ଜାତୀୟ |

ଦଳିତ ପରିବାରଙ୍କୁ ମିଳିଲାନି ଜାଗା ଘର ଭିତରେ ସ୍ତ୍ରୀଙ୍କୁ ସମାଧି ଦେଲେ ସ୍ବାମୀ

ଦଳିତ ପରିବାରଙ୍କୁ ମିଳିଲାନି ଜାଗା ଘର ଭିତରେ ସ୍ତ୍ରୀଙ୍କୁ ସମାଧି ଦେଲେ ସ୍ବାମୀ
ପାଟନା,୧୪।୯: ବିହାରର ମଧେପୁରା ଜିଲାରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଜଣେ ଦଳିତ ପରିବାରକୁ ୨ଗଜ ସ୍ଥାନ ନ ମିଳିବାରୁ ପରିବାରର ଜଣେ ସଦସ୍ୟଙ୍କ ମୃତ ଦେହକୁ ନିଜ ଘର ଭିତରେ ସମାଧି ଦେବାକୁ ବାଧ୍ୟ ହୋଇଛନ୍ତି ପରିବାର ଲୋକେ। କେବଳ ସେତିକି ନୁହେଁ ଦବଙ୍ଗ ଜମିଦାରଙ୍କ ମନମାନି ଯୋଗୁଁ ଏପରି ଘଟଣା ଘଟିଥିବା ଆଲୋଚନା ହେଉଛି। ସୂଚନାଯୋଗ୍ୟ, କେବରଖଣ୍ଡ ଅଞ୍ଚଳର କେବଟଗାମା ଗାଁରେ ଜଣେ ଦଳିତ ମହିଳାଙ୍କର ଡାଇରିଆ ଯୋଗୁ ମୃତ୍ୟୁ ହୋଇଥିଲା। ନିକଟରେ ଥିବା ଏକ ନଦୀ କୂଳରେ ତାଙ୍କ ସ୍ବାମୀ ମୃତଦେହକୁ ସମାଧି ଦେବାକୁ ନେଉଥିବା ସମୟରେ ଗାଁ ଲୋକେ ଓ ଜମିଦାର ଏହାର ବିରୋଧ କରିଥିଲେ। ଏହାସହ ନିଜ ଘରେ ମୃତଦେହକୁ ସମାଧି ଦେବାକୁ ବାଧ୍ୟ କରିଥିଲେ। ଏବେବି କୁସଂସ୍କାରକୁ ଧରି ବସିଥିବା ଏହି ଗ୍ରାମବାସୀଙ୍କ ପାଇଁ ସେଠାରେ ଥିବା ଦଳିତ ପରିବାର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏହି ଘଟଣା ପରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହେବାରୁ ଏହାର ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ଜିଲା ପ୍ରଶାସନ। 
All Right Reserved By

ଜାତୀୟ |

ସାଙ୍ଗ ସାଜିଲେ ସଇତାନ

ସାଙ୍ଗ ସାଜିଲେ ସଇତାନ

ହରିୟାଣା, ୧୯।୯: ହରିୟାଣାର ରଓ୍ବୋଡିରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ହେବା ଘଟଣା ମନରୁ ନଲିଭୁଣୁ ପୁଣି ସେଭଳି ଏକ ଘଟଣା ସାମ୍ନାକୁ ଆସିଛି।

ନଣନ୍ଦ-ଭାଉଜଙ୍କ ଆପତ୍ତିଜନକ ସମ୍ପର୍କକୁ ନେଇ ଥାନାରେ ପହଞ୍ଚିଲେ ସ୍ବାମୀ

ନଣନ୍ଦ-ଭାଉଜଙ୍କ ଆପତ୍ତିଜନକ ସମ୍ପର୍କକୁ ନେଇ ଥାନାରେ ପହଞ୍ଚିଲେ ସ୍ବାମୀ

ଲକ୍ଷ୍ନୌ, ୧୯।୯: ଉତ୍ତରପ୍ରଦେଶର କାନପୁର ଜିଲାରେ ସମଲିଙ୍ଗୀ ସମ୍ପର୍କର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାକାର ଜଣେ ବ୍ୟକ୍ତି ନିଜ ଭଉଣୀ ଓ ସ୍ତ୍ରୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଆପତ୍ତି ଉଠାଇବା ସହ ଥାନାରେ ଏନେଇ ଏତଲା ଦାଏର କରିଛନ୍ତି। 

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ନିଜକୁ ସୁରକ୍ଷିତ କଲେ ସାନିଆ ମିର୍ଜା

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ନିଜକୁ ସୁରକ୍ଷିତ କଲେ ସାନିଆ ମିର୍ଜା

