ଖେଳ |

ସଞ୍ଜିତାଙ୍କ ବି’ ସାମ୍ପଲ ପଜିିଟିଭ୍‌

ସଞ୍ଜିତାଙ୍କ ବି’ ସାମ୍ପଲ ପଜିିଟିଭ୍‌
ନୂଆଦିଲ୍ଲୀ, ୧୪ା୯ (ପି.ଟି.)-ଭାରୋତ୍ତୋଳିକା ସଞ୍ଜିତା ଚାନୁଙ୍କ ବି’ ସାମ୍ପଲ ପଜିଟିଭ ଆସିଛି। ସେ ପୁଣି ଅଡ଼ୁଆରେ ପଡ଼ିଛନ୍ତି। ଏଥିରେ  କିନ୍ତୁ ହତୋତ୍ସାହିତ ନ ହୋଇ ଚାନୁ ହଙ୍ଗେରୀସ୍ଥିତ ଇଣ୍ଟରନ୍ୟାଶନାଲ ଓ୍ବେଟ୍‌ଲିଫ୍ଟିଂ ଫେଡେରେଶନ (ଆଇଡବ୍ଲ୍ୟୁଏଫ୍‌) ନିକଟରେ ଫେରାଦ ହେବା ଲାଗି ନିଷ୍ପତ୍ତି ନେଇଛନ୍ତି। ଆଇଡବ୍ଲ୍ୟୁଏଫ୍‌ ହିୟରିଂ ପ୍ୟାନେଲ ନିକଟରେ ସଞ୍ଜିତା ଯଦି ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ ନ କରିପାରିବେ ତେବେ  ପ୍ରଥମ ଅପରାଧ ପାଇଁ ତାଙ୍କୁ ସର୍ବାଧିକ ୪ ବର୍ଷ ପର୍ଯ୍ୟନ୍ତ ବାସନ୍ଦ ଦଣ୍ଡ ଭୋଗିବାକୁ ପଡ଼ିପାରେ। ସଞ୍ଜିତାଙ୍କୁ ତାଙ୍କ ବି’ ସାମ୍ପଲ ଫଳାଫଳ ସେପ୍ଟେମ୍ବର ୧୧ରେ ମିଳିଛି। ତାଙ୍କ ଭାଇ ବିଜେନ୍‌ ସିଂ କହିଛନ୍ତି, ସାମ୍ପଲ ନମ୍ବରିଂରେ ତ୍ରୁଟି ହୋଇଥିବା ବିଷୟ ଆଇଡବ୍ଲ୍ୟୁଏଫ୍‌ ପୂର୍ବରୁ ସ୍ବୀକାର କରିଛି। ଆମେ ଏ ବିଷୟ ହିଅରିଂ ପ୍ୟାନେଲ ନିକଟରେ ଉପସ୍ଥାପନ କରିବୁ। ଆଇଡବ୍ଲ୍ୟୁଏଫ୍‌ ନିକଟରେ ଆମେ ସଫଳ ନ ହେଲେ ସୁଇଜରଲାଣ୍ଡସ୍ଥିତ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌)ର ଦ୍ୱାରସ୍ଥ ହେବୁ।  ବି’ ସାମ୍ପଲ ଫଳାଫଳ ପଠାଇବା ବେଳେ ଆଇଡବ୍ଲ୍ୟୁଏଫ୍‌ ସେଥିରେ ଉଲ୍ଲେଖ କରିଥିଲା ଯେ, ଚାନୁ ଯଦି ଚାହିଁବେ  ଚଳିତ ମାସ ୧୮ ସୁଦ୍ଧା ଏକ ହିଅରିଂ ପ୍ୟାନେଲ ନିକଟରେ ଅପିଲ କରିପାରିବେ।
All Right Reserved By

