ଜାତୀୟ |

ମାଆଙ୍କ ବିନା ଗଣେଶଙ୍କୁ ଆରାଧନା କଲେ ରଣବୀର

ମାଆଙ୍କ ବିନା ଗଣେଶଙ୍କୁ ଆରାଧନା କଲେ ରଣବୀର
ମୁମ୍ବାଇ,୧୪।୯: ସାରା ଦେଶରେ ଗଣେଣ ଚତୁର୍ଥୀ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥିବା ବେଳେ ରଣବୀର ବେହେଲ୍‌ କିନ୍ତୁ ନିରାଡମ୍ବର ଭାବେ ପାଳନ କରିଛନ୍ତି ଏହି ଉତ୍ସବକୁ। ମାୟାନଗରୀରେ ଏହା ସବୁଠାରୁ ବଡ ଉତ୍ସବ ଭାବେ ପାଳନ କରାଯାଇଥାଏ। ପ୍ରାୟ ସମସ୍ତ ସେଲିବ୍ରିଟି ଅଗ୍ରପୂଜ୍ୟ ଗଣେଣଙ୍କୁ ନିଜ ନିଜ ଘରକୁ ଆଣିଥାଆନ୍ତି। ହେଲେ ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସରର ଚିକିତ୍ସା ଲାଗି ଲଣ୍ଡନରେ ଥିବାରୁ ଏଥର ତାଙ୍କ ଘରେ ସ୍ବାମୀ ଗୋଲଡି ବେହେଲ୍‌ ଓ ପୁଅ ରଣବୀର ସୋନାଲିଙ୍କ ବିନା ଏ ବର୍ଷ ଏହି ଉତ୍ସବ ପାଳନ କରିଛନ୍ତି। ଉଭୟ ପିତାପୁତ୍ର ମାଆ ସୋନାଲିଙ୍କ ଦୀର୍ଘ ଜୀବନ କାମନା କରିବା ସହ ବିଘ୍ନବିନାଶନଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। 
All Right Reserved By

ଜାତୀୟ |

ଗିର୍‌ ଜଙ୍ଗଲରେ ୧୦ ଦିନରେ ୧୧ ସିଂହଙ୍କ ମୃତ୍ୟୁ

ଗିର୍‌ ଜଙ୍ଗଲରେ ୧୦ ଦିନରେ ୧୧ ସିଂହଙ୍କ ମୃତ୍ୟୁ

ଜୁନାଗଡ଼,୨୧।୯: ଗୁଜରାଟର ଗିର୍‌ ଜଙ୍ଗଲରେ  ୧୦ଦିନ ମଧ୍ୟରେ ୧୧ ସିଂହଙ୍କ ମୃତ୍ୟୁ ଘଟିଛି। ଏନେଇ ଶୁକ୍ରବାର ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନିଜ ନିଜ ମଧ୍ୟରେ ଲଢ଼େଇ କରି ୩ ସିଂହଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ମୃତ ସିଂହଙ୍କ ଠାରେ ଫୁସ୍‌ଫୁସ୍‌ ସଂକ୍ରମଣ ଦେଖିବାକୁ ମିଳିଛି। 

ଶୋପିଆନ୍‌ରୁ ୪ ପୋଲିସ କର୍ମଚାରୀ ନିଖୋଜ: ଅପହରଣ ସନ୍ଦେହ

ଶୋପିଆନ୍‌ରୁ ୪ ପୋଲିସ କର୍ମଚାରୀ ନିଖୋଜ: ଅପହରଣ ସନ୍ଦେହ

ଶ୍ରୀନଗର,୨୧।୯: ଜମ୍ମୁ-କଶ୍ମୀର ଶୋପିଆନ୍‌ରୁ ୩ ସ୍ପେସାଲ ପୋଲିସ ଅଫିସର ଏବଂ ଜଣେ କନେଷ୍ଟବଳ ନିଖୋଜ ଅଛନ୍ତି। ଶୁକ୍ରବାର ସେମାନେ ନିଖୋଜ ହୋଇଥିବା ଜଣାପଡ଼ିଛି। 

