ଉପକୂଳ ଓଡିଶା

ବଜ୍ରପାତରେ ପୁଅ ମୃତ, ମା’ବାପା ଗୁରୁତର

ବଜ୍ରପାତରେ ପୁଅ ମୃତ, ମା’ବାପା ଗୁରୁତର
ପାରାଦୀପ,୧୪। ୯(ସ୍ବ.ପ୍ର.)- ପାରାଦୀପ ଥାନା ଅଧୀନ ବାଉରିଆପାଳନ୍ଦା ବସ୍ତିରେ ଶୁକ୍ରବାର ଅପରାହ୍ନରେ ବଜ୍ରପାତରେ  ଜଣେ ୫ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ତାଙ୍କ ମା’ବାପା ଗୁୁରୁତର ହୋଇଛନ୍ତି। ମୃତକ ହେଲେ ଟେରୁ ସୁରେନ୍‌(୫)। ମା’ ରେବତୀଙ୍କ ସହ ସେ ଘର ବାହାରକୁ ଲୁଗା ଆଣିବାକୁ ଯାଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ମା’ପୁଅ ଗୁରୁତର ହୋଇଥିଲେ। ବାପା ଦଶିଆ ହାଂସଦା ମା’ପୁଅଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରୁ ବସ୍ତିବାସିନ୍ଦା ସେମାନଙ୍କୁ ଉଦ୍ଧାର କରି ଅଠରବାଙ୍କୀସ୍ଥିତ ବିଜୁ ମେମୋରିଆଲ ହସ୍‌ପିଟାଲକୁ ଆଣିଥିଲେ। ସେଠାରେ ପୁଅ ଟେରୁଙ୍କ ମୃତ୍ୟୁ ଘଟିଛି। ମା’ବାପା ଚିକିତ୍ସାଧୀନ ଅଛନ୍ତି। 
All Right Reserved By

ଉପକୂଳ ଓଡିଶା

ସାପ କାମୁଡ଼ାରେ ଶିଶୁପୁତ୍ର ମୃତ

ସାପ କାମୁଡ଼ାରେ ଶିଶୁପୁତ୍ର ମୃତ

ରାଜନଗର, ୧୯।୯ (ଡି.ଏନ୍‌.ଏ.)- ରାଜନଗର ବ୍ଲକ କୃଷ୍ଣନଗର ପଞ୍ଚାୟତ ଅଞ୍ଚଳର ଗୋବିନ୍ଦ ମଣ୍ଡଳଙ୍କ ପୁଅ ମୁଦା(୭)ଙ୍କ ବୁଧବାର ମୃତ୍ୟୁ ଘଟିଛି। 

ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ସ୍କୁଲରେ ତାଲା

ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ସ୍କୁଲରେ ତାଲା

ମହାକାଳପଡ଼ା, ୧୯।୯ (ଡି.ଏନ୍‌.ଏ.)-ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତସ୍ଥିତ ବାଘୁଆମେଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ବୁଧବାର ଗ୍ରାମବାସୀ ସ୍କୁଲରେ ତାଲା ପକାଇଦେଇଛନ୍ତି। ଫଳରେ ପିଲାମାନେ ସ୍କୁଲ ବାହାରେ ବସି ପାଠ ପଢ଼ୁଥିବା ଦେଖାଯାଇଛି।

ସ୍ବଚ୍ଛ ଭାରତ ସଚେତନତା ଶିବିର

ସ୍ବଚ୍ଛ ଭାରତ ସଚେତନତା ଶିବିର

ଯାଜପୁର ରୋଡ୍‌, ୧୯।୯ (ନି.ପ୍ର.)-ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ସଭାଗୃହରେ ସ୍ବଚ୍ଛ ଭାରତ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ପୌରାଧ୍ୟକ୍ଷା ସବିତା ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ପୌର ପରିଷଦ ପରିମଳକୁ ପରିଷ୍କାର, ପରିଚ୍ଛନ ରଖିବା ସହ ପାଇଖାନା ବ୍ୟବହାର ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଥିଲା।

ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ପଦଯାତ୍ରା

ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ପଦଯାତ୍ରା

ପାଟକୁରା, ୧୯।୯ (ଡି.ଏନ୍‌.ଏ.)-ଚାକିରି ସର୍ତ୍ତାବଳୀ, ପେନ୍‌ସନ୍‌ ଲାଗୁ କରିବା ଆଦି ଦାବିରେ ଗରଦପୁର ବ୍ଲକ ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ବୁଧବାର ପଞ୍ଚାୟତସ୍ତରୀୟ ପଦଯାତ୍ରା କରାଯାଇଛି।

