ଖେଳ |

ଜିମ୍ବାଓ୍ବେ ଦଳକୁ ଫେରିଲେ ଟେଲର, ଇର୍ଭିନ

ଜିମ୍ବାଓ୍ବେ ଦଳକୁ ଫେରିଲେ ଟେଲର, ଇର୍ଭିନ
ହରାରେ,୧୪।୯- ଆଗାମୀ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଗସ୍ତ ଲାଗି ଜିମ୍ବାଓ୍ବେ କ୍ରିକେଟ ବୋର୍ଡ ପକ୍ଷରୁ ଦଳ ଘୋଷଣା କରାଯାଇଛି। ବରିଷ୍ଠ ଖେଳାଳି ବ୍ରେଣ୍ଡନ ଟେଲର, କ୍ରେଗ ଇର୍ଭିନ ଓ ସିନ ଓ୍ବିଲିୟମ୍ସ ଦଳକୁ ଫେରିଛନ୍ତି। ଏମାନେ ଟ୍ରାଇ ସିରିଜ୍‌ ଓ ପାକିସ୍ତାନ ବିପକ୍ଷ ସିରିଜ୍‌ରୁ ଓହରି ଯାଇଥିଲେ। ଖେଳାଳିଙ୍କ ଦରମା ଓ ମ୍ୟାଚ୍‌ ଫି ଦେବାରେ ବୋର୍ଡ ଅସମର୍ଥ ହେବାରୁ ଏହି ଖେଳାଳିମାନେ ନିଜ ପକ୍ଷରୁ ନ ଖେଳିବା ଲାଗି ନିଷ୍ପତ୍ତି କରିଥିଲେ। ଏ ନେଇ ବୋର୍ଡ ପକ୍ଷରୁ ଆଇସିସି ସହାୟତା ଲୋଢ଼ା ଯାଇଥିଲା। କିନ୍ତୁ ଏବେ ସେମାନେ ଦ. ଆଫ୍ରିକା ଓ ବାଂଲାଦେଶ ଗସ୍ତ କରିବାକୁ ରାଜି। ଏହାବାଦ୍‌ ସୋଲୋମୋନ ମିରେ ଓ କାଇଲ ଜାର୍ଭିସ ସମ୍ପୂର୍ଣ୍ଣ ଫିଟ୍‌ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ହାମିଲଟନ ମାସାକାଜଙ୍କ ନେତୃତ୍ୱାଧୀନ ଦଳ ଦ. ଆଫ୍ରିକାଠାରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳିବା ପରେ ଟି୨୦ ସିରିଜ୍‌ ଖେଳିବ। 

All Right Reserved By

ଖେଳ |

ଜୋକୋଭିଚ୍‌-ଜେଭରେଭ ଫାଇନାଲ

ଜୋକୋଭିଚ୍‌-ଜେଭରେଭ ଫାଇନାଲ

ଲଣ୍ଡନ, ୧୮।୧୧(ଏଏଫ୍‌ପି)- ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌ ଏଠାରେ ଚାଲିଥିବା ଏଟିପି ଫାଇନାଲ୍ସ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି।

କାଣ୍ଡି ଟେଷ୍ଟ: ୧୭ ବର୍ଷ ପରେ ସିରିଜ ଜିତିଲା ଇଂଲଣ୍ଡ

କାଣ୍ଡି ଟେଷ୍ଟ: ୧୭ ବର୍ଷ ପରେ ସିରିଜ ଜିତିଲା ଇଂଲଣ୍ଡ

କାଣ୍ଡି, (ଶ୍ରୀଲଙ୍କା), ୧୮।୧୧(ଏପି)- ସ୍ଥାନୀୟ ପାଲିକେଲ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଅନୁଷ୍ଠିତ ୨ୟ ଟେଷ୍ଟ ମ୍ୟାଚ୍‌କୁ ଇଂଲଣ୍ଡ ୫୭ ରନରେ ଜିତି ନେଇଛି। 

ପ୍ରଜନେଶଙ୍କୁ ବେଙ୍ଗାଲୁରୁ ଓପନ୍‌ ଟାଇଟଲ୍‌

ପ୍ରଜନେଶଙ୍କୁ ବେଙ୍ଗାଲୁରୁ ଓପନ୍‌ ଟାଇଟଲ୍‌

ବେଙ୍ଗାଲୁରୁ, ୧୮।୧୧(ପି.ଟି.)- ଏଠାରେ ଅନୁଷ୍ଠିତ ଏକ ଲକ୍ଷ ୫୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ବେଙ୍ଗାଲୁରୁ ଓପନ୍‌ ଏଟିପି ଚ୍ୟାଲେଞ୍ଜର ପ୍ରତିଯୋଗିତାରେ ଭାରତର ପ୍ରଜନେଶ ଗୁଣେଶ୍ୱରନ ଚାମ୍ପିୟନ ହୋଇଛନ୍ତି।

ମହିଳା ଟି୨୦ ବିଶ୍ୱକପ: ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ମହିଳା ଟି୨୦ ବିଶ୍ୱକପ: ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ଗୁୟାନା, ୧୮।୧୧-ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ବୋଲର ମାନଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଭାରତ ଏଠାରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପର ଏକ ଲିଗ୍‌ ମ୍ୟାଚରେ ଅଷ୍ଟ୍ରେଲିଆକୁ ୪୮ ରନରେ ହରାଇ ଦେଇଛି। 

ଏସିଆନ୍‌ ପେଟାନ୍‌କ୍ୟୁ ଚାମ୍ପିୟନଶିପ୍‌:ଥାଇଲାଣ୍ଡକୁ ଡବଲ ସଫଳତା

ଏସିଆନ୍‌ ପେଟାନ୍‌କ୍ୟୁ ଚାମ୍ପିୟନଶିପ୍‌:ଥାଇଲାଣ୍ଡକୁ ଡବଲ ସଫଳତା

ଭୁବନେଶ୍ୱର, ୧୮।୧୧(ସ୍ପୋଟର୍‌ସ ବ୍ୟୁରୋ)କିଟ୍‌ ବିଶ୍ୱବିଦ୍ୟାଳୟ  ପରିସରରେ ଚାଲିଥିବା ଏସିଆନ୍‌ ବୋଉଲ୍ସ ସ୍ପୋଟର୍‌ସ କନଫେଡେରେଶନ ପେଟାନ୍‌କ୍ୟୁ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ ଅନୁଷ୍ଠିତ ମହିଳା ଓ ପୁରୁଷ ଡବଲ୍ସ ପ୍ରତିଯୋଗିତାରେ ଚମତ୍କର ପ୍ରଦର୍ଶନ କରି ଥାଇଲାଣ୍ଡ ଡବଲ ସଫଳତା ପାଇଛି। 

ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଖୋ-ଖୋ

ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଖୋ-ଖୋ

ଭୁବନେଶ୍ୱର, ୧୮।୧୧(କ୍ରୀଡ଼ା ପ୍ରତିନିଧି)-ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ଆନୁକୂଲ୍ୟରେ ଆୟୋଜିତ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଖୋ-ଖୋ ପ୍ରତିଯୋଗିତାରେ ଉତ୍କଳ, କିଟ୍‌, କଲ୍ୟାଣୀ ଓ ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟ ଗ୍ରୁପ ଚାମ୍ପିୟନ ହୋଇଛନ୍ତି।

ୟୁରୋପର ସବୁଠାରୁ ବୟସ୍କ ଗୋଲକିପର

ୟୁରୋପର ସବୁଠାରୁ ବୟସ୍କ ଗୋଲକିପର

ସୋଫିଆ, ୧୮ା୧୧ (ଏଏଫ୍‌ପି)-ବୁଲଗେରିଆର ଜିଓର୍ଗି ପେଟ୍‌କୋଭ୍‌ ୟୁରୋପର ସବୁଠାରୁ ବୟସ୍କ ଅନ୍ତର୍ଜାତୀୟ ଗୋଲକିପରର ମାନ୍ୟତା ଲାଭ କରିଛନ୍ତି।  ସାଇପ୍ରସ ବିପକ୍ଷ ମ୍ୟାଚ ଖେଳି ସେ ଏହି ଗୌରବ ଅର୍ଜନ କରିବେ।  

ବେଙ୍ଗଲ ଓ୍ବାରିୟର୍ସ ବିଜୟୀ

ବେଙ୍ଗଲ ଓ୍ବାରିୟର୍ସ ବିଜୟୀ

ଅହମ୍ମଦାବାଦ, ୧୮ା୧୧ (ପି.ଟି.)-ଚଳିତ ପ୍ରୋ-କବାଡ଼ି ଲିଗ୍‌ ଆନ୍ତଃ ଜୋନ୍‌ ଚ୍ୟାଲେଞ୍ଜରେ ଶନିବାର ବେଙ୍ଗଲ ଓ୍ବାରିୟର୍ସ ୨୬-୨୨ରେ ପୁନେରୀ ପଲ୍‌ଟନକୁ ହରାଇ ଦେଇଛି। ଏହି ମ୍ୟାଚ ଖେଳିବା ପୂର୍ବରୁ ଦୁଇ ଦଳ କ୍ରମାଗତ ପରାଜୟ ବରଣ କରିଥିବାରୁ ଉଭୟେ ଏଥିରେ ସେମାନଙ୍କ ଭାଗ୍ୟ ବଦଳାଇବା ଲକ୍ଷ୍ୟରେ ଥିଲେ। 

ପାକିସ୍ତାନ ଅଗ୍ରଣୀ

ପାକିସ୍ତାନ ଅଗ୍ରଣୀ

ଆବୁଧାବି, ୧୮ା୧୧ (ଏଏଫ୍‌ପି)-ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ପାକିସ୍ତାନ ପ୍ରଥମ ଇନିଂସ ଅଗ୍ରଣୀ ଲାଭ କରିଛି। ନ୍ୟୁଜିଲାଣ୍ଡ ଏହାର ଦ୍ୱିତୀୟ ଇନିଂସ ଖେଳିବାକୁ ଯାଇ ଶନିବାର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୧ ଉଇକେଟ ବିନିମୟରେ ୫୬ ରନ କରିଛି। ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ସ୍କୋର ୧୫୩ ଜବାବରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୨ଉଇକେଟ ବିନିମୟରେ ୫୯ରନ କରିଥିବା ପାକିସ୍ତାନ ୨୨୭ରନରେ ଅଲଆଉଟ ହୋଇଯାଇଥିଲା। 

ଟି୨୦ରେ ଅଷ୍ଟ୍ରେଲିଆକୁ ହରାଇଲା ଦକ୍ଷିଣ ଆଫ୍ରିକା

ଟି୨୦ରେ ଅଷ୍ଟ୍ରେଲିଆକୁ ହରାଇଲା ଦକ୍ଷିଣ ଆଫ୍ରିକା

ଗୋଲ୍ଡକୋଷ୍ଟ, ୧୭ା୧୧(ଏଏଫ୍‌ପି)- କୁଇନ୍ସଲାଣ୍ଡର କାରା ଓଭାଲଠାରେ ଶନିବାର ଖେଳାଯାଇଥିବା ଏକ ଅନ୍ତ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୨୧ ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ବର୍ଷାଜନିତ କାରଣରୁ ମ୍ୟାଚ୍‌କୁ ୧୦ ଓଭର ବିଶିଷ୍ଟ କରାଯାଇଥିଲ। 

ରୋମାଞ୍ଚକ ସ୍ଥିତିରେ କାଣ୍ଡି ଟେଷ୍ଟ

ରୋମାଞ୍ଚକ ସ୍ଥିତିରେ କାଣ୍ଡି ଟେଷ୍ଟ

କାଣ୍ଡି(ଶ୍ରଲଙ୍କା), ୧୭।୧୧(ଏଏଫ୍‌ପି)- ଘରୋଇ ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ଟେଷ୍ଟ ସିରିଜର ୨ୟ ମ୍ୟାଚ୍‌ ରୋମାଞ୍ଚକ ସ୍ଥିତିରେ ପହଞ୍ଚତ୍ଛି। ୩୦୧ ରନର ଟାର୍ଗେଟ୍‌କୁ ପିଛା କରୁଥିବା ଶ୍ରୀଲଙ୍କା ଶନିବାର ୪ର୍ଥ ଦିବସ ଖେଳ ଶେଷ ସୁଦ୍ଧା ୭ ଉଇକେଟ୍‌ ହରାଇ ୨୨୬ ରନ କରିଛି।

ସିଏସ୍‌କେକୁ ଧନ୍ୟବାଦ ଜଣାଇଲେ କେଦାର

ସିଏସ୍‌କେକୁ ଧନ୍ୟବାଦ ଜଣାଇଲେ କେଦାର

ମୁମ୍ବାଇ,୧୭।୧୧- ଆଇପିଏଲର ଡିଫେଣ୍ଡିଂ ଚାମ୍ପିୟନ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଗତ ସଂସ୍କରଣ ଭଳି ଆଗାମୀ ଥର ପ୍ରାୟତଃ ସମାନ ଖେଳାଳିଙ୍କୁ ନେଇ ଖେଳିବ। ଫ୍ରାଞ୍ଚାଇଜ କୋର ଗ୍ରୁପ ଖେଳାଳିଙ୍କ ସମେତ ୨୨ ଜଣଙ୍କୁ  ବଜାୟ ରଖିଛି। ଏଥିରେ ଭାରତୀୟ ଦଳର ଅଲରାଉଣ୍ଡର କେଦାର ଯାଦବ ମଧ୍ୟ ରହିଛନ୍ତି।