ଉପକୂଳ ଓଡିଶା

ଭାଗବତପୁର ପଞ୍ଚାୟତ କାର୍ଯ୍ୟାଳୟରେ ସ୍ବାସ୍ଥ୍ୟ ସେବା ଶିବିର

ଭାଗବତପୁର ପଞ୍ଚାୟତ କାର୍ଯ୍ୟାଳୟରେ ସ୍ବାସ୍ଥ୍ୟ ସେବା ଶିବିର
ଡେରାବିଶ,୧୪।୯(ସ୍ବ.ପ୍ର.)-କେନ୍ଦ୍ରାପଡା ଜିଲାରେ  ଆଦର୍ଶ ପଞ୍ଚାୟତ ଭାବେ ପରିଚିତ କେନ୍ଦ୍ରାପଡା ବ୍ଲକ ଅଧୀନ  ଭାଗବତପୁର ପଞ୍ଚାୟତ କାର୍ଯ୍ୟାଳୟରେ ଶୁକ୍ରବାର ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।  କଟକ ସ୍ଥିତ ଆୟୁଷ ୱେଲନେସ ହବ ପକ୍ଷରୁ ଆୟୋଜିତ ଏହି ଶିବିରରେ ପଞ୍ଚାୟତର ୪୦ରୁ ଊର୍ଦ୍ଧ୍ୱ ନାମ ପଞ୍ଜୀକୃତ କରି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ତେବେ ସେମାନଙ୍କ ମୋଟାପଣ, ମେଦ ବହୁଳ,  ଚର୍ମତଳ ଚର୍ବି ପ୍ରଭୁତି  ପରୀକ୍ଷା କରାଯାଇଥିଲା । ସରପଞ୍ଚ ଚିତ୍ତରଞ୍ଜନ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଡା. ବିଶ୍ୱନାଥ ଚକ୍ରବର୍ତ୍ତୀ, ଡା. ହିମାଂଶୁ ଶେଖର ମହାନ୍ତି, ସହାୟକ ବିଜୟ କୁମାର ମହାନ୍ତି ପ୍ରମୁଖ ରୋଗୀମାନଙ୍କ ଚିକିତ୍ସା କରିବା ସହ ଉପରୋକ୍ତ ରୋଗର ପ୍ରତିକାର ପାଇଁ ନିଜେ କିପରି ଯତ୍ନ ନେବେ ସେ ସମ୍ପର୍କରେ ରୋଗୀଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହିତ ରୋଗୀମାନଙ୍କୁ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା । 
All Right Reserved By

ଉପକୂଳ ଓଡିଶା

ସୁନିଆରେ ସୁନାଥାଳିରେ ଶ୍ରୀରଘୁନାଥଜୀଉଙ୍କୁ ଲାଗିହେଲା କାକରାପଠା

ସୁନିଆରେ ସୁନାଥାଳିରେ ଶ୍ରୀରଘୁନାଥଜୀଉଙ୍କୁ ଲାଗିହେଲା କାକରାପଠା

ଓଡ଼ଗାଁ,୨୧।୯(ସ୍ବ.ପ୍ର.)-ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ପୀଠରେ ସୁନିଆରେ ସୁନାଥାଳିରେ ଶ୍ରୀଜୀଉଙ୍କୁ ସ୍ବତନ୍ତ୍ର କାକରା ପିଠା ଲାଗି ହୋଇଛି । ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ସୁନିଆ ଓ ବାମନ ଜନ୍ମ ମହୋତ୍ସବ ଶୁକ୍ରବାର ମଧ୍ୟାହ୍ନରେ ପାଳିତ ହୋଇଛି।

ଇଞ୍ଜିନରୁ ବଗି ବିଚ୍ଛିନ୍ନ

ଇଞ୍ଜିନରୁ ବଗି ବିଚ୍ଛିନ୍ନ

ନିରାକାରପୁର,୨୧। ୯(ଡି.ଏନ.ଏ.)-ନିରାକାରପୁର ଲେବୁଲ କ୍ରସିଂ ନିକଟରେ ୫୮ ବଗି ବିଶିଷ୍ଟ ଏକ ମାଲବାହୀ ଟ୍ରେନ୍‌ର ଇଞ୍ଜିନ୍‌ ଶୁକ୍ରବାର ପୂର୍ବାହ୍ନ ୧୧ଟା ବେଳେ ବଗିରୁ ଅଲଗା ହୋଇଯାଇଥିଲା।

 ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ କାଶତଣ୍ଡୀ ଫୁଲ

ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ କାଶତଣ୍ଡୀ ଫୁଲ

ଗଣିଆ,୨୧।୯(ଡି.ଏନ୍‌.ଏ.)- ଋତୁ ପରିବର୍ତ୍ତନର ତାଳେ ତାଳେ ବଦଳିଥାଏ ପ୍ରକୃତିକ ଚିତ୍ର। ଆଉ ଏହା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦିଏ। ଗହୀର ବିଲରେ କାଶତଣ୍ଡୀ ଫୁଲକୁ ଦେଖିଲେ ଏହା ଅନୁଭବ କରିହୁଏ। 

ଚାଷ ଜମିରୁ ପାଣି ନ ଛାଡୁନୁ ପୁଣି ଲଗାଣ ବର୍ଷା

ଚାଷ ଜମିରୁ ପାଣି ନ ଛାଡୁନୁ ପୁଣି ଲଗାଣ ବର୍ଷା

ପାଟକୁରା, ୨୧।୯ (ଡି.ଏନ୍‌.ଏ): ଗତ ସପ୍ତାହରେ ଲଘୁଚାପଜନିତ ବର୍ଷା ଯୋଗୁ ଗରଦପୁର ବ୍ଲକ ଅଞ୍ଚଳରେ ଶତାଧିକ ଏକର ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ଅନେକ ଜମିରେ ଧାନ ଫସଲ ପଚି ନଷ୍ଟ ହୋଇଥିଲା।

ପଲିଥିନ ପାଲ ପାଇଁ ତହସିଲ ଘେରାଉ

ପଲିଥିନ ପାଲ ପାଇଁ ତହସିଲ ଘେରାଉ

କେନ୍ଦ୍ରାପଡା ଅଫିସ, ୨୧।୯- ଗତ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା କେନ୍ଦ୍ରାପଡା ବ୍ଲକ ଚନ୍ଦନପୁର ପଞ୍ଚାୟତବାସୀ ଅଦ୍ୟାବଧି ଗୃହର ସୁରକ୍ଷା ପାଇଁ ପଲିଥିନ ପାଲ ଯୋଗାଇ ଦିଆ ଯାଇ ନାହିଁ 

ସାପକାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ସାପକାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ବାଙ୍କୀ,୨୧।୯(ସ୍ବ.ପ୍ର.): ସାପ କାମୁଡ଼ାରେ ବାଙ୍କୀ ଥାନା ଅଧୀନ ବିଲପଡ଼ା ଗ୍ରାମର ଜଣେ ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଗ୍ରାମର ନିବାସ ସ୍ବାଇଁଙ୍କ ପୁଅ ଭଗବାନ ସ୍ବାଇଁ (୪୬)। 

ସ୍ବୟଂ ସହାୟକ ଗୋଷ୍ଠୀ କାମରେ ଆସୁନି  ନୟାଗଡ଼ ବ୍ଲକ ମାର୍କେଟ କମ୍ପ୍ଲେକ୍ସ

ସ୍ବୟଂ ସହାୟକ ଗୋଷ୍ଠୀ କାମରେ ଆସୁନି ନୟାଗଡ଼ ବ୍ଲକ ମାର୍କେଟ କମ୍ପ୍ଲେକ୍ସ

ନୟାଗଡ଼ ଅଫିସ,୨୧ା୯-ନୟାଗଡ଼ ବ୍ଳକର ମାର୍କେଟ କମ୍ପ୍ଲେକ୍ସ ସ୍ବୟଂ ସହାୟକା ଗୋଷ୍ଠୀ (ଏସ୍‌ଏଚଜି)ଙ୍କ ପାଥଁ ଥିଲା ବେଳେ ଏହି ଦୋକାନକୁ ବ୍ୟବସାୟୀମାନେ ହାତେଇଛନ୍ତି।  ଯେଉଁ ମାର୍କେଟ କମ୍ପ୍ଲେକ୍ସରେ ଏସ୍‌ଏଚଜି ମହିଳାମାନଙ୍କ ହାତ ତିଆରି ଜିନିଷ ବିକ୍ରି ହେବା କଥା ସେଥିରେ ବିକ୍ରି  ହେଉଛି  ସ୍ନାକ୍ସ, ତେଲ ଓ ମୃଦୁପାନୀୟ ।  ଖାଲିି ସେତିକି ନୁହେଁ ସେଠାରେ ଜେରକ୍ସ ସେଣ୍ଟର ଖୋଲାଯିବା ସହ ଡ଼ିଟିପି ଓ ଏକ ଚେନ୍‌ କମ୍ପାନୀ (ଆରସିଏମ୍‌)ର ଜିନିଷ ମଧ୍ୟ ବିକ୍ରି ହେଉଛି।

