ବାଣିଜ୍ୟ |

୧ ଲିଟର ଏସକେୟୁ ବୋତଲରେ ଫ୍ରିଡମ ରିଫାଇନ୍ଡ ସନ୍‌ଫ୍ଲାଓ୍ବାର ତେଲ

୧ ଲିଟର ଏସକେୟୁ ବୋତଲରେ ଫ୍ରିଡମ ରିଫାଇନ୍ଡ ସନ୍‌ଫ୍ଲାଓ୍ବାର ତେଲ
ବାଙ୍ଗାଲୋର,୧୪-୯: ଜେମିନି ଏଡିବୁଲ୍ସ ଆଣ୍ଡ ଫ୍ୟାଟ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ(ଜିଇଏଫ ଇଣ୍ଡିଆ) ଏହାର ଫ୍ଲାଗ୍‌ସିପ୍‌ ବ୍ରାଣ୍ଡ୍‌ ଫ୍ରିଡମ୍‌ ରିଫାଇନ୍ଡ ସନ୍‌ଫ୍ଲାଓ୍ବାର ତେଲକୁ ୧ ଲିଟର ଏସ୍‌କେୟୁ ବୋତଲରେ ବିକ୍ରି କରିବ। ଜିଇଏଫ ଇଣ୍ଡିଆ(ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲ୍ସ) ଏମ୍‌ଡି ପ୍ରଦୀପ ଚୌଧୁରୀ,ଭାଇସ ପ୍ରେସିଡେଣ୍ଟ(ସେଲ୍ସ ଆଣ୍ଡ ମାର୍କେଟିଂ) ପି.ଚନ୍ଦ୍ର ଶେଖର ରେଡ୍ଡୀ,ଗ୍ରୁପ ଭାଇସ ପ୍ରେସିଡେଣ୍ଟ ଅକ୍ଷୟ ଚୌଧୁରୀଙ୍କ ଉପସ୍ଥିତିରେ ଟଲିଉଡର ଜଣାଶୁଣା ଅଭିନେତ୍ରୀ ରେଜିନା କାସାଣ୍ଡ୍ରା ଏହି ଅତ୍ୟାଧୁନିକ ପ୍ୟାକ୍‌କୁ ଉନ୍ମୋଚନ କରିଛନ୍ତି। ଆଜିର ଯୁଗର ଅତ୍ୟାଧୁନିକ ପରିବାର ଏବଂ ସେମାନଙ୍କର ବ୍ୟବହାରକୁ ଦୃଷ୍ଟିରେ ରଖି ଫ୍ରିଡମ୍‌ ସନ୍‌ଫ୍ଲାଓ୍ବାର ତେଲର ଏହି ନୂଆ ୧ଲିଟର ପେଟ୍‌ ବୋତଲକୁ ଡିଜାଇନ କରାଯାଇଛି। ଏହି ଲିଟିରିକିଆ ଏସ୍‌କେୟୁ ବୋତଲର ସ୍ଲିକ୍‌ ଡିଜାଇନ ଏବଂ ଟାମ୍ପର ପ୍ରୁଫ ସିଟିସି କ୍ୟାପ୍‌ ଯୋଗୁ ଏଥିରୁ ତେଲ ଲିକ୍‌ ହେବା ନାହିଁ। ସହଜରେ ଧରି ହେବା ଭଳି ଏହାର ଡିଜାଇନ କରାଯାଇଛି। ସମୟ ସଞ୍ଚୟ ସହିତ କମ୍‌ ସ୍ଥାନରେ ସାଇତି ରଖିବାର ସୁବିଧା ପ୍ରତି ଯନତ୍ଶୀଳ ଆଜିର ଆଧୁନିକ ମହିଳାଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ୧ ଲିଟର ଏସ୍‌କେୟୁ ବୋତଲକୁ ଡିଜାଇନ କରାଯାଇଛି। ଆଗାମୀ ପାର୍ବଣ ଋତୁରେ ବ୍ୟବହାର ଲାଗି ଏହି ପେଟ୍‌ ବୋତଲ ନିଶ୍ଚିତ ଭାବେ ଆଦର୍ଶ ବିକଳ୍ପ ହେବ। 
ଏହି ଅବସରରେ ଏମ୍‌ଡି ପ୍ରଦୀପ ଚୌଧୁରୀ କହିଥିଲେ ଯେ, ଭୋଜନର ସ୍ବାଦରେ ସାଲିସ ନ କରି ପୋଷଣ ଏବଂ ସ୍ବାସ୍ଥ୍ୟପ୍ରଦ ଖାଇବା ତେଲ ବିକ୍ରି ଉପରେ ଜେମିନି ଏଡିବୁଲ୍ସ ଅଧିକ ଗୁରୁତ୍ୱ ଦେଉଛି। ଗ୍ରାହକଙ୍କ ଠାରୁ ମିଳିଥିବା ନିରବଚ୍ଛିନ୍ନ ପ୍ରତିକ୍ରିୟା ଏବଂ ଯଥେଷ୍ଟ ଗବେଷଣା ପରେ ନୂଆ ୧ ଲିଟର ଏସକେୟୁ ପେଟ୍‌ ବୋତଲ ଶୁଭାରମ୍ଭ କରାଯାଇଛି। ସେ କହିଛନ୍ତି ଯେ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ସନଫ୍ଲାଓ୍ବାର ତେଲ ଶ୍ରେଣୀରେ ଫ୍ରିଡମ୍‌ ଅଗ୍ରଣୀ ରହିଛି। କର୍ନାଟକରେ ମାସକୁ ପ୍ରାୟ ୯୦,୦୦୦ ଟନ୍‌ ଖାଇବା ତେଲ ବ୍ୟବହୃତ ହେଉଛି। ରିଫାଇନ୍ଡ ସନ୍‌ଫ୍ଲାଓ୍ବାର ତେଲ ଏମାନଙ୍କ ମଧ୍ୟ ଦ୍ରୁତଗତିରେ ଶ୍ରେଣୀରେ ରହିଛି। ଏହାର ଅଭିବୃଦ୍ଧି ୨୮% ରହିଛି, ଯାହାକି ମାସକୁ ୨୫,୨୦୦ ଟନ ରହିଛି। 
All Right Reserved By