ଖେଳ |

୨୯ ବର୍ଷ ତଳେ ଟେଷ୍ଟ ପଦାର୍ପଣ କରିଥିଲେ ସଚିନ

୨୯ ବର୍ଷ ତଳେ ଟେଷ୍ଟ ପଦାର୍ପଣ କରିଥିଲେ ସଚିନ

ନୂଆଦିଲ୍ଲୀ, ୧୫।୧୧- କ୍ରିକେଟର ଭଗବାନଭାବେ ପରିଚିତ ସଚିନ ତେନ୍ଦୁଲକର ଠିକ୍‌ ୨୯ ବର୍ଷ ତଳେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ପଦାର୍ପଣ କରି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ଗୁରୁବାର ସଚିନ ଏହି ଦିନକୁ ସ୍ମରଣ କରିଛନ୍ତି। ‘ଯେଉଁଦିନ ପ୍ରଥମଥର ଲାଗି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲି ସେହିଦିନର ଅନେକ ଗୁଡ଼ିଏ ଘଟଣା ପ୍ରତିବର୍ଷ ଆଜିର ଦିନରେ ମନେପଡ଼ିଯାଏ।

ହଂକଂ ଓପନ୍‌: ପ୍ରଣୟଙ୍କୁ ହରାଇ କ୍ୱାର୍ଟରରେ ଶ୍ରୀକାନ୍ତ

ହଂକଂ ଓପନ୍‌: ପ୍ରଣୟଙ୍କୁ ହରାଇ କ୍ୱାର୍ଟରରେ ଶ୍ରୀକାନ୍ତ

କୌଲୁନ, ୧୫।୧୧- ଭାରତର ତାରକା ସଟ୍‌ଲର କିଡାମ୍ବୀ ଶ୍ରୀକାନ୍ତ ଏଠାରେ ଚାଲିଥିବା ୭ ଲକ୍ଷ ୫୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ହଂକଂ ଓପନ୍‌ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଖେଳାଯାଇଥିବା ଏକ ଅଲ୍‌ଇଣ୍ଡିଆ ମ୍ୟାଚ୍‌ରେ ଶ୍ରୀକାନ୍ତ ନିଜ ଦେଶର ସାଥୀ ଖେଳାଳି ଏଚ୍‌.ଏସ୍‌. ପ୍ରଣୟଙ୍କୁ ୧୮-୨୧, ୩୦-୨୯ ଓ ୨୧-୧୮ ଗେମ୍‌ରେ ପରାସ୍ତ କରିଛନ୍ତି। 

ବିଜୟ ସହ ସିରିଜ ଡ୍ର’ ରଖିଲା ବାଂଲାଦେଶ

ବିଜୟ ସହ ସିରିଜ ଡ୍ର’ ରଖିଲା ବାଂଲାଦେଶ

ଢାକା, ୧୫।୧୧- ଜିମ୍ବାଓ୍ବେ ବିପକ୍ଷରେ ଏଠାରେ ଚାଲିଥିବା ଅନ୍ତିମ ତଥା ୨ୟ ଟେଷ୍ଟ ମ୍ୟାଚ୍‌କୁ ଘରୋଇ ବାଂଲାଦେଶ ଦଳ  ୨୧୮ ରନରେ ବିଜୟ ହାସଲ କରିଛି। ଭ୍ରମଣକାରୀ ଦଳର ବରିଷ୍ଠ ବ୍ୟାଟ୍ସମ୍ୟାନ ବ୍ରେଣ୍ଡନ ଟେଲର ମ୍ୟାଚ୍‌ର ଉଭୟ ଇନିଂସରେ ଶତକୀୟ ଇନିଂସ ଖେଳିଥିଲେ ମଧ୍ୟ ତାହା ବେକାର ଯାଇଥିଲା। ଏହି ବିଜୟ ସହ ଦୁଇ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜକୁ ବାଂଲାଦେଶ ୧-୧ରେ ଡ୍ର ରଖିବାରେ ସଫଳ ହୋଇଛି। 

ରାଡ୍ବାନସ୍କାଙ୍କ ଅବସର

ରାଡ୍ବାନସ୍କାଙ୍କ ଅବସର

ଲଣ୍ଡନ, ୧୫।୧୧- ପୋଲାଣ୍ଡ ମହିଳା ଟେନିସ ଖେଳାଳି ଆଗ୍ନିଏକ୍ସା ରାଡ୍ବାନସ୍କା ଟେନିସରୁ ଅବସର ଘୋଷଣା କରିଛନ୍ତି। ବିଶ୍ୱର ପ୍ରାକ୍ତନ ୨ ନମ୍ବର ମହିଳା ସିଙ୍ଗଲ୍ସ ଖେଳାଳି ରାଡ୍ବାନସ୍କା ୨୦୧୨ ଓ୍ବିମ୍ବେଲଡନ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ସେରେନା ଓ୍ବିଲିୟମ୍ସଙ୍କ ନିକଟରୁ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିଲେ।

