ଅପରାଧ | ବ୍ରହ୍ମପୁର

ଦୁର୍ଘଟଣାରେ ଜଣେ ମୃତ

ଦୁର୍ଘଟଣାରେ ଜଣେ ମୃତ
ଶେରଗଡ,୧୪।୯(ଡି.ଏନ୍‌.ଏ.)- ଶେରଗଡ ବ୍ଲକ ନଇବନ୍ଧ ଗ୍ରାମ ଛକରେ ଗୁରବାର ସନ୍ଧ୍ୟାରେ ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମିହିରିକଣା ଗ୍ରାମର ଅଲେଖ ନାୟକ। ପ୍ରକାଶ ଯେ, ଗୋଠଗାଁର ନଣ୍ଡା ସୁଆସିଆ ବାଇକ(ଓଡି୦୭ଏମ୍‌-୨୩୩୭)ଯୋଗେ ସନ୍ଧ୍ୟାରେ ଗାଁଙ୍କୁ ଫେରୁଥିବାବେଳେ ନଇବନ୍ଧ ଗ୍ରାମ ଛକରେ ଅଲେଖଙ୍କୁ ଧକ୍କା ଦେଇଥିଲେ।  ହିଞ୍ଜିଳି ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଶେରଗଡ ଆଇଆଇସି ବିଶ୍ୱରଞ୍ଜନ ନାୟକ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ନଂ.୭୯/୨୦୧୮ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।
All Right Reserved By

ଅପରାଧ | ବ୍ରହ୍ମପୁର

୨୦୧ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଜଣେ ଗିରଫ

୨୦୧ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ,୧୨।୧୧-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଝାଡ଼େଶ୍ୱରପୁର ଗ୍ରାମ ଶେଖବାଡ଼ରେ ସୋମବାର ଭୋର ସମୟରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୦୧ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି।

ସାଙ୍ଗଙ୍କୁ ବାଉଁଶ ଫାଳିଆରେ ପିଟି ହତ୍ୟା : ୨୪ ଘଣ୍ଟା ପରେ ମୃତଦେହ ଜବତ

ସାଙ୍ଗଙ୍କୁ ବାଉଁଶ ଫାଳିଆରେ ପିଟି ହତ୍ୟା : ୨୪ ଘଣ୍ଟା ପରେ ମୃତଦେହ ଜବତ

କୁଅଁ।ରମୁଣ୍ଡା,୧୨।୧୧(ଡି.ଏନ୍‌.ଏ.)- ୨ ସାଙ୍ଗଙ୍କ ମଧ୍ୟରେ କଥା କଟାକଟିରୁ ମରଣାନ୍ତକ ଆକ୍ରମଣରେ ଜଣଙ୍କ ଜୀବନ ଯାଇଛି। ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଅଁାରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଏହି ଅମାନବିକ ଘଟଣା ଘଟିଛି। ରବିବାର ଏହି ହତ୍ୟାକାଣ୍ଡ ଘଟିଥିଲେ ହେଁ, ସୋମବାର ଉଭୟ ଥାନା ଓ ଫାଣ୍ଡି ପୋଲିସ ଖବର ପାଇ ଘଟଣାସ୍ଥଳରୁ ସମରା ବାଖ୍‌ଲା (୪୦)ଙ୍କ ରକ୍ତାକ୍ତ ମୃତଦେହ ଜବତ କରିଥିବାବେଳେ  ଅଭିଯୁକ୍ତ ନାନ୍‌ସୁଦ ବାଗେ(୪୧)ଙ୍କୁ ଗିରଫ କରି ଥାନାକୁ ଆଣିଥିଲା।

ଠିକାଦାରଙ୍କ ଉପରକୁ ଗୁଳିମାଡ଼

ଠିକାଦାରଙ୍କ ଉପରକୁ ଗୁଳିମାଡ଼

ସୁନ୍ଦରଗଡ଼/ବିଶ୍ରା, ୧୨।୧୧(ଡି.ଏନ୍‌.ଏ) ସୁନ୍ଦରଗଡ ଜିଲା ବିଶ୍ରା ଥାନା ଅନ୍ତର୍ଗତ ସାରୁବାହାଲ ପୋଖରୀ ନିକଟରେ ରବିବାର ସନ୍ଧ୍ୟାରେ ଜଣେ ଠିକାଦାରଙ୍କ ଉପରକୁ ଗୁଳିମାଡ଼ ହୋଇଛି। ୨ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବ୍ଲକ ଠିକାଦାର ଭରତ ମାହୋତୋ  (୨୫)ଙ୍କ ଉପରକୁ ୪ରାଉଣ୍ଡ ଗୁଳି ଚଳାଇ ଫେରାର୍‌ ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ରାଉରକେଲାସ୍ଥିତ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ଠିକାଦାରଙ୍କ ଘର ବିଶ୍ରା ବ୍ଲକର ତେତିରକେଲା ଗ୍ରାମରେ।