ବାଣିଜ୍ୟ |

୮୩୧ ଭାରତୀୟଙ୍କ ନିକଟରେ ଜିଡିପିର ଏକ ଚତୁର୍ଥାଂଶ ସମ୍ପତ୍ତି

୮୩୧ ଭାରତୀୟଙ୍କ ନିକଟରେ ଜିଡିପିର ଏକ ଚତୁର୍ଥାଂଶ ସମ୍ପତ୍ତି

ନୂଆଦିଲ୍ଲୀ,୨୬-୯: ଦେଶରେ ଧନୀ-ଦରିଦ୍ରଙ୍କ ମଧ୍ୟରେ ଅସମାନତା ଦୂର ପାଇଁ ନୀତି ନିର୍ଦ୍ଧାରକମାନେ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି। ଅନ୍ୟପକ୍ଷରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଦେଶରେ ୧ ହଜାର କୋଟି ଟଙ୍କା ଅଥବା ତଦ୍ଧୁର୍ଦ୍ଧ୍ୱ ସମ୍ପତ୍ତି ରଖିଥିବା ଧନୀଙ୍କ ସଂଖ୍ୟା ୩୪% ବଢ଼ି ୮୩୧ରେ ପହଞ୍ଚତ୍ଗଲାଣି। 

ଦୈନିକ ୩୦୦ କୋଟି ଆୟ କରୁଛନ୍ତି ମୁକେଶ ଅମ୍ବାନୀ

ଦୈନିକ ୩୦୦ କୋଟି ଆୟ କରୁଛନ୍ତି ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୨୬-୯: ଦେଶର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଆଜକୁ ବର୍ଷେ ହେଲା ଦୈନିକ ୩୦୦ କୋଟି ଟଙ୍କା ବଢ଼ିଚାଲିଛି। ବାର୍କଲେଜ ହୁରୁନ ଇଣ୍ଡିଆ ଧନୀ ତାଲିକା ୨୦୧୮ରେ ଏ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି।

