ଜାତୀୟ |

ଚଳିତବର୍ଷ କ୍ୟାନସରରେ ପୀଡ଼ିତ ହେବେ ୧.୮କୋଟି ନୂଆ ଲୋକ

ଚଳିତବର୍ଷ କ୍ୟାନସରରେ ପୀଡ଼ିତ ହେବେ ୧.୮କୋଟି ନୂଆ ଲୋକ
ନୂଆଦିଲ୍ଲୀ,୧୪।୯: ବିଶ୍ୱରେ ବର୍ଷକୁ ଯେତେ ଲୋକଙ୍କର ମୃତ୍ୟୁ ହେଉଛି ସେଥିମଧ୍ୟରୁ ଦ୍ୱିତୀୟ ମୁଖ୍ୟ କାରଣ ହେଉଛି କ୍ୟାନସର। ଇଣ୍ଟରନ୍ୟାଶନାଲ ଏଜେନ୍ସି ଫର୍‌ ରିସର୍ଚ୍ଚ ଅନ୍‌ କ୍ୟାନସର(ଆଇଏଆର୍‌ସି)ର ଏକ ରିପୋର୍ଟରୁ ଜଣାପଡିଛି ଯେ, ଚଳିତବର୍ଷ ପ୍ରାୟ ୧.୮କୋଟିରୁ ଊର୍ଦ୍ଧ୍ୱ ନୂଆ ଲୋକ ଏହି ରୋଗରେ ପୀଡିତ ହେବେ। ବିଭିନ୍ନ ପ୍ରକାର କ୍ୟାନସରର ଶିକାର ହୋଇ ପାଖାପାଖି ୯୦ ଲକ୍ଷ ଲୋକଙ୍କର ମୃତ୍ୟୁ ମଧ୍ୟ ହେବ। ତେବେ ଏହାର ଅଧା ମୃତ୍ୟୁ କେବଳ ଏସିଆ ମହାଦେଶରେ ହେବ ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। କାରଣ ଏଠାରେ ଜନସଂଖ୍ୟ ଅଧିକ ଥିବାରୁ ମୃତ୍ୟୁ  ସଂଖ୍ୟା ମଧ୍ୟ ଅଧିକ ହେବ। ଆଫ୍ରିକାରେ ମଧ୍ୟ କ୍ୟାନସର ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ। ଏହାର ମୁଖ୍ୟ କାରଣ ହେଉଛି ଗରିବି। ଜନସଂଖ୍ୟା ବୃଦ୍ଧି ଓ ଗରିବି ଯୋଗୁ ଲୋକେ ଠିକ୍‌ ଭାବେ ଜୀବନ ବିତାଇ ପାରୁ ନାହାଁନ୍ତି ଫଳରେ ଏପରି ମାରାତ୍ମକ ରୋଗର ଶିକାର ହେଉଛନ୍ତି ବୋଲି କହିଛି ଏହି ରିପୋର୍ଟ। ଆହୁରି ମଧ୍ୟ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ କ୍ୟାନସରର ପରିମାଣ ବଢି ବଢି ଚାଲିଛି। 
All Right Reserved By

ଜାତୀୟ |

‘ଗାଜା’ର ପ୍ରଭାବ ଆରମ୍ଭ ହେଲା ବର୍ଷା

‘ଗାଜା’ର ପ୍ରଭାବ ଆରମ୍ଭ ହେଲା ବର୍ଷା

ଚେନ୍ନାଇ,୧୫।୧୧: ସାମୁଦ୍ରିକ ଝଡ଼ ‘ଗାଜା’ ଗୁରୁବାର ସନ୍ଧ୍ୟା ସୁଦ୍ଧା ଉପକୂଳ ଛୁଇଁବା ପାଣିପାଗ ବିଭାଗ ଅନୁମାନ କରିଥିଲା। ଅପରାହ୍ନ ସୁଦ୍ଧା ଏହାର ପ୍ରଭାବରେ ତାମିଲନାଡୁର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। 

ଉଚ୍ଚ ପ୍ରତିମା ନିର୍ମାଣ କରିବା ଦୌଡ଼ରେ ସାମିଲ ହେଲେ କର୍ନାଟକ ସରକାର

ଉଚ୍ଚ ପ୍ରତିମା ନିର୍ମାଣ କରିବା ଦୌଡ଼ରେ ସାମିଲ ହେଲେ କର୍ନାଟକ ସରକାର

ବେଙ୍ଗାଲୁର,୧୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ ଫୁଟ ଉଚ୍ଚ ପ୍ରତିମାର ଉଦ୍‌ଘାଟନ କରିବା ପରେ ଏବେ ଏହି ରେସ୍‌ରେ ସାମିଲ ହେବାକୁ ଚେଷ୍ଟା କରିଛନ୍ତି କର୍ନାଟକ ସରକାର। 

ଆଶିଷ କୁନ୍ଦ୍ରା ମିଜୋରାମର ନୂଆ ସିଇଓ

ଆଶିଷ କୁନ୍ଦ୍ରା ମିଜୋରାମର ନୂଆ ସିଇଓ

ନୂଆଦିଲ୍ଲୀ,୧୫।୧୧: ମିଜୋରାମ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଏକ ବଡ ଧରଣର ଅଦଳ ବଦଳ କରିଛନ୍ତି। ଆଇଏଏସ୍‌ ଅଫିସର ଆଶିଷ କୁନ୍ଦ୍ରାଙ୍କୁ ରାଜ୍ୟର ଚିଫ୍‌ ଇଲକ୍ଟୋରାଲ ଅଫିସର(ସିଇଓ) ବା ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ଦେଇଛନ୍ତି।

କୋଟିପତି କେସିଆର୍‌ଙ୍କ ପାଖରେ ନାହିଁ କାର୍‌

କୋଟିପତି କେସିଆର୍‌ଙ୍କ ପାଖରେ ନାହିଁ କାର୍‌

ହାଇଦ୍ରାବାଦ୍‌,୧୫।୧୧: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ(କେସିଆର୍‌) ଗଜଓ୍ବେଲ ଆସନରୁ ଦାଖଲ କରିଛନ୍ତି ନାମାଙ୍କନ ପତ୍ର।

ଘନେଇ ଆସୁଛି ବିପଦ: ଶହେ ବର୍ଷ ଧରି ବଢ଼ିବାରେ ଲାଗିଛି ବିଶ୍ୱ ତାପମାନ

ଘନେଇ ଆସୁଛି ବିପଦ: ଶହେ ବର୍ଷ ଧରି ବଢ଼ିବାରେ ଲାଗିଛି ବିଶ୍ୱ ତାପମାନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୧୧: ଜୀବ ଜଗତ ଉପରେ ଘନେଇ ଆସୁଛି ବିପଦ। ଗତ ଶହେ ବର୍ଷଧରି ବଢ଼ିବାରେ ଲାଗିଛି ବିଶ୍ୱ ତାପମାନ। 

ନୀତୀଶଙ୍କ ସିସିଟିଭି କ୍ୟାମେରାକୁ ଡରୁଛନ୍ତି ତେଜସ୍ବୀ

ନୀତୀଶଙ୍କ ସିସିଟିଭି କ୍ୟାମେରାକୁ ଡରୁଛନ୍ତି ତେଜସ୍ବୀ

ପାଟନା,୧୫।୧୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ବାସଭବନରେ ସିସିଟିଭି କ୍ୟାମେରା ଲଗାଇବା ପରେ ଉଠିଛି ବିବାଦ। ଏହାକୁ ଦେଖି ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏକ ପ୍ରକାର ଡରି ଯାଇଛନ୍ତି ବୋଲି ଆଲୋଚନା ହେଉଛି। 