ଝିଅ ନିର୍ବନ୍ଧକୁ ଅପାସୋରା କରିବାକୁ ଚାହୁଁଛନ୍ତି ଅମ୍ବାନୀ ପରିବାର

ଝିଅ ନିର୍ବନ୍ଧକୁ ଅପାସୋରା କରିବାକୁ ଚାହୁଁଛନ୍ତି ଅମ୍ବାନୀ ପରିବାର

ମୁମ୍ବାଇ,୨୦।୯: ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀ ତାଙ୍କର ଏକମାତ୍ର ଝିଅ ଇଶା ଅମ୍ବାନୀଙ୍କ ନିର୍ବନ୍ଧକୁ ଅପାସୋରା କରି ରଖିବାକୁ ଚେଷ୍ଟା କରିଛନ୍ତି।

ମୋଦିଙ୍କୁ ଭେଟିଲେ ଆଶାକର୍ମୀ

ମୋଦିଙ୍କୁ ଭେଟିଲେ ଆଶାକର୍ମୀ

ନୂଆଦିଲ୍ଲୀ,୨୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁରୁବାର ଭେଟିଛନ୍ତି ପ୍ରାୟ୯୦ ଜଣ ଆଶାକର୍ମୀ। ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଏହି ଆଶାକର୍ମୀମାନେ ନୂଆଦିଲ୍ଲୀଠାରେ ମୋଦିଙ୍କୁ ସାକ୍ଷାତ କରିଛନ୍ତି।

ମୃତ୍ୟୁ ଘୋଷଣାର ୧୭ ଘଣ୍ଟା ପରେ ମହିଳା ଜୀବିତ

ମୃତ୍ୟୁ ଘୋଷଣାର ୧୭ ଘଣ୍ଟା ପରେ ମହିଳା ଜୀବିତ

ରାୟପୁର, ୨୦।୯: ଛତିଶଗଡ଼ର ଭୀମରାଓ ଆମ୍ବେଡକର ହସ୍ପିଟାଲରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଡାକ୍ତର ଜଣେ ମହିଳାଙ୍କୁ ମୃତ ଘୋଷଣା କରିବାର ୧୭ ଘଣ୍ଟା ପରେ ପୁଣି ଥରେ ମହିଳା ଜୀବିତ ଅବସ୍ଥାରେ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିଧାୟକ ଓ ଏମ୍‌ପିଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର କୋର୍ଟ

ବିଧାୟକ ଓ ଏମ୍‌ପିଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର କୋର୍ଟ

ଚେନ୍ନାଇ,୨୦।୯: ତାମିଲନାଡୁର ଚେନ୍ନାଇରେ ଗୁରୁବାର ଏକ ସ୍ବତନ୍ତ୍ର କୋର୍ଟ ଉଦ୍‌ଘାଟନ କରାଯାଇଛି। ଏହି ବିଶେଷ କୋର୍ଟରେ ବିଧାୟକ ଓ ଏମ୍‌ପିମାନଙ୍କ ବିରୋଧରେ ରେଜିଷ୍ଟର ହୋଇ ପଡିରହିଥିବା ମାମଲା ଗୁଡିକର ଶୁଣାଣି କରାଯିବ।

କୁଆଡେ ଗଲା ମୋଦିଙ୍କ ୫୬ ଇଞ୍ଚର ଛାତି: କଂଗ୍ରେସ

କୁଆଡେ ଗଲା ମୋଦିଙ୍କ ୫୬ ଇଞ୍ଚର ଛାତି: କଂଗ୍ରେସ

ନୂଆଦିଲ୍ଲୀ,୨୦।୯: ପାକିସ୍ତାନ ସେନା ଦ୍ୱାରା ବିଏସ୍‌ଏଫ୍‌ ଯବାନ ନରେନ୍ଦ୍ର ସିଂଙ୍କ ମୃତ୍ୟୁ ପରେ ଏବେ ବିରୋଧି କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସିଂ ସୁରଜଓ୍ବୋଲା କହିଛନ୍ତି କୁଆଡେ ଗଲା ମୋଦିଙ୍କ ୫୬ ଇଞ୍ଚ ଚଉଡା ଛାତି। 

୪୦ ବର୍ଷ ଭିତରେ ୪,୨୪୫ ଆବେଦନ : ମିଳୁନି ନ୍ୟାୟ

୪୦ ବର୍ଷ ଭିତରେ ୪,୨୪୫ ଆବେଦନ : ମିଳୁନି ନ୍ୟାୟ

ଭୋପାଳ, ୨୦।୯: ୪୦ ବର୍ଷ ଅପେକ୍ଷା କଲେ ମଧ୍ୟ ବୃଦ୍ଧଙ୍କୁ ମିଳୁନି ନ୍ୟାୟ। ମଧ୍ୟପ୍ରଦେଶର ଧଓ୍ବାରୀରେ ରହୁଥିବା ବୃଦ୍ଧ ରାମସ୍ବରୂପ ଲଖେରା ନିଜ ଜମି ଆବଣ୍ଟନକୁ ନେଇ ୧୯୭୨ରେ ପ୍ରଥମେ ଆଇନର ଆଶ୍ରୟ ନେଇଥିଲେ। 

ସାପର ହେଲା ଏମ୍‌ଆର୍‌ଆଇ

ସାପର ହେଲା ଏମ୍‌ଆର୍‌ଆଇ

ମୁମ୍ବାଇ,୨୦।୯: ମଣିଷମାନଙ୍କର ଏମ୍‌ଆର୍‌ଆଇ କଥା ଜଣାଅଛି। ହେଲେ ସାପର ବି କରାଯାଏ ଏମ୍‌ଆର୍‌ଆଇ କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ମୁମ୍ବାଇରେ ଏବେ ଏମ୍‌ଆର୍‌ଆଇ ପରେ ଏକ ସାପର ଚିକିତ୍ସା ଚାଲିଛି। 

ମୋଦିଙ୍କୁ ଚିଠି ଲେଖିଲେ ଇମ୍ରାନ୍‌

ମୋଦିଙ୍କୁ ଚିଠି ଲେଖିଲେ ଇମ୍ରାନ୍‌

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୨୦।୯: ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଭାରତ ସହ ସମ୍ପର୍କ ବଢାଇବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି।

ଭାରତୀୟ ଉପମହାଦ୍ୱୀପରେ ଶାନ୍ତିରେ ବାଧକ ସାଜିଛି ଲଶ୍କର ଓ ଜୈଶ୍‌: ଆମେରିକା

ଭାରତୀୟ ଉପମହାଦ୍ୱୀପରେ ଶାନ୍ତିରେ ବାଧକ ସାଜିଛି ଲଶ୍କର ଓ ଜୈଶ୍‌: ଆମେରିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୯: ଭାରତୀୟ ଉପମହାଦ୍ୱୀପରେ ଶାନ୍ତିରେ ବାଧକ ସାଜିଛି ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ଏବଂ ଜୈଶ୍‌-ଇ-ମହମ୍ମଦ୍‌। ଏସମ୍ପର୍କରେ ଆମେରିକା ପ୍ରକାଶ କରିଛି।

 ଚୋର ଧରିବାକୁ ଯାଇଥିବା କ୍ରାଇମ୍‌ ବ୍ରାଞ୍ଚ୍‌ ଟିମ୍‌କୁ ବନ୍ଧକ କଲେ ଗ୍ରାମବାସୀ

ଚୋର ଧରିବାକୁ ଯାଇଥିବା କ୍ରାଇମ୍‌ ବ୍ରାଞ୍ଚ୍‌ ଟିମ୍‌କୁ ବନ୍ଧକ କଲେ ଗ୍ରାମବାସୀ

ଗ୍ବାଲିୟର,୨୦।୯: ମଧ୍ୟପ୍ରଦେଶ ଗ୍ବାଲିୟର ଖାଲସା ଗାଁରେ ଘଟିଛି ଏକ ଅଘଟଣ। ୮ ଲକ୍ଷ ଟଙ୍କା ଚୋରି ଅଭିଯୋଗରେ ଚୋରକୁ ଧରିବାକୁ ଆସିଥିବା କ୍ରାଇମ୍‌ ବ୍ରାଞ୍ଚ୍‌ ଟିମ୍‌କୁ ଗ୍ରାମବାସୀ ବନ୍ଧକ କରିଛନ୍ତି।