ଆଧାର ସାମ୍ବାଧାନିକ ବୈଦ୍ଧତା; ସୁପ୍ରିମକୋର୍ଟ ରାୟ ଆଜି

ଆଧାର ସାମ୍ବାଧାନିକ ବୈଦ୍ଧତା; ସୁପ୍ରିମକୋର୍ଟ ରାୟ ଆଜି

ନୂଆଦିଲ୍ଲୀ,୨୬-୯: ଆଧାରର ସାମ୍ବିଧାନିକ ବୈଧତା ସମ୍ପର୍କରେ ସୁପ୍ରିମକୋର୍ଟ ବୁଧବାର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିବେ। ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ସହ ୧୨ ସଂଖ୍ୟାବିଶିଷ୍ଟ ବାୟୋମେଟ୍ରିକକୁ ଯୋଡାଯିବାକୁ ଗତ ବର୍ଷ ବିରୋଧ କରାଯାଇଥିଲା। 

ରାଣା କପୁରଙ୍କ  କାର୍ଯ୍ୟକାଳ ବୃଦ୍ଧି ଲାଗି ୟେସ୍‌ ବ୍ୟାଙ୍କର ଅନୁରୋଧ

ରାଣା କପୁରଙ୍କ କାର୍ଯ୍ୟକାଳ ବୃଦ୍ଧି ଲାଗି ୟେସ୍‌ ବ୍ୟାଙ୍କର ଅନୁରୋଧ

ନୂଆଦିଲ୍ଲୀ,୨୬-୯:  ପ୍ରତିଷ୍ଠାତା ସିଇଓ ତଥା ଏମ୍‌ଡି ରାଣା କପୁରଙ୍କ କାର୍ଯ୍ୟକାଳକୁ ଆସନ୍ତା ବର୍ଷ ସେପ୍ଟେମ୍ବର ଯାଏ ବୃଦ୍ଧି କରିବାକୁ ୟେସ୍‌ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ଚିଠି ଲେଖିଛି। ଅନ୍ୟପକ୍ଷରେ ନୂଆ ସିଇଓ ଖୋଜିବା ଲାଗି ବ୍ୟାଙ୍କ ପକ୍ଷରୁ ଏକ ୫ ଜଣିଆ କମିଟି ଗଠନ କରାଯାଇଛି, ଯେଉଁଥିରେ ବାହାରୁ ୨ ଜଣ ସଦସ୍ୟ ରହିବେ। 

ଏପ୍ରିଲ-ଅଗଷ୍ଟରେ ବିତ୍ତୀୟ ନିଅଣ୍ଟ ୯୪.୭%

ଏପ୍ରିଲ-ଅଗଷ୍ଟରେ ବିତ୍ତୀୟ ନିଅଣ୍ଟ ୯୪.୭%

ନୂଆଦିଲ୍ଲୀ,୨୬-୯:  ଚଳିତ ବର୍ଷର ଏପ୍ରିଲ-ଅଗଷ୍ଟ ୫ମାସର ଅବଧିରେ ଦେଶର ବିତ୍ତୀୟ ନିଅଣ୍ଟ ପରିମାଣ ସୁଧାର ହୋଇ ୫.୯୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି, ଯାହାକି ସମ୍ପୂର୍ଣ୍ଣ ବର୍ଷର ୯୪.୭%। ସରକାରଙ୍କ ପକ୍ଷରୁ ମଙ୍ଗଳବାର ଏ ସମ୍ପର୍କରେ ତଥ୍ୟ ଜାରି କରାଯାଇଛି। 