ଅବକାରୀ ଚଢାଉ, ୬ ଗିରଫ

ଅବକାରୀ ଚଢାଉ, ୬ ଗିରଫ

ବାରିପଦା ଅଫିସ,୧୨।୧୧- ମୟୁରଭଞ୍ଜ ଜିଲା ଅବକାରୀ ବିଭାଗ ପକ୍ଷରୁ ସୋମବାର ସକାଳୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି।

କଳାକନା ବୁଲାଇଲେ ଚୋର

କଳାକନା ବୁଲାଇଲେ ଚୋର

ଭୋଗରାଇ,୧୧।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଜଳସୋହରିଆ ଗ୍ରାମର ସପନ କୁଣ୍ଡୁ ତାଙ୍କ ପରିବାର ସହ ଘରେ ତାଲା ପକାଇ ଶନିବାର ରାତି ପ୍ରାୟ ସାଢେ ୮ଟା ବେଳେ ଯାତ୍ରା ଦେଖିବାକୁ ଯାଇଥିଲେ। 

୮ ମତ୍ସ୍ୟଜୀବୀ ଗିରଫ

ରାଜନଗର,୧୧ା୧୧(ଡିଏନଏ) : ଭିତରକନିକା ସଂଲଗ୍ନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନିଷିଦ୍ଧାଞ୍ଚଳ ମଧ୍ୟରେ ବେଆଇନ ଭାବେ ମାଛ ମାରୁଥିବା ବାବା ଚନ୍ଦନେଶ୍ୱର ନାମକ ଟ୍ରଲରକୁ ଶନିବାର ସନ୍ଧ୍ୟାରେ ଜବତ କରାଯାଇଛି। ଜବତ ଟ୍ରଲରକୁ ମାଦଳୀ ମୁହାଣ ନିକଟରୁ ପାଟ୍ରୋଲିଂ ଟିମ ଜବତ କରିଛି। 

ଗୁହାଳିଆ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ : ପ୍ରାଥମିକ ତଦନ୍ତରେ ପ୍ରମାଣ ନ ମିଳିବାରୁ ଦେବପ୍ରିିୟଙ୍କ ମୋବାଇଲ ଟ୍ରାକିଂ କଲା  ପୋଲିସ

ଗୁହାଳିଆ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ : ପ୍ରାଥମିକ ତଦନ୍ତରେ ପ୍ରମାଣ ନ ମିଳିବାରୁ ଦେବପ୍ରିିୟଙ୍କ ମୋବାଇଲ ଟ୍ରାକିଂ କଲା ପୋଲିସ

ଆନନ୍ଦପୁର,୧୧।୧୧(ସ୍ବ.ପ୍ର.)-କେନ୍ଦୁଝର ଜିଲା ଘସିପୁରା ଥାନା ଗୁହାଳିଆ ଗ୍ରାମରେ ଗତ ୭ ତାରିଖ ଦୀପାବଳି ଦିନ ଘଟିଥିବା ଆକ୍ରମଣ ଘଟଣା ରାଜନୈତିକ ରୂପ ନେଇ ବିବାଦୀୟ ହୋଇପଡିଛି। ପୋଲିସ ଏହାର ତନାଘନା ଚଳାଇ ଗଣ୍ଡଗୋଳରେ ସମ୍ପୃକ୍ତ ଗୁହାଳିଆ ଗ୍ରାମର ମହେଶ୍ୱର ଯେନା ଏବଂ ବନିକା ଗ୍ରାମର କାଳିଆ ଯେନାଙ୍କୁ ଶନିବାର ଗିରଫ କରିଛି।

 ଔଷଧ ଦୋକାନୀଙ୍କୁ ମାଡ଼ମାରି ସୁନା ଚେନ୍‌ ଲୁଟ୍‌

ଔଷଧ ଦୋକାନୀଙ୍କୁ ମାଡ଼ମାରି ସୁନା ଚେନ୍‌ ଲୁଟ୍‌

ବାଲିଅନ୍ତା,୧୦।୧୧(ଡି.ଏନ୍‌.ଏ.):  ବାଲିଅନ୍ତା ଥାନା ଅଧୀନ ଖମଙ୍ଗ-କାକରୁଦ୍ରପୁର  ରାସ୍ତାର ଭୂତପଦା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଔଷଧ ଦୋକାନୀଙ୍କଠାରୁ ସୁନା ଚେନ୍‌ ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ଦୋକାନୀ ହେଲେ କାକରୁଦ୍ରପୁର ଗ୍ରାମର ପ୍ରସନ୍ନ  କୁମାର ସାହୁ। 

