ଖେଳ |

‘ବୋଲ୍ଟ ଡିଫେନ୍ସିଭ ଭାଗରେ ଖେଳିପାରିବେ’

‘ବୋଲ୍ଟ ଡିଫେନ୍ସିଭ ଭାଗରେ ଖେଳିପାରିବେ’
ସିଡ୍‌ନୀ,୧୪।୯(ଏଏଫ୍‌ପି)- ପେସାଦାର ଫୁଟ୍‌ବଲର ହେବାର ସ୍ବପ୍ନ ପୂରା କରୁଥିବା କିଙ୍ଗ୍‌ ସ୍ପ୍ରିଣ୍ଟର ଉସେନ ବୋଲ୍ଟ ଏବେ ଅଷ୍ଟ୍ରେଲିଆର ଏକ କ୍ଲବରେ ପ୍ରଶିକ୍ଷଣ ନେଉଛନ୍ତି। ତାଙ୍କ କ୍ଲବକୁ ପୂର୍ବତନ ବିଶ୍ୱକପ୍‌ ଚାମ୍ପିୟନ ସ୍ପେନ ଦଳର କୋଚ୍‌ ଭିସେଣ୍ଟ ଡେଲ ବୋସ୍କୁ ଉପଦେଶ ଦେଇଛନ୍ତି। ଭିସେଣ୍ଟଙ୍କ ଅନୁଯାୟୀ, ବୋଲ୍ଟଙ୍କୁ ଡିଫେନ୍ସ ଭାଗରେ ଖେଳାଇବା ଉଚିତ ହେବ। ୩୨ ବର୍ଷୀୟ ବୟସ୍କ ଏବେ ମଧ୍ୟ ନିଜ ସ୍ବପ୍ନ ପୂରା କରିପାରିବେ। ତାଙ୍କ ନିକଟରେ ବେଗ ଅଛି, ଯାହାକି ଜଣେ ଭଲ ଫୁଟ୍‌ବଲର ହେବା ଲାଗି ନିହାତି ଆବଶ୍ୟକ। କିନ୍ତୁ ସେ ଫରଓ୍ବାର୍ଡରେ ଖେଳିବା ପରିବର୍ତ୍ତେ ଡିଫେନ୍ସ ଖେଳିଲେ ଭଲ ହେବ। ଜାମାଇକାନ ସୁପରଷ୍ଟାର ସେଣ୍ଟ୍ରାଲ କୋଷ୍ଟ ମାରିିନର୍ସ କ୍ଲବ ସହ ନିର୍ଦ୍ଦିଷ୍ଟ ସମୟ ଲାଗି ପ୍ରଶିକ୍ଷଣ ନେବା ପାଇଁ ଚୁକ୍ତି କରିଛନ୍ତି। ୮ ଥର ଅଲିମ୍ପିକ୍‌ ଚାମ୍ପିୟନ ନିକଟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସେ ପଦାର୍ପଣ କରିଛନ୍ତି। ସବ୍‌ଷ୍ଟିଚ୍ୟୁଟ ଖେଳାଳି ଭାବେ ସେ ୨୦ ମିନିଟ୍‌ ପାଇଁ ପଡ଼ିଆରେ ନିଜର ଦକ୍ଷତା ଦେଖାଇବା ଲାଗି ସୁଯୋଗ ପାଇଥିଲେ।  ଏଥିରେ ସେ ଅଳ୍ପକେ ଗୋଲ୍‌ ସ୍କୋର କରିବାରୁ ବଞ୍ଚତ୍ତ ହୋଇଥିଲେ। ଗତ ବର୍ଷ ଆଥ୍‌ଲେଟିକ୍ସରୁ ଅବସର ନେବା ପରେ ବୋଲ୍ଟ ପେସାଦାର ଫୁଟ୍‌ବଲର ହେବା ଲାଗି ଜର୍ମାନୀ, ଦକ୍ଷିଣ କୋରିଆ ଓ ନରଓ୍ବେ ଭଳି କ୍ଲବ ସହ ଯୋଗାଯୋଗ କରିଥିଲେ। ମାତ୍ର ସେଠାରେ ତାଙ୍କୁ ସୁଯୋଗ ମିଳି ନ ଥିଲା। ”୩୨ ବର୍ଷ ବୟସରେ ଫୁଟ୍‌ବଲ ଖେଳିବା ଆରମ୍ଭ କରିବା ସାଧାରଣ ନୁହେଁ। ମାତ୍ର ସେ ତାଙ୍କ କ୍ୟାରିୟରରେ ବହୁତ ସଫଳତା ପାଇଛନ୍ତି। ଏଣୁ ତାଙ୍କୁ ନିଜର ସ୍ବପ୍ନ ପୂରା କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି“ ବୋଲି ଭିସେଣ୍ଟ କହିଛନ୍ତି।
All Right Reserved By

ଖେଳ |

କଳିଙ୍ଗ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଷ୍ଟାଡିୟମ ହୋଇପାରିବ: ନରିନ୍ଦର ବାତ୍ରା

କଳିଙ୍ଗ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଷ୍ଟାଡିୟମ ହୋଇପାରିବ: ନରିନ୍ଦର ବାତ୍ରା

ଭୁବନେଶ୍ୱର, ୧୭ା୧୧ (ସ୍ପୋଟର୍‌ସ ବ୍ୟୁରୋ)-କଳିଙ୍ଗ ଷ୍ଟାଡିୟମ ବିଶ୍ୱର ଶ୍ରେଷ୍ଠ ୫ ଷ୍ଟାଡିୟମ ମଧ୍ୟରେ ସ୍ଥାନ ପାଇପାରିବ। ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ) ସଭାପତି ନରିନ୍ଦର ବାତ୍ରା ଏ କଥା ପ୍ରକାଶ କରିଛନ୍ତି। ଶୁକ୍ରବାର ରାଜ୍ୟ ସଚିବାଳୟଠାରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥି ବେହେରାଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ୨୦୧୮ ପରିଚାଳନା ପରିଷଦର ବୈଠକ ବସିଥିଲା। 

ମିଷ୍ଟର ୟୁନିଭର୍ସ ବିଶ୍ୱ ବଡିବିଲ୍ଡିଂରେ ଭାଗନେବେ ଜନ୍ମେଜୟ

ମିଷ୍ଟର ୟୁନିଭର୍ସ ବିଶ୍ୱ ବଡିବିଲ୍ଡିଂରେ ଭାଗନେବେ ଜନ୍ମେଜୟ

ଭୁବନେଶ୍ୱର, ୧୭।୧୧(କ୍ରୀଡ଼ା ପ୍ରତିନିଧି)-

ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ବଡିବିଲ୍ଡର ଜନ୍ମେଜୟ ମହାନ୍ତି କ୍ୟାରିୟରର ସବୁଠାରୁ ବଡ଼ ପ୍ରତିଯୋଗିତାରେ ଭାଗନେବାକୁ ଯାଉଛନ୍ତି। ଜର୍ମାନୀର ହାମ୍‌ବର୍ଗଠାରେ ହେବାକୁ ଯାଉଥିବା ମିଷ୍ଟର ୟୁନିଭର୍ସ ବିଶ୍ୱ ବଡିବିଲ୍ଡିଂ ଚାମ୍ପିୟନଶିପ୍‌ରେ ସେ ଭାରତୀୟ ବଡିବିଲ୍ଡିଂ ଫେଡେରେଶନ ପକ୍ଷରୁ ପ୍ରତିନିଧିତ୍ୱ କରିବେ। 

ସର୍ବଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର:ଜିମ୍ନାଷ୍ଟିକ୍‌ରେ ଓଡ଼ିଶାକୁ ଗୋଟିଏ ସ୍ବର୍ଣ୍ଣ, ରୌପ୍ୟ

ସର୍ବଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର:ଜିମ୍ନାଷ୍ଟିକ୍‌ରେ ଓଡ଼ିଶାକୁ ଗୋଟିଏ ସ୍ବର୍ଣ୍ଣ, ରୌପ୍ୟ

କଟକ ଅଫିସ,୧୭ା୧୧- ଓଡ଼ିଶା ପୋଲିସ ଆନୁକୂଲ୍ୟରେ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୩ୟ ସର୍ବଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର ପ୍ରତିଯୋଗିତାର ପୁରୁଷ ଜିମ୍ନାଷ୍ଟିକ ଇଭେଣ୍ଟ ଶୁକ୍ରବାର ଶେଷ ହୋଇଛି । ୬ଟି ବିଭାଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଆୟୋଜକ ଓଡ଼ିଶା ଦଳ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛି । ପୁରୁଷ ପାରାଲାଲ ବାର୍‌ ଇଭେଣ୍ଟରେ ସୀତାକାନ୍ତ ଓଝା ସ୍ବର୍ଣ୍ଣ ବିଜୟୀ ହୋଇଥିବା ବେଳେ ପୁରୁଷ ଫ୍ଲୋରରେ ଉମାକାନ୍ତ ଓଝାଙ୍କୁ ରୌପ୍ୟ ମିଳିଛି । 

ଆକାଶଙ୍କୁ ରାଜ୍ୟ ସିନିୟର ସ୍ନୁକର ଟାଇଟଲ୍‌

ଆକାଶଙ୍କୁ ରାଜ୍ୟ ସିନିୟର ସ୍ନୁକର ଟାଇଟଲ୍‌

କଟକ ଅଫିସ, ୧୭ା୧୧- କଟକ କ୍ଲବରେ ଚାଲିଥିବା ରାଜ୍ୟ ସିନିୟର ସ୍ନୁକର ଚାମ୍ପିୟନଶିପ୍‌ରେ ଆକାଶ ମହାପାତ୍ର ଟାଇଟଲ ବିଜୟୀ ହୋଇଛନ୍ତି। ସଂଘର୍ଷପୂର୍ଣ୍ଣ ଫାଇନାଲରେ ସୁବ୍ରତ ଦାସଙ୍କୁ ୬-୪ ଫ୍ରେମରେ ପରାସ୍ତ କରି ଆକାଶ ତାଙ୍କ କ୍ୟାରିୟରର ପ୍ରଥମ ରାଜ୍ୟ ର଼୍ୟାଙ୍କିଙ୍ଗ ଟାଇଟଲ ଜିତିଛନ୍ତି। 

ଡୁ’ପ୍ଲେସିଙ୍କ ଅବସର ସୂଚନା

ଡୁ’ପ୍ଲେସିଙ୍କ ଅବସର ସୂଚନା

ବ୍ରିସ୍‌ବେନ, ୧୭ା୧୧ (ଏଏଫ୍‌ପି)-ଦକ୍ଷିଣ ଆଫ୍ରିକା କ୍ରିକେଟ ଅଧିନାୟକ ଫାଫ୍‌ ଡୁ’ପ୍ଲେସି ତାଙ୍କ ଅବସର ସମ୍ପର୍କରେ ସୂଚନା ଦେଇଛନ୍ତି। ଆଉ ଦୁଇ ବର୍ଷ ପରେ ଅଷ୍ଟ୍ରେଲିଆରେ ହେବାକୁଥିବା ଟି୨୦ ବିଶ୍ୱକପ୍‌ରେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଅବସାନ ଘଟିବ ବୋଲି ସେ କହିଛନ୍ତି। 

ନ୍ୟୁଜିଲାଣ୍ଡ ଏ’-ଭାରତ ଏ’ ପ୍ରଥମ ଟେଷ୍ଟ

ନ୍ୟୁଜିଲାଣ୍ଡ ଏ’-ଭାରତ ଏ’ ପ୍ରଥମ ଟେଷ୍ଟ

ମାଉଣ୍ଟ ମଙ୍ଗାନୁଇ (ନ୍ୟୁଜିଲାଣ୍ଡ), ୧୭ା୧୧ (ପି.ଟି.)-ନ୍ୟୁଜିଲାଣ୍ଡ ଏ’ ଓ  ଭାରତ ଏ’ ମଧ୍ୟରେ ପ୍ରଥମ ୪ ଦିନିଆ ଅନ୍‌ ଅଫିସିଆଲ କ୍ରିକେଟ ଟେଷ୍ଟ ମ୍ୟାଚ ଏଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି।

ଭାରତକୁ ୨ ସ୍ବର୍ଣ୍ଣ, ଫେଡେରେଶନକୁ ରୌପ୍ୟ

ଭାରତକୁ ୨ ସ୍ବର୍ଣ୍ଣ, ଫେଡେରେଶନକୁ ରୌପ୍ୟ

ସ୍ପେନର ସାଣ୍ଟିଆଗୋଠାରେ ବିଶ୍ୱ କ୍ୟାଡେଟ୍‌ ଚେସ୍‌ ଚାମ୍ପିୟନଶିପ୍‌ (୮, ୧୦, ୧୨ ବର୍ଷରୁ କମ୍‌ ବାଳିକା-ବାଳକ) ଉଦ୍‌ଯାପିତ ହୋଇଛି। ଏହା ଚଳିତମାସ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଚଲିଥିଲା। ଏହାର ୬ଟି କାଟେଗୋରିରେ ମୋଟ ୨୧ ଭାରତୀୟ ଖେଳାଳି ଅଂଶଗ୍ରହଣ କରିଥିଲେ। 

ରଣଜୀରେ ୩ୟ ସର୍ବାଧିକ ରନ୍‌ ପିଛା କଲା ରାଜସ୍ଥାନ

ରଣଜୀରେ ୩ୟ ସର୍ବାଧିକ ରନ୍‌ ପିଛା କଲା ରାଜସ୍ଥାନ

ଜୟପୁର,୧୬।୧୧- ଚଳିତ ରଣଜୀ ସିଜନର ୨ୟ ପର୍ଯ୍ୟାୟରେ ରାଜସ୍ଥାନ ଦଳ ୩ୟ ସର୍ବାଧିକ ରନ୍‌ ପିଛା କରି ସର୍ଭିସେସ ବିପକ୍ଷରେ ବିଜୟ ଲାଭ କରିଛି। ଦଳକୁ ବିଜୟ ଲାଗି ଅନ୍ତିମ ଇନିଂସ୍‌ରେ ୩୫୭ ରନ୍‌ର ଆବଶ୍ୟକ ଥିଲା। 

ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌: କ୍ୱାର୍ଟରରେ ଲକ୍ଷ୍ୟ

ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌: କ୍ୱାର୍ଟରରେ ଲକ୍ଷ୍ୟ

ମାର୍ଖାମ,୧୬।୧୧- ଭାରତୀୟ ଯୁବ ବ୍ୟାଡ୍‌ମିଣ୍ଟନ ଖେଳାଳି  ଲକ୍ଷ୍ୟ ସେନ ଏଠାରେ ଚାଲିଥିବା ବିଡ୍‌ବଲ୍ୟୁଏଫ୍‌ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ର  ପୁରୁଷ ସିଙ୍ଗଲ୍ସ ବର୍ଗରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ବିଶ୍ୱକପ୍‌ ଲାଗି ପାକିସ୍ତାନ ଦଳ ଘୋଷିତ

ବିଶ୍ୱକପ୍‌ ଲାଗି ପାକିସ୍ତାନ ଦଳ ଘୋଷିତ

କରାଚୀ,୧୬।୧୧(ପି.ଟି.)- ପାକିସ୍ତାନ ହକି ଫେଡେରେଶନ (ପିଏଚ୍‌ଏଫ୍‌)ପକ୍ଷରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପ୍‌ ଲାଗି ଶୁକ୍ରବାର ଦଳ ଘୋଷଣା କରାଯାଇଛି। 

ଆଇସିୟୁରେ ସିଆଇଏଲ ଗୋଲକିପର

ଆଇସିୟୁରେ ସିଆଇଏଲ ଗୋଲକିପର

ବାଙ୍ଗାଲୋର,୧୬।୧୧- ଫୁଟ୍‌ବଲରେ ଖରାପ ଖେଳ ଯୋଗୁ ଖେଳାଳିମାନେ ଆହତ ହୁଅନ୍ତି। ଏହାର ଉଦାହରଣ ବାଙ୍ଗାଲୋର ଡିଷ୍ଟ୍ରିକ୍ଟ ଫୁଟ୍‌ବଲ ଆସୋସିଏଶନ (ବିଡିଏଫ୍‌ଏ) ସୁପର ଡିଭିଜନ ଲିଗରେ ଦେଖିବାକୁ ମିଳିଛି। 

ଗମ୍ଭୀର, ଯୁବରାଜଙ୍କୁ ଛାଡ଼ିଲେ ଫ୍ରାଞ୍ଚାଇଜ

ଗମ୍ଭୀର, ଯୁବରାଜଙ୍କୁ ଛାଡ଼ିଲେ ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୧୬।୧୧- ଦେଶର ଦୁଇ ବରିଷ୍ଠ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଓ ଯୁବରାଜ ସିଂ (ଯୁବି) ଆଗାମୀ ଆଇପିଏଲ ସିଜନରେ ନ ଖେଳିବାର ବିଶେଷ ସମ୍ଭାବନା ସୃଷ୍ଟି ହୋଇଛି।