ମେଟ୍ରୋ |

ଗଣେଶ ପୂଜାରେ ପ୍ଲାଷ୍ଟିକମୁକ୍ତ ଅଭିଯାନ

ଗଣେଶ ପୂଜାରେ ପ୍ଲାଷ୍ଟିକମୁକ୍ତ ଅଭିଯାନ
ପୁରୀ ଅଫିସ,୧୪।୯: ଗଣେଶ ପୂଜା ଅବସରରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଇଂରାଜୀ ସ୍ନାତକୋତ୍ତର(ପୋଷ୍ଟ ଗ୍ରାଜୁଏଟ୍‌) ବିଭାଗର ଛାତ୍ରୀମାନେ ପ୍ଲାଷ୍ଟିକମୁକ୍ତ ଓଡ଼ିଶା ପାଇଁ ଆହ୍ବାନ ଦେଇଥିଲେ। ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଚାଲିଥିବା ଏହି ଅଭିଯାନକୁ ସେମାନେ ସ୍ବାଗତ କରିବାସହ ଇଂରାଜୀ ବିଭାଗରେ ପ୍ଲାଷ୍ଟିକ ଓ ପଲିଥିନମୁକ୍ତ ଲାଗି ସଂକଳ୍ପ ନେଇଥିଲେ। ଆଗକୁ ଏହି ଅଭିଯାନକୁ ବ୍ୟାପକ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ସୋସିଆଲ ମିଡିଆରେ ଏ ନେଇ ପ୍ରଚାର କରିବେ ବୋଲି ପିଜି ଦ୍ୱିତୀୟ ବର୍ଷ ଛାତ୍ରୀ ଜ୍ୟୋତିର୍ମୟୀ ପଣ୍ଡା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସ୍ବର୍ଣ୍ଣମୁଦ୍ରା ବିଶ୍ୱାଳ, ଭାଗ୍ୟଶ୍ରୀ ବେହେରା, ନିତ୍ୟଲଗ୍ନା ମିଶ୍ର, ପଦ୍ମିନୀ ଓଝା, କରିସ୍ମା ସ୍ବାଇଁ ପ୍ରମୁଖ ସାମିଲ ହୋଇଥିଲେ।
All Right Reserved By

ମେଟ୍ରୋ |

ସତ୍ୟବାଦୀରେ ହକ୍ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ

ସତ୍ୟବାଦୀରେ ହକ୍ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ

ସାକ୍ଷୀଗୋପାଳ, ୧୯।୩(ଡି.ଏନ୍‌.ଏ.)-ପୁରୀ ଜିଲା ସତ୍ୟବାଦୀ ବ୍ଲକର ତିନୋଟି ଜିଲା ପରିଷଦ ଯୋନରେ ମଙ୍ଗଳବାର ବିଜେଡି ପକ୍ଷରୁ ଜବାବ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପେଣ୍ଠପଡା ପଞ୍ଚାୟତର କୋଶଳେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସଭାରେ ଜିଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ ସଭାପତିତ୍ୱ କରି ଓଡ଼ିଶାକୁ ହକ୍‌ ଦେବାରେ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବକୁ କଡା ସମାଲୋଚନା କରିଥିଲେ। 

ଘୁଞ୍ଚିଲା ଜେଇଇ ଆଡ୍‌ଭାନ୍ସ ପରୀକ୍ଷା, ମେ’ ୧୯ ପରିବର୍ତ୍ତେ ୨୭ରେ ହେବ

ଘୁଞ୍ଚିଲା ଜେଇଇ ଆଡ୍‌ଭାନ୍ସ ପରୀକ୍ଷା, ମେ’ ୧୯ ପରିବର୍ତ୍ତେ ୨୭ରେ ହେବ

ଭୁବନେଶ୍ୱର,୧୯।୩(ବ୍ୟୁରୋ)- ସାଧାରଣ ନିର୍ବାଚନ ପାଇଁ ଜେଇଇ ଆଡ୍‌ଭାନ୍ସ ପରୀକ୍ଷା ଘୁଞ୍ଚାଯାଇଛି। ଆସନ୍ତା ମେ’ ୧୯ ପରିବର୍ତ୍ତେ ୨୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ଦ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି), ରୁର୍‌କି ପକ୍ଷରୁ ଏହି ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

