ବାଣିଜ୍ୟ |

ଡେଏରୀ ବ୍ୟବସାୟକୁ ଓହ୍ଲାଇଲା ପତଞ୍ଜଳି

ଡେଏରୀ ବ୍ୟବସାୟକୁ ଓହ୍ଲାଇଲା ପତଞ୍ଜଳି
ନୂଆଦିଲ୍ଲୀ,୧୪-୯:  ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଏବେ ଡେଏରୀ ବ୍ୟବସାୟକୁ ଓହ୍ଲାଇଛି। ଏଣିକି ପତଞ୍ଜଳି ଷ୍ଟୋରରେ କ୍ଷୀର, ଦହି, ପନିର, ଘୋଳ ଦହି ଆଦି ଦୁଗ୍ଧଜାତ ପଦାର୍ଥ ବିକ୍ରି କରାଯିବ। ଖାଲି ସେତିକି ନୁହେଁ, ଫ୍ରୋଜନ ପନିପରିବା ଓ  ଦିବ୍ୟଜଳ ନାମରେ ମିନେରାଲ ଓ୍ବାଟର ମଧ୍ୟ କମ୍ପାନୀ ବିକ୍ରି କରିବ। 
ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ବାବା ରାମଦେବ କହିଛନ୍ତି ଯେ, ଅନ୍ୟ ବ୍ରାଣ୍ଡ ଅପେକ୍ଷା ପତଞ୍ଜଳି ଦ୍ୱାରା ଟେଟ୍ରା ପ୍ୟାକ୍‌ରେ ବିକ୍ରି ହେବାକୁ ଥିବା କ୍ଷୀର ୨ ଟଙ୍କା ଶସ୍ତା ହେବ। କମ୍ପାନୀ ଏଥିଲାଗି ଦିଲ୍ଲୀ-ଏନ୍‌ସିଆର, ପୁଣେ, ରାଜସ୍ଥାନ ଓ ମୁମ୍ବାଇର ୫୬ ହଜାର ଦୁଗ୍ଧ ବିକ୍ରେତାଙ୍କ ସହ ଚୁକ୍ତି କରିଛି।  କମ୍ପାନୀ ୨୦୧୯-୨୦ ସୁଦ୍ଧା ପ୍ରାୟ ୧୦ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି। କମ୍ପାନୀ ଏଥିରୁ ପ୍ରାୟ ୧ ହଜାର କୋଟି ଟଙ୍କାର ବ୍ୟବସାୟ କରିବାର ଲକ୍ଷ୍ୟ ରଖିଛି ବୋଲି ଯୋଗଗୁରୁ କହିଛନ୍ତି। ଅନ୍ୟପକ୍ଷରେ ପତଞ୍ଜଳି ପକ୍ଷରୁ କୁହାଯାଇଛି ଯେ, କମ୍ପାନୀ ଏହାର ଅପରେଶନ ଆରମ୍ଭର ପ୍ରଥମ ଦିନ ହିଁ  ୪ ଲକ୍ଷ ଲିଟର କ୍ଷୀର ଉତ୍ପାଦନ କରିପାରିଥିଲା। କମ୍ପାନୀ ଫ୍ରୋଜନ ପରିବା ବଜାରରେ ନିଜର ଉପସ୍ଥିତି ଜାହିର କରିବ। ମଟର, ମିକ୍ସ ଭେଜ, ସୁଇଟ କର୍ନ ଓ ଫିଙ୍ଗର ଚିପ୍ସ ବିକ୍ରି କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ସେହିପରି ଦିବ୍ୟଜଳ ବ୍ରାଣ୍ଡରେ ୨୫୦ ମିଲି, ୫୦୦ ମିଲି, ୧ ଲିଟର ଓ ୨ ଲିଟର ବୋତଲରେ ମିନେରାଲ ଓ୍ବାଟର  ବିକ୍ରି କରାଯିବ। ଉଲ୍ଲେଖଥାଉକି, ଗତ ବର୍ଷକ ମଧ୍ୟରେ ପତଞ୍ଜଳିର ବିକ୍ରି ବିଶେଷ ବଢ଼ିପାରିନି। କାରଣ ମଲ୍ଟି ନ୍ୟାଶନାଲ କମ୍ପାନୀ ଗୁଡିକ ପ୍ରାକୃତିକ ଓ ହର୍ବାଲ ସାମଗ୍ରୀ ଜରିଆରେ ପତଞ୍ଜଳିକୁ କଡା ଟକ୍କର ଦେଉଛନ୍ତି। ଅକ୍ଟୋବର-ମାର୍ଚ୍ଚ ୨୦୧୮ରେ ପତଞ୍ଜଳିର ବିକ୍ରିରେ ମାତ୍ର ୭% ବୃଦ୍ଧି ପରିଲକ୍ଷିତ ହୋଇଛି।

