ଖେଳ |

ସରେ କାଉଣ୍ଟି ଚାମ୍ପିୟନ,ପଦାର୍ପଣରେ ବିଜୟଙ୍କ ଶତକ

ସରେ କାଉଣ୍ଟି ଚାମ୍ପିୟନ,ପଦାର୍ପଣରେ ବିଜୟଙ୍କ ଶତକ
 ନଟିଂହାମ,୧୪ା୯(ପି.ଟି.)- ଦୀର୍ଘ ୧୬ ବର୍ଷ ପରେ ସରେ ଦଳ କାଉଣ୍ଟି କ୍ରିକେଟ୍‌ ଚାମ୍ପିୟନଶିପ୍‌ ଟାଇଟଲ ଅର୍ଜନ କରିଛି। ଅନ୍ତିମ ମ୍ୟାଚ୍‌ରେ ସରେ ୩ ଉଇକେଟରେ ଓରଷ୍ଟାରଶାୟାରକୁ ହରାଇ ଏହି ସଫଳତା ପାଇଛି। ଦକ୍ଷିଣ ଆଫ୍ରିକୀୟ ପେସର ମର୍ନି ମର୍କେଲଙ୍କ ଘାତକ ବୋଲିଂ ପାଇଁ ଏହା ସମ୍ଭବ ହୋଇଛି। ସେ ମ୍ୟାଚ୍‌ରେ ମୋଟ ୮ ଉଇକେଟ ନେଇଥିଲେ।  ପ୍ରଥମ ଇନିଂସରେ ଓରଷ୍ଟାରଶାୟାର ଦଳ ୩୩୬ କରିଥିବାବେଳେ ସରେ ୨୬୮ ରନ୍‌ କରିଥିଲା। ପରେ ୬୮ ରନ୍‌ରେ ଆଗୁଆ ଥିବା ଓରଷ୍ଟାରଶାୟାର ୨ୟ ଇନିଂସ୍‌ରେ ୨୦୩ ରନ୍‌ରେ ସୀମିତ ରହିଥିଲା। ଫଳରେ ସରେ ଦଳ ଆଗରେ ୨୭୨ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ବିଜୟ ଲାଗି ଆବଶ୍ୟକ ରନ୍‌କୁ ୭ ଉଇକେଟ ହରାଇ ସରେ ହାସଲ କରି ନେଇଥିଲା। ଅନ୍ତିମ ଥର ୨୦୦୨ରେ ଆଡାମ ହୋଲିଓକେଙ୍କ ନେତ୍‌ୃତ୍ୱରେ ସରେ ଚାମ୍ପିୟନ ହୋଇଥିଲା। ଦଳର ଏକମାତ୍ର ଖେଳାଳି ଭାବେ ରିକି କ୍ଲାର୍କ ଉଭୟ ଚାମ୍ପିୟନ ଦଳର ସଦସ୍ୟ ହୋଇପାରିଛନ୍ତି। ଅନ୍ୟ ଏକ ମ୍ୟାଚ୍‌ରେ  ଭାରତୀୟ ଓପନର ମୁରଲୀ ବିଜୟ କାଉଣ୍ଟି କ୍ରିକେଟ ପଦାର୍ପଣରେ ଶତକ ମାରିଛନ୍ତି। ତାଙ୍କ ଯୋଗୁ ଏସ୍‌କ୍ସ ଦଳ ୮ ଉଇକେଟ ବ୍ୟବଧାନରେ ସହଜ ବିଜୟ ହାସଲ କରିଛି। ବିଜୟ ୧୮୧ ବଲର ସମ୍ମୁଖୀନ ହୋଇ ୧୦୦ ରନ୍‌ କରିଥିଲେ।

All Right Reserved By

ଖେଳ |

ମୋମୋତାଙ୍କୁ ହରାଇ ଟାଇଟଲ ଜିତିଲେ ଗିନଟିଂ

ମୋମୋତାଙ୍କୁ ହରାଇ ଟାଇଟଲ ଜିତିଲେ ଗିନଟିଂ

ଚାଙ୍ଗଝୋଉ (ଚାଇନା), ୨୩।୯(ଏଏଫ୍‌ପି)- ଜାପାନର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି କେଣ୍ଟୋ ମୋମୋତାଙ୍କୁ ଚକ୍‌ମା ଦେଖାଇ ଇଣ୍ଡୋନେସିଆର ଆନ୍ଥୋନୀ ସିନିସୁକା ଗିନଟିଂ ଚାଇନା ଓପନ୍‌ ଟାଇଟଲ ଜିତିଛନ୍ତି। 