୮୦ ଲିଟର ଦେଶୀମଦ ଓ ୨୨୨୫ ଲିଟର ପୋଚ ଜବତ, ୨ ମହିଳାଙ୍କ ସମେତ ୩ ଜେଲ ଗଲେ

୮୦ ଲିଟର ଦେଶୀମଦ ଓ ୨୨୨୫ ଲିଟର ପୋଚ ଜବତ, ୨ ମହିଳାଙ୍କ ସମେତ ୩ ଜେଲ ଗଲେ

 ରଣପୁର,୧୦ା୧୧ (ସ୍ବ.ପ୍ର.)- ରଣପୁର ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ଶୁକ୍ରବାର କଟକ ଓ ରଣପୁର ଅବକାରୀ ବିଭାଗ କର୍ମଚାରୀ ଚଢାଉ କରି ୮୦ ଲିଟର ଦେଶୀମଦ ସହିତ ୨୨୨୫ ଲିଟର ପୋଚ ଜବତ କରିଛନ୍ତି। 

ବେଗୁନିଆର ଦେଉଳି ଜଙ୍ଗଲରୁ ଯୁବକ ଅଟକ ଘଟଣା: ମାଓବାଦୀ ନୁହନ୍ତି, ଶ୍ରମିକ

ବେଗୁନିଆର ଦେଉଳି ଜଙ୍ଗଲରୁ ଯୁବକ ଅଟକ ଘଟଣା: ମାଓବାଦୀ ନୁହନ୍ତି, ଶ୍ରମିକ

ବେଗୁନିଆ,୧୦ା୧୧ (ଡି.ଏନ.ଏ.) : ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମ ନିକଟସ୍ଥ ଜଙ୍ଗଲ ପରିସରରେ ଥିବା ଗୋଜା ମୁଣ୍ଡିଆରେ ୨ ମାସ ହେଲା ମାଓବାଦୀଙ୍କ କ୍ୟାମ୍ପକୁ ନେଇ ଚର୍ଚ୍ଚା ଜୋର ହେଉଥିଲା। ଏହାକୁ ନେଇ କିଛିଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। 

ମା’କୁ ପିଟିବାବେଳେ ଅଟକାଇବାରୁ ପୁଅକୁ କଟୁରିରେ ହାଣିଲେ ବାପା

ମା’କୁ ପିଟିବାବେଳେ ଅଟକାଇବାରୁ ପୁଅକୁ କଟୁରିରେ ହାଣିଲେ ବାପା

ଭୁବନେଶ୍ୱର, ୧୦ା୧୧(ବ୍ୟୁରୋ)- ନିଶା ଖାଇ ସ୍ବାମୀ ସ୍ତ୍ରୀଙ୍କ ସହିତ ଝଗଡ଼ା କଲେ। ଏପରି କି ସ୍ତ୍ରୀଙ୍କୁ ମାଡ଼ ମାରିବାକୁ ହାତ ଉଠାଇଲେ। କିନ୍ତୁ ଏହାକୁ ସହ୍ୟ କରିପାରିଲେନି ପୁଅ। ସେ ବାପାଙ୍କୁ ଅଟକାଇବାରୁ ବାପା ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ସାଲିଆସାହିର ଆଦିବାସୀ ଗଁାରେ।

ସୋସିଆଲ ମିଡିଆରେ ଯୁବତୀଙ୍କୁ ବଦନାମ କରି ଯୁବକ ଗିରଫ

ସୋସିଆଲ ମିଡିଆରେ ଯୁବତୀଙ୍କୁ ବଦନାମ କରି ଯୁବକ ଗିରଫ

ରାଉରକେଲା ଅଫିସ,୯।୧୧- ଜଣେ ଯୁବତୀଙ୍କୁ ଗତ ମାସାଧିକ ସମୟ ହେବ ସୋସିଆଲ ମିଡିଆରେ ବଦନାମ କରୁଥିବା ଯୁବକଙ୍କୁ ରାଉରକେଲା ସାଇବର ଥାନା ପୋଲିସ ଶୁକ୍ରବାର ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ନାଁ ପ୍ରଦୀପ ତିର୍କୀ (୨୮)। ସେ କିଞ୍ଜିରିକେଲା ଥାନା ଅନ୍ତର୍ଗତ ଖମାରିମୁଣ୍ଡା ବାସିନ୍ଦା ବୋଲି ଜଣାଯାଇଛି। ଏ ନେଇ ପୋଲିସ ଦଫା ୩୫୪ (ଡି)/୪୪୬/୪୬୯/୫୦୦ ଆଇପିସି, ଆର୍‌/ଡବ୍ଲୁ ୬୬ (ସି)/୬୭ ଆଇଟି ଆକ୍ଟ ୨୦୦୮ରେ ଏକ ମାମଲା (ନଂ-୮/୨୦୧୮) ରୁଜୁ କରିଛି। ଅଇଆଇସି