All Right Reserved By

ବାଣିଜ୍ୟ |

ଡିସେମ୍ବର ୧୫ରୁ ଟ୍ରେନ-୧୮ ଚାଲିବ

ଡିସେମ୍ବର ୧୫ରୁ ଟ୍ରେନ-୧୮ ଚାଲିବ

ନୂଆଦିଲ୍ଲୀ,୨୧-୧୧: ଦେଶର ପ୍ରଥମ ଇଞ୍ଜିନବିହୀନ ସେମି ହାଇସ୍ପିଡ୍‌ ଟ୍ରେନ କୁହାଯାଉଥିବା ଟ୍ରେନ-୧୮ ଡିସେମ୍ବର ୧୫ରୁ ଚଳାଚଳ କରିବ ବୋଲି ରେଲଓ୍ବେର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।

ଆର୍‌ବିଆଇର ନିଷ୍ପତ୍ତି ପରେ; ଋଣ ଦେବାକୁ ବ୍ୟାଙ୍କଗୁଡିକୁ ମିଳିବ ୩ ଲକ୍ଷ କୋଟି

ଆର୍‌ବିଆଇର ନିଷ୍ପତ୍ତି ପରେ; ଋଣ ଦେବାକୁ ବ୍ୟାଙ୍କଗୁଡିକୁ ମିଳିବ ୩ ଲକ୍ଷ କୋଟି

ନୂଆଦିଲ୍ଲୀ,୨୧-୧୧: କ୍ୟାପିଟାଲ ରିଜର୍ଭ ରେସିଓକୁ କୋହଳ କରିବା ଲାଗି ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସୋମବାର ଅନୁଷ୍ଠିତ ବୋର୍ଡ ବୈଠକରେ ନିଷ୍ପତ୍ତି ନେଇଛି। 

୭ଟି ବିମାନ ବିକିବ ଏୟାର ଇଣ୍ଡିଆ

୭ଟି ବିମାନ ବିକିବ ଏୟାର ଇଣ୍ଡିଆ

ମୁମ୍ବାଇ,୨୧-୧୧: ଋଣବୁଡି ରହିଥଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଆର୍ଥିକ ବୋଝକୁ ହାଲ୍‌କା କରିବା ଲକ୍ଷ୍ୟରେ ୭ଟି ବିମାନକୁ ବିକ୍ରି କରିବ ବୋଲି ନିଷ୍ପତ୍ତି ନେଇଛି। 

ପାନ୍‌ ଆବେଦନରେ ପିତାଙ୍କ ନାମ ଉଲ୍ଲେଖ ବାଧ୍ୟତାମୂଳକ ନୁହେଁ

ପାନ୍‌ ଆବେଦନରେ ପିତାଙ୍କ ନାମ ଉଲ୍ଲେଖ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ,୨୧-୧୧: ପରିବାରରେ କେବଳ ମା’ ଏକମାତ୍ର ଅଭିଭାବକ ହୋଇଥିଲେ ପାନ୍‌ ଆବେଦନ ବେଳେ ପିତାଙ୍କ ନାମ ଉଲ୍ଲେଖ କରିବା ବାଧ୍ୟତାମୂଳକ ନୁହେଁ ବୋଲି ମଙ୍ଗଳବାର ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