ଏଟିପି ଫାଇନାଲ୍ସ: ସେମିଫାଇନାଲରେ ଜୋକୋଭିଚ୍‌

ଏଟିପି ଫାଇନାଲ୍ସ: ସେମିଫାଇନାଲରେ ଜୋକୋଭିଚ୍‌

ଲଣ୍ଡନ, ୧୫।୧୧- ବିଶ୍ୱର ଏକ ନମ୍ବର ମାନ୍ୟତାପ୍ରାପ୍ତ ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌ ଏଠାରେ ଚାଲିଥିବା ସମ୍ମାନଜନକ ଏଟିପି ଫାଇନାଲ୍ସ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଜୋକୋଭିଚ୍‌ ଜର୍ମାନୀର ଆଲେକ୍ସଜାଣ୍ଡର ଜେଭରେଭଙ୍କୁ ପରାସ୍ତ କରି ଅନ୍ତିମ-୪ରେ ସ୍ଥାନ ସୁରକ୍ଷିତ କରିଛନ୍ତି।

ରଣ୍‌ଜୀ ଟ୍ରଫି: ଓଡ଼ିଶାର ଶୋଚନୀୟ ପରାଜୟ

ରଣ୍‌ଜୀ ଟ୍ରଫି: ଓଡ଼ିଶାର ଶୋଚନୀୟ ପରାଜୟ

ଭୁବନେଶ୍ୱର, ୧୫।୧୧ (ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କିଟ୍‌ କ୍ରିକେଟ ଷ୍ଟାଡିୟମରେ ଭ୍ରମଣକାରୀ ଉତ୍ତରପ୍ରଦେଶ (ୟୁପି) ବିପକ୍ଷରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶା ଶୋଚନୀୟ ପରାଜୟବରଣ କରିଛି। ଏହି ମ୍ୟାଚ୍‌ରେ ଉତ୍ତରପ୍ରଦେଶ ଦଳ ୧୦ ଉଇକେଟ୍‌ରେ ବିପ୍ଳବ ସାମନ୍ତରାୟଙ୍କ ନେତୃତ୍ୱାଧୀନ ଓଡ଼ିଶାକୁ ହରାଇ ଦେଇଛି। 

ଟିକେଟ୍‌ ବିକ୍ରିକୁ ନେଇ କଳିଙ୍ଗ ଷ୍ଟାଡିୟମ୍‌ରେ ଭଙ୍ଗାରୁଜା

ଟିକେଟ୍‌ ବିକ୍ରିକୁ ନେଇ କଳିଙ୍ଗ ଷ୍ଟାଡିୟମ୍‌ରେ ଭଙ୍ଗାରୁଜା

ଭୁବନେଶ୍ୱର, ୧୫।୧୧(ବ୍ୟୁରୋ): ହକି ବିଶ୍ୱକପ୍‌ ଟିକେଟ୍‌  ବିକ୍ରିକୁ ନେଇ କଳିଙ୍ଗ ଷ୍ଟାଡିୟମ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। 

ଉପଅଧିନାୟକ ଚିଙ୍ଗ୍‌ଲେନ୍‌ସାନା

ଉପଅଧିନାୟକ ଚିଙ୍ଗ୍‌ଲେନ୍‌ସାନା

ଭୁବନେଶ୍ୱର, ୧୫।୧୧ (ସ୍ପୋଟର୍‌ସ ବ୍ୟୁରୋ)- ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ କାଙ୍ଗୁଜାମ ଚିଙ୍ଗ୍‌ଲେନସାନା ସିଂ ଖୁବ୍‌ କମ୍‌ ସମୟ ମଧ୍ୟରେ ନିଜ ପ୍ରତିଭା ଓ ଦକ୍ଷତା ବଳରେ ଭାରତୀୟ ହକି ଦଳର ଜଣେ ନିୟମିତ ସଦସ୍ୟ ହୋଇପାରିଛନ୍ତି। 

ମହିଳା ଟି୨୦ ବିଶ୍ୱକପ୍‌  : ସେମିଫାଇନାଲ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ମହିଳା ଟି୨୦ ବିଶ୍ୱକପ୍‌ : ସେମିଫାଇନାଲ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଗୁୟାନା, ୧୫।୧୧ (ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍‌ରେ ଚାଲିଥିବା ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ମହିଳା ଟି୨୦ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ଦମ୍‌ଦାର ପ୍ରଦର୍ଶନ କରିଥିବା ଭାରତ ଗୁରୁବାର ସ୍ଥାନୀୟ ପ୍ରୋଭିଡେନ୍ସ ଗ୍ରାଉଣ୍ଡରେ ଆୟର୍ଲାଣ୍ଡକୁ ଭେଟିବ। 

ଦ୍ୱିତୀୟ ଟେଷ୍ଟ: ଇଂଲଣ୍ଡ ୨୮୫ରେ ଅଲଆଉଟ୍‌

ଦ୍ୱିତୀୟ ଟେଷ୍ଟ: ଇଂଲଣ୍ଡ ୨୮୫ରେ ଅଲଆଉଟ୍‌

କାଣ୍ଡି, ୧୫।୧୧(ଏଏଫପି)- ସ୍ଥାନୀୟ ପାଲିକେଲ ଆନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମରେ ବୁଧବାର  ଶ୍ରୀଲଙ୍କା ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଟସ୍‌ ଜିତି ଇଂଲଣ୍ଡ ପ୍ରଥମ ଇନିଂସରେ ୭୫.୪ ଓଭରରେ ୨୮୫ ରନ କରି ଅଲଆଉଟ ହୋଇଛି। 

ଶ୍ରୀଲଙ୍କା ରାଜନୀତି : ରାଜପାକ୍‌ସେଙ୍କ ଦଳରେ ଯୋଗଦେଲେ ଦିଲସାନ

ଶ୍ରୀଲଙ୍କା ରାଜନୀତି : ରାଜପାକ୍‌ସେଙ୍କ ଦଳରେ ଯୋଗଦେଲେ ଦିଲସାନ

କଲମ୍ବୋ, ୧୫।୧୧ (ଏଏଫପି)- ଶ୍ରୀଲଙ୍କା ରାଜନୀତିରେ ବିବାଦୀୟ ସ୍ଥିତି ଚାଲୁରହିଥିବା ବେଳେ ଆଉ ଜଣେ ତାରକା କ୍ରିକେଟର ରାଜନୀତିରେ ଯୋଗ ଦେଇଛନ୍ତି। ଶ୍ରୀଲଙ୍କା ପୂର୍ବତନ ଅଧିନାୟକ ତିଲକରତ୍ନେ ଦିଲସାନ ଏବେ ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପାକସେଙ୍କ ଦଳରେ ଯୋଗ ଦେଇଛନ୍ତି।

ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ : ଉତ୍ତରପ୍ରଦେଶ ନିୟନ୍ତ୍ରଣରେ ମ୍ୟାଚ୍‌

ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ : ଉତ୍ତରପ୍ରଦେଶ ନିୟନ୍ତ୍ରଣରେ ମ୍ୟାଚ୍‌

ଭୁବନେଶ୍ୱର, ୧୫।୧୧(ସ୍ପୋଟର୍‌ସ ବ୍ୟୁରୋ)- ଘରୋଇ ଓଡ଼ିଶା ବିପକ୍ଷରେ ସ୍ଥାନୀୟ କିଟ୍‌ କ୍ରିକେଟ୍‌ ଷ୍ଟାଡିୟମରେ ଚାଲିଥିବା ରଣ୍‌ଜୀ ଟ୍ରଫି ମ୍ୟାଚ୍‌ ଉତ୍ତରପ୍ରଦେଶ (ୟୁପି) ନିୟନ୍ତ୍ରଣରେ ରହିଛି।