ଅର୍ଥନୀତି ପାଇଁ ମୁଣ୍ଡବ୍ୟଥା ହୋଇପାରେ ୯୧ ହଜାର କୋଟିର ଋଣ

ଅର୍ଥନୀତି ପାଇଁ ମୁଣ୍ଡବ୍ୟଥା ହୋଇପାରେ ୯୧ ହଜାର କୋଟିର ଋଣ

ନୂଆଦିଲ୍ଲୀ,୨୬-୯:  ଢ଼ାଞ୍ଚାଗତ ନିର୍ମାଣ କ୍ଷେତ୍ରରେ ଋଣ ପ୍ରଦାନକାରୀ ଅଗ୍ରଣୀ କମ୍ପାନୀ ଇନଫ୍ରାଷ୍ଟ୍ରକ୍ଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ ସର୍ଭିସେଜ ଲିମିଟେଡ(ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ) ଗ୍ରୁପ୍‌ ଏବେ ନିଜେ ୯୧ହଜାର କୋଟି ଟଙ୍କାର ଋଣୀ ହୋଇଛି। ଅର୍ଥ ସଙ୍କଟ କାରଣରୁ ଏହା ଏବେ ଋଣ ଫେରସ୍ତ କରିପାରୁନି। ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ଏବେ ଅର୍ଥନୀତି ପାଇଁ ମୁଣ୍ଡବିନ୍ଧାର କାରଣ ହେଲାଣି। କାରଣ ଏହି ଋଣ ଯୋଗୁ ଅନ୍ୟ କମ୍ପାନୀମାନେ  ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। 

ବ୍ୟାଙ୍କମୁଖ୍ୟଙ୍କୁ ଜେଟ୍‌ଲୀଙ୍କ କଡ଼ା ବାର୍ତ୍ତା;ଋଣଖିଲାପୀ ହେଲେ ନିଅ ଦୃଢ଼ କାର୍ଯ୍ୟାନୁଷ୍ଠାନ

ବ୍ୟାଙ୍କମୁଖ୍ୟଙ୍କୁ ଜେଟ୍‌ଲୀଙ୍କ କଡ଼ା ବାର୍ତ୍ତା;ଋଣଖିଲାପୀ ହେଲେ ନିଅ ଦୃଢ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୬-୯: କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀ ମଙ୍ଗଳବାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟମାନଙ୍କୁ ଭେଟିଛନ୍ତି। ସେ ଏହି ଅବସରରେ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିର ସମୀକ୍ଷା କରିଛନ୍ତି। ଜାଣିଶୁଣି ଋଣ ପରିଶୋଧ କରୁ ନ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ବ୍ୟାଙ୍କ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ସରକାରୀ କମ୍ପାନୀ ହେବ ଜିଏସ୍‌ଟିଏନ୍‌; ନିଷ୍ପତ୍ତି ଆଜି

ସରକାରୀ କମ୍ପାନୀ ହେବ ଜିଏସ୍‌ଟିଏନ୍‌; ନିଷ୍ପତ୍ତି ଆଜି

ନୂଆଦିଲ୍ଲୀ,୨୬-୯: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ର ଆଇଟି ବ୍ୟାକ୍‌ବୋନ୍‌ କୁହାଯାଉଥିବା ସଂସ୍ଥା ଜିଏସ୍‌ଟି ନେଟ୍‌ଓ୍ବର୍କ ସରକାରୀ କମ୍ପାନୀରେ ପରିଣତ ହେବ। ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏ ସମ୍ପର୍କରେ ଆଲୋଚନା ହେବ। କେନ୍ଦ୍ର ସରକାରଙ୍କର ୫୦% ଏବଂ ସମସ୍ତ ରାଜ୍ୟ ସରକାରଙ୍କର ମିଳିତ ଭାବେ ୫୦% ଅଂଶ ରହିବ। ଆସନ୍ତା କାଲିର ବୈଠକ  ସମ୍ପର୍କରେ ସୂଚନା ରଖିଥିବା ଜଣେ ବରିଷ୍ଠ ଅଧିକାରୀ ଏହା କହିଛନ୍ତି।