ଦେଶ ବିରୋଧୀ ମେସେଜ୍‌ କରୁଥିବା ଓ୍ବାଟସ୍‌ ଆପ୍‌ ଗ୍ରୁପ୍‌ର ପର୍ଦ୍ଦାଫାଶ୍‌

ଦେଶ ବିରୋଧୀ ମେସେଜ୍‌ କରୁଥିବା ଓ୍ବାଟସ୍‌ ଆପ୍‌ ଗ୍ରୁପ୍‌ର ପର୍ଦ୍ଦାଫାଶ୍‌

ଲକ୍ଷ୍ନୌ,୧୫।୧୧:  ଉତ୍ତରପ୍ରଦେଶ ବାଗପତ୍‌ ଜିଲାରେ ଦେଶ ବିରୋଧୀ ମେସେଜ୍‌ କରୁଥିବା ଏକ ଓ୍ବାଟସ୍‌ ଆପ୍‌ ଗ୍ରୁପ୍‌ର ପର୍ଦ୍ଦାଫାଶ୍‌ ହୋଇଛି।

ଗଡିଲା ରମାୟଣ ଏକ୍ସପ୍ରେସ୍‌

ଗଡିଲା ରମାୟଣ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ,୧୫।୧୧: ରେଳ ବିଭାଗ ତରଫରୁ ବୁଧବାର ଗଡିଛି ରାମାୟଣ ଏକ୍ସପ୍ରେସ୍‌। ନୂଆଦିଲ୍ଲୀର ସଫଦରଜଙ୍ଗ ରେଲଓ୍ବେ ଷ୍ଟେଶନରୁ ଏହା ଯାତ୍ରା ଆରମ୍ଭ କରି ରାମେଶ୍ୱରମ ପର୍ଯ୍ୟନ୍ତ ଯିବ। 

ଫିରୋଜପୁରରେ ଲୁଚିଛନ୍ତି ଆତଙ୍କବାଦୀ: ଗୋଇନ୍ଦା ସୂଚନା

ଫିରୋଜପୁରରେ ଲୁଚିଛନ୍ତି ଆତଙ୍କବାଦୀ: ଗୋଇନ୍ଦା ସୂଚନା

ଚଣ୍ଡିଗଡ଼,୧୫।୧୧: ପଞ୍ଜାବର ଫିରୋଜପୁରରେ ୬-୭ ଜଣ ଆତଙ୍କବାଦୀ ଲୁଚଛନ୍ତି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। 

ଜଳବାୟୁ ପରିବର୍ତ୍ତନ ଯୋଗୁ ଧ୍ୱଂସ ପାଇଥିଲା ସିନ୍ଧୁ ସଭ୍ୟତା

ଜଳବାୟୁ ପରିବର୍ତ୍ତନ ଯୋଗୁ ଧ୍ୱଂସ ପାଇଥିଲା ସିନ୍ଧୁ ସଭ୍ୟତା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୧୧:  ସିନ୍ଧୁ ସଭ୍ୟତା ଧ୍ୱଂସ ହେବାର କାରଣ ଖୋଜି ପାଇଛନ୍ତି ପ୍ରତ୍ନତତ୍ତ୍ୱବିତ୍‌। 

ଡିସେମ୍ବର ୧ରୁ ବନ୍ଦ ହୋଇଯିବ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌

ଡିସେମ୍ବର ୧ରୁ ବନ୍ଦ ହୋଇଯିବ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌

ନୂଆଦିଲ୍ଲୀ,୧୫।୧୧: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଯେଉଁମାନଙ୍କର ଜମାଖାତା ରହିଛି ସେମାନେ ଡିସେମ୍ବର ୧ରୁ ଆଉ ଇଣ୍ଟରନେଟ ବ୍ୟାଙ୍କିଙ୍ଗର ସୁବିଧା ପାଇବେ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ହେବେ ଗଣତନ୍ତ୍ର ଦିବସ ଅତିଥି

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ହେବେ ଗଣତନ୍ତ୍ର ଦିବସ ଅତିଥି

ନୂଆଦିଲ୍ଲୀ/କେପ୍‌ ଟାଉନ୍‌,୧୫।୧୧: ଆସନ୍ତା ଗଣତନ୍ତ୍ର ଦିବସରେ ଅତିଥିଭାବେ ଭାରତ ଆସିବେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାୟରିଲ ରାମାଫୋସା।