ଖେଳ |

ଜୁନିୟର ଦଳରେ ପୁଅର ଚୟନ ଲାଗି ଇଞ୍ଜାମାମଙ୍କ ହସ୍ତକ୍ଷେପ

ଜୁନିୟର ଦଳରେ ପୁଅର ଚୟନ ଲାଗି ଇଞ୍ଜାମାମଙ୍କ ହସ୍ତକ୍ଷେପ
କରାଚୀ,୧୪।୯- ପୂର୍ବତନ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ତଥା ବର୍ତ୍ତମାନ  ଜାତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ପଦରେ ଥିବା ଇଞ୍ଜାମାମ ଉଲ ହକଙ୍କ ନାମରେ ଜୁନିୟର ଚୟନ କମିଟି କାର୍ଯ୍ୟକାରିତାରେ ହସ୍ତକ୍ଷେପ ଅଭିଯୋଗ ହୋଇଛି। ତାଙ୍କ ପୁଅ ଇବତିସାମ ଉଲ ହକଙ୍କୁ ଜାତୀୟ ଜୁନିୟର ଦଳରେ ସାମିଲ କରିବା ଲାଗି ସେ ଚୟନକର୍ତ୍ତା ବାସିତ ଅଲିଙ୍କ ଉପରେ ଚାପ ପକାଉଛନ୍ତି। ଏ ନେଇ ଜୁନିୟର ଦଳର ଚୟନ କମିଟି ମୁଖ୍ୟ ଆବଦୁଲ କାଦିର ଦାବି କରିଛନ୍ତି। ଉଲ୍ଲେଖଥାଉ କି, ଇଞ୍ଜାମାମ, ଅଲି ଓ କାଦିର ଏକ କାଳୀନ ପାକିସ୍ତାନ ପାଇଁ ଖେଳୁଥିଲେ। ତେବେ ଉଭୟ ଇଞ୍ଜାମାମ ଓ ଅଲି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏପରି କି ପୂର୍ବତନ ଅଧିନାୟକ ଟୁଇଟରରେ ଲେଖିଛନ୍ତି, ମୋ ବିରୋଧ କରାଯାଇଥିବା ଅଭିଯୋଗ ଭିତ୍ତିହୀନ ଏବଂ ଏଥିରେ କୌଣସି ସତ୍ୟତା ନାହିଁ। ମୁଁ ଏହି ଘଟଣାକୁ ଗମ୍ଭିରତା ସହ ନେଉଛି। ଏ ସମ୍ପର୍କରେ ପିସିବି ଅଧ୍ୟକ୍ଷଙ୍କ ନିକଟରେ ତଦନ୍ତ ଲାଗି ବୈଠକ କରାଯିବ।
All Right Reserved By