ଏମ୍‌ସିଏଲ୍‌ର ନୂତନ ଅଧ୍ୟକ୍ଷ ହେଲେ ରାଜୀବ ରଞ୍ଜନ ମିଶ୍ର

ଏମ୍‌ସିଏଲ୍‌ର ନୂତନ ଅଧ୍ୟକ୍ଷ ହେଲେ ରାଜୀବ ରଞ୍ଜନ ମିଶ୍ର

ସମ୍ବଲପୁର, ୨୬-୯:  ମହାନଦୀ କୋଲ ଫିଲ୍‌ଡି ଲିମିଟେଡ୍‌(ଏମ୍‌ସିଏଲ୍‌)ର ନୂତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ରାଜୀବ ରଞ୍ଜନ ମିଶ୍ର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ମିଶ୍ର ବର୍ତ୍ତମାନ ଓ୍ବେଷ୍ଟର୍ନ କୋଲ୍‌ ଫିଲ୍‌ଡ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି। 

ମୃତ୍ୟୁଞ୍ଜୟ ମହାପାତ୍ର ସିଣ୍ଡିକେଟ୍‌ ବ୍ୟାଙ୍କର ନୂତନ ସିଇଓ

ମୃତ୍ୟୁଞ୍ଜୟ ମହାପାତ୍ର ସିଣ୍ଡିକେଟ୍‌ ବ୍ୟାଙ୍କର ନୂତନ ସିଇଓ

ଭୁବନେଶ୍ୱର,୨୬-୯:  ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିଣ୍ଡିକେଟ୍‌ର ମୁଖ୍ୟକାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ତଥା ପ୍ରବନ୍ଧନ ନିର୍ଦ୍ଦେଶକ(ଏମ୍‌ଡି) ଭାବେ ମୃତ୍ୟୁଞ୍ଜୟ ମହାପାତ୍ର ନିିଯୁକ୍ତି ପାଇଛନ୍ତି।

ଅଧିକାଂଶ କର୍ମଚାରୀଙ୍କ ମାସିକ ଆୟ ୧୦ ହଜାରରୁ କମ୍‌

ଅଧିକାଂଶ କର୍ମଚାରୀଙ୍କ ମାସିକ ଆୟ ୧୦ ହଜାରରୁ କମ୍‌

ନୂଆଦିଲ୍ଲୀ,୨୬-୯: (ପି.ଟି.): ବିଭିନ୍ନ କ୍ଷେତ୍ରରେ କର୍ମଚାରୀମାନଙ୍କର ଦରମା ତଥା ମଜୁରି ବୃଦ୍ଧି ପାଉଥିଲେ ମଧ୍ୟ ଏବେ ବି ଅଧିକାଂଶ କର୍ମଚାରୀ ମାସକୁ ୧୦,୦୦୦ ଟଙ୍କାରୁ କମ୍‌ ଆୟ କରୁଛନ୍ତି। ସରକାର ଚାଷୀମାନଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ଡିଣ୍ଡିମ ପିଟୁଥିବା ବେଳେ ସେମାନଙ୍କର ରିୟଲ ଇନ୍‌କମ୍‌ ବା ପ୍ରକୃତ ଆୟରେ ବିଶେଷ ବୃଦ୍ଧି ଘଟୁନାହିଁ। ବିଭିନ୍ନ ରିପୋର୍ଟ ଆଧାରରେ କୁହାଯାଉଛି ଯେ, ବର୍ଷକୁ ବର୍ଷ ମୁଦ୍ରାସ୍ଫୀତି ୭% ହାରରେ ବୃଦ୍ଧି ପାଉଥିବା ବେଳେ କୃଷି କ୍ଷେତ୍ରରେ ନିୟୋଜିତ ଶ୍ରମିକମାନଙ୍କର ପ୍ରକୃତ ଆୟ ୨% ବି ବଢୁନାହିଁ। 

ବଜାରରେ କମୁଛି ନଗଦ

ବଜାରରେ କମୁଛି ନଗଦ

ମୁମ୍ବାଇ,୨୫ା୯: ବିମୁଦ୍ରୀକରଣ ପରେ ନଗଦ ଅର୍ଥର ପ୍ରବାହ ବହୁଗୁଣିତ ହୋଇଥିଲା। ଯେତିକି ଟଙ୍କା ବ୍ୟାଙ୍କକୁ ଫେରିଥିଲା ତା’ର ୯୯.୯ ପ୍ରତିଶତ ପୁନର୍ବାର ବଜାରରେ ପ୍ରଚଳନ ହୋଇସାରିଥିଲା।