କେନ୍ଦ୍ରକୁ ୨.୫ ଲକ୍ଷ କୋଟି ଦେଇଛି ଆର୍‌ବିଆଇ

କେନ୍ଦ୍ରକୁ ୨.୫ ଲକ୍ଷ କୋଟି ଦେଇଛି ଆର୍‌ବିଆଇ

ନୂଆଦିଲ୍ଲୀ,୨୧-୧୧: ଗତ ୫ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଲାଭାଂଶ ବାବଦରେ କେନ୍ଦ୍ର ସରକାରଙ୍କୁ ୨.୫ ଲକ୍ଷ କୋଟି ଟଙ୍କା ଦେଇଛି। ଏହା କେନ୍ଦ୍ରୀୟ ବ୍ୟାଙ୍କର ଆୟର ୭୫% ବୋଲି ଜଣାପଡିଛି।

ବଢ଼ିବ ଟିଭି, ହୋମ୍‌ ଆପ୍ଲାଏନ୍ସ ଦାମ୍‌

ବଢ଼ିବ ଟିଭି, ହୋମ୍‌ ଆପ୍ଲାଏନ୍ସ ଦାମ୍‌

ନୂଆଦିଲ୍ଲୀ,୨୧-୧୧: ଟିଭି ଏବଂ ହୋମ୍‌ ଆପ୍ଲାଏନ୍ସଗୁଡିକର ଦାମ୍‌ ଖୁବଶୀଘ୍ର ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବାକୁ ଯାଉଛି। ଡଲାର ମୁକାବିଲାରେ ଟଙ୍କା ଦୁର୍ବଳ ହେବା, ଆମଦାନୀ ହେଉଥିବା ପ୍ରିମିୟମ ଫ୍ରିଜ୍‌ ଏବଂ ଓ୍ବାଶିିଂ ମେଶିନ ଭଳି ହୋମ୍‌ ଆପ୍ଲାଏନ୍ସ ଉପରେ ସୀମା ଶୁଳ୍କ ବୃଦ୍ଧି ଯୋଗୁ କମ୍ପାନୀମାନେ ଦାମ୍‌ ବଢ଼ାଇବାକୁ ବାଧ୍ୟ ହେଉଛନ୍ତି। ଅକ୍ଟୋବରରୁ ମୂଲ୍ୟ ବଢ଼ିବାର ଥିଲା। କିନ୍ତୁ ଫେଷ୍ଟିଭ ସିଜନ୍‌କୁ ଦୃଷ୍ଟିରେ ରଖି ଏହାକୁ ସେମାନେ ସାମୟିକ ସ୍ଥଗିତ ରଖିଥିଲେ। 

ପରବର୍ତ୍ତୀ ପିଢିର ଜାଓ୍ବା ମୋଟର ସାଇକେଲ

ପରବର୍ତ୍ତୀ ପିଢିର ଜାଓ୍ବା ମୋଟର ସାଇକେଲ

ଭୁବନେଶ୍ୱର,୨୦-୧୧: କ୍ଲାସିକ ଲିଜେଣ୍ଡ୍‌ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଜାଓ୍ବା ମୋଟର ସାଇକେଲର ପରବର୍ତ୍ତୀ ପିଢୀକୁ ଭାରତରେ ପ୍ରବେଶ କରାଯାଇଇଛି। ଜାଓ୍ବା ଓ ଜାଓ୍ବା ଫର୍ଟି ଟୁ ଭଳି ଭାରିଆଣ୍ଟରେ ଏହା ଉପଲବ୍ଧ। 

‘ରାଡ଼ୋ’ ଆଣିଲା ନୂଆ ୨୦୧୮ କଲେକ୍ସନ

‘ରାଡ଼ୋ’ ଆଣିଲା ନୂଆ ୨୦୧୮ କଲେକ୍ସନ

ଭୁବନେଶ୍ୱର,୨୦-୧୧: ସ୍ବିସ ଓ୍ବାଚ୍‌ ବ୍ରାଣ୍ଡ ‘ରାଡ଼ୋ’ବଜାରକୁ ନୂଆ ୨୦୧୮ ଓ୍ବେଡିଂ କଲେକ୍ସନ ଆଣିଛି। ସ୍ଥାନୀୟ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ ମଲସ୍ଥିତ କମଲ୍‌ଓ୍ବାଚ ଷ୍ଟୋରରେ ରାଡ଼ୋର ବ୍ରାଣ୍ଡ ଆମ୍ବାସାଡର ତଥା ଅଭିନେତ୍ରୀ ଲିସା ରାଏ ଏହାର ଉନ୍ମୋଚନ କରିଥିଲେ। 