ବିଡିଓଙ୍କ ଆବାସ ଯୋଜନା ଅଗ୍ରଗତି ସମୀକ୍ଷା

ବିଡିଓଙ୍କ ଆବାସ ଯୋଜନା ଅଗ୍ରଗତି ସମୀକ୍ଷା

ପାଟକୁରା, ୧୯।୯ (ଡି.ଏନ୍‌.ଏ.)- ଗରଦପୁର ବିଡିଓ ଧରଣୀଧର ବେହେରା ବୁଧବାର ବେଡାରୀ ପଞ୍ଚାୟତ ଗସ୍ତ କରି ଆବାସ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। 

କଣ୍ଡିଆ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଦାବିପତ୍ର

କେନ୍ଦ୍ରାପଡା ଅଫିସ, ୧୯।୯: ରାଜକନିକା ଥାନା କଣ୍ଡିଆ ଫାଣ୍ଡି ଅଧିକାରୀ ଧନେଶ୍ୱର ବେହେରା ଅଭିଯୋଗକାରୀଙ୍କ ଅଭିଯୋଗକୁ ଅଣଦେଖା କରୁଛନ୍ତି। ଅଭିଯୁକ୍ତଙ୍କୁ ତଦନ୍ତ ପରିସରକୁ ନଆଣି ଅଭିଯୋଗକାରୀଙ୍କୁ ହତୋତ୍ସାହ କରିଛନ୍ତି। ଫାଣ୍ଡି ଅଧିକାରୀ ବେହେରା ୭ ବର୍ଷ ଧରି ଏଠାରେ ରହି ସ୍ଥାନୀୟ ଅଞ୍ଚଳରେ ଜନତା ବିରୋଧୀ ଭାବକୁ ପ୍ରକାଶ କରୁଛନ୍ତି। ଡିଜିଙ୍କ ଉଦ୍ଦେଶ୍ୟରେ ଏଭଳି ଏକ ଲିଖିତ ଅଭିଯୋଗ ପତ୍ର ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜ ସୁନ୍ଦର ଭୂୟଁା ଏସ୍‌ପି ନୀତିଶେଖରଙ୍କୁ ମଙ୍ଗଳବାର ପ୍ରଦାନ କରିଛନ୍ତି। 

ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକଙ୍କ ପଞ୍ଚାୟତ ପରିକ୍ରମା

ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକଙ୍କ ପଞ୍ଚାୟତ ପରିକ୍ରମା

ଆଳି,୧୯।୯ (ଡି.ଏନ୍‌.ଏ.)-ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସଦସ୍ୟମାନେ ଆଳି ବ୍ଲକର ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ସରକାରଙ୍କର ତ୍ରୁଟି ପୂର୍ଣ୍ଣ ନୀତି ସମ୍ପର୍କରେ ଅବଗତ କରାଇଛନ୍ତି। ଆଗାମୀ ଦିନରେ ଓଡ଼ିଶାରେ ଥିବା ଶହଶହ ବ୍ଲକଗ୍ରାଣ୍ଟ ସ୍କୁଲ ଓ କଲେଜ ବନ୍ଦ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଗଣେଶ ଭସାଣି ଉତ୍ସବ ଶେଷ

ଗଣେଶ ଭସାଣି ଉତ୍ସବ ଶେଷ

କେନ୍ଦ୍ରାପଡା ଅଫିସ, ୧୯।୯-ସହରର ୨୩ ମଣ୍ଡପରେ ପୂଜା ପାଉଥିବା ଶ୍ରୀଗଣେଶଙ୍କର ମଙ୍ଗଳବାର ରାତି ୧୦ଟା ସୁଦ୍ଧା ଭସାଣି ଉତ୍ସବ ଶେଷ ହୋଇଛି। ସୋମବାର ରାତିରେ ମଣ୍ଡପଗୁଡ଼ିକରେ ଶ୍ରୀଗଣେଶଙ୍କ ଆସ୍ଥାନ ବିସର୍ଜ୍ଜନ କରାଯାଇ ଥିଲା। ମଙ୍ଗଳବାର ପୂର୍ବାହ୍ନରୁ ଖଡିଅଙ୍ଗ ଥାନପତି ଶ୍ରୀଗଣେଶ ପ୍ରଥମେ ସହର ପରିକ୍ରମା କରିଥିଲେ। ପରେ ଅନ୍ୟ ପୀଠରେ ପୂଜା ପାଉଥିବା ଠାକୁରଙ୍କ ଶୋଭାଯାତ୍ରା ବାହାରି ଥିଲା। 

