ଫୁରସତ |

୮୭ ବର୍ଷର ବ୍ୟକ୍ତି ୨୮ ବର୍ଷୀୟ ପତ୍ନୀଙ୍କୁ ଦେବେ ଛାଡ଼ପତ୍ର

୮୭ ବର୍ଷର ବ୍ୟକ୍ତି ୨୮ ବର୍ଷୀୟ ପତ୍ନୀଙ୍କୁ ଦେବେ ଛାଡ଼ପତ୍ର
ରୁଷର ରାଜଧାନୀ ମସ୍କୋରେ ଏକ ଅଜବ ଛାଡପତ୍ର ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୮୭ ବର୍ଷୀୟ ବୃଦ୍ଧ ନିଜ ୨୮ ବର୍ଷୀୟ ପତ୍ନୀଙ୍କଠାରୁ ଛାଡ଼ପତ୍ର ମାଗିଛନ୍ତିି। ତାଙ୍କ ଅଭିଯୋଗ ହେଉଛି, ପତ୍ନୀ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନାହାନ୍ତି। ତାଙ୍କୁ ଆଉ ଏକ ନୂଆ ଗର୍ଲଫ୍ରେଣ୍ଡ୍‌ ମିଳିଯାଇଥିବାରୁ ସେ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଛନ୍ତି ବୋଲି ବୃଦ୍ଧ ଜଣଙ୍କ ନିଜ ପ୍ରତିକ୍ରିୟାରେ କହିଛନ୍ତି। ମସ୍କୋରେ ରହୁଥିବା ଇଓ୍ବାନ କ୍ରାସ୍କୋ ଜଣେ ଥିଏଟର ଅଭିନେତା। ସେ ୧୪୦ରୁ ଅଧିକ ରୁଷିଆନ୍‌ ଓ ସୋଭିଏତ୍‌ ଫିଲ୍ମରେ ମଧ୍ୟ ଅଭିନୟ କରିସାରିଛନ୍ତି। ୨୦୧୫ରେ ୮୪ ବର୍ଷ ବୟସରେ ନିଜଠାରୁ ୬୦ବର୍ଷ ସାନ ୨୪ ବର୍ଷୀୟ ନତାଲିୟାଙ୍କୁ ଚତୁର୍ଥ ବିବାହ କରିଥିଲେ। ତାଙ୍କୁ ବିବାହ କରିବାର ୫ ବର୍ଷ ପୂର୍ବରୁ ଇଓ୍ବାନ ଜେଜେବାପା ହୋଇସାରିଥିଲେ। ଏହାସତ୍ତ୍ୱେ ବି ସେ ଚାହୁଁଥିଲେ କି ନତାଲିଆଙ୍କ ଔରସରୁ ତାଙ୍କର ଏକ ସନ୍ତାନ ଜନ୍ମ ନେଉ। କିନ୍ତୁ ନତାଲିଆ ଏହା ଚାହୁଁନଥିଲେ। ଏଥିପାଇଁ ସେ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିବାକୁ ଚାହୁଁ ନ ଥିଲେ। ଇଓ୍ବାନ କହିଛନ୍ତି, ତାଙ୍କୁ ଏବେ ନୂଆ ପ୍ରେମିକା ମିଳିଯାଇଛି। ତାଙ୍କ ନାମ ହେଉଛି ୟୁୁଲିଆ। ସେ ନତାଲିଆଙ୍କଠାରୁ ବୟସରେ ଗୋଟିଏ ବର୍ଷ ସାନ।
All Right Reserved By

ଫୁରସତ |

କାହିଁକି ପୂଜା କରାଯାଏ ଅଁଳା ବୃକ୍ଷ

କାହିଁକି ପୂଜା କରାଯାଏ ଅଁଳା ବୃକ୍ଷ

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଅଁଳା ନବମୀ କୁହାଯାଏ। ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ। ପ୍ରକୃତିକୁ କୃତଜ୍ଞତା ଜଣାଇବାର ଏହା ଏକ ପର୍ବ ବୋଲି ବିବେଚନା କରାଯାଏ।