ଖେଳ |

ହକି ବିଶ୍ୱକପ ଉଦ୍‌ଘାଟନୀ:   ମୁଖ୍ୟମନ୍ତ୍ରୀ କିଣିଲେ ପ୍ରଥମ ଟିକେଟ

ହକି ବିଶ୍ୱକପ ଉଦ୍‌ଘାଟନୀ: ମୁଖ୍ୟମନ୍ତ୍ରୀ କିଣିଲେ ପ୍ରଥମ ଟିକେଟ

ଭୁବନେଶ୍ୱର, ୧୯।୧୧(କ୍ରୀଡ଼ା ପ୍ରତିନିଧି)-

ହକି ବିଶ୍ୱକପର ଉଷ୍ମତା କ୍ରମେ ବଢ଼ିବାରେ ଲାଗିଛି। ଓଡ଼ିଶାରେ ପ୍ରଥମଥରପାଇଁ ହେବାକୁ ଯାଉଥିବା ଏହି ମହାକୁମ୍ଭ ପାଇଁ ଅଦ୍ଭୁତପୂର୍ବ ଉତ୍ସାହ ଦେଖା ଦେଇଛି। ସମ୍ପୂର୍ଣ୍ଣ ନୂଆ ରୂପରେ କଳିଙ୍ଗ ଷ୍ଟାଡିୟମ ସଜେଇ ହୋଇଥିବାବେଳେ ବିଶ୍ୱବାସୀଙ୍କୁ ସ୍ମୃତି ମଧୁର ଉଦ୍‌ଘାଟନୀ ସମାରୋହ ଭେଟି ଦେବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆ ଯାଇଛି। ପୂର୍ବରୁ ମ୍ୟାଚ ପାଇଁ ଟିକେଟ ମିଳୁଥିବାବେଳେ ମଙ୍ଗଳବାରଠାରୁ ବହୁ ପ୍ରତୀକ୍ଷିତ ଉଦ୍‌ଘାଟନୀ ସମାରୋହ ପାଇଁ ଟିକେଟ ଅନ୍‌ ଲାଇନ୍‌(ticketgenie.in)ରେ ଉପଲବ୍ଧ ହେବ। ଉଦ୍‌ଘାଟନୀ ଉତ୍ସବର ପ୍ରଥମ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ ସୋମବାର ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୨୭ ତାରିଖରେ ହେବାକୁଥିବା ଉଦ୍‌ଘାଟନୀ ସମାରୋହ ଟିକେଟର ଏକ ଟୋକନ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏଥିପାଇଁ ୫୦୦ ଟଙ୍କା ପ୍ରଦାନ କରିଥିବା ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। 

ବେଙ୍ଗଲ ଦଳରେ ଯୋଗଦେଇ   ନାହାନ୍ତି  ଶାମି

ବେଙ୍ଗଲ ଦଳରେ ଯୋଗଦେଇ ନାହାନ୍ତି ଶାମି

କୋଲକାତା, ୧୯ା୧୧ (ପି.ଟି.)-ଅଷ୍ଟ୍ରେଲିଆ ଗସ୍ତରେ ଯିବାକୁ ଥିବା ଭାରତୀୟ ପେସ୍‌ ବୋଲର ମହମ୍ମଦ ଶାମି ଏପର୍ଯ୍ୟନ୍ତ ବେଙ୍ଗଲ ଟିମ୍‌ରେ ଯୋଗ ଦେଇ ନାହାନ୍ତି। ବେଙ୍ଗଲ ଓ କେରଳ ରଣଜୀ ମ୍ୟାଚ ଏଠାରେ ମଙ୍ଗଳବାର ଆରମ୍ଭ ହେଉଛି। ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ବି’ରେ କେରଳ ବିପକ୍ଷ ମ୍ୟାଚରେ ଶାମିଙ୍କ ଖେଳିପାରିବେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ସ୍ପଷ୍ଟ କରିଦିଆଯାଇଛି।  ତେବେ ସେ ମ୍ୟାଚର ଇନିଂସ ପିଛା ସର୍ବାଧିକ ୧୫ରୁ ୧୭ ଓଭର ବୋଲିଂ କରିପାରିବେ ବୋଲି ବିସିସିଆଇ ସର୍ତ୍ତ ରଖିଛି। ଉତ୍ତର ପ୍ରଦେଶର ଏହି ବୋଲର ରବିବାର ସୁଦ୍ଧା ଦଳ ସହିତ ଯୋଗ ଦେବେ ବୋଲି ଆଶା କରାଯାଉଥିଲା।

ପାକିସ୍ତାନକୁ ୪ ରନରେ ହରାଇଲା ନ୍ୟୁଜିଲାଣ୍ଡ

ପାକିସ୍ତାନକୁ ୪ ରନରେ ହରାଇଲା ନ୍ୟୁଜିଲାଣ୍ଡ

ଆବୁଧାବି (ୟୁଏଇ), ୧୯।୧୧(ଏପି)- ଘରୋଇ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ରୋମାଞ୍ଚକଭାବେ ଶେଷ ହୋଇଛି। ୧୭୬ ରନର ଟାର୍ଗେଟ୍‌କୁ ପିଛା କରିଥିବା ପାକିସ୍ତାନ ୪ର୍ଥ ଦିବସରେ ୧୭୧ ରନ କରି ଅଲ୍‌ଆଉଟ୍‌ ହୋଇଥିଲା।

ଅଷ୍ଟ୍ରେଲିଆ ଡେଙ୍ଗା ବୋଲରଙ୍କୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ: ରୋହିତ୍‌

