ରାଜ୍ୟ |

ଝୁଲନ୍ତା ଅବସ୍ଥାରେ ନାବାଳକ ଛାତ୍ରଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଝୁଲନ୍ତା ଅବସ୍ଥାରେ ନାବାଳକ ଛାତ୍ରଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ
ବେଗୁନିଆ,୧୪।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ପୋଲିସ ଶୁକ୍ରବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ସେହେଲେ ପରିଛଳ ଗାଁର ସରୋଜ କୁମାର ସାହୁ(୧୬)। ସେ ସୋଳଗଡ଼ ବ୍ଲକର ଦେଉଳୀ ମହ୍ୟାବିଦ୍ୟାଳୟର +୨ ପ୍ରଥମ ବର୍ଷର ଛାତ୍ର। ସୂଚନାନୁଯାୟୀ, ସରୋଜ ପରିବାର ସହ ଭୁବନେଶ୍ୱରରେ ରୁହନ୍ତି। ତେବେ ଗଣେଶ ପୂଜା ପାଇଁ ସେ ଗୁରୁବାର ଗାଁକୁ ଯାଇଥିଲେ। ଘର ପରିସରରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ  ଦେଖିବା ପରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପାରମ୍ଭିକ ତଦନ୍ତରୁ ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ଜଣାପଡିଛି।
All Right Reserved By

ରାଜ୍ୟ |

ଦାରୁ ଫିକ୍ସିଂ ଅଭିଯୋଗ: ସିବିଆଇ ତଦନ୍ତ ଦାବି କଲା ସିଭିଲ ସୋସାଇଟି

ଦାରୁ ଫିକ୍ସିଂ ଅଭିଯୋଗ: ସିବିଆଇ ତଦନ୍ତ ଦାବି କଲା ସିଭିଲ ସୋସାଇଟି

ଭୁବନେଶ୍ୱର, ୧୮ା୧୧(ବ୍ୟୁରୋ)- ଗୋଟିଏ ଜିଲାରୁ ମହାପ୍ରଭୁଙ୍କ ତିନୋଟି ଦାରୁ ଚୟନ କରାଯିବା ପ୍ରସଙ୍ଗକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଏହାକୁ ନେଇ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଚୁପ ରହିବା ନେଇ ପ୍ରଶ୍ନ ଉଠାଇଛି ସିଭିଲ ସୋସାଇଟି। 

ଜଳିଗଲା ୩ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଜଳିଗଲା ୩ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବଇଣ୍ଡା,୧୮।୧୧(ଡି.ଏନ.ଏ.)- କିଶୋରନଗର ବ୍ଲକ ଆମ୍ବପାଳ ପଞ୍ଚାୟତ ଖଇରାମୁଣ୍ଡା ନିକଟସ୍ଥ ଭାଲୁମୁଣ୍ଡା ଗ୍ରାମରେ ରବିବାର ଅଗ୍ନିକାଣ୍ଡ ଘଟି ଅମିତାଭ ମୁଣ୍ଡାଙ୍କ ୩ ବଖରା ଜଳିଯାଇଛି।

ଚାଷଜମିରେ ହାତୀପଲ

ଚାଷଜମିରେ ହାତୀପଲ

ସଜନାଗଡ଼, ୧୮।୧୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ୫୮ରୁ ଊର୍ଦ୍ଧ୍ୱ ହାତୀପଲ ଆସିବାର ଆଜକୁ ୫ଦିନ ବିତିଗଲାଣି।  ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ଗତ ରାତିରେ ହାତୀଗୁଡ଼ିକ କୌଣସି ଧନଜୀବନ ନଷ୍ଟ ନ କରିଥିଲେ ମଧ୍ୟ ଜଙ୍ଗଲକୁ ଲାଗି ରହିଥିବା ଏକର ଏକର ଚାଷଜମିର କ୍ଷୟକ୍ଷତି ଘଟାଇଛନ୍ତି।

୨ ବର୍ଷ ଧରି ମିଳିନି ଦରମା: ବାସୁଦେବପୁର ଜଳସେଚନ କର୍ମଚାରୀଙ୍କ ଧାରଣା ଚେତାବନୀ

୨ ବର୍ଷ ଧରି ମିଳିନି ଦରମା: ବାସୁଦେବପୁର ଜଳସେଚନ କର୍ମଚାରୀଙ୍କ ଧାରଣା ଚେତାବନୀ

ବାସୁଦେବପୁର, ୧୮।୧୧(ଡି.ଏନ.ଏ.) -ଭଦ୍ରକ ଜିଲା ବାସୁଦେବପୁର ଜଳସେଚନ ବିଭାଗରେ କାର୍ଯ୍ୟରତ ୫ ଅସ୍ଥାୟୀ କର୍ମଚାରୀଙ୍କୁ ୨ ବର୍ଷ ଧରି ମିଳି ନାହିଁ। ସେମାନେ ନିୟମିତ କାର୍ଯ୍ୟ କରିଆସୁଥିବାବେଳେ ବିଭାଗ ପକ୍ଷରୁ ସେମାନଙ୍କୁ ଦରମା ଦିଆଯାଉ ନ ଥିବା ଅଭିଯୋଗ କରିଛନ୍ତି। 

୩୦ ତାରିଖ ସୁଦ୍ଧା ଦାବି  ପୂରଣ ନ ହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବ୍ଲକ୍‌ ଗ୍ରାଣ୍ଟ ଶିକ୍ଷକ

୩୦ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବ୍ଲକ୍‌ ଗ୍ରାଣ୍ଟ ଶିକ୍ଷକ

ଖୋର୍ଦ୍ଧା ଅଫିସ,୧୮।୧୧: ଖୋର୍ଦ୍ଧା ବିଜେବି ହାଇସ୍କୁଲ ପରିସରରେ ଓଷ୍ଟାର ଖୋର୍ଦ୍ଧା ଜିଲା ଆନୁକୂଲ୍ୟରେ ଶିକ୍ଷକ କର୍ମଚାରୀମାନଙ୍କର ଏକ କ୍ୟାଡର କନ୍‌ଭେନଶନ ରବିବାର ଅନୁଷ୍ଠିତ ହୋଇ ଯାଇଛି। 

କାକଟପୁର ବିଧାୟକଙ୍କ ପକ୍ଷରୁ ୧୦କୋଟି ୭୦ଲକ୍ଷ ଟଙ୍କାର ୨ ପ୍ରକଳ୍ପ ଶିଳାନ୍ୟାସ

କାକଟପୁର ବିଧାୟକଙ୍କ ପକ୍ଷରୁ ୧୦କୋଟି ୭୦ଲକ୍ଷ ଟଙ୍କାର ୨ ପ୍ରକଳ୍ପ ଶିଳାନ୍ୟାସ

କୋଣାର୍କ,୧୮।୧୧(ଡି.ଏନ୍‌.ଏ.): କୋଣାର୍କ ଜଳସେଚନ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୦ କୋଟି ୭୦ଲକ୍ଷ ଟଙ୍କା ବ୍ୟୟରେ ନିିର୍ମିତ ହେବାକୁ ଥିବା ୨ଟି ପ୍ରକଳ୍ପକୁ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ରବିବାର ଶିଳାନ୍ୟାସ କରିଛନ୍ତି।

ବଳରାମପୁରରେ ମଦ କମ୍ପାନୀ ସ୍ଥାପନକୁ ବିରୋଧ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ଲୋକଦେଖାଣିଆ: କଂଗ୍ରେସ

ବଳରାମପୁରରେ ମଦ କମ୍ପାନୀ ସ୍ଥାପନକୁ ବିରୋଧ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ଲୋକଦେଖାଣିଆ: କଂଗ୍ରେସ

ଭୁବନେଶ୍ୱର,୧୮।୧୧(ବ୍ୟୁରୋ): ଢେଙ୍କାନାଳ ଜିଲା ବଳରାମପୁରଠାରେ ମଦ କମ୍ପାନୀ ସ୍ଥାପନ ପାଇଁ ପ୍ରଶାସନ ତରଫରୁ ଜଙ୍ଗଲ ଜମିରୁ ମୂଲ୍ୟବାନ ଗଛ କଟାଯାଉଥିଲା। ଏହାକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିବା ଯୋଗୁ ତାଙ୍କ ଉପରେ ଅମାନୁଷିକ ଭାବେ ଅତ୍ୟାଚାର କରିଥିବା କଂଗ୍ରେସ ରବିବାର ଅଭିଯୋଗ କରିଛି।

ମହାନଦୀରେ ବୁଡ଼ିଗଲେ ଖେଳାଳୀ, ଉଦ୍ଧାର କାର୍ଯ୍ୟ ଜାରି

ମହାନଦୀରେ ବୁଡ଼ିଗଲେ ଖେଳାଳୀ, ଉଦ୍ଧାର କାର୍ଯ୍ୟ ଜାରି

କଟକ ଅଫିସ, ୧୮।୧୧: ମହାନଦୀର ଗଡ଼ଗଡ଼ିଆ ଘାଟରେ ରବିବାର ପୁଣି ଏକ ଅଘଟଣ ଘଟିଛି। ଗାଧୋଇବା ବେଳେ ଜଣେ ଖେଳାଳୀ ବୁଡ଼ି ଯାଇଛନ୍ତିି। ସେ ହେଲେ ରୋହନ ମଲ୍ଲିକ(୨୫)।

ବାରବାଟୀରେ ଏ. ଆର୍‌. ରେହମାନ୍‌ ଶୋ’: ପାର୍କି ଓ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେବାକୁ ଜିଲାପାଳଙ୍କ ନିର୍ଦ୍ଦେଶ

ବାରବାଟୀରେ ଏ. ଆର୍‌. ରେହମାନ୍‌ ଶୋ’: ପାର୍କି ଓ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେବାକୁ ଜିଲାପାଳଙ୍କ ନିର୍ଦ୍ଦେଶ

କଟକ ଅଫିସ, ୧୮।୧୧: ଆସନ୍ତା ୨୩-୨୮ ତାରିଖରେ ଅନୁଷ୍ଠିତ ହେବ ବାଲିଯାତ୍ରା। ଏହି ସମୟରେ ଅର୍ଥାତ ୨୮ ତାରିଖ (ବାଲିଯାତ୍ରାର ଷଷ୍ଠ ଦିନରେ) ହକି ସିଟି ଫେଷ୍ଟିଭାଲରେ ସାମିଲ ହେବାକୁ ବଲିଉଡର ବିଶିଷ୍ଠ ସଙ୍ଗିତ ନିର୍ଦ୍ଦେଶକ ଏ. ଆର୍‌. ରେହମାନ୍‌ କଟକ ଆସୁଛନ୍ତି।

ଜିଲାପାଳ କଲେ ବାଲିଯାତ୍ରା ପଡ଼ିଆ ସଫେଇ, କହିଲେ ‘କଟକବାସୀ ହିସାବରେ ଏହା ମୋ ଦାୟିତ୍ୱ’

ଜିଲାପାଳ କଲେ ବାଲିଯାତ୍ରା ପଡ଼ିଆ ସଫେଇ, କହିଲେ ‘କଟକବାସୀ ହିସାବରେ ଏହା ମୋ ଦାୟିତ୍ୱ’

କଟକ ଅଫିସ, ୧୮।୧୧: କଟକ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ ରବିବାର ସକାଳେ ବାଲିଯାତ୍ରା ପଡ଼ିଆ ସଫେଇ କରିଛନ୍ତି। କର୍ପୋରେଟର ରଞ୍ଜନ ବିଶ୍ୱାଳ ଓ କିଛି ଯୁବପିଢ଼ିଙ୍କ ସହ ମିଶି ସେ ପଡ଼ିଆ ସଫା କରିଛନ୍ତି।

ରାୟଗଡ଼ା ଘାଟିରେ ୫ ଘଣ୍ଟା ଫସିଲା ଟ୍ରେଲର, ‘ଧରିତ୍ରୀ’ ପ୍ରତିନିଧି ଡ୍ରେନ ପୋତି ନିର୍ମାଣ କଲେ ରାସ୍ତା

ରାୟଗଡ଼ା ଘାଟିରେ ୫ ଘଣ୍ଟା ଫସିଲା ଟ୍ରେଲର, ‘ଧରିତ୍ରୀ’ ପ୍ରତିନିଧି ଡ୍ରେନ ପୋତି ନିର୍ମାଣ କଲେ ରାସ୍ତା

ରାୟଗଡ଼ା ଅଫିସ,୧୮।୧୧: ରାୟଗଡ଼ା ଏବଂ ଜୟପୁର ଦେଇ ଯାଇଥିବା ୩୨୬ ନଂ. ରାଜ୍ୟ ରାଜପଥ ଘାଟି ଅଞ୍ଚଳରେ ଏକ କ୍ରେନ ବୋଝେଇ ଟ୍ରେଲର ରବିବାର ସକାଳୁ ଫସି ରହିଥିଲା।

ସୋମବାରଠୁ ପଞ୍ଚକ, ଶ୍ରୀକ୍ଷେତ୍ରରେ ଜମିଲାଣି  ଭିଡ଼

ସୋମବାରଠୁ ପଞ୍ଚକ, ଶ୍ରୀକ୍ଷେତ୍ରରେ ଜମିଲାଣି ଭିଡ଼

ପୁରୀ ଅଫିସ, ୧୮।୧୧: ସୋମବାରଠାରୁ ଆରମ୍ଭ ହେବ ମହା କାର୍ତ୍ତିକର ପଞ୍ଚକ ବ୍ରତ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚକ ବେଶ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଲାଣି।