ଖେଳ |

ଜାପାନ ଓପନ: କିଡ଼ାମ୍ବି ଆଉଟ୍‌

ଜାପାନ ଓପନ: କିଡ଼ାମ୍ବି ଆଉଟ୍‌
ଟୋକିଓ,୧୪।୯(ପି.ଟି.)- ଭାରତୀୟ ପୁରୁଷ ସିଙ୍ଗଲ୍ସ ଖେଳାଳି କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ୭ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଜାପାନ ଓପନର କ୍ୱାର୍ଟର ଫାଇନାଲରୁ ବଦାୟ ନେଇଛନ୍ତି। ଏଥିସହ ଚଳିତ ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ଶ୍ରୀକାନ୍ତ ୨୧-୧୯, ୧୬-୨୧, ୧୮-୨୧ ଗେମ୍‌ରେ କୋରିଆର ଲି ଡାଙ୍ଗ କେଉନଙ୍କଠାରୁ ପରାସ୍ତ ହୋଇଛନ୍ତି। ମୁକାବିଲାରେ ଉଭୟ ଶଟଲର ଏକ ଘଣ୍ଟା ୨୦ ମିନିଟ୍‌ ଧରି ଲଢ଼େଇ କରିଥିଲେ। ପ୍ରଥମ ଗେମ୍‌କୁ ଜିତିବା ସତ୍ତ୍ୱେ ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ଖେଳାଳି ଶ୍ରୀକାନ୍ତ ପରବର୍ତ୍ତୀ ଦୁଇ ଗେମ୍‌ରେ ପରାଜିତ ହୋଇଥିଲେ। ଏଥିପୂର୍ବରୁ ସେ ପ୍ରି-କ୍ୱାର୍ଟର ରାଉଣ୍ଡରେ ଏସିଆନ ଗେମ୍ସ ଫାଇନାଲରେ ହଂକଂର ଓ୍ବଙ୍ଗ ଓ୍ବିଙ୍ଗ କି ଭିନସେଣ୍ଟଙ୍କ ଠାରୁ ମିଳିଥିବା ପରାଜୟର ପ୍ରତିଶୋଧ ନେଇଥିଲେ। ତାଙ୍କ ବ୍ୟତୀତ ମନୁ ଅତ୍ରି ଓ ବି. ସୁମିତ ରେଡ୍ଡୀଙ୍କ ପୁରୁଷ ଡବଲ୍ସ ଯୋଡ଼ି ପ୍ରି-କ୍ୱାର୍ଟର ଫାଇନାଲ ରାଉଣ୍ଡ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ଏମାନଙ୍କ ଭଳି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିବା ଅନ୍ୟ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ପୂର୍ବରୁ ପରାଜିତ ହୋଇଥିଲେ।  
All Right Reserved By

ଖେଳ |

କ୍ୟାମ୍ପରେ ଅମିତ, ଚାପ ନା ବାସ୍ତବତା

କ୍ୟାମ୍ପରେ ଅମିତ, ଚାପ ନା ବାସ୍ତବତା

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଓ ବିଶ୍ୱକପକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ସେପ୍ଟେମ୍ବର ୧୨ରେ ଘୋଷିତ ୨୫ ଜଣିଆ କୋର ଗ୍ରୁପ ଖେଳାଳି ତାଲିକାରେ ଜଣେ ହେଲେ ଓଡ଼ିଶା ଖେଳାଳି ସାମିଲ ନ ଥିଲେ। ବୀରେନ୍ଦ୍ର ଲାକ୍ରା ଆହତ ସମସ୍ୟାରେ ଥିବା ପ୍ରକାଶ କରାଯାଇଥିଲା।

ଓଏଏର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା ଜଗମୋହନ ସଭାପତି, ଆଶୀର୍ବାଦ ସମ୍ପାଦକ

ଓଏଏର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା ଜଗମୋହନ ସଭାପତି, ଆଶୀର୍ବାଦ ସମ୍ପାଦକ

କଟକ ଅଫିସ,୨୦ା୯- ଓଡ଼ିଶା ଆଥ୍‌ଲେଟିକ ଆସୋସିଏଶନ(ଓଏଏ)ର ନୂତନ କର୍ମକର୍ତ୍ତାଙ୍କ ନାମ ବୁଧବାର ଘୋଷଣା କରାଯାଇଛି । ପ୍ରତ୍ୟେକ ପଦବୀ ନିମନ୍ତେ ଥିବା ନିର୍ଦ୍ଦିଷ୍ଟ ସିଟ ସଂଖ୍ୟା ତୁଳନାରେ ଅଧିକ ଆବେଦନକାରୀ ନ ଥିବାରୁ ନିର୍ବାଚନର ଆବଶ୍ୟକତା ପଡ଼ିନାହିଁ ।

୨୦୩୨ ଅଲିମ୍ପିକ୍ସ ପାଇଁ ବିଡ୍‌ ଦାଖଲ କରିବେ ଉତ୍ତର, ଦକ୍ଷିଣ କୋରିଆ

୨୦୩୨ ଅଲିମ୍ପିକ୍ସ ପାଇଁ ବିଡ୍‌ ଦାଖଲ କରିବେ ଉତ୍ତର, ଦକ୍ଷିଣ କୋରିଆ

ସିଓଲ,୨୦।୯(ଏଏଫ୍‌ପି)- ଉତ୍ତର ଓ ଦକ୍ଷିଣ କୋରିଆ ଯୁଗ୍ମ ଭାବେ ୨୦୩୨ ଅଲିମ୍ପିକ୍ସ ପାଇଁ ଆୟୋଜନ ଅଧିକାର ବା ବିଡ୍‌ ଦାଖଲ କରିବାକୁ ଘୋଷଣା କରିଛନ୍ତି।  ଦକ୍ଷିଣ କୋରିଆ ସଫଳତାର ସହ ଶୀତକାଳୀନ ଅଲିମ୍ପିକ୍ସ ଆୟୋଜନ କରିବା ପରେ କୋରିଆ

ଚାଇନା ଓପନ୍‌ ବ୍ୟାଡମିଣ୍ଟନ୍‌ ପ୍ରି କ୍ୱାର୍ଟରରେ ଶ୍ରୀକାନ୍ତ, ଅଶ୍ୱିନୀ- ସାତ୍ତ୍ୱିକ୍‌

ଚାଇନା ଓପନ୍‌ ବ୍ୟାଡମିଣ୍ଟନ୍‌ ପ୍ରି କ୍ୱାର୍ଟରରେ ଶ୍ରୀକାନ୍ତ, ଅଶ୍ୱିନୀ- ସାତ୍ତ୍ୱିକ୍‌

ଚାଙ୍ଗଝଉ, ୨୦।୯ (ପି.ଟି.)- ଏଠାରେ ଚାଲିଥିବା ୧୦ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଚାଇନା ଓପନ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ଭାରତୀୟ ତାରକା ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସ ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। 

ହକି ଇଣ୍ଡିଆ ୫-ଏ- ସାଇଡ୍‌ ଜାତୀୟ ଚାମ୍ପିୟନଶିପ୍‌ , ଓଡ଼ିଶା ମହିଳା ଦଳର କ୍ରମାଗତ ଦ୍ୱିତୀୟ ବିଜୟ

ହକି ଇଣ୍ଡିଆ ୫-ଏ- ସାଇଡ୍‌ ଜାତୀୟ ଚାମ୍ପିୟନଶିପ୍‌ , ଓଡ଼ିଶା ମହିଳା ଦଳର କ୍ରମାଗତ ଦ୍ୱିତୀୟ ବିଜୟ

ବେଙ୍ଗାଲୁରୁ, ୨୦।୯ (ପି.ଟି.)- ଏଠାରେ ଚାଲିଥିବା ତୃତୀୟ ହକି ଓଡ଼ିଶା ୫-ଏ- ସାଇଡ୍‌ ଜାତୀୟ ସିନିୟର ମହିଳା ଚାମ୍ପିୟନଶିପ୍‌ରେ ଓଡ଼ିଶା କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚରେ ୬-୩ ଗୋଲରେ ପଞ୍ଜାବକୁ ହରାଇବା ପରେ ଓଡ଼ିଶା ବୁଧବାର ପୁଲ୍‌-ଏ’ 

ପାଣ୍ଡ୍ୟାଙ୍କୁ ଷ୍ଟ୍ରେଚରରେ ବାହାରକୁ ନିଆଗଲା

ପାଣ୍ଡ୍ୟାଙ୍କୁ ଷ୍ଟ୍ରେଚରରେ ବାହାରକୁ ନିଆଗଲା

ଦୁବାଇ,୨୦।୯(ପି.ଟି.)- ବୁଧବାର ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ ଓ ତାଙ୍କୁ ଷ୍ଟ୍ରେଚର ଯୋଗେ ପଡିଆ ବାହାରକୁ ନିଆଯାଇଥିଲା। ଆକ୍ୟୁଟ ଲୋୟର ବ୍ୟାକ୍‌ ଇଞ୍ଜୁରି ବା ପିଠିର ନିମ୍ନ 

ଏସିଆ କପ୍‌ କ୍ରିକେଟ:  ପାକିସ୍ତାନ ବିପକ୍ଷରେ ଭାରତର ସହଜ ବିଜୟ

ଏସିଆ କପ୍‌ କ୍ରିକେଟ: ପାକିସ୍ତାନ ବିପକ୍ଷରେ ଭାରତର ସହଜ ବିଜୟ

ଦୁବାଇ, ୨୦।୯ (ପି.ଟି.)- ଏସିଆ କପ୍‌ରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨୧ ଓଭର ବାକିଥାଇ ୮ ଉଇକେଟରେ ଅତି ସହଜରେ ପରାସ୍ତ କରି ସୁପର-୪ ପର୍ଯ୍ୟାୟରେ ପ୍ରବେଶ କରିଛି। ବୁଧବାର ସ୍ଥାନୀୟ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମରେ ଅନୁଷ୍ଠିତ

ଏଏଫ୍‌ସି ମହିଳା ଚାମ୍ପିୟନଶିପ୍‌ କ୍ୱାଲିଫାୟର: ପାକିସ୍ତାନକୁ ହରାଇଲା ଭାରତ

ଏଏଫ୍‌ସି ମହିଳା ଚାମ୍ପିୟନଶିପ୍‌ କ୍ୱାଲିଫାୟର: ପାକିସ୍ତାନକୁ ହରାଇଲା ଭାରତ

ନୂଆଦିଲ୍ଲୀ, ୧୯।୯(ପି.ଟି.)- ମଙ୍ଗୋଲିଆର ଉଲାନ ବାତୋରରେ ଚାଲିଥିବା ୧୬ ବର୍ଷରୁ କମ୍‌ ଏସିଆନ ଫୁଟବଲ କନଫେଡେରେଶନ (ଏଏଫ୍‌ସି) ମହିଳା ଚାମ୍ପିୟନଶିପ୍‌ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୦ ଗୋଲରେ ହରାଇଛି। ବୁଧବାର ଅନୁଷ୍ଠିତ ଏହି ମ୍ୟାଚରେ ପାକିସ୍ତାନ ଉପରେ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରଭାବ ବିସ୍ତାର କରି ଖେଳିଥିଲା ।

ପ୍ରଥମ ଟି୨୦ ଜିତିଲା ଭାରତୀୟ ମହିଳା ଦଳ

ପ୍ରଥମ ଟି୨୦ ଜିତିଲା ଭାରତୀୟ ମହିଳା ଦଳ

କଲମ୍ବୋ,୧୯।୯- ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ ଜିତିବା ପରେ ଟି୨୦ ସିରିଜରେ ଭାରତୀୟ ମହିଳା ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି। କାଟୁନାୟାକେସ୍ଥିତ ଏଫ୍‌ଟିଜେ ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ଖେଳାଯାଇଥିବା ମ୍ୟାଚ୍‌କୁ ଭ୍ରମଣକାରୀ ଦଳ ୧୩ ରନ୍‌ରେ ଜିତି ନେଇଛି। ବିଜୟୀ ଦଳ ଲାଗି ସ୍ପିନର ପୁନମ ଯାଦବ ୪ ଉଇକେଟ ନେଇ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏଥିସହ ନିକଟରେ ଅବସର ନେଇଥିବା ପେସର ଝୁଲନ ଗୋସ୍ବାମୀଙ୍କୁ ଅତିକ୍ରମ କରି ଟି୨୦ ଫର୍ମାଟରେ ସେ ଭାରତର ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇଯାଇଛନ୍ତି। 

ବିଶ୍ୱ ଜୁନିୟର କୁସ୍ତି: ସାଜନଙ୍କୁ ଐତିହାସିକ ପଦକ

ବିଶ୍ୱ ଜୁନିୟର କୁସ୍ତି: ସାଜନଙ୍କୁ ଐତିହାସିକ ପଦକ

ନୂଆଦିଲ୍ଲୀ,୧୯।୯(ପି.ଟି.)- ସାଜାନ ଭାନଓ୍ବାଲ ପ୍ରଥମ ଭାରତୀୟ ଯୋଦ୍ଧା ଭାବେ ବିଶ୍ୱ ରେସଲିଂ ଚାମ୍ପିୟନଶିପ୍‌ରେ କ୍ରମାଗତ ପଦକ ଜିତିଛନ୍ତି। ସ୍ଲୋଭାକିଆର ଟ୍ରନାଭାଠାରେ ଚାଲିଥିବା ଇଭେଣ୍ଟର ୭୭ କିଗ୍ରା ଗ୍ରିକୋ ରୋମାନ ବର୍ଗରେ   ରୌପ୍ୟ ପଦକ ଜିତିଛନ୍ତି। 

ପ୍ରଥମେ ବ୍ୟାଟିଂ କରିବ ପାକିସ୍ତାନ

ପ୍ରଥମେ ବ୍ୟାଟିଂ କରିବ ପାକିସ୍ତାନ

ଦୁବାଇ,୧୯।୯(ପି.ଟି.)- ଚଳିତ ଏସିଆନ କପ୍‌ରେ ଭାରତ ବିପକ୍ଷ ହାଇଭୋଲ୍ଟେଜ ମ୍ୟାଚ୍‌ରେ ପାକିସ୍ତାନ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଚଳିତ ପ୍ରତିଯୋଗିତରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କ୍ରମାଗତ ୨ୟ ଥର ଲାଗି ଟସ୍‌ ହାରିଛନ୍ତି। 

ଭାରତୀୟ ଜୁନିୟର ହକି ଦଳର ଉପ ଅଧିନାୟକ ଶିଳାନନ୍ଦ

ନୂଆଦିଲ୍ଲୀ,୧୯।୯(ପି.ଟି.)- ମାଲେସିଆରେ ଆସନ୍ତା ଅକ୍ଟୋବର ୬ରୁ ୧୩ ତାରିଖ ପର୍ଯ୍ୟନ୍ତ ୮ମ ସୁଲତାନ ଅଫ୍‌ ଜୋହର କପ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଏଥିଲାଗି ବୁଧବାର ୧୮ ଜଣିଆ ଭାରତୀୟ ଜୁନିୟର ହକି ଦଳ ଘୋଷିତ ହୋଇଯାଇଛି। ଦଳର ନେତୃତ୍ୱ ମନ୍ଦୀପ ମୋରଙ୍କୁ ପ୍ରଦାନ କରାଯାଇଛି। ତାଙ୍କ ସହାୟତା ଲାଗି ଓଡ଼ିଶାର ଶିଳାନନ୍ଦ ଲାକ୍ରାଙ୍କୁ ଉପ ଅଧିନାୟକ ଭାବେ ଚୟନ କରାଯାଇଛି