ଜାତୀୟ |

ଭାରତ-ଚାଇନା ମଧ୍ୟରେ ଚାଲିପାରେ ବୁଲେଟ୍‌ ଟ୍ରେନ୍‌

ଭାରତ-ଚାଇନା ମଧ୍ୟରେ ଚାଲିପାରେ ବୁଲେଟ୍‌ ଟ୍ରେନ୍‌
ନୂଆଦିଲ୍ଲୀ/ବେଜିଂ,୧୪।୯: ଅହମ୍ମଦାବାଦ ଓ ମୁମ୍ବାଇ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ତ୍ୱାକାଂକ୍ଷୀ ପରିଯୋଜନା ବୁଲେଟ୍‌ ଟ୍ରେନ୍‌ ଚଳାଚଳ ପାଇଁ ହୁଏତ ଆହୁରି କିଛି ସମୟ ଲାଗିପାରେ। ହେଲେ ଇତି ମଧ୍ୟରେ ଆଉ ଏକ ଖବର ଏବେ ସମସ୍ତଙ୍କୁ ଚକିତ କରିଛି। ଭାରତ ଓ ଚାଇନା ମଧ୍ୟରେ ଚାଲିବ ବୁଲେଟ୍‌ ଟ୍ରେନ୍‌। ଏହା କୋଲକାତା ସହରକୁ ଚାଇନାର କୁନମିଙ୍ଗ ସହରକୁ ଯୋଡିବ ବୋଲି ଜଣାପଡିଛି। ଚାଇନାର ଜଣେ ରାଜନେତା ଏହି ସୂଚନା ଦେଇଛନ୍ତି। କୋଲକାତାରେ ଥିବା ଚାଇନାର କନସୁଲ୍‌ ଜେନେରାଲ ମା ଝାନବୁ ଏହା ପ୍ରକାଶ କରିଛନ୍ତି। ଏହା ଚାଇନାରୁ ମ୍ୟାନମାର, ବାଂଲାଦେଶ ଦେଇ କୋଲକାତା ପହଞ୍ଚିବ ବୋଲି ସେ ସୂଚନା ଦେଇଛନ୍ତି। ଯଦି ଏହା ସମ୍ଭବ ହେବ ତେବେ ୨ ଦେଶ ମଧରେ ସମ୍ପର୍କ ଦୃଢ ହେବା ସହ ମାତ୍ର ଅଳ୍ପ କେଇ ଘଣ୍ଟା ମଧ୍ୟରେ ଚାଇନାରୁ ଭାରତ ପହଞ୍ଚି ହେବ। 
All Right Reserved By

ଜାତୀୟ |

ଦେଢମାସ ପରେ ଖଣିରୁ ଉଦ୍ଧାର ହେଲା ମୃତଦେହ

ଦେଢମାସ ପରେ ଖଣିରୁ ଉଦ୍ଧାର ହେଲା ମୃତଦେହ

ଶିଲଂ,୨୪।୧: ମେଘାଳୟର ଏକ ବେଆଇନ ଖଣିରେ ଫସି ରହିଥିବା ଶ୍ରମିକମାଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଗୁରୁବାର ଉଦ୍ଧାର କରାଯାଇଛି। ତୁରନ୍ତ ଉକ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। 

ପରପାରିରେ ଗୋବିନ୍ଦାଙ୍କ ଭଣଜା

ପରପାରିରେ ଗୋବିନ୍ଦାଙ୍କ ଭଣଜା

ମୁମ୍ବାଇ,୨୪।୧: ବଲିଉଡ୍‌ ଅଭିନେତା ଗୋବିନ୍ଦାଙ୍କ ଭଣଜା ତଥା ବଲିଉଡ୍‌ ପ୍ରଯୋଜକ କିର୍ତ୍ତି କୁମାର ଆହୁଜାଙ୍କ ପୁଅ ଡମ୍ପି ଓରଫ ଜନ୍ମେନ୍ଦ୍ର ଆହୁଜାଙ୍କର ପରଲୋକ ହୋଇଛି। ଗୁରୁବାର ହୃଦଘାତ ଯୋଗୁ ତାଙ୍କର ପରଲୋକ ହୋଇଥିବା କୁହାଯାଉଛି।

ପୁଣିଥରେ ବାହାହେବେ ରଜନୀକାନ୍ତଙ୍କ ଝିଅ

ପୁଣିଥରେ ବାହାହେବେ ରଜନୀକାନ୍ତଙ୍କ ଝିଅ

ଚେନ୍ନାଇ,୨୪।୧: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। କିଛିଦିନ ହେବ ସୌନ୍ଦର୍ଯ୍ୟାଙ୍କ ଦ୍ୱିତୀୟ ବିବାହକୁ ନେଇ ଆଲୋଚନା ଚାଲିଥିବା ବେଳେ ଆସନ୍ତା ଫେବୃୟାରୀ ସେ ବିବାହ କରିବେ ବୋଲି ଜଣାପଡିଛି।

ଜାନୁୟାରୀ ୨୬ରେ ତ୍ରିରଙ୍ଗା ଜଳାଇବାକୁ ଧମକ ଦେଲା ଖଲିସ୍ତାନ ସଂଗଠନ

ଜାନୁୟାରୀ ୨୬ରେ ତ୍ରିରଙ୍ଗା ଜଳାଇବାକୁ ଧମକ ଦେଲା ଖଲିସ୍ତାନ ସଂଗଠନ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୪।୧:  ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ଆମେରିକା ଓ୍ବାଶିଂଟନ ଡିସିରେ ତ୍ରିରଙ୍ଗା ଜଳାଇବାକୁ ଧମକ ଦେଇଛି ଏକ ଖଲିସ୍ତାନ ସଂଗଠନ। ଏଠାରେ ତତ୍ବା ଭାରତୀୟ ଦୂତାବାସ ସମ୍ମୁଖରେ ଏପରି କରିବାକୁ ଦିଆଯାଇଛି ଧମକ।

ବାରଣାସୀ, ଗୋରଖପୁର ହେବ ଭାଜପା ମୁକ୍ତ: ଶିବଲ

ବାରଣାସୀ, ଗୋରଖପୁର ହେବ ଭାଜପା ମୁକ୍ତ: ଶିବଲ

ନୂଆଦିଲ୍ଲୀ,୨୪।୧: ପ୍ରିୟଙ୍କା ଭଦ୍ରା ରାଜନୀତି ମଇଦାନକୁ ଓହ୍ଲାଇବା ପରେ ଏବେ ଆରମ୍ଭ ହୋଇଛି ଅସଲ ରାଜନୀତି। କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି। 

ସ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଛୁଟି ମାଗିଲେ ବ୍ୟାଙ୍କ ଅଧିକାରୀ

ସ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଛୁଟି ମାଗିଲେ ବ୍ୟାଙ୍କ ଅଧିକାରୀ

ପାଟନା,୨୪।୧: ସ୍ତ୍ରୀଙ୍କୁ ହତ୍ୟା କରି ତାଙ୍କ ଅନ୍ତିମ ସଂସ୍କାର ପାଇଁ ଜଣେ ବ୍ୟାଙ୍କ ଅଧିକାରୀ ଉପର ଅଫିସରଙ୍କୁ ଲେଖିଛନ୍ତି ଚିଠି। ଏହାର କପି ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଜାତୀୟ ମାନବାଧିକାର ଆୟୋଗଙ୍କ ପାଖକୁ ପଠାଇଛନ୍ତି।  

ଆତଙ୍କବାଦୀରୁ ଯବାନ: ଶହୀଦ ନଜୀର ଓ୍ବାନୀଙ୍କୁ ଅଶୋକ ଚକ୍ର

ଆତଙ୍କବାଦୀରୁ ଯବାନ: ଶହୀଦ ନଜୀର ଓ୍ବାନୀଙ୍କୁ ଅଶୋକ ଚକ୍ର

ନୂଆଦିଲ୍ଲୀ,୨୪।୧: ଆତଙ୍କବାଦ ରାସ୍ତା ଛାଡ଼ି ସେନାରେ ଯୋଗଦେଇଥିବା ଶହୀଦ୍‌ ନଜୀର ଓ୍ବାନୀଙ୍କୁ ବୀରତା ପାଇଁ ଅଶୋକ ଚକ୍ର ପ୍ରଦାନ କରାଯିବ। 

ବାରମୂଳା ଜିଲା ଆତଙ୍କବାଦ ମୁକ୍ତ: ଜମ୍ମୁ-କଶ୍ମୀର ଡିଜିପି

ବାରମୂଳା ଜିଲା ଆତଙ୍କବାଦ ମୁକ୍ତ: ଜମ୍ମୁ-କଶ୍ମୀର ଡିଜିପି

ଶ୍ରୀନଗର,୨୪।୧: ବାରମୂଳା ଜିଲା ଆତଙ୍କବାଦ ମୁକ୍ତ ହୋଇଛି। ଏନେଇ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅପରେଶନ୍‌ ଅଲ୍‌ ଆଉଟ୍‌ ଅନ୍ତର୍ଗତ ମିଳିତ ସୁରକ୍ଷାବଳଙ୍କୁ ଏହି ସଫଳତା ମିଳିଥିବା ପୋଲିସ କହିଛି। 

ହସ୍ପିଟାଲରୁ ଗର୍ଭବତୀଙ୍କୁ ବାହାର କଲେ କର୍ମଚାରୀ: ରାସ୍ତାରେ ଜନ୍ମ ହେଲା ଶିଶୁ କନ୍ୟା

ହସ୍ପିଟାଲରୁ ଗର୍ଭବତୀଙ୍କୁ ବାହାର କଲେ କର୍ମଚାରୀ: ରାସ୍ତାରେ ଜନ୍ମ ହେଲା ଶିଶୁ କନ୍ୟା

ଲକ୍ଷ୍ନୌ,୨୪।୧: ଉତ୍ତରପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ଜାଲୌନ ଜିଲାର ବାବଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସବ ପାଇଁ ସିରସାରୁ ଆସିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ କର୍ମଚାରୀ ଜୋର୍‌ ଜବରଦସ୍ତ ବାହାରକୁ ତଡ଼ି ଦେଇଥିଲେ। 

ଏଥର କିଏ ହେବେ ସାଧାରଣତନ୍ତ୍ର ଦିବସର ଅତିଥି

ଏଥର କିଏ ହେବେ ସାଧାରଣତନ୍ତ୍ର ଦିବସର ଅତିଥି

ନୂଆଦିଲ୍ଲୀ,୨୪।୧: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ବା ୨୬ ଜାନୁୟାରୀକୁ ସାରାଦେଶ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରିବାକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ସାରିଛି। ରାଜଧାନୀ ଦିଲ୍ଲୀରେ ଆୟୋଜିତ ପରେଡ ୯୦ ମିନିଟ୍‌ ଅବଧିର ହେବ ବୋଲି ସୂଚନା ମିଳିଛି।

୨ ରୁଷିଆ ଜାହାଜରେ ଅଗ୍ନିକାଣ୍ଡ ଘଟଣା: ୬ ମୃତ ଭାରତୀୟଙ୍କ ମଧ୍ୟରେ ସମ୍ବଲପୁରର ଓଡ଼ିଆ ପୁଅ ସିଦ୍ଧାର୍ଥ

୨ ରୁଷିଆ ଜାହାଜରେ ଅଗ୍ନିକାଣ୍ଡ ଘଟଣା: ୬ ମୃତ ଭାରତୀୟଙ୍କ ମଧ୍ୟରେ ସମ୍ବଲପୁରର ଓଡ଼ିଆ ପୁଅ ସିଦ୍ଧାର୍ଥ

ନୂଆଦିଲ୍ଲୀ/ମସ୍କୋ,୨୪।୧: ରୁଷିଆର ୨ ଜାହାଜରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ମୃତକଙ୍କ ମଧ୍ୟରେ ୬ ଭାରତୀୟ ଥିଲେ। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି।

କୁମ୍ଭମେଳାରେ ସନାତନ ଧର୍ମ ଗ୍ରହଣ କଲେ ବିଦେଶୀ ପର୍ଯ୍ୟଟକ

କୁମ୍ଭମେଳାରେ ସନାତନ ଧର୍ମ ଗ୍ରହଣ କଲେ ବିଦେଶୀ ପର୍ଯ୍ୟଟକ

ପ୍ରୟାଗରାଜ,୨୪।୧: ବିଶ୍ୱର ସର୍ବବୃହତ୍ତ ଧାର୍ମିକ କୁମ୍ଭମେଳା ପରିଦର୍ଶନ କରିବାକୁ ଆସିଥିବା ଅନେକ ପର୍ଯ୍ୟଟକ ସନାତନ ଧର୍ମ ଗ୍ରହଣ କରିଥିବା ଜଣାପଡିଛି। ମୋକ୍ଷ ପ୍ରାପ୍ତି ପାଇଁ ଏମାନେ ଏହି ଧର୍ମ ଗ୍ରହଣ କରିଥିବା କୁହାଯାଉଛି।