ଯେଉଁଠି ସିଟି ମାରି ଜଣେ ଅନ୍ୟ ଜଣକୁ ଡାକିଥାଆନ୍ତି

ଯେଉଁଠି ସିଟି ମାରି ଜଣେ ଅନ୍ୟ ଜଣକୁ ଡାକିଥାଆନ୍ତି

ସିଟି ବା ହ୍ୟୁସିଲ ମାରିବା ଭଲ ସଂସ୍କାର ବୋଲି କୁହାଯାଏ ନାହିଁ। ପୁଅମାନେ ସିଟି ମାରିଲେ ଉଣା ଅଧିକେ ଅନେକେ ଗ୍ରହଣ କରି ନିଅନ୍ତି ହେଲେ ଝିଅମାନେ ସିଟି ମରିବା ଆଦୌ ଠିକ୍‌ ନୁହେଁ ବୋଲି ଗୁରୁଜନମାନେ ମତ ଦିଅନ୍ତି। 

ହାର୍ଟ ଆଟାକ୍‌ରୁ ଦୂରେଇ ରଖେ ନୀଳ ରଙ୍ଗ ବେଡ୍‌ ଲାଇଟ୍‌

ହାର୍ଟ ଆଟାକ୍‌ରୁ ଦୂରେଇ ରଖେ ନୀଳ ରଙ୍ଗ ବେଡ୍‌ ଲାଇଟ୍‌

ରାତିରେ ଘରେ ନୀଳ ରଙ୍ଗର ବେଡ୍‌ ଲଗାଇ ଶୋଇଲେ ଅନେକ ଉପକାର ମିଳିଥାଏ। ଏହାଦ୍ୱାରା ମନ ଓ ଶରୀର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି। 

ମାନସିକ ଶାନ୍ତି ଆଣେ ଦାମ୍ପତ୍ୟ ସମ୍ପର୍କ...

ମାନସିକ ଶାନ୍ତି ଆଣେ ଦାମ୍ପତ୍ୟ ସମ୍ପର୍କ...

ବ୍ୟସ୍ତ ବହୁଳ ଜୀବନରେ ସଭିଏଁ ମାନସିକ ଶାନ୍ତି ପାଇଁ ଇଛା ରଖିଥାନ୍ତି। ତେବେ ଦମ୍ପତିଙ୍କ ମଧ୍ୟରେ ନିୟମିତ ଶାରୀରିକ ସମ୍ପର୍କ ମାନସିକ ଅବସାଦ ଦୂର କରିଥାଏ ବୋଲି ଜର୍ମାନୀର ମନଷ୍ଟର ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି।

ଟାଟୁ କ୍ରେଜ୍‌: ୨୧ ବର୍ଷ ବୟସରେ ୧୦୩ ଟାଟୁ କରି ଯୁବତୀଙ୍କ ରେକର୍ଡ

ଟାଟୁ କ୍ରେଜ୍‌: ୨୧ ବର୍ଷ ବୟସରେ ୧୦୩ ଟାଟୁ କରି ଯୁବତୀଙ୍କ ରେକର୍ଡ

ଆଜିର ଯୁବପିଢ଼ୀଙ୍କ ମଧ୍ୟରେ ଟାଟୁକୁ ନେଇ କ୍ରେଜ୍‌ ଦେଖିବାକୁ ମିଳୁଛି। ବିଶେଷ କରି ପ୍ରେମିକାପ୍ରେମିକ ଅଥବା କଲେଜ ଯାଉଥିବା ଯୁବତୀଯୁବକମାନଙ୍କ ମଧ୍ୟରେ ଟାଟୁ କରିବା ନିମନ୍ତେ ଉତ୍ସାହ ଦେଖିବାକୁ ମିଳୁଛି। ଏହିଭଳି ବମ୍ବେରେ ରହୁଥିବା ଜଣେ ଯୁବତୀ ନିଜ ଶରୀରର ପ୍ରତ୍ୟେକଟି ଅଙ୍ଗ ପ୍ରତ୍ୟେଙ୍ଗରେ ଟାଟୁ କରି ରେକର୍ଡ କରିଛନ୍ତି।

ହୋଟେଲ୍‌ ଯେଉଁଠି ଯାଆଁଳାମାନେ ପରଷନ୍ତି ଖାଦ୍ୟ...

ହୋଟେଲ୍‌ ଯେଉଁଠି ଯାଆଁଳାମାନେ ପରଷନ୍ତି ଖାଦ୍ୟ...

ମସ୍କୋରେ ରହିଛି ଏକ ହୋଟେଲ। ଏଠାରେ ଖାଦ୍ୟ ପରଷୁଥିବା ସମସ୍ତ କର୍ମଚାରୀ ମହିଳା ତଥା ଯାଆଁଳା।

ପ୍ରକୃତିର ବିସ୍ମୟ ଲିଭିଂ ରୁଟ୍‌ ବ୍ରିଜ...

ପ୍ରକୃତିର ବିସ୍ମୟ ଲିଭିଂ ରୁଟ୍‌ ବ୍ରିଜ...

ମେଘାଳୟ ପ୍ରକୃତିର ଅନେକ ଖୁବ୍‌ ସୁନ୍ଦର ଝଲକ ଦେଖିବାକୁ ମିଳିଥାଏ । ଏଠାରେ ଥିବା ଲିଭିଂ ରୁଟ୍‌ ବ୍ରିଜ ଦେଖିବାକୁ ଦେଶ ବିଦେଶରୁ ପର୍ଯ୍ୟଟକ ଆସିଥାନ୍ତି। 

ପଥର ଯାହା କ୍ଷୀରକୁ ଦହିରେ କରେ ପରିଣତ...

ପଥର ଯାହା କ୍ଷୀରକୁ ଦହିରେ କରେ ପରିଣତ...

ରାଜସ୍ଥାନ ଜୈଶେଲମର ଠାରୁ ୫୦ କିଲୋମିଟର ଦୂର ହାବୁର ଗାଁରେ ମିଳିଥାଏ ଏକ ପ୍ରକାର ପଥର।  ପଥରକୁ କ୍ଷୀରରେ ପକାଇଲେ କିଛି ସମୟ ମଧ୍ୟରେ ଏହା ଦହିରେ ପରିଣତ ହୋଇଯାଏ। ଗାଁ ଲୋକେ ଦହି ପ୍ରସ୍ତୁତି ପାଇଁ ଏହି ପଥରର ବ୍ୟବହାର କରିଥାନ୍ତି।

ଯେଉଁଠି ପ୍ରେତାତ୍ମା ଭୟରେ ପୁରୁଷ ଲଗାନ୍ତି ନେଲ୍‌ପଲିସ

ଯେଉଁଠି ପ୍ରେତାତ୍ମା ଭୟରେ ପୁରୁଷ ଲଗାନ୍ତି ନେଲ୍‌ପଲିସ

ଥାଇଲାଣ୍ଡରର ପୁହଙ୍ଗ୍‌ ଗାଁରେ ପୁରୁଷମାନେ ପ୍ରେତାତ୍ମା ଭୟରେ ନେଲ୍‌ପଲିସ୍‌ ଲଗାଇଥାନ୍ତି। ଲୋକେ କୁହନ୍ତି ଅନେକ ବର୍ଷ ତଳେ ଗାଁରେ ଜଣେ ବିଧବା ମହିଳା ଆତ୍ମହତ୍ୟା କରିଥିଲେ।  ଏହାର କିଛି ଦିନ ପରେ ଗାଁର ପୁରୁଷଙ୍କ ମଧ୍ୟରେ ମହିଳାଙ୍କ ପ୍ରେତାତ୍ମା ପ୍ରବେଶ କରି ସେମାନଙ୍କୁ ହଇରାଣ ହରକତ କରିଥିଲା।

ବାଲୁକା ଶିଳ୍ପୀ ଦଶରଥ ମହାନ୍ତ:ଲକ୍ଷ୍ୟ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ବାଲୁକା ଶିଳ୍ପୀ ଦଶରଥ ମହାନ୍ତ:ଲକ୍ଷ୍ୟ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ସଂଘର୍ଷ ତାଙ୍କର ସାଥୀ ହୋଇଛି ପିଲାଟି ଦିନରୁ ...। ଦିନେ ପାଠ ପଢିବା ଲାଗି ଚାଲିଥିଲା ସଂଘର୍ଷ, ତା’ପରେ ବାଲୁକା ଶିଳ୍ପୀଟିଏ ହେବାଲାଗି। ଆଉ ଏବେ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇବା ପାଇଁ । ପିଲାଟି ବେଳରୁ ଆର୍ଥିକ ଦୁରବସ୍ଥା ତାଙ୍କର ପ୍ରତିବନ୍ଧକ ହୋଇଆସିଛି। ତଥାପି ଦୃଢ ମନୋବଳକୁ ସାଥୀକରି ସେ ଚାଲିଛନ୍ତି ତାଙ୍କ ଲକ୍ଷ୍ୟପଥରେ...। ସେ ହେଉଛନ୍ତି ଯୁବ ବାଲୁକା ଶିଳ୍ବୀ ଦଶରଥ ମହାନ୍ତ।

ନିଶାରୁ ପେସା ହୋଇଗଲା ମ୍ୟାଜିକ୍‌

ନିଶାରୁ ପେସା ହୋଇଗଲା ମ୍ୟାଜିକ୍‌

ମ୍ୟାଜିସିଆନ ବିଷ୍ଣୁ ପ୍ରସାଦ। ପ୍ରକୃତ ନାମ ବିଷ୍ଣୁ ପ୍ରସାଦ ବେହେରା। ହୋଟେଲ ହେଉ କି ପାର୍ଟି, ଟେବୁଲ ପାଖକୁ ଯାଇ ଲୋକଙ୍କ ପାଖରେ ନିଜର ଯାଦୁ କଳା ଦେଖାଇ ମନ ଜିଣନ୍ତି।

ଏବେ ହାତପାହାନ୍ତାରେ କୁକିଂ ଗୁରୁ

ଏବେ ହାତପାହାନ୍ତାରେ କୁକିଂ ଗୁରୁ


ବାରମ୍ବାର ଏକାପ୍ରକାର ଖାଦ୍ୟ କାହାକୁ ବା ଭଲ ଲାଗେ। କାରଣ ବେଳେ ବେଳେ ଜିଭ ଖୋଜେ କିଛି ନୂଆ ଟେଷ୍ଟ। ଏମିତିରେ ଆଗରେ କିଛି ଟେଷ୍ଟି ଡିସ୍‌ ଦେଖିଲେ ଲୋଭ ସମ୍ବରଣ କରିବା ହୋଇଯାଏ ମୁସ୍କିଲ। ହେଲେ ମନ ଖୋଜୁଥିବା ଖାଦ୍ୟ ସବୁବେଳେ ପାଇବା ଲାଗି ହୋଟେଲ, ରେଷ୍ଟୁରାଣ୍ଟ ଯିବା ତ ସମ୍ଭବ ନୁହେଁ। ତେଣୁ ଏଥିପାଇଁ ନିଜେ ଜାଣିବା ଦରକାର ପ୍ରସ୍ତୁତି ପ୍ରଣାଳୀ। ଆଉ ବର୍ତ୍ତମାନ ଏହାକୁ ଖୁବ୍‌ ସହଜ କରିଦେଇଛି ବିଭିନ୍ନ କୁକିଂ ଲର୍ନିଂ ଆପ୍‌, ୟ୍ୟୁଟୁବ୍‌ ଚ୍ୟାନେଲ, ଟିଭି ଶୋ’ରୁ ଆରମ୍ଭ କରି ଫୁଡ୍‌ ମାଗାଜିନ୍‌ ଏବଂ ନ୍ୟୁଜ୍‌ପେପର, ଯାହାଦ୍ୱାରାକି ଘରେ ବସି ଇଚ୍ଛାନୁସାରେ ବିଭିନ୍ନ ନୂଆ ନୂଆ ଆଇଟମ୍‌ ଶିଖି ପ୍ରସ୍ତୁତ କରି ନିଜେ ଖାଇବା ସହ ଅନ୍ୟକୁ ଆପ୍ୟାୟିତ କରିହେଉଛି...