ଇସ୍ତଫା ଦେଲେ ଓୟୁଏଟି କୁଳପତି

ଇସ୍ତଫା ଦେଲେ ଓୟୁଏଟି କୁଳପତି

ଭୁବନେଶ୍ୱର,୧୯।୩(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) କୁଳପତି ପଦରୁ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଡାକ ଯୋଗେ ସେ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କ ପାଖକୁ ପଠାଇଥିବା ଜଣାପଡ଼ିଛି।

ଅରିଲୋ ଗ୍ରାମରେ ଦୋଳ ମେଳଣ ଆରମ୍ଭ

ଅରିଲୋ ଗ୍ରାମରେ ଦୋଳ ମେଳଣ ଆରମ୍ଭ

ଫୁଲନଖରା,୧୮।୩(ଡି.ଏନ୍‌.ଏ.)- କଟକ ସଦର ଥାନା ଅନ୍ତର୍ଗତ ଅରିଲୋ ଗ୍ରାମର ଜନାର୍ଦ୍ଦନ ଦେବଙ୍କ ପ୍ରସିଦ୍ଧ ଦୋଳ ମେଳଣ ହରିହର ଭେଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଯୁଗଳକିଶ୍ୱର ଦେବ ଜନାର୍ଦ୍ଦନ ଦେବଙ୍କୁ  ନିମନ୍ତ୍ରଣ କରାଯିବା ପରେ ମହିଧରପଡ଼ା ଓ ଅରଡ଼ିଆପଦା ଗ୍ରାମର ଲକ୍ଷ୍ମୀନାରାୟଣ ଦେବ, ରାଧାମାଧବ ଓ ଗୋପୀନାଥ ଦେବଙ୍କ ବିମାନକୁ ବାଜାବାଣ ରୋଶଣି କରି ପୀଠକୁ ଅଣାଯାଇ ମେଳଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। 

ମରାମତି ବେଳେ ଡ୍ରାଇଭର କରିଦେଲେ ଷ୍ଟାଟ: ଓଲଟି ପଡିଲା ଟ୍ରକ,  ମେକାନିକ ମୃତ

ମରାମତି ବେଳେ ଡ୍ରାଇଭର କରିଦେଲେ ଷ୍ଟାଟ: ଓଲଟି ପଡିଲା ଟ୍ରକ, ମେକାନିକ ମୃତ

ଖୋର୍ଦ୍ଧା ଅଫିସ,୧୯।୩: ଖୋର୍ଦ୍ଧା ବ୍ଲକ କାଇପଦରର ଟାଙ୍ଗେଣି ମୁଣ୍ଡିଆ ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ମେକାନିକ ଟ୍ରକରେ ଲାଗିଥିବା ପତି ସଜାଡୁଥିଲେ। ଏହି ସମୟରେ ଡ୍ରାଇଭର ଟ୍ରକ ଷ୍ଟାଟ କରିଦେବାରୁ ଘଟିଛି ଅଘଟଣ। 

୧୦ବୁଥ୍‌ରେ ନିୟୋଜିତ ହେବେ ମହିଳା ଷ୍ଟାଫ

୧୦ବୁଥ୍‌ରେ ନିୟୋଜିତ ହେବେ ମହିଳା ଷ୍ଟାଫ

କଟକ ସଦର,୧୯ା୩(ଡି.ଏନ୍‌.ଏ.): ଚଳିତ ସାଧାରଣ ନିର୍ବାଚନରେ କଟକ ସଦର ବ୍ଲକ ଅନ୍ତର୍ଗତ ଦଧିବାମନପୁର ଓ ବ୍ରହ୍ମପୁର ପଞ୍ଚାୟତର ୧୦ଟି ବୁଥ୍‌ରେ କେବଳ ମହିଳା ପୋଲିଂ ଷ୍ଟାଫ ନିୟୋଜିତ ହେବେ। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଜିଲା ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି।

କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଆହତ

କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଆହତ

କଟକ ଅଫିସ,୯।୩: ମାଲଗୋଦାମ ପୋଲିସ ସୋମବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ବାଇଁ ଓରଫ ମନୁଆଙ୍କୁ ଏନ୍‌କାଉଣ୍ଟର କରିଛି। ଏଥିରେ ମନୋଜଙ୍କ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାଙ୍କୁ ଏସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନିକଟରୁ ୪ ବୋମା ଜବତ କରାଯାଇଛି।

ମାର୍ଚ୍ଚ ୨୧ରୁ ପୁରୀ ପୁସ୍ତକ ମେଳା

ମାର୍ଚ୍ଚ ୨୧ରୁ ପୁରୀ ପୁସ୍ତକ ମେଳା

ପୁରୀ ଅଫିସ,୧୯।୩: ସାମାଜିକ ଅନୁଷ୍ଠାନ ପ୍ରୟାସ ଆନୁକୂଲ୍ୟରେ ପୁରୀ ପୁସ୍ତକ ମେଳା ଆସନ୍ତା ମାର୍ଚ୍ଚ ୨୧ରୁ ଅନୁଷ୍ଠିତ ହେବ। ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। 

ଅଂଶୁଘାତ ପ୍ରତିକାର: ଜଳକଷ୍ଟ ନିରାକରଣ ପ୍ରସ୍ତୁତି ବୈଠକ

ଅଂଶୁଘାତ ପ୍ରତିକାର: ଜଳକଷ୍ଟ ନିରାକରଣ ପ୍ରସ୍ତୁତି ବୈଠକ

ପୁରୀ ଅଫିସ,୧୯ା୩: ବଢିଲାଣି ଖରା । ଆଗକୁ ଅଂଶୁଘାତ ଏବଂ ଜଳକଷ୍ଟ ଦେଖାଦେବ । ତେଣୁ ଏହାକୁ କିପରି ମୁକାବିଲା କରାଯାଇ ପାରିବ ସେ ନେଇ ପୁରୀ ଜିଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। 

ବିଜେଡିରୁ ବହିଷ୍କୃତ କୃଷ୍ଣଚନ୍ଦ୍ର ରାୟ, ପ୍ରସନ୍ନ ବରାଳ

ବିଜେଡିରୁ ବହିଷ୍କୃତ କୃଷ୍ଣଚନ୍ଦ୍ର ରାୟ, ପ୍ରସନ୍ନ ବରାଳ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣଚନ୍ଦ୍ର ରାୟ(ବାବୁ ସିଂହ) ଏବଂ ପ୍ରସନ୍ନ ବରାଳ(ବାବୁଲି)ଙ୍କୁ ମଙ୍ଗଳବାର ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଛନ୍ତି।

କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ

କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ

ବରଗଡ଼ ଅଫିସ୍‌,୧୯।୩: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସୋମବାର ବିଳମ୍ବିତ ରାତିରେ ପ୍ରକାଶ ପାଇଥିଲା କଂଗ୍ରେସ ପ୍ରାର୍ଥୀ ତାଳିକା। ଏହି ତାଲିକାରୁ ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ନାମ ନ ଥିବାରୁ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରାର୍ଥୀ ତାଳିକାରୁ ବାଦ୍‌ ଦେବା ପରେ ତାଙ୍କ ସମର୍ଥକମାନେ ବାଧ୍ୟ କରିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। 

ବିଜେଡି ଛାଡିଲେ ପ୍ରମୋଦ

ବିଜେଡି ଛାଡିଲେ ପ୍ରମୋଦ

ଭୁବନେଶ୍ୱର, ୧୯।୩(ବ୍ୟୁରୋ):  ସୁନ୍ଦରଗଡ଼ ନେତ୍ରୀ କୁସୁମ ଟେଟେଙ୍କ ସହ ଆଉ ଜଣେ ବିଜେଡି ନେତା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ସେ ହେଉଛନ୍ତି ପ୍ରମୋଦ ପଟ୍ଟନାୟକ। କଳାହାଣ୍ଡି ଜିଲା ବିଜେଡିର ସାଧାରଣ ସମ୍ପାଦକ ପଦରୁ ସେ ଇସ୍ତଫା ଦେଇଛନ୍ତି।  ପ୍ର


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା