ଅନ୍ତର୍ଜାତୀୟ |

ନ୍ୟାଚୁରାଲ ଗ୍ୟାସ୍‌ ପାଇପ୍‌ ଲାଇନ୍‌ରେ ବିସ୍ଫୋରଣ: ୧ମୃତ, ୬ ଆହତ

ନ୍ୟାଚୁରାଲ ଗ୍ୟାସ୍‌ ପାଇପ୍‌ ଲାଇନ୍‌ରେ ବିସ୍ଫୋରଣ: ୧ମୃତ, ୬ ଆହତ
ଓ୍ବାଶିଂଟନ୍‌,୧୪।୯: ଆମେରିକାର ବୋଷ୍ଟନ ସହରରେ ଥିବା ନ୍ୟାଚୁରାଲ ଗ୍ୟାସ୍‌ ପାଇପ୍‌ ଲାଇନ୍‌ରେ ଗୁରୁବାର ବିସ୍ଫୋରଣ ହୋଇଛି। ଏହାପରେ ଶୁକ୍ରବାର ସୁଦ୍ଧା ପ୍ରାୟ ୭୦ଟି ସ୍ଥାନରେ ନିଆଁ ଲାଗି ଯାଇଥିବା ଜଣାପଡିଛି। ତେବେ ଏଥିରେ ପ୍ରାୟ ୬ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଲାରେନ୍ସ, ଏଣ୍ଡୋଭର ଓ ଉତ୍ତର ଏଣ୍ଡୋଭରରେ ବିସ୍ଫୋରଣ ହେବା ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା ସହ ଉକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହକୁ କାଟି ଦେଇଥିଲେ। ଏହାସହ ଗ୍ୟାସ ସଂଯୋଗକୁ ମଧ୍ୟ ବିଚ୍ଛିନ୍ନ କରାଯାଇଥିଲା। ଏହି ସମୟରେ ଜଣେ ଅଗ୍ନିଶମ ବାହିନୀ କର୍ମଚାରୀ ଆହତ ମଧ୍ୟ ହୋଇଥିଲେ। ତେବେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଗ୍ୟାସ ଲାଇନରେ ଅଧିକ ଚାପ ହେବାରୁ ଏହି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି। 
All Right Reserved By

ଅନ୍ତର୍ଜାତୀୟ |

ଭେନେଜୁଏଲାର ବିରୋଧୀ ନେତାଙ୍କୁ ସମର୍ଥନ କଲେ ଟ୍ରମ୍ପ

ଭେନେଜୁଏଲାର ବିରୋଧୀ ନେତାଙ୍କୁ ସମର୍ଥନ କଲେ ଟ୍ରମ୍ପ

ଓ୍ବାଶିଂଟନ,୨୪।୧: ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କ ବିରୋଧରେ ଏବେ ପ୍ରଦର୍ଶନ ଜାରି ରହିଛି। ବୁଧବାର ହୋଇଥିବା ପ୍ରଦର୍ଶନର ନେତୃତ୍ୱ ନେଇଥିଲେ ଖୁଆନ ଗୋଇଦୋ।

ଜାନୁୟାରୀ ୨୬ରେ ତ୍ରିରଙ୍ଗା ଜଳାଇବାକୁ ଧମକ ଦେଲା ଖଲିସ୍ତାନ ସଂଗଠନ

ଜାନୁୟାରୀ ୨୬ରେ ତ୍ରିରଙ୍ଗା ଜଳାଇବାକୁ ଧମକ ଦେଲା ଖଲିସ୍ତାନ ସଂଗଠନ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୪।୧:  ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ଆମେରିକା ଓ୍ବାଶିଂଟନ ଡିସିରେ ତ୍ରିରଙ୍ଗା ଜଳାଇବାକୁ ଧମକ ଦେଇଛି ଏକ ଖଲିସ୍ତାନ ସଂଗଠନ। ଏଠାରେ ତତ୍ବା ଭାରତୀୟ ଦୂତାବାସ ସମ୍ମୁଖରେ ଏପରି କରିବାକୁ ଦିଆଯାଇଛି ଧମକ।

୨ ରୁଷିଆ ଜାହାଜରେ ଅଗ୍ନିକାଣ୍ଡ ଘଟଣା: ୬ ମୃତ ଭାରତୀୟଙ୍କ ମଧ୍ୟରେ ସମ୍ବଲପୁରର ଓଡ଼ିଆ ପୁଅ ସିଦ୍ଧାର୍ଥ

୨ ରୁଷିଆ ଜାହାଜରେ ଅଗ୍ନିକାଣ୍ଡ ଘଟଣା: ୬ ମୃତ ଭାରତୀୟଙ୍କ ମଧ୍ୟରେ ସମ୍ବଲପୁରର ଓଡ଼ିଆ ପୁଅ ସିଦ୍ଧାର୍ଥ

ନୂଆଦିଲ୍ଲୀ/ମସ୍କୋ,୨୪।୧: ରୁଷିଆର ୨ ଜାହାଜରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ମୃତକଙ୍କ ମଧ୍ୟରେ ୬ ଭାରତୀୟ ଥିଲେ। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି।

ଶରିଫ ଗୁରୁତର

ଶରିଫ ଗୁରୁତର

ଲାହୋର,୨୪ା୧(ପି.ଟି.):ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଗୁରୁତର ହୋଇପଡିଥିବା ଡାକ୍ତର କହିଛନ୍ତି। ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ ନେବାକୁ ସେ ପରାମର୍ଶ ଦେଇଛନ୍ତି। 

ଆମେରିକାରେ ଅଚଳାବସ୍ଥା ଦୂର ଲାଗି:ସିନେଟରେ ଭୋଟ ଆଜି

ଆମେରିକାରେ ଅଚଳାବସ୍ଥା ଦୂର ଲାଗି:ସିନେଟରେ ଭୋଟ ଆଜି

ଓ୍ବାଶିଂଟନ,୨୪ା୧(ପି.ଟି.):ଆମେରିକା କଂଗ୍ରେସ ବଜେଟ ଅନୁମୋଦନ ନ କରିବା ଫଳରେ ସେଠାରେ ମାସେରୁ ଊର୍ଦ୍ଧ୍ୱ ସମୟ ହେଲା ଅଚଳାବସ୍ଥା ଲାଗି ରହିଛି। ଏହାକୁ ଦୂର କରିବା ଲାଗି ଅଣାଯାଇଥିବା ପ୍ରସ୍ତାବ ଉପରେ ଗୁରୁବାର ଭୋଟିଂ ନିମନ୍ତେ ସିନେଟରମାନେ ରାଜି ହୋଇଛନ୍ତି। 

ଚଳିତ ବର୍ଷ ୧୦ଟି କାରଣ ଯୋଗୁ  କୋଟି କୋଟି ଲୋକଙ୍କ ଜୀବନ ଯିବ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଚଳିତ ବର୍ଷ ୧୦ଟି କାରଣ ଯୋଗୁ କୋଟି କୋଟି ଲୋକଙ୍କ ଜୀବନ ଯିବ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ/ଜେନେଭା,୨୩।୧: ଚଳିତ ବର୍ଷ ୧୦ଟି କାରଣ ଯୋଗୁ ପୃଥିବୀର କୋଟି କୋଟି ଲୋକଙ୍କର ଜୀବନ ଯିବ। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶ ପାଇଛି ଏକ ରିପୋର୍ଟ।

ମାଡ଼ି ଆସୁଛି ବିପଦ: ତରଳୁଛି ଗ୍ରୀନ୍‌ଲାଣ୍ଡ ହିମପାହାଡ଼; ପାଣିରେ ବୁଡ଼ିଯିବ ଅନେକ ଦେଶ

ମାଡ଼ି ଆସୁଛି ବିପଦ: ତରଳୁଛି ଗ୍ରୀନ୍‌ଲାଣ୍ଡ ହିମପାହାଡ଼; ପାଣିରେ ବୁଡ଼ିଯିବ ଅନେକ ଦେଶ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୩।୧: ମାଡ଼ି ଆସୁଛି ପୃଥିବୀ ଉପରେ ବିପଦ। ତାପମାତ୍ରା ବୃଦ୍ଧି ତଥା ପରିବେଶ ପ୍ରଦୂଷଣର ପ୍ରଭାବ ଗ୍ରୀନ୍‌ଲାଣ୍ଡର ହିମପାହାଡ଼ ଉପରେ ପଡ଼ିବାରେ ଲାଗିଛି। 

ଯେଉଁଠି ମୃତ୍ୟୁ ଅପରାଧ

ଯେଉଁଠି ମୃତ୍ୟୁ ଅପରାଧ

ଇଂଲଣ୍ଡରେ ଏକ ଅଜବ ଆଇନ ପ୍ରଚଳିତ ଥିଲା। ଏଠାରେ କୌଣସି ବ୍ୟକ୍ତି ପାର୍ଲାମେଣ୍ଟ ଭବନରେ ମୃତ୍ୟୁବରଣ କରିପାରିବେ ନାହିଁ ବୋଲି ନିୟମ ଥିଲା।

୯ ମାସ ଶିଶୁକୁ ୨୪ ଘଣ୍ଟାରେ ୨୫ ଥର ହାର୍ଟ ଆଟାକ୍‌

୯ ମାସ ଶିଶୁକୁ ୨୪ ଘଣ୍ଟାରେ ୨୫ ଥର ହାର୍ଟ ଆଟାକ୍‌

ଲଣ୍ଡନ,୨୨।୧: ବ୍ରିଟେନ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୯ ମାସରେ ଶିଶୁକୁ ୨୪ ଘଣ୍ଟାରେ ୨୫ ଥର ହାର୍ଟ ଆଟାକ୍‌ ଆସିଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି। 

୩୦ ବର୍ଷ ଧରି ଭାରତୀୟ ନାଗରିକତା ପାଇଁ ସଂଘର୍ଷ କରୁଛନ୍ତି ୭୦ ପରିବାର

୩୦ ବର୍ଷ ଧରି ଭାରତୀୟ ନାଗରିକତା ପାଇଁ ସଂଘର୍ଷ କରୁଛନ୍ତି ୭୦ ପରିବାର

ଲକ୍ଷ୍ନୌ/ଇସଲାମାବାଦ୍‌,୨୨।୧: ଭାରତରେ ବାସ କରି ମଧ୍ୟ ମିଳିନି ଏପର୍ଯ୍ୟନ୍ତ ନାଗରିକତା। ଗତ ୩୦ ବର୍ଷ ଧରି ନାଗରିକତା ପାଇଁ ଲକ୍ଷ୍ନୌର ୭୦ ପରିବାର କରୁଛନ୍ତି ସଂଘର୍ଷ। ଇତିମଧ୍ୟରେ ଭାରତରେ ଜନ୍ମ ହୋଇଥିବା ସେମାନଙ୍କର ସନ୍ତାନଙ୍କୁ ମିଳିଛି ନାଗରିକତା।

ଦୁଇଟି ଜାହାଜରେ ଲାଗିଲା ନିଆଁ: ୧୧ ମୃତ

ଦୁଇଟି ଜାହାଜରେ ଲାଗିଲା ନିଆଁ: ୧୧ ମୃତ

ମସ୍କୋ,୨୨।୧: ଭାରତ, ତୁର୍କୀ ଓ ଲିବିୟାର କ୍ରିଉ ମେମ୍ବରଙ୍କୁ ନେଇ ଯାଉଥିବା ୨ଟି ଜାହାଜ ରୁଷ ଉପକୂଳରେ ନିଆଁ ଲାଗିଯିବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ଘଟିଛି ଏମିତି ଏକ ଦୁର୍ଘଟଣା। 

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ତେଲ ଟ୍ୟାଙ୍କର: ୩୦ ଯାତ୍ରୀ ଜୀବନ୍ତ ଦଗ୍ଧ

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ତେଲ ଟ୍ୟାଙ୍କର: ୩୦ ଯାତ୍ରୀ ଜୀବନ୍ତ ଦଗ୍ଧ

ବାଲୁଚିସ୍ତାନ,୨୨।୧: ପାକିସ୍ତାନ ବାଲୁଚିସ୍ତାନରେ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍‌କୁ ତେଲ ଟ୍ୟାଙ୍କର ଧକ୍କା ଦେଇଛି। ଏଥିରେ ୩୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୬ରୁ ଅଧିକ ଲୋକ ଆହତ ହୋଇଛନ୍ତି।