ପୃଥ୍ବୀ, ଆୟାରଙ୍କ ଶତକ: ମୁମ୍ବାଇର ବୃହତ ବିଜୟ

ପୃଥ୍ବୀ, ଆୟାରଙ୍କ ଶତକ: ମୁମ୍ବାଇର ବୃହତ ବିଜୟ

ବେଙ୍ଗାଲୁରୁ, ୨୩।୯(ପି.ଟି.)- ଶ୍ରେୟାସ ଆୟାର ଓ ଯୁବ ତାରକା ପୃଥ୍ବୀ ଶ’ଙ୍କ ବିସ୍ଫୋରକ ଶତକ ବଳରେ ମୁମ୍ବାଇ ଦଳ ଏଠାରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି ଏକଦିବସୀୟ କ୍ରିକେଟ ପ୍ରତିଯୋଗିତାର ଏକ ମ୍ୟାଚ୍‌ରେ ୫୦ ଓଭରରେ ୪୦୦ ରନ ସଂଗ୍ରହ କରିଛି। 

ଏସିଆ କପ୍‌ କ୍ରିକେଟ: ଟସ୍‌ ଜିତି ପାକିସ୍ତାନର ବ୍ୟାଟିଂ

ଏସିଆ କପ୍‌ କ୍ରିକେଟ: ଟସ୍‌ ଜିତି ପାକିସ୍ତାନର ବ୍ୟାଟିଂ

ଦୁବାଇ,୨୩।୯(ପି.ଟି.)- ଚଳିତ ଏସିଆ କପ୍‌ରେ ଉପମହାଦେଶର ଦୁଇ ପାରମ୍ଭରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ସୁପର- ୪ ପର୍ଯ୍ୟାୟର ତୃତୀୟ ମ୍ୟାଚ୍‌ରେ ରବିବାର ପରସ୍ପରକୁ ଭେଟିଛନ୍ତି। ସ୍ଥାନୀୟ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମରେ ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଦ୍ରୁତ ବୋଲର ମହମ୍ମଦ ଅମୀର ଓ ଶଦାବ ଖାଁ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଲାବେର କପ୍‌: ଫେଡେରର, ଭେରେଭ ବିଜୟୀ

ଲାବେର କପ୍‌: ଫେଡେରର, ଭେରେଭ ବିଜୟୀ

ଚିକାଗୋ, ୨୩।୯(ଏଏଫପି)-  ଅଭିଜ୍ଞ ରୋଜର ଫେଡେରର ଓ ଆଲେକଜାଣ୍ଡାର ଭେରେଭଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଏଠାରେ ଚାଲିଥିବା ଲାବେର କପ୍‌ରେ ଓ୍ବାଲର୍‌ଡ ଟିମ୍‌ ବିପକ୍ଷରେ ୟୁରୋପ ଅଗ୍ରଣୀ ହାସଲ କରି ସ୍ଥିତି ଦୃଢ କରିଛି। ଏହି ଦୁଇ ଖେଳାଳି ସେମାନଙ୍କ ସିଙ୍ଗଲ୍ସ ମ୍ୟାଚ୍‌ ଜିତି ୟୁରୋପକୁ ୭-୧ରେ ଅଗ୍ରଣୀ କରାଇଛନ୍ତି। 

ପାନ୍‌ ପ୍ୟାସିଫିକ୍‌ ଓପନ୍‌: ପ୍ଲିସ୍କୋଭା ଚାମ୍ପିୟନ

ପାନ୍‌ ପ୍ୟାସିଫିକ୍‌ ଓପନ୍‌: ପ୍ଲିସ୍କୋଭା ଚାମ୍ପିୟନ

ଟୋକିଓ,୨୩।୯(ଏଏଫପି)- ଏଠାରେ ଅନୁଷ୍ଠିତ ପାନ ପ୍ୟାସିଫିକ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟରେ ଚେକ ଗଣରାଜ୍ୟର ତାରକା ମହିଳା ଖେଳାଳି କାରୋଲିନା ପ୍ଲିସ୍କୋଭା ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବିଶ୍ୱର ପୂର୍ବତନ ୧ ନମ୍ବର ଖେଳାଳି ପ୍ଲିସ୍କୋଭା ୟୁଏସ୍‌ ଓପନ୍‌ ଚାମ୍ପିୟନ ଜାପାନର ନାଓମି ଓସାକାଙ୍କୁ ୬-୪,୬-୪ ସେଟରେ ପରାସ୍ତ କରି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ଚତୁର୍ଥ ସିଡ ମାନ୍ୟତା ପାଇଥିବା ପ୍ଲିସ୍କୋଭା ବିଜୟୀ ହେବା ପାଇଁ ମାତ୍ର ୬୩ ମିନିଟ୍‌ ସମୟ ଆବଶ୍ୟକ କରିଥିଲେ।

ଦେଶ ଅଧିକ କ୍ୱାଲିଟି ସିଙ୍ଗଲ୍ସ ଖେଳାଳି ଆବଶ୍ୟକ କରୁଛି: ଅମ୍ରିତ ରାଜ

ଦେଶ ଅଧିକ କ୍ୱାଲିଟି ସିଙ୍ଗଲ୍ସ ଖେଳାଳି ଆବଶ୍ୟକ କରୁଛି: ଅମ୍ରିତ ରାଜ

ଚେନ୍ନାଇ,୨୩।୯(ପି.ଟି.)-ଦେଶରେ ଏବେ ଅଧିକରୁ ଅଧିକ ସିଙ୍ଗଲ୍ସ ଖେଳାଳି ଆବଶ୍ୟକ ହେଉଛି। ବିଶ୍ୱ ଟେନିସ୍‌ରେ ନିଜର ପ୍ରଭାବ ବିସ୍ତାର କରିବାକୁ  ଓ ଏଲିଟ୍‌ ଗ୍ରୁପ୍‌ରେ ସାମିଲ ହେବାକୁ ହେଲେ କ୍ୱାଲିଟି ସିଙ୍ଗଲ୍ସ ଖେଳାଳି ସୃଷ୍ଟି ହେବା ନିହାତି ଆବଶ୍ୟକ ବୋଲି ଟେନିସ୍‌ କିମ୍ବଦନ୍ତୀ ବିଜୟ ଅମ୍ରିତରାଜ କହିଛନ୍ତି। 

ଭାରତୀୟ ଜାତୀୟ ସଙ୍ଗୀତ ଗାଇଲେ ପାକିସ୍ତାନ ନାଗରିକ

ଭାରତୀୟ ଜାତୀୟ ସଙ୍ଗୀତ ଗାଇଲେ ପାକିସ୍ତାନ ନାଗରିକ

ଦୁବାଇ,୨୩।୯(ପି.ଟି.)- ସ୍ଥାନୀୟ ଦୁବାଇର ଆନ୍ତର୍ଜାତିକ ଷ୍ଟାଡିୟମରେ ଗତ ୧୯ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ଚଳିତ ଏସିଆ କପ୍‌ ଗ୍ରୁପ୍‌ ମ୍ୟାଚ୍‌ ଅବସରରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଥିଲା। ଆଦିଲ ତାଜ୍‌ ନାମକ ଜଣେ ପାକିସ୍ତାନ ନାଗରିକ ଭାରତୀୟ ଜାତୀୟ ସଙ୍ଗୀତକୁ ସମ୍ମାନ ଦେବା ସହ ଏହାକୁ ଗାନ କରୁଥିବାର ଦେଖାଯାଇଥିଲା।  ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଛି।

ବିଶ୍ୱ ହେଭିଓ୍ବେଟ୍‌ ଟାଇଟଲ ବଜାୟ ରଖିଲେ ଆନ୍ଥୋନୀ

ବିଶ୍ୱ ହେଭିଓ୍ବେଟ୍‌ ଟାଇଟଲ ବଜାୟ ରଖିଲେ ଆନ୍ଥୋନୀ

ଲଣ୍ଡନ,୨୩।୯(ଏଏଫପି)- ବ୍ରିଟିଶ୍‌ ପେସାଦାର ବକ୍ସର ଅନ୍ଥୋନୀ ଜୋଶୁଆ ତାଙ୍କର ବିଶ୍ୱ ହେଭିଓ୍ବେଟ୍‌ ଟାଇଟଲ ଗୁଡିକ ବଜାୟ ରଖିଛନ୍ତି। ସ୍ଥାନୀୟ ଓ୍ବିମ୍ବଲେ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ମୁକାବିଲାରେ ସେ ରୁଷିଆ ଅଭିଜ୍ଞ ତଥା ପେସାଦାର ବକ୍ସର ଆଲେକଜାଣ୍ଡାର ପୋଭେଟକିନ୍‌ଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିବା ସହ ପୂର୍ବ ସଫଳତାକୁ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ଏହି ବିଜୟ ଫଳରେ ଆନ୍ଥୋନୀ ତାଙ୍କ ଡବ୍ଲ୍ୟୁବିଏ, ଆଇବିଏଫ୍‌ ଓ ଡବ୍ଲ୍ୟୁବିଓ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛନ୍ତି।

 କରାଟେ ମହାସଂଘ ନିର୍ବାଚନ:  ଆଇଓଏ ଗଠନ କଲା ଆଡହକ୍‌ କମିଟି

କରାଟେ ମହାସଂଘ ନିର୍ବାଚନ: ଆଇଓଏ ଗଠନ କଲା ଆଡହକ୍‌ କମିଟି

ନୂଆଦିଲ୍ଲୀ, ୨୩ା୯ (ପି.ଟି.)-ଭାରତୀୟ କରାଟେ ମହାସଂଘ (କେଏଫ୍‌ଆଇ)କର୍ମକର୍ତ୍ତା ନିିର୍ବାଚନ ପରିଚାଳନା ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ତିନିଜଣିଆ ସଦସ୍ୟ ବିଶିଷ୍ଟ ଏକ ଆଡହକ୍‌ କମିଟି ଗଠନ କରିଛି।  କାରଣ ଏହି ଜାତୀୟ କ୍ରୀଡ଼ା ମହାସଂଘର କାର୍ଯ୍ୟକାଳ ଶେଷ ହୋଇଯାଇଥିଲେ ମଧ୍ୟ  ନିର୍ବାଚନ ପ୍ରକ୍ରିୟାରେ ବିଳମ୍ବ ଘଟିଛି। ଆଡହକ୍‌ କମିଟି ଗଠନ ହେବା ଦ୍ୱାରା କେଏଫ୍‌ଆଇ ପ୍ରସ୍ତାବ ଅନୁସାରେ ଯଦି ନିର୍ବାଚନ ସେପ୍ଟେମ୍ବର ୨୩ରେ ହୋଇଥାନ୍ତା ତେବେ ଆଇଓଏ ତାହା ଗ୍ରହଣ କରି ନ ଥାନ୍ତା। ଭୁବନେଶ୍ୱର କାଲ୍‌ଟାଙ୍କୁ ଆଡହକ୍‌ କମିଟିର ଅଧ୍ୟକ୍ଷ କରାଯାଇଛି, ଯିଏକି ପୂର୍ବରୁ ଆଇଓଏରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିସାରିଛନ୍ତି। 

ଜାତୀୟ ସଫ୍ଟବେସବଲ ଉଦ୍‌ଯାପିତ ବାଳକରେ ଓଡ଼ିଶା ଚାମ୍ପିୟନ ସଞ୍ଜୟ, ଲକ୍ଷ୍ମୀ ଶ୍ରେଷ୍ଠ ଖେଳାଳି

ଜାତୀୟ ସଫ୍ଟବେସବଲ ଉଦ୍‌ଯାପିତ ବାଳକରେ ଓଡ଼ିଶା ଚାମ୍ପିୟନ ସଞ୍ଜୟ, ଲକ୍ଷ୍ମୀ ଶ୍ରେଷ୍ଠ ଖେଳାଳି

ଭୁବନେଶ୍ୱର, ୨୩।୯(ସ୍ପୋଟର୍‌ସ ବ୍ୟୁରୋ)- ସଫ୍ଟ ବେସ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା ଓ ସଫ୍ଟବେସ୍‌ବଲ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଜାତୀୟ ଜୁନିୟର ସଫ୍ଟବେସ୍‌ବଲ ପ୍ରତିଯୋଗିତା (ବାଳିକା/ବାଳକ) ଶନିବାର ଉଦ୍‌ଯାପିତ ହୋଇଯାଇଛି।

ଫାଓ ଲିଗ୍‌: ସନ୍‌ରାଇଜ୍‌ କ୍ଲବ ବିଜୟୀ

ଫାଓ ଲିଗ୍‌: ସନ୍‌ରାଇଜ୍‌ କ୍ଲବ ବିଜୟୀ

କଟକ ଅଫିସ,୨୩।୯- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଫାଓ ପ୍ରଥମ ଡିଭିଜନ ଲିଗ୍‌ରେ ଶନିବାର ଗୋଟିଏ ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ସନ୍‌ରାଇଜ୍‌ କ୍ଲବ ୪-୦ ଗୋଲରେ ଓଡ଼ିଶା ପୋଲିସକୁ ପରାସ୍ତ କରିଛି। କ୍ଲବ ପକ୍ଷରୁ ମହମ୍ମଦ ଫୟାସ ଡବଲ ଗୋଲ

ଜାତୀୟ ସିନିୟର ମହିଳା ଫୁଟବଲ କ୍ବାର୍ଟରରେ ଓଡ଼ିଶା

ଜାତୀୟ ସିନିୟର ମହିଳା ଫୁଟବଲ କ୍ବାର୍ଟରରେ ଓଡ଼ିଶା

କଟକ ଅଫିସ,୨୩।୯- କଟକରେ ଚାଲିଥିବା ୨୪ତମ ଜାତୀୟ ସିନିୟର ମହିଳା ଫୁଟବଲ ଚାମ୍ପିୟନଶିପର କ୍ବାର୍ଟରଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ଶନିବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୫-୦ ଗୋଲରେ ତେଲେଙ୍ଗାନାକୁ ପରାସ୍ତ କରିବା ସହ ଲିଗ୍‌ ପର୍ଯ୍ୟାୟର ୨ଟି ଯାକ