ଗଛପଡି ରାସ୍ତା ଅବରୋଧ

ଖଣ୍ଡପଡା,୨୧।୯(ସ୍ବ.ପ୍ର.)-ଲଘୁଚାପ ଜନିତ ବର୍ଷା ଓ ପବନ ଯୋଗୁ ନୟାଗଡ ଜିଲା ଖଣ୍ଡପଡାର ବିଭିନ୍ନ ଅଞ୍ଚଳରେ ଗଛ ଭାଙ୍ଗିପଡିବା ସହ ବିଦ୍ୟୁତ୍‌ ତାର ଛିଣ୍ଡି ସରବରାହ ବିଚ୍ଛିନ୍ନ ହୋଇଛି।

ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ସ୍ଥାପନ ହେବ ସାରସ୍ବତ ସାଧକଙ୍କ ପ୍ରତିମୂର୍ତ୍ତି

ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ସ୍ଥାପନ ହେବ ସାରସ୍ବତ ସାଧକଙ୍କ ପ୍ରତିମୂର୍ତ୍ତି

ନୟାଗଡ଼ ଅଫିସ,୨୧।୯-ନୟାଗଡ଼ ଜିଲାର ଶୈକ୍ଷିକ ଗରିମା ବଖାଣୁଥିବା ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଜିଲାର ବିଶିଷ୍ଟ ୫ ଜଣ ସାରସ୍ବତ ସାଧକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ।

ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲାପାଳ

ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲାପାଳ

ଭାପୁର,୨୧ା୯(ଡି.ଏନ.ଏ.)-ନୟାଗଡ଼ ଜିଲାପାଳ ଡ.ଏନ୍‌.ତିରୁମାଲା ନାୟକ ଭାପୁର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। 

 ବାହାକୁଦସ୍ଥିତ ମହାନଦୀ ଫେରିଘାଟରେ ବୋଟ ଚଳାଚଳ ଠପ୍‌: ଲୋକେ ହନ୍ତସନ୍ତ

ବାହାକୁଦସ୍ଥିତ ମହାନଦୀ ଫେରିଘାଟରେ ବୋଟ ଚଳାଚଳ ଠପ୍‌: ଲୋକେ ହନ୍ତସନ୍ତ

ମହାକାଳପଡ଼ା,୨୧।୯(ଡି.ଏନ୍‌.ଏ): ଗତ ଦୁଇ ଦିନ ହେବ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି। ଫଳରେ ଉଚ୍ଚ ଜୁଆର ଓ ତରଙ୍ଗ ଯୋଗୁ କେନ୍ଦ୍ରପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରାମନଗର ପଞ୍ଚାୟତ ବାହାକୁଦସ୍ଥିତ ମହାନଦୀ ଫେରିଘାଟରେ ବୋଟ ଚଳାଚଳ ଠପ୍‌ ହୋଇ ଯାଇଛି। 

ଛାତ୍ରୀଛାତ୍ରଙ୍କୁ ପାଠ ପଢାଇଲେ ଜିଲାପାଳ

ଛାତ୍ରୀଛାତ୍ରଙ୍କୁ ପାଠ ପଢାଇଲେ ଜିଲାପାଳ

ରାଜନଗର, ୨୧।୯(ଡି.ଏନ.ଏ.): କେନ୍ଦ୍ରାପଡା ରାଜନଗର ବ୍ଲକର ସାତଭାୟା ପଞ୍ଚବରାଇ ଉଚ୍ଚ ବିଦ୍ୟାପୀଠ ବଗପାଟିଆର ଛାତ୍ରୀଛାତ୍ରଙ୍କୁ ପାଠ ପଢାଇଛନ୍ତି ଜିଲାପାଳ ବାସରଥୀ ଶତପଥୀ।