ଜାତୀୟ |

ବିପିଓରେ ଯୁବତୀଙ୍କୁ ପ୍ରେମିକଙ୍କ ମାଡ: ଭିଡିଓ ଭାଇରାଲ

ବିପିଓରେ ଯୁବତୀଙ୍କୁ ପ୍ରେମିକଙ୍କ ମାଡ: ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୧୪।୯: ରାଜଧାନୀ ଦିଲ୍ଲୀର ଏକ ବିପିଓରେ ଜଣେ ଯୁବତୀଙ୍କୁ ମାଡ ମାରିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯୁବକ ଜଣେ ଯୁବତୀଙ୍କୁ ଅମାନବୀୟ ଢଙ୍ଗରେ ପିଟୁଥିବା ଦେଖିବାକୁ ମଳିଛି। ସୂଚନାଯୋଗ୍ୟ, ଉକ୍ତ ଭିଡିଓଟି ୨ ସେପ୍ଟେମ୍ବର ଅପରାହ୍ନ ୩ଟାରେ ଉତ୍ତମ ନଗରରେ ଥିବା ଏକ ବିପିଓରେ ପ୍ରସ୍ତୁତ କରାଯାଇଛି। ଏଥିରେ ଅଭିଯୁକ୍ତ ରୋହିତ ତୋମର ହେଉଛନ୍ତି ଜଣେ ପୋଲିସ ସବ୍‌ଇନ୍ସପେକ୍ଟରଙ୍କ ପୁଅ। ସେ ଜଣେ ଯୁବତୀଙ୍କୁ ଦେଢ ବର୍ଷ ତଳେ ଭଲପାଇ ବସିଥିଲେ। ଉଭୟଙ୍କ ମଧ୍ୟରେ ଥିବା ପ୍ରେମସମ୍ପର୍କ କିନ୍ତୁ କୌଣସି କାରଣରୁ ଭାଙ୍ଗି ଯାଇଥିଲା। ହେଲେ ରୋହିତ ଏକଥା ଭୁଲି ନ ପାରି ଉକ୍ତ ଯୁବତୀଙ୍କୁ ବିବାହ କରିବାକୁ ଜିଦ୍‌ ଧରିଛନ୍ତି ଓ ଶେଷରେ ତାଙ୍କୁ ମାଡ ମଧ୍ୟ ମାରିଛନ୍ତି। କେବଳ ସେତିକି ନୁହେଁ ଯୁବତୀଙ୍କ ସମେତ ତାଙ୍କ ପରିବାର ଲୋକଙ୍କୁ ଧମକାଉଥିବା ପୀଡିତାଙ୍କର ଜଣେ ସାଙ୍ଗ ପୋଲିସରେ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗ ପାଇବା ପରେ ପୋଲିସ ଉଭୟ ରୋହିତ ଓ ତାଙ୍କ ପିତାଙ୍କୁ ଗିରଫ କରି ଘଟଣାର ଯାଞ୍ଚ ଆରମ୍ଭ କରିଛି। ଅନ୍ୟପଟେ ଏହି ଭିଡିଓ ଭାଇରାଲ ହେବା ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। 

All Right Reserved By

ଜାତୀୟ |

ବିନା ବସ୍ତ୍ରରେ ସେଲ୍‌ଫି ନେଉଥିବା କିନ୍ନର ଗିରଫ

ବିନା ବସ୍ତ୍ରରେ ସେଲ୍‌ଫି ନେଉଥିବା କିନ୍ନର ଗିରଫ

ନୂଆଦିଲ୍ଲୀ,୧୭।୧୧: ରାଜଧାନୀ ଦିଲ୍ଲୀର ସିଗନେଚର୍‌ ବ୍ରିଜ୍‌ ଏବେ ଏକ ସେଲ୍‌ଫି ପଏଣ୍ଟ ପାଲଟି ଯାଇଛି। ବିପଦପୂର୍ଣ୍ଣ ଭାବେ ଏଠି ଅନେକ ଲୋକ ସେଲ୍‌ଫି ନେଉଥିବା ଖବର ସାମ୍ନାକୁ ଆସୁଛି।

ପତ୍ନୀଙ୍କ ବିଧବା ଭତ୍ତା ମେସେଜ୍‌ ଦେଖି ଚମକି ପଡିଲେ ଜୀବିତ ସ୍ବାମୀ

ପତ୍ନୀଙ୍କ ବିଧବା ଭତ୍ତା ମେସେଜ୍‌ ଦେଖି ଚମକି ପଡିଲେ ଜୀବିତ ସ୍ବାମୀ

ସୀତାପୁର,୧୭।୧୧: ଉତ୍ତର ପ୍ରଦେଶ ସୀତାପୁର ଜିଲାରୁ ଆସିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର। ଏଠାରେ ପ୍ରାୟ ୨୨ ଜଣ ମହିଳାଙ୍କ ସ୍ବାମୀ ଜୀବିତ ଥିବା ବେଳେ ସେମାନେ କିନ୍ତୁ ନେଉଛନ୍ତି ବିଧବା ଭତ୍ତା। 

ରାଜସ୍ଥାନ ନିର୍ବାଚନ: କଂଗ୍ରେସର ୧୫୨ ଜଣିଅା ପ୍ରାର୍ଥୀ ତାଲିକା ପ୍ରକାଶ

ରାଜସ୍ଥାନ ନିର୍ବାଚନ: କଂଗ୍ରେସର ୧୫୨ ଜଣିଅା ପ୍ରାର୍ଥୀ ତାଲିକା ପ୍ରକାଶ

ନୂଅାଦିଲ୍ଲୀ,୧୬। ୧୧(ପିଟିଅାଇ)- ରାଜସ୍ଥାନରେ ଦୁଇ ଶହ ବିଧାନସଭା ଅାସନରେ ଡିସେମ୍ବର ୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ କଂଗ୍ରେସ ଏବେସୁଦ୍ଧା ୧୫୨ ଜଣଙ୍କ ନାମରେ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । 

ଏମପିରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ରାଲି: ଟାର୍ଗେଟରେ କଂଗ୍ରେସ

ଏମପିରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ରାଲି: ଟାର୍ଗେଟରେ କଂଗ୍ରେସ

ନୂଅାଦିଲ୍ଲୀ,୧୬। ୧୧(ପିଟିଅାଇ)- କେଉଁ ଦୋଷ ଯୋଗୁଁ କଂଗ୍ରେସ ରାଜମାତାଙ୍କୁ ୧୯ ମାସ ପଯର୍ୟନ୍ତ ଜେଲରେ ରଖିଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଗ୍ବାଲିୟରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ପ୍ରଶ୍ନ କରିଛନ୍ତି।  ସେ କହିଥିଲେ ଯେ ଗୋଟିଏ ସମୟରେ ମଧ୍ୟପ୍ରଦେଶ ଏକ ଦୁର୍ବଳ ରୁଗ୍ଣ ରାଜ୍ୟରେ ଗଣତି ହେଉଥିଲା ଏବେ ୧୫ ବର୍ଷ ଭାଜପା ସରକାର କରିବା ପରେ ଏମପି ନାମର ଅର୍ଥ ମଧ୍ୟ ବଦଳିଗଲା। 

ଚାଇନା ଯୁବକଙ୍କୁ ପସନ୍ଦ ବଲିଉଡ୍‌ ମୁଭି, ଦାର୍ଜିଲିଂ ଚା’

ଚାଇନା ଯୁବକଙ୍କୁ ପସନ୍ଦ ବଲିଉଡ୍‌ ମୁଭି, ଦାର୍ଜିଲିଂ ଚା’

ନୂଆଦିଲ୍ଲୀ,୧୬।୧୧: ରାଜଧାନୀ ଦିଲ୍ଲୀରେ ଆୟୋଜିତ ‘ଚାଇନା-ଇଣ୍ଡିଆ ୟୁଥ ଡାଏଲଗ’ରେ ଯୋଗ ଦେଇଛନ୍ତି ଭାରତରେ ଥିବା ଚାଇନା ରାଷ୍ଟ୍ରଦୂତ ଲୋ ଝାଓହୁଇ। ଏହି ଅବସରରେ ସେ ଚାଇନା ଯୁବକମାନଙ୍କର ପସନ୍ଦକୁ ନେଇ କିଛି କଥା ଆଲୋଚନା କରିଛନ୍ତି। 

‘ଗାଜା’ ପ୍ରଭାବିତଙ୍କ ଲାଗି ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

‘ଗାଜା’ ପ୍ରଭାବିତଙ୍କ ଲାଗି ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସଲେମ,୧୬।୧୧: ସାମୁଦ୍ରିକ ଝଡ଼ ‘ଗାଜା’ ଶୁକ୍ରବାର ତାମିଲନାଡୁ ଉପକୂଳରେ ତାଣ୍ଡବ ରଚିଛି। ଏପର୍ଯ୍ୟନ୍ତ ଏଥିରେ ପାଖାପଖି ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକେ ଆହତ ହୋଇଥିବା ସୂଚନା ମିଳିଛି।

ବିରୋଧୀ ଆସନରେ ବସିବୁ -ମାୟାବତୀ

ବିରୋଧୀ ଆସନରେ ବସିବୁ -ମାୟାବତୀ

ରାୟପୁର,୧୬।୧୧(ପିଟିଆଇ)- ଛତିଶଗଡରେ କଂଗ୍ରେସ କିମ୍ବା ଭାଜପାର କୌଣସି ଗଠ ବନ୍ଧନରେ ସାମିଲ ହେବା ଅପେକ୍ଷା ସେ ବିରୋଧୀ ଆସନରେ ବସିବାକୁ ଅଧିକ ପସନ୍ଦ କରିବେ ବୋଲି ବିଏସ୍‌ପି ନେତ୍ରୀ ମାୟାବତୀ କହିଛନ୍ତି।