ପୋଷଣମୁକ୍ତ ସମାଜଗଠନ ଲାଗି ଓଏଲ୍‌ଏମ୍‌ର ଗୁରୁତ୍ୱ

ପୋଷଣମୁକ୍ତ ସମାଜଗଠନ ଲାଗି ଓଏଲ୍‌ଏମ୍‌ର ଗୁରୁତ୍ୱ

ଭୁବନେଶ୍ୱର,୨୦-୧୧: କୁପୋଷଣମୁକ୍ତ ସମାଜ ଗଠନକୁ ଧ୍ୟାନରେ ରଖି ଅପପୁଷ୍ଟିର ହ୍ରାସ ଲାଗି ଓଡିଶା ଲାଇଭଲିହୁଡ ମିଶନ(ଓଏଲ୍‌ଏମ୍‌) ପକ୍ଷରୁ ପଦକ୍ଷେପ ନିଆଯାଇଛି। ଅପପୁଷ୍ଟି ସମ୍ପର୍କରେ ଅବଗତ କରାଯିବା ସହ ଉପଯୁକ୍ତ ଖାଦ୍ୟ ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଛି। 

ହିରୋ ମୋଟୋକର୍ପ ଅଧ୍ୟକ୍ଷଙ୍କୁ ଡକ୍ଟରେଟ୍‌

ହିରୋ ମୋଟୋକର୍ପ ଅଧ୍ୟକ୍ଷଙ୍କୁ ଡକ୍ଟରେଟ୍‌

ଭୁବନେଶ୍ୱର,୨୦-୧୧: ହିରୋ ମୋଟୋକର୍ପ ଲିମିଟେଡର ଅଧ୍ୟକ୍ଷ,ଏମ୍‌ଡି ତଥା ସିଇଓ ପଓ୍ବନ ମୁଞ୍ଜଲଙ୍କୁ କୁରୁକ୍ଷେତ୍ର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ୧୬ତମ ସମାବର୍ତ୍ତନ ଉତ୍ସବରେ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯାଇଛି। 

 ହିରୋର ଡେଷ୍ଟିନି ସ୍କୁଟର

ହିରୋର ଡେଷ୍ଟିନି ସ୍କୁଟର

ଭୁବନେଶ୍ୱର,୨୦-୧୧:ହିରୋ ମୋଟୋକର୍ପ ପକ୍ଷରୁ ବଜାରକୁ ଆସିଛି ନୂଆ ୧୨୫ ସିସି ସ୍କୁଟର ଡେଷ୍ଟିନିି। ପ୍ରିମିୟମ ଗ୍ରାହକଙ୍କୁ ନଜରରେ ରଖି କମ୍ପାନୀ ଏହାକୁ ପ୍ରସ୍ତୁତ କରିଛି। ଏହା ଦୁଇ ଭାରିଆଣ୍ଟରେ ଉପଲବ୍ଧ। 

ଜାଗୁଆର୍‌ ଏଫ୍‌-ପେସ୍‌  ଇଞ୍ଜିନିୟମ

ଜାଗୁଆର୍‌ ଏଫ୍‌-ପେସ୍‌ ଇଞ୍ଜିନିୟମ

ଭୁବନେଶ୍ୱର,୨୦-୧୧:ଜାଗୁଆର୍‌ ଲ୍ୟାଣ୍ଡ ରୋଭର ବଜାରକୁ ନୂଆ ଏଫ୍‌ପେସ୍‌ ଇଞ୍ଜିନିୟମ୍‌ ବଜାରକୁ ଆଣିଛି। ଏହି ଭାରିଆଣ୍ଟର ବଜାର ଦର ୬୩.୧୭ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।