ହାଇଦ୍ରାବାଦ, ୧୯।୯: ଏସିଆ କପରେ ଭାରତ ଓ ପାକିସ୍ତାନ ସୁପରହିଟ ମୁକାବିଲା ପୂର୍ବରୁ ନିଜକୁ ସୁରକ୍ଷିତ କରିଛନ୍ତି ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା। 

ଅଗଷ୍ଟା ଓ୍ବେଷ୍ଟଲାଣ୍ଡ୍‌ ହେଲିକପ୍ଟର ମାମଲା: ମିଶେଲ୍‌ଙ୍କୁ ପ୍ରତ୍ୟର୍ପଣ ଆଦେଶ

ଅଗଷ୍ଟା ଓ୍ବେଷ୍ଟଲାଣ୍ଡ୍‌ ହେଲିକପ୍ଟର ମାମଲା: ମିଶେଲ୍‌ଙ୍କୁ ପ୍ରତ୍ୟର୍ପଣ ଆଦେଶ

ନୂଆଦିଲ୍ଲୀ/ଦୁବାଇ,୧୯।୯: ଅଗଷ୍ଟା ଓ୍ବେଷ୍ଟଲାଣ୍ଡ ହେଲିକପ୍ଟର ମାମଲାରେ ଭାରତକୁ ମିଳିଛି ସଫଳତା। ଏହି ବିବାଦୀୟ ୩୬ ଶହ କୋଟି ଡିଲ୍‌ରେ ବ୍ରିଟିଶ୍‌ ବିକ୍ରେତା କ୍ରିଶ୍ଚିୟନ ମିଶେଲ୍‌ଙ୍କୁ ପ୍ରତ୍ୟର୍ପଣ ଲାଗି ଦୁବାଇର ଏକ ଆଦାଲତ ଦେଇଛନ୍ତି ଆଦେଶ।

ତିନି ତଲାକ୍‌ ଅଧ୍ୟାଦେଶକୁ ମିଳିଲା ମଞ୍ଜୁରୀ

ତିନି ତଲାକ୍‌ ଅଧ୍ୟାଦେଶକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୯।୯: ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର କ୍ୟାବିନେଟ୍‌ ବୁଧବାର ତିନି ତଲାକ୍‌ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି। ଏହି ବିଲ୍‌ ଗତ ଦୁଇଟି ଅଧିବେଶନରେ ରାଜ୍ୟସଭାରେ ପାସ୍‌ ହୋଇ ପାରି ନ ଥିଲା।

ଘାନିଙ୍କ ଭାରତ ଗସ୍ତ: ଆଞ୍ଚଳିକ ସୁରକ୍ଷା ଓ ବାଣିଜ୍ୟକୁ ଗୁରୁତ୍ୱ

ଘାନିଙ୍କ ଭାରତ ଗସ୍ତ: ଆଞ୍ଚଳିକ ସୁରକ୍ଷା ଓ ବାଣିଜ୍ୟକୁ ଗୁରୁତ୍ୱ

ନୂଆଦିଲ୍ଲୀ,୧୯।୯: ଆଫଗାନୀସ୍ତାନ ରାଷ୍ଟ୍ରପତି ଅଶରାଫ୍‌ ଘାନି ବୁଧବାର ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କେତେକ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ। 

ହ୍ବାଟସ୍‌ଆପ୍‌ରେ ୨୯ ବୟସ୍କା ଯୁବତୀଙ୍କୁ ତିନି ତଲାକ୍‌ ଦେଲେ ୬୨ ବୟସ୍କ ବୃଦ୍ଧ

ହ୍ବାଟସ୍‌ଆପ୍‌ରେ ୨୯ ବୟସ୍କା ଯୁବତୀଙ୍କୁ ତିନି ତଲାକ୍‌ ଦେଲେ ୬୨ ବୟସ୍କ ବୃଦ୍ଧ

ହାଇଦ୍ରାବାଦ୍‌,୧୯।୯: ଓମାନ୍‌ର ଜଣେ ୬୨ ବର୍ଷ ବୟସ୍କ ବୃଦ୍ଧ ୨୯ ବର୍ଷ ବୟସ୍କା ଯୁବତୀଙ୍କୁ ହ୍ବାଟସ୍‌ଆପ୍‌ରେ ଦେଇଛନ୍ତି ତିନି ତଲାକ୍‌। ତେଲେଙ୍ଗାନା ହାଇଦ୍ରାବାଦ୍‌ରେ ବାସ କରୁଥିବା ଯୁବତୀଙ୍କୁ ଓମାନ ସେଠ୍‌ ୨୦୧୭ ମେ’ରେ ବିବାହ କରିଥିଲେ।

ଅନରକିଲିଂ  ପାଇଁ ୨.୫ କୋଟି ଡିଲ୍‌: ୭ ଗିରଫ

ଅନରକିଲିଂ ପାଇଁ ୨.୫ କୋଟି ଡିଲ୍‌: ୭ ଗିରଫ

ହାଇଦ୍ରାବାଦ୍‌,୧୯।୯: ତେଲେଙ୍ଗାନାରେ ଏକ ଅନରକିଲିଂ ଘଟଣାରେ ୨.୫ କୋଟି ଟଙ୍କାର ଡିଲ୍‌ ହୋଇଥିବା ପୋଲିସ ଜାଣିପାରିଛି। ଏହି ମାମଲାରେ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି। 

ବିବାହ ନାମରେ ଦେଢ଼ ଲକ୍ଷ ଟଙ୍କାରେ ଯୁବତୀଙ୍କୁ ବିକ୍ରି

ବିବାହ ନାମରେ ଦେଢ଼ ଲକ୍ଷ ଟଙ୍କାରେ ଯୁବତୀଙ୍କୁ ବିକ୍ରି

ହରିଦ୍ୱାର,୧୯।୯: ଉତ୍ତରାଞ୍ଚଳ ପୌଣ୍ଡି ଜିଲାରେ ଘଟିଛି ଏକ ଅଘଟଣ। ଏଠାରେ ଜଣେ ଯୁବତୀଙ୍କୁ ବିବାହ ନାମରେ ଦେଢ଼ ଲକ୍ଷ ଟଙ୍କାରରେ ବିକ୍ରି କରାଯାଇଛି। 

୩୨ ବର୍ଷ ହେଲା ପିନ୍ଧି ନାହାଁନ୍ତି ସିଲେଇ ପୋଷାକ

୩୨ ବର୍ଷ ହେଲା ପିନ୍ଧି ନାହାଁନ୍ତି ସିଲେଇ ପୋଷାକ

ରାଞ୍ଚି,୧୯।୯: ଝାଡ଼ଖଣ୍ଡର ପଦ୍ମଶ୍ରୀ ଅଶୋକ ଭଗତ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପତକ ଅନୁସରଣ କରି ଗତ ୩୨ ବର୍ଷ ହେଲା କୌଣସି ସିଲେଇ ହୋଇଥିବା ପୋଷାକ ପିନ୍ଧୁ ନାହାଁନ୍ତି।

ତଲାକ୍‌ ପାଇଁ ବାଧ୍ୟ କରୁଛି ଅନ୍‌ଲାଇନ୍‌ ଗେମ୍‌: ଭାରତରେ ୨ଶହ ତଲାକ୍‌ ଘଟଣା

ତଲାକ୍‌ ପାଇଁ ବାଧ୍ୟ କରୁଛି ଅନ୍‌ଲାଇନ୍‌ ଗେମ୍‌: ଭାରତରେ ୨ଶହ ତଲାକ୍‌ ଘଟଣା

ଲଣ୍ଡନ/ନୂଆଦିଲ୍ଲୀ,୧୯।୯: ତଲାକ୍‌ ପାଇଁ ଏକ ଅନ୍‌ଲାଇନ୍‌ ଗେମ୍‌ ବାଧ୍ୟ କରୁଛି। ଏନେଇ ବ୍ରିଟେନ୍‌ରେ ଜାରି କରାଯାଇଛି ହାଇ ଆର୍ଲଟ। ଫୋର୍ଟ ନାଇଟ୍‌ ବ୍ୟାଟେଲ ରୟାଲ ନାମକ ଏହି ଅନ୍‌ଲାଇନ୍‌ ଗେମ୍‌ ଯୋଗୁ ତଲାକ୍‌ ଘଟଣା ବଢ଼ୁଥିବା କୁହାଯାଇଛି। 

୨୦୧୭ରେ ୫୦ ହଜାର ଭାରତୀୟ ଗ୍ରହଣ କରିଛନ୍ତି ଆମେରିକା ନାଗରିକତ୍ୱ

୨୦୧୭ରେ ୫୦ ହଜାର ଭାରତୀୟ ଗ୍ରହଣ କରିଛନ୍ତି ଆମେରିକା ନାଗରିକତ୍ୱ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୯।୯: ଧୀରେଧୀରେ ଆମେରିକାରେ ଭାରତୀୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୭ରେ ଆମେରିକା ୫୦ ହଜାର ୮ ଶହ ୨ ଜଣ ଭାରତୀୟଙ୍କୁ ନାଗରିକତା ପ୍ରଦାନ କରିଛି।