ଅଷ୍ଟ୍ରେଲିଆ ଡେଙ୍ଗା ବୋଲରଙ୍କୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ: ରୋହିତ୍‌

ବ୍ରିସବେନ, ୧୯।୧୧(ପି.ଟି.)- ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ପୂର୍ଣ୍ଣକାଳୀନ ଦ୍ୱିପାକ୍ଷିକ ସିରିଜ ଖେଳିବା ଲାଗି ଭାରତୀୟ ଦଳ ଗତ ସପ୍ତାହରେ ଦୁଇ ମାସିଆ ଗସ୍ତ କରିଛି। ଏହି ଗସ୍ତରେ ଭାରତୀୟ ଦଳ ଯଥାକ୍ରମେ ତିନୋଟି ଟି୨୦, ୪ ଟେଷ୍ଟ ଓ ୩ ଦିନିକିଆ ମ୍ୟାଚ୍‌ ଖେଳିବ। 

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌: ସେମିରେ ଇଂଲଣ୍ଡକୁ ଭେଟିବ ଭାରତ

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌: ସେମିରେ ଇଂଲଣ୍ଡକୁ ଭେଟିବ ଭାରତ

ଗ୍ରସ୍‌ ଆଇସଲେଟ୍‌ (ସେଣ୍ଟ ଲୁସିଆ), ୧୯।୧୧(ପି.ଟି.)- ଓ୍ବେଷ୍ଟଇଣ୍ଡିଜରେ ଚାଲିଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ର ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଯାଇଛି।

ଧୋନୀଙ୍କ ସହ ମିଶି ସାକ୍ଷୀଙ୍କ ଜନ୍ମଦିନ ପାଳିଲେ ପାଣ୍ଡ୍ୟା

ଧୋନୀଙ୍କ ସହ ମିଶି ସାକ୍ଷୀଙ୍କ ଜନ୍ମଦିନ ପାଳିଲେ ପାଣ୍ଡ୍ୟା

ମୁମ୍ବାଇ, ୧୯।୧୧- ଭାରତୀୟ କ୍ରିକେଟ ଦଳର ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂ ଧୋନୀ ଝିଅ ଜିଭା ସହ ମିଶି ପତ୍ନୀ ସାକ୍ଷୀଙ୍କ ୨୯ତମ ଜନ୍ମଦିନକୁ ରବିବାର ରାତିରେ ସ୍ଥାନୀୟ ଏକ ହୋଟେଲରେ ଧୁମ୍‌ଧାମରେ ପାଳନ କରିଛନ୍ତି।

ଏଟିପି ଫାଇନାଲ୍ସ ଟାଇଟଲ୍‌ ଜିତିଲେ ଜେଭରେଭ

ଏଟିପି ଫାଇନାଲ୍ସ ଟାଇଟଲ୍‌ ଜିତିଲେ ଜେଭରେଭ

ଲଣ୍ଡନ, ୧୯।୧୧(ଏଏଫ୍‌ପି)- ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା ତଥା ଅଭିଜ୍ଞ ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌ଙ୍କୁ ଚକ୍‌ମା ଦେଖାଇ ଜର୍ମାନୀର ଯୁବ ତାରକା ଆଲେକ୍ସଜାଣ୍ଡର ଜେଭରେଭ ଏଟିପି ଫାଇନାଲ୍ସ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି।

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ ଡ୍ର’

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ ଡ୍ର’

ମାଉଣ୍ଟ ମାଉନଗାନୁଇ (ନ୍ୟୁଜିଲାଣ୍ଡ), ୧୯।୧୧- ଭ୍ରମଣକାରୀ ଭାରତ-ଏ ଓ ନ୍ୟୁଜିଲାଣ୍ଡ-ଏ ମଧ୍ୟରେ ଏଠାରେ ଅନୁଷ୍ଠିତ ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ ଡ୍ର’ରେ ଶେଷ ହୋଇଛି। 

