ ଭୁବନେଶ୍ୱରର ମିଳିତ ସହଯୋଗରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ପଦକ୍ଷେପ  ଅନ୍ତର୍ଗତ ଅନୁଗୋଳ ଜିଲାର ୧୦୦ ଯୁବତୀ ଯୁବକଙ୍କୁ ଦକ୍ଷତା ତାଲିମ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ଅନୁଗୋଳ ଜିଲାପାଳ ଅନିଲ କୁମାର ସାମଲଙ୍କ ଉଦ୍ୟମରେ ଜିଲାର ଖଣିଜ ପାଣ୍ଠି ଦ୍ୱାରା ତାଳଚେର, ଛେଣ୍ଡିପଦା, କଣିହଁା ଭଳି ବ୍ଲକର ବେକାର ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ ଲାଗି ଏକ କାଉନସେଲିଂ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୭୦ ଜଣଙ୍କୁ ଚୟନ କରାଯାଇଥିଲା। ମନୋନିତ ପ୍ରାର୍ଥତ୍ ସିପେଟରେ ପହଞ୍ଚିବା ସହ ୬ ମାସ ରହିବା, ଖାଇବା ଏବଂ ତାଲିମ ନେବାର ସୁବିଧା ଯୋଗାଇ ଦିଆଯାଇଥିଲା। ଏଥିରେ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ,ସିପେଟ ଏବଂ ଜିଲା ଖଣିଜ ପାଣ୍ଠିର କର୍ମଚାରିମାନେ ଉପସ୍ଥିତ ଥିଲେ।
All Right Reserved By

ବାଣିଜ୍ୟ |

ଶିଳ୍ପୋଦ୍ୟୋଗୀଙ୍କ ମୁହଁରୁ.....

ଶିଳ୍ପୋଦ୍ୟୋଗୀଙ୍କ ମୁହଁରୁ.....

ରାଜ୍ୟର ବିକାଶରେ ସହଭାଗୀ

ମେକ୍‌ ଇନ୍‌ ଓଡିଶା ୨୦୧୮ କାର୍ଯ୍ୟକ୍ରମରେ ଏକ ଅଂଶ ହୋଇ ଅତ୍ୟନ୍ତ ଖୁସି । ଗତ ଏକର ଦେଶ ଦଶନ୍ଧି ଧରି ଓଡିଶା ଅନେକ କିଛି ହାସଲ କରିବାକୁ ସମକ୍ଷ ହୋଇଛି।

ଓଡିଶା ଆସିବେ ଅଧିକ ଜାପାନ କମ୍ପାନୀ

ଓଡିଶା ଆସିବେ ଅଧିକ ଜାପାନ କମ୍ପାନୀ

ଭୁବନେଶ୍ୱର, ୧୫।୧୧ : ଓଡିଶାରେ ଜାପାନ କମ୍ପାନୀଙ୍କ ଅଧିକ ନିବେଶ ସୁଯୋଗ ସୃଷ୍ଟି ଲାଗି ସରକାର ଯୋଜନା ରଖିଛନ୍ତି। ଭୁବନେଶ୍ୱର ନିକଟବର୍ତ୍ତୀ ସ୍ଥାନରେ ସରକାର ୬୬୫ ଏକର ଏକ ସ୍ଥାନ ଚୟନ କରିଛନ୍ତି। 

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶ କରିବେ ୨ କମ୍ପାନୀ

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶ କରିବେ ୨ କମ୍ପାନୀ

ଭୁବନେଶ୍ୱର, ୧୫।୧୧: ଓଡିଶାରେ ଉନ୍ନତ ଏଗ୍ରି କ୍ଲାଇମେଟିକ ଜୋନ ରହିଥିବା ବେଳେ, ବିସ୍ତୃତ ବେଳାଭୂମୀ, ଲ୍ୟାଣ୍ଡ ବ୍ୟାଙ୍କ ସୁବିଧା ରହିଛି। ଏଠାରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଲାଗି ଉନ୍ନତ ସୁଯୋଗ ରହିଛି। 

ଗୋଟିଏ ପ୍ଲାଟଫର୍ମରେ ଶିଳ୍ପ କ୍ୟାପଟେନ୍‌

ଗୋଟିଏ ପ୍ଲାଟଫର୍ମରେ ଶିଳ୍ପ କ୍ୟାପଟେନ୍‌

ସୋମବାର ମେକ୍‌ ଇନ୍‌ ଓଡିଶାର ଦ୍ୱିତୀୟ ଦିବସ ଥିବା ବେଳେ ଏହାର ପ୍ଲାନେରୀ ଅଧିବେଶନରେ ଦେଶର ପ୍ରମୁଖ କର୍ପୋରେଟ ହାଉସଗୁଡିକର ମୁଖ୍ୟଙ୍କ ସମାଗମ ଦେଖିବାକୁ ମିଳିଥିଲା। 

ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର, ୧୫।୧୧ : ରାଜ୍ୟର ଅର୍ଥନୈତିକ ବିକାଶଧାରାକୁ ତ୍ୱରାନ୍ବିତ କରିବା ଲାଗି ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି। ଭିତ୍ତିଭୂମି ବିକାଶର ଆବଶ୍ୟକତା ଉପରେ ମେକ୍‌ ଇନ୍‌ ଓଡିଶାର ଦ୍ୱିତୀୟ ଦିନରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା। 

ଏମ୍‌ଏସ୍‌ଏମ୍‌ଇରେ ନିବେଶ ହେବ ୧୧୭୭ କୋଟି

ଏମ୍‌ଏସ୍‌ଏମ୍‌ଇରେ ନିବେଶ ହେବ ୧୧୭୭ କୋଟି

ଭୁବନେଶ୍ୱର,୧୫-୧୧:ରାଜ୍ୟରେ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ରେ ୧୧୭୭ କୋଟି ଟଙ୍କାର ନିବେଶ ହେବ। ରାଜ୍ୟ ସରକାର ଏମ୍‌ଏସ୍‌ଏମ୍‌ଇକୁ ବର୍ତ୍ତମାନ ଫୋକସ୍‌ କ୍ଷେତ୍ରଭାବେ ଗ୍ରହଣ କରିଛନ୍ତି।

ସୁଟିଂ ଲାଗି ସ୍ଥାପନ ହେବ ହାଇପରଫରମାନ୍ସ ସେଣ୍ଟର

ସୁଟିଂ ଲାଗି ସ୍ଥାପନ ହେବ ହାଇପରଫରମାନ୍ସ ସେଣ୍ଟର

ଭୁବନେଶ୍ୱର,୧୫-୧୧: ଓଡିଶାରେ ସୁଟିଂ ତାଲିମ ପ୍ରଦାନ ଲାଗି ଏକ ହାଇପରଫରମାନ୍ସ ସେଣ୍ଟର ସ୍ଥାପନ ହେବ। ଏହି ଧାରାକୁ ଆଗକୁ ବଢାଇବା ଲାଗି ଓଡିଶା ସରକାର, ଆଦିତ୍ୟ ବିର୍ଲା ଗ୍ରୁପ ସହ ଚୁକ୍ତିରେ ସାମିଲ ହୋଇଥିବା ପ୍ରସିଦ୍ଧ ସୁଟର ଗଗନ ନାରଙ୍ଗ ସୂଚନା ଦେଇଛନ୍ତି। 

୨,୫୦୦ କୋଟି ନିବେଶ କରିବ ଡାଲମିଆ ସିମେଣ୍ଟ

୨,୫୦୦ କୋଟି ନିବେଶ କରିବ ଡାଲମିଆ ସିମେଣ୍ଟ

ଭୁବନେଶ୍ୱର,୧୫-୧୧: ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ଓଡିଶାରେ ଥିବା ଏହାର ୟୁନିଟଗୁଡିକର କ୍ଷମତା ବଢାଇବ। ବର୍ତ୍ତମାନ ରାଜ୍ୟରେ କମ୍ପାନିର ବାର୍ଷିକ ଉତ୍ପାଦନ କ୍ଷମତା ୫ ନିୟୁତ ଟନ୍‌ ରହିଛି। ଏହାକୁ ବାର୍ଷିକ ୧୦ ନିୟୁତ ଟନ୍‌କୁ ବୃଦ୍ଧି କରିବାକୁ କମ୍ପାନି ଯୋଜନା ରଖିଛି। 

ଓଡ଼ିଆ ବୁଣାକାରଙ୍କ କାରିଗରୀକୁ ବିଶ୍ୱ ଦରବାରରେ ପହଞ୍ଚାଇବି: ବିଭୁ

ଓଡ଼ିଆ ବୁଣାକାରଙ୍କ କାରିଗରୀକୁ ବିଶ୍ୱ ଦରବାରରେ ପହଞ୍ଚାଇବି: ବିଭୁ

ଭୁବନେଶ୍ୱର,୧୫-୧୧ : ରାଜ୍ୟର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ପ୍ରଡକ୍ଟର ଠିକ୍‌ ମୂଲ୍ୟ ପ୍ରଦାନ କରିବାର ଆବଶ୍ୟକତା ରହିଛି। ଓଡ଼ିଶାର ପାରମ୍ପରିକ ତଥା ଆଦିବାସୀ ପ୍ୟାଟର୍ନକୁ ନେଇ ଗତ ୭ ବର୍ଷ ତଳେ ପ୍ରାୟ ୩୭ ଡିଜାଇନ ପ୍ରସ୍ତୁତ କରିଥିଲୁ। 

ଏଗ୍ରି ମାର୍କେଟିଂ: ୧୪୧୨ କୋଟିର ନିବେଶ ପ୍ରସ୍ତାବ

ଏଗ୍ରି ମାର୍କେଟିଂ: ୧୪୧୨ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୫-୧୧: ରାଜ୍ୟରେ ଏଗ୍ରି ମାର୍କେଟିଂ କ୍ଷେତ୍ରରେ ୧୪୧୨ କୋଟି ଟଙ୍କାର ନିବେଶ ଲାଗି ବିଭିନ୍ନ କମ୍ପାନୀ ପ୍ରସ୍ତାବ ରଖିଛନ୍ତି। ଏହି କମ୍ପାନୀଗୁଡିକ ମଧ୍ୟରେ ରିଲାଏନ୍ସ ରିଟେଲ, ଆଇଟିସି, ଡାବର ଏବଂ କ୍ଷୁଦ୍ର ଉଦ୍ୟୋଗୀ ରହିଛନ୍ତି। 

ଆଇଟିରେ ୩୯୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ନିବେଶ ପ୍ରସ୍ତାବ

ଆଇଟିରେ ୩୯୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୫-୧୧: ରାଜ୍ୟରେ ଆଇଟି,ଆଇଟିଇଏସ୍‌ ଏବଂ ଇଏସ୍‌ଡିଏମ୍‌ କ୍ଷେତ୍ରରେ ୬ଟି କମ୍ପାନୀ ୩୯୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ନିବେଶ କରିବେ। ଇଲେକଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଏହି ସୂଚନା ଦେଇଛନ୍ତି।

ଓଡିଶାରେ ଜେଫାର୍ମ ସର୍ଭିସ ଶୁଭାରମ୍ଭ

ଓଡିଶାରେ ଜେଫାର୍ମ ସର୍ଭିସ ଶୁଭାରମ୍ଭ

ଭୁବନେଶ୍ୱର,୧୫-୧୧:ଟାଫେ ପକ୍ଷରୁ ଓଡିଶାରେ ଜେଫାର୍ମ ସିର୍ଭିସ ଶୁଭାରମ୍ଭ କରାଯାଇଛି। ରାଜ୍ୟ କୃଷି ବିଭାଗର ମିଳିତ ଆନୁକୂଲ୍ୟରେ ଏହି ସେବାର ଶୁଭାରମ୍ଭ ହୋଇଛି। ମେକ୍‌ ଇନ୍‌ ଓଡିଶା କାର୍ଯ୍ୟକ୍ରମ ଅବସରରେ ଏହାକୁ ଉନ୍ମୋଚନ କରାଯାଇଥିଲା।