୩ ଜଣ ବାନ୍ଧବୀଙ୍କ ଡିମାଣ୍ଡ ପୂରଣ କରୁ କରୁ ପ୍ରେମିକ ପହଞ୍ଚିଲେ ଜେଲ

୩ ଜଣ ବାନ୍ଧବୀଙ୍କ ଡିମାଣ୍ଡ ପୂରଣ କରୁ କରୁ ପ୍ରେମିକ ପହଞ୍ଚିଲେ ଜେଲ

ନୂଆଦିଲ୍ଲୀ,୧୬।୧୧: ରାଜଧାନୀ ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରେ ରହୁଥିବା ରୋହନ୍‌ ଗିଲ(ସନ୍ନି) ଏବେ ଜେଲର ଚାରିକାନ୍ଥ ଭିତରେ। ୩ ଜଣ ବାନ୍ଧବୀଙ୍କୁ ଖୁସି କରିବାକୁ ଯାଇ ତାଙ୍କୁ ଏବେ ଜେଲ ଯିବାକୁ ପଡିଛି।

ବିନା ଅନୁମତିରେ ଆନ୍ଧ୍ର ପ୍ରଦେଶକୁ ପ୍ରବେଶ କରିପାରିବନି ସିବିଆଇ

ବିନା ଅନୁମତିରେ ଆନ୍ଧ୍ର ପ୍ରଦେଶକୁ ପ୍ରବେଶ କରିପାରିବନି ସିବିଆଇ

ହାଇଦ୍ରାବାଦ,୧୬।୧୧: ଆନ୍ଧ୍ର ସରକାରଙ୍କ ବିନା ଅନୁମତିରେ ସିବିଆଇ ରାଜ୍ୟରେ କୌଣସି ଯାଞ୍ଚ କରିପାରିବ ନାହିଁ। କାରଣ ଶୁକ୍ରବାର ଏଥିପାଇଁ ଦିଆଯାଇଥିବା ‘ଜେନେରାଲ କନସେଣ୍ଟ’ ବା ‘ସାଧାରଣ ସହମତି’କୁ ଆନ୍ଧ୍ର ପ୍ରଦେଶ ସରକାର ପ୍ରତ୍ୟାହାର କରି ନେଇଛନ୍ତି। 

ଦେଶରେ ଗଡ଼ିବ ଇଞ୍ଜିନ ବିହୀନ ଟ୍ରେନ୍‌

ଦେଶରେ ଗଡ଼ିବ ଇଞ୍ଜିନ ବିହୀନ ଟ୍ରେନ୍‌

ମୋରଦାବାଦ,୧୬।୧୧: ଭାରତର ପ୍ରଥମ ଇଞ୍ଜିନ ବିହୀନ ଟ୍ରେନ୍‌ ‘ଟ୍ରେନ୍‌-୧୮’ ଖୁବ୍‌ଶୀଘ୍ର ଧାରଣା ଉପରେ ଚଳାଚଳ କରିବାର ଯୋଜନା କରାଯାଉଛି। ବରେଲି-ମୋରଦାବାଦ ସେକ୍ସନ୍‌ରେ ଶନିବାର ଏହା ଏକ ସାଧାରଣ ଟ୍ରାକ୍‌ ଉପରେ ପରୀକ୍ଷଣ କରାଯିବ ବୋଲି ସୂଚାନା ମିଳିଛି। 

ରାଜା ଭାଇ ଗଢିବେ ନୂଆଦଳ

ରାଜା ଭାଇ ଗଢିବେ ନୂଆଦଳ

ଲକ୍ଷ୍ନୌ,୧୬।୧୧: ଉତ୍ତର ପ୍ରଦେଶ ପ୍ରତାପ ଗଡ଼ ଜିଲା କୁଣ୍ଡାର ବାହୁବଳୀ ବିଧାୟକ ତଥା ସ୍ବାଧିନ ପ୍ରାର୍ଥୀ ରଘୁରାଜ ପ୍ରତାପ ସିଂ ଓରଫ ରାଜା ଭାଇ ନିଜର ଏକ ରାଜନୈତୀକ ଦଳ ଗଠନ କରିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। 

ନାମ ପରିବର୍ତ୍ତନ ରାଜନୀତି: ଏବେ ବିଜନୌର ପାଳି

ନାମ ପରିବର୍ତ୍ତନ ରାଜନୀତି: ଏବେ ବିଜନୌର ପାଳି

ଲକ୍ଷ୍ନୌ,୧୬।୧୧: ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ ସରକାର ଏବେ ନାମ ବଦଳ ରାଜନୀତିକୁ ଦେଉଛନ୍ତି ଗୁରୁତ୍ୱ। ଇତିମଧ୍ୟରେ ଆହ୍ଲାବାଦ ପ୍ରୟାଗରାଜ ଏବଂ ଫୈଜାବାଦ୍‌ ଅଯୋଧ୍ୟା ଭାବେ ନାମିତ ହୋଇ ସାରିଛି।