ପ୍ରଥମ ଏସିଆନ୍‌ ପେଟାନ୍‌କ୍ୟୁ: ସବୁ ବର୍ଗରେ ଥାଇଲାଣ୍ଡ ଚାମ୍ପିୟନ

ପ୍ରଥମ ଏସିଆନ୍‌ ପେଟାନ୍‌କ୍ୟୁ: ସବୁ ବର୍ଗରେ ଥାଇଲାଣ୍ଡ ଚାମ୍ପିୟନ

ଭୁବନେଶ୍ୱର, ୧୯।୧୧(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କିଟ୍‌ ବିଶ୍ୱବିଦ୍ୟାଳୟ  କ୍ୟାମ୍ପସ୍‌ ୧୨ରେ ଆରମ୍ଭ ହୋଇଥିବା ପ୍ରଥମ ଏସିଆନ୍‌ ପେଟାନ୍‌କ୍ୟୁ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଛି। ଏଥିରେ ଥାଇଲାଣ୍ଡ ସବୁ ବର୍ଗରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି।

ହକି ବିଶ୍ୱକପ:  ଉଦ୍‌ଘାଟନୀ , ବିଶ୍ୱକପ୍‌ ଉତ୍ସବ ପାଇଁ ଅନ୍‌ଲାଇନ୍‌ ଟିକେଟ ବିକ୍ରି ୨୦ରୁ

ହକି ବିଶ୍ୱକପ: ଉଦ୍‌ଘାଟନୀ , ବିଶ୍ୱକପ୍‌ ଉତ୍ସବ ପାଇଁ ଅନ୍‌ଲାଇନ୍‌ ଟିକେଟ ବିକ୍ରି ୨୦ରୁ

ଭୁବନେଶ୍ୱର, ୧୯।୧୧(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣ ଆରମ୍ଭ ହେବାକୁ ଆଉ ମାତ୍ର ଦୁଇ ସପ୍ତାହରୁ କମ୍‌ ସମୟ ବାକିଥିବା ବେଳେ ଟିକେଟ ବିକ୍ରି ନେଇ ହକି ଇଣ୍ଡିଆ ତରଫରୁ ସ୍ବତନ୍ତ୍ର ଘୋଷଣା କରାଯାଇଛି।

ବିଶ୍ୱକପ୍‌ ଥିମ୍‌ ସଙ୍ଗ୍‌ ଟିଜର ଟୁଇଟ୍‌ କଲେ ରହମନ: ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ବିଶ୍ୱକପ୍‌ ଥିମ୍‌ ସଙ୍ଗ୍‌ ଟିଜର ଟୁଇଟ୍‌ କଲେ ରହମନ: ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୧୯।୧୧- ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଏ.ଆର. ରହମନ ହକି ବିଶ୍ୱକପ୍‌ର ଅଫିସିଆଲ ସଙ୍ଗ ବା ଥିମ୍‌ ସଙ୍ଗର ଟିଜର ଭିଡିଓକୁ  ଟୁଇଟ୍‌ କରିଛନ୍ତି। ରବିବାର ସେ ୪୬ ସେକେଣ୍ଡର ଏହି ଗୀତର ଟିଜର ଭିଡିଓ ଟୁଇଟରରେ ଅପଲୋଡ କରିଛନ୍ତି। 

ବିଦେଶରେ କେବଳ ଭାରତ ନୁହଁ, ସବୁ ଦଳ ଦୁର୍ବଳ ପ୍ରଦର୍ଶନ କରୁଛନ୍ତି: ଶାସ୍ତ୍ରୀ

ବିଦେଶରେ କେବଳ ଭାରତ ନୁହଁ, ସବୁ ଦଳ ଦୁର୍ବଳ ପ୍ରଦର୍ଶନ କରୁଛନ୍ତି: ଶାସ୍ତ୍ରୀ

ବ୍ରିସ୍‌ବେନ,୧୯।୧୧(ପି.ଟି.)- ଆଜିକାଲି କ୍ରିକେଟରେ ପ୍ରାୟ ସବୁ ଦଳ ବିଦେଶ ଗସ୍ତରେ ଆଶାନୁରୂପ ପ୍ରଦର୍ଶନ କରିପାରୁନାହାନ୍ତି। ତେଣୁ ଏ ନେଇ କେବଳ ଭାରତକୁ କାହିଁକି ସମାଲୋଚନା କରାଯାଉଛି ବୋଲି କୋଚ୍‌ ରବି ଶାସ୍ତ୍ରୀ ପ୍ରଶ୍ନ କରିଛନ୍ତି।