ଭାଜପାର କର୍ମୀ ସମାବେଶ, କ୍ଷତିଗ୍ରସ୍ତ ଚାଷୀଙ୍କୁ ଋଣ ଛାଡ଼ ଦାବି

ଭାଜପାର କର୍ମୀ ସମାବେଶ, କ୍ଷତିଗ୍ରସ୍ତ ଚାଷୀଙ୍କୁ ଋଣ ଛାଡ଼ ଦାବି

ଡେରାବିଶ, ୧୯।୯ (ସ୍ବ.ପ୍ର.)-ଡେରାବିଶ ବ୍ଲକ ଅଧୀନ ଚାନ୍ଦୋଳ କଲେଜ ଛକଠାରେ ଭାଜପା ୧୪ ନଂ. ଜୋନ୍‌ ପକ୍ଷରୁ  ମଙ୍ଗଳବାର ଚାଷୀଙ୍କ ସମସ୍ୟା ସମାଧାନ ନିମନ୍ତେ ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିଲା। ୧୪ ନଂ. ଜୋନ୍‌ ସଭାପତି ଅମିୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟଅତିଥି ଭାବେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଧ୍ୟାପକ ଭୁବନମୋହନ ଜେନା ଯୋଗଦେଇଥିଲେ। ଜିଲା ପ୍ରଶାସନ ଓ ସରକାରଙ୍କ ଅପାରଗତା ପାଇଁ ଜିଲାର ହଜାର ହଜାର ଚାଷୀକୁଳ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ମୁଖ୍ୟଅତିଥି ମତବ୍ୟକ୍ତ କରିଥିଲେ।

ଅତିରିକ୍ତ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ବିସ୍ଥାପିତ

ଅତିରିକ୍ତ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ବିସ୍ଥାପିତ

ଯାଜପୁର ଅଫିସ,୧୯।୯: ଯାଜପୁର ଜିଲା କଳିଙ୍ଗନଗର ତ୍ରିଜଙ୍ଗା କଲୋନୀର ରକ୍ଷଣାବେକ୍ଷଣ ଓ ଘର ବାବଦକୁ ବକୈୟା ଟଙ୍କା ପ୍ରଦାନ ଦାବିରେ ବିସ୍ଥାପିତମାନେ ବୁଧବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। 

‘ମୁଁ ହିରୋ ମୁଁ ଓଡ଼ିଶା’ କାର୍ଯ୍ୟକ୍ରମ ଗାଡ଼ିକୁ ପୋଡ଼ି

‘ମୁଁ ହିରୋ ମୁଁ ଓଡ଼ିଶା’ କାର୍ଯ୍ୟକ୍ରମ ଗାଡ଼ିକୁ ପୋଡ଼ି

କେନ୍ଦ୍ରାପଡ଼ା ଅଫିସ,୧୯।୯: କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ ବୁଧବାର ରାଜ୍ୟ ସରକାରଙ୍କ ‘ମୁଁ ହିରୋ ମୁଁ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ରହିଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଗାଡ଼ିକୁ ପୋଡ଼ି ଦିଆଯାଇଛି। ବିଜୁ ଯୁବ ବାହିନୀ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସୁଥିବା ବେଳେ ସେମାନଙ୍କ ମଧ୍ୟରେ ମନାନ୍ତର ହୋଇଥିଲା।

ଶରଣକୁଳ କଲେଜରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର

ଶରଣକୁଳ କଲେଜରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର

ନୟାଗଡ଼ ଅଫିସ,୧୯ା୯-ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଶରଣକୁଳ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ୧୨ ଦିନିଆ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ  ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ୮ଟି ଦଳରେ ୨୪୦ ଜଣ  ଛାତ୍ରୀ ଭାଗ ହୋଇ  ବିଭିନ୍ନ କୌଶଳ ବିଷୟରେ  ତାଲିମ ନେଇଥିଲେ।  ୪ ତାରିଖରୁ ଏହି ଶିବିର ଆରମ୍ଭ ହୋଇଥିବାବେଳେ ମଙ୍ଗଳବାର ଏହା ଉଦ୍‌ଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ନୟାଗଡ଼ ଜିଲା ସଂଯୋଜିକା  ପ୍ରଭାତ ନଳିନୀ ଦେବୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଛାତ୍ରୀମାନଙ୍କୁ ସାହସୀ ହେବା ପାଇଁ ପରାମର୍ଶ ଦେଇଥିଲେ।