ଜାତୀୟ |

ପୁଅ ନ ପଚାରିବାରୁ ବିଧବା ମା’ଙ୍କୁ ବିବାହ ଦେଲେ ଝିଅ

ପୁଅ ନ ପଚାରିବାରୁ ବିଧବା ମା’ଙ୍କୁ ବିବାହ ଦେଲେ ଝିଅ
ମିରଟ୍‌,୧୪।୯: ସାଧାରଣତଃ ମାତାପିତା ପିଲାମାନଙ୍କର ବିବାହ କରିଥାଆନ୍ତି। ହେଲେ ଏଠାରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା। ୨ଝିଅ ନିଜ ମାଆଙ୍କୁ କନ୍ୟା ରୂପେ ଦାନ କରିଛନ୍ତି। ଅର୍ଥାତ୍‌ ମାଆଙ୍କର ବିବାହ କରିଛନ୍ତି। ସୂଚନା ଅନୁଯାୟୀ, ମିରଟ୍‌ର ଜାଗୃତି ବିହାରରେ ଜଣେ ମହିଳା ଦିନ ମଜୁରିଆ ଭାବେ କାମ କରୁଥିଲେ। ଦୀର୍ଘ ୧୫ ବର୍ଷ ହେବ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ହେଲେ ନିଜେ ମଜୁରି ଲାଗି ୨ ଝିଅ ଓ ଗୋଟିଏ ପୁଅକୁ ମଣିଷ କରି ସେମାନଙ୍କର ବିବାହ ସାରିଛନ୍ତି। ଇତି ମଧ୍ୟରେ ପୁଅ ମାଆଙ୍କୁ ଅଧିକାଂଶ ସମୟରେ ହଇରାଣ କରିବା ସହ ମାରପିଟ ମଧ୍ୟ କରୁଥିଲେ। ଏହା ଏତେ ଅସହ୍ୟ ହୋଇଥିଲା ଯେ ଉକ୍ତ ମହିଳାଙ୍କ ୨ ଝିଅ ପୁଣି ଥରେ ମାଆଙ୍କୁ ବିବାହ ଦେଇ ଅନ୍ୟତ୍ର ପଠାଇ ଦେବାକୁ ଚାହିଁଥିଲେ। ହେଲେ ବନ୍ଧୁବାନ୍ଧବ ଏହାକୁ ବିରୋଧ କରିଥିଲେ। ଶେଷରେ କିନ୍ତୁ ବରପାତ୍ର ଖୋଜି ୨ ଝିଅ ମାଆଙ୍କୁ ବେଦିରେ ବସାଇ କନ୍ୟାଦାନ କରି ତାଙ୍କ ନୂଆ ଶାଶୁ ଘରକୁ ପଠାଇଛନ୍ତି। ଅନେକ ଲୋକ ଏହାର ପ୍ରଶଂସା କରୁଥିବା ବେଳେ କିଛି ଲୋକ ଏହାର ନିନ୍ଦା କରିଛନ୍ତି। ହେଲେ ସମାଜର ନୀତିନିୟମ ଅପେକ୍ଷା ମାଆଙ୍କର ସୁଖ ଦେଖିବାକୁ ଚାହୁଁଥିବା ୨ ଝିଅ ଏହି ବିବାହ ସମ୍ପନ୍ନ କରାଇଥିବାରୁ ଗର୍ବ ଅନୁଭବ କରିଛନ୍ତି। 
All Right Reserved By

ଜାତୀୟ |

ଆଣ୍ଡାମାନ ବୁଲି ଆସିଥିବା ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା

ଆଣ୍ଡାମାନ ବୁଲି ଆସିଥିବା ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା

ପୋର୍ଟ ବ୍ଲେୟାର/ଓ୍ବାଶିଂଟନ,୨୧।୧୧: ଆଣ୍ଡାମାନ ଓ ନିକୋବର ଦ୍ୱୀପ ବୁଲି ଆସିଥିବା ଜଣେ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଜନ୍‌ ଆଲେନ୍‌ ଚାଉ(୨୭) ନାମକ ଏହି ପର୍ଯ୍ୟଟକ ସେଣ୍ଟିନା ଆୟାରଲାଣ୍ଡ ବୁଲିବାକୁ ଯିବା ସମୟରେ କେତେଜଣ ଅଜ୍ଞାତ ବ୍ୟକ୍ତି ତାଙ୍କୁ ସାଥିରେ ଡାକି ନେଇ ହତ୍ୟା କରିଛନ୍ତି। 

ପ୍ରଧାନମନ୍ତ୍ରୀଙ୍କୁ ୪ ବର୍ଷରେ ମିଳିଥିବା ୧୯ଶହ ଉପହାରର ହେବ ଅନଲାଇନ୍‌ ନିଲାମ

ପ୍ରଧାନମନ୍ତ୍ରୀଙ୍କୁ ୪ ବର୍ଷରେ ମିଳିଥିବା ୧୯ଶହ ଉପହାରର ହେବ ଅନଲାଇନ୍‌ ନିଲାମ

ନୂଆଦିଲ୍ଲୀ,୨୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୪ ବର୍ଷ ମଧ୍ୟରେ ମିଳିଥିବା ୧୯ ଶହ ଉପହାରର ଅନ୍‌ଲାଇନ୍‌ ନିଳାମ କରାଯିବ।

ଉତ୍ତରାଖଣ୍ଡ ନିର୍ବାଚନ: ବାଜିମାରିଲେ ସ୍ବାଧୀନ ପ୍ରାର୍ଥୀ

ଉତ୍ତରାଖଣ୍ଡ ନିର୍ବାଚନ: ବାଜିମାରିଲେ ସ୍ବାଧୀନ ପ୍ରାର୍ଥୀ

ଡେରାଡୁନ,୨୧।୧୧: ଉତ୍ତରାଖଣ୍ଡରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବାଜି ମାରିଛନ୍ତି ସ୍ବାଧିନ ପ୍ରାର୍ଥୀ। ମୋଟ ୧୦୬୪ ଓ୍ବାର୍ଡରୁ ସ୍ବାଧୀନ ପ୍ରାର୍ଥୀ ୫୪୨ ଆସନ ଅକ୍ତିଆର କରିଛନ୍ତି। 

ଘରୋଇ ପ୍ରଶିକ୍ଷଣ ବିମାନ ଦୁର୍ଘଟଣା ଗ୍ରସ୍ତ: ପାଇଲଟ ସୁରକ୍ଷିତ

ଘରୋଇ ପ୍ରଶିକ୍ଷଣ ବିମାନ ଦୁର୍ଘଟଣା ଗ୍ରସ୍ତ: ପାଇଲଟ ସୁରକ୍ଷିତ

ହାଇଦ୍ରାବାଦ,୨୧।୧୧: ତେଲେଙ୍ଗାନାର ରଙ୍ଗାରେଡି ଜିଲାରେ ବୁଧବାର ଏକ ଘରୋଇ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶଙ୍କରପାଲି ମଣ୍ଡଳ ଅଞ୍ଚଳରେ ଥିବା ମୋଲିକା ଗାଁ ନିକଟରେ ଏହା ଖସିପଡିଛି। 

ଜମ୍ମୁ-କଶ୍ମୀର: କଂଗ୍ରେସ-ମେହବୁବା-ଓମର ଗଢ଼ିବେ ମେଣ୍ଟ

ଜମ୍ମୁ-କଶ୍ମୀର: କଂଗ୍ରେସ-ମେହବୁବା-ଓମର ଗଢ଼ିବେ ମେଣ୍ଟ

ଶ୍ରୀନଗର,୨୧।୧୧: ଜମ୍ମୁ-କଶ୍ମୀରରେ କଂଗ୍ରେସ ସହିତ ମେହବୁବା ମୁଫ୍‌ତି ଏବଂ ଓମର ଅବଦୁଲା ମେଣ୍ଟ କରିବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏନେଇ ତିନି ପକ୍ଷଙ୍କ ମଧ୍ୟରେ ସହମତି ହୋଇଥିବା କୁହାଯାଉଛି।

ସ୍ବାମୀ କାଟିଲେ ସ୍ତ୍ରୀଙ୍କ ଜିଭ

ସ୍ବାମୀ କାଟିଲେ ସ୍ତ୍ରୀଙ୍କ ଜିଭ

ଲକ୍ଷ୍ନୌ,୨୧।୧୧:  ଉତ୍ତରପ୍ରଦେଶ କାନପୁର ଅନ୍ତର୍ଗତ ବର୍ଶ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ସ୍ବାମୀ ସ୍ତ୍ରୀ ବ୍ୟବହାରରେ କ୍ଷୁବଧ୍‌ ହୋଇ ଜିଭକୁ କାଟି ଦେଇଛନ୍ତି। 

ଫୁଟ୍‌ପାଥ୍‌ରେ ଶୋଇଥିବା ଶ୍ରମିକଙ୍କ ଉପରେ ମାଡିଗଲା କାର୍‌

ଫୁଟ୍‌ପାଥ୍‌ରେ ଶୋଇଥିବା ଶ୍ରମିକଙ୍କ ଉପରେ ମାଡିଗଲା କାର୍‌

ହିସାର,୨୧।୧୧: ହରିୟାଣାର ହିସାରରେ ଏକ ପୋଲର ଫୁଟ୍‌ପାଥ୍‌  ଉପରେ କେତେଜଣ ଶ୍ରମିକ ରାତିରେ ଶୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ସେମାନଙ୍କ ଉପରେ ମାଡି ଯାଇଛି। 

୭୪ ହଜାର କୋଟି ସ୍ବଚ୍ଛତା ପରିଯୋଜନାକୁ ମଞ୍ଜୁରୀ

୭୪ ହଜାର କୋଟି ସ୍ବଚ୍ଛତା ପରିଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୧।୧୧: କେନ୍ଦ୍ର ସରକାରଙ୍କ ପକ୍ଷରୁ ୭୪ ହଜାର କୋଟି ସ୍ବଚ୍ଛତା ପରିଯୋଜନାକୁ ମଞ୍ଜୁରୀ ଦେଇଛନ୍ତି।

ରାଜ୍‌ ବବରଙ୍କ ନାମରେ ଓ୍ବାରେଣ୍ଟ ଜାରି

ରାଜ୍‌ ବବରଙ୍କ ନାମରେ ଓ୍ବାରେଣ୍ଟ ଜାରି

ଲକ୍ଷ୍ନୌ,୨୧।୧୧: ଏକ ଅପରାଧୀକ ମାମଲାରେ କୋର୍ଟରେ ଅନୁପସ୍ଥିତ କାରଣରୁ କଂଗ୍ରେସ ଉତ୍ତରପ୍ରଦେଶ ଅଧ୍ୟକ୍ଷ ରାଜ୍‌ ବବରଙ୍କ ନାମରେ ଓ୍ବାରେଣ୍ଟ ଜାରି ହୋଇଛି। 

ସମୁଦ୍ରରେ ବର୍ଜ୍ୟ ପ୍ଲାଷ୍ଟିକ୍‌ ସାମଗ୍ରୀ:  ସଙ୍କଟରେ ତିମି ବଂଶ

ସମୁଦ୍ରରେ ବର୍ଜ୍ୟ ପ୍ଲାଷ୍ଟିକ୍‌ ସାମଗ୍ରୀ: ସଙ୍କଟରେ ତିମି ବଂଶ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୧୧: ସମୁଦ୍ରରେ ଅଦରକାରୀ ପ୍ଲାଷ୍ଟିକ୍‌ ସାମଗ୍ରୀକୁ ପକାଇବା ଯୋଗୁ ତିମି ବଂଶ ପାଇଁ ସୃଷ୍ଟି ହୋଇଛି ସଙ୍କଟ। 

ମାଧ୍ୟାକର୍ଷଣ ଶକ୍ତି ଫେଲ୍‌ ମାରିବାରୁ କେଜରିଓ୍ବାଲଙ୍କ ଆଖିରେ ପଡିଲା ଲଙ୍କାଗୁଣ୍ଡ: ଉମର ଅବଦୁଲ୍ଲା

ମାଧ୍ୟାକର୍ଷଣ ଶକ୍ତି ଫେଲ୍‌ ମାରିବାରୁ କେଜରିଓ୍ବାଲଙ୍କ ଆଖିରେ ପଡିଲା ଲଙ୍କାଗୁଣ୍ଡ: ଉମର ଅବଦୁଲ୍ଲା

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଉପରକୁ ହୋଇଥିବା ଲଙ୍କାଗୁଣ୍ଡ ମାଡକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା।

ନୌସେନାର ବଢ଼ିବ ଶକ୍ତି: ରୁଷିଆ ସହଯୋଗରେ ନିର୍ମିତ ହେବ ଯୁଦ୍ଧପୋତ

ନୌସେନାର ବଢ଼ିବ ଶକ୍ତି: ରୁଷିଆ ସହଯୋଗରେ ନିର୍ମିତ ହେବ ଯୁଦ୍ଧପୋତ

ନୂଆଦିଲ୍ଲୀ/ମସ୍କୋ,୨୧।୧୧: ଭାରତ ନୌସେନାର ଶକ୍ତି ବୃଦ୍ଧି ପାଇଁ ରୁଷିଆ ସହିତ ହାତ ମିଳାଇଛି। ଏନେଇ ଗୋଆ ଶିପ୍‌ୟାର୍ଡ ଲିମିଟେଡ୍‌ ଏବଂ ରୁଷିଆର ସରକାରୀ କମ୍ପାନୀ ରୋସୋବୋରୋନ ଏକ୍ସପୋର୍ଟ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି।