ବାଣିଜ୍ୟ |

୩୨୮ ପ୍ରକାର ଔଷଧ ନିଷିଦ୍ଧ

୩୨୮ ପ୍ରକାର ଔଷଧ ନିଷିଦ୍ଧ
ନୂଆଦିଲ୍ଲୀ,୧୪-୯: କେନ୍ଦ୍ର ସରକାର ଉଭୟ ସ୍ବଦେଶୀ ଓ ବିଦେଶୀ ଔଷଧ କମ୍ପାନୀଙ୍କୁ ଝଟକା ଦେଇଛନ୍ତି। ସାରିଡନ ଭଳି ଯନ୍ତ୍ରଣାନାଶକ ଔଷଧ ଠାରୁ ଆରମ୍ଭ କରି ସ୍କିନ କ୍ରିମ୍‌ ପେନ୍‌ଡ୍ରମ ସମେତ ଏକାଧିକ କମ୍ବିନେଶନର ୩୨୮ ପ୍ରକାର ଔଷଧକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିଷିଦ୍ଧ କରିଛନ୍ତି। ଅତ୍ୟଧିକ ରସାୟନରେ ପ୍ରସ୍ତୁତ ଏଭଳି ଔଷଧର ବ୍ୟବହାର ଦ୍ୱାରା ଲୋକଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସୁ ନ ଥିବାରୁ ଏଗୁଡିକୁ ନିଷିଦ୍ଧ କରାଗଲା ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।  ମିଳିଥିବା ତଥ୍ୟ ଅନୁଯାୟୀ ଏଭଳି ଔଷଧର ଉତ୍ପାଦନ, ବିତରଣ ତଥା ବିକ୍ରିକୁ ତତ୍କାଳ  ରୋକିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।  ନିଷିଦ୍ଧ ହୋଇଥିବା ଔଷଧ ମଧ୍ୟରେ ଏକାଧିକ କଫ୍‌ ସିରଫ, ଥଣ୍ଡା, କାଶ ବ୍ୟତୀତ କିଛି ଆଣ୍ଟିବାୟୋଟିକ ଔଷଧ ସାମିଲ ହୋଇଛି। କେନ୍ଦ୍ର ସରକାର ୨୦୧୬ରେ ଏଭଳି ୩୫୦ ଔଷଧକୁ ନିଷିଦ୍ଧ ଘୋଷଣା କରିଥିଲେ। ଏଗୁଡିକୁ ଫିକ୍ସ ଡୋଜ୍‌ କମ୍ବିନେଶନ୍ସ(ଏଫଡିସି) ଔଷଧ କୁହାଯାଏ। ଫାର୍ମା କମ୍ପାନୀଙ୍କ ମଧ୍ୟରେ ଲାଗି ରହୁଥିବା ଝଗଡାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏହାର ସମୀକ୍ଷା କରିବାକୁ ପରାମର୍ଶଦାତା ବୋର୍ଡକୁ ନିର୍ଦ୍ଦେଶ ଦେଇଥିଲେ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୩୨୮ ପ୍ରକାର ଔଷଧରେ ଥିବା ଏକାଧିକ ରସାୟନ ଲୋକଙ୍କ ହିତରେ ଆସୁନି। ଏଗୁଡିକ ଲୋକଙ୍କ ପ୍ରତି ବିପଦ ବୋଲି ପରାମର୍ଶଦାତା ବୋର୍ଡ ସୁପାରିସ କରିଛି। ଏଣୁ ଆଗାମୀ ଦିନରେ ଉକ୍ତ ୩୨୮ ଏଫଡିସିର ଉତ୍ପାଦନ, ବିକ୍ରି ଓ ଯୋଗାଣକୁ ନିଷିଦ୍ଧ କରାଯାଉଛି। ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଇଣ୍ଡିଆନ ଡ୍ରଗ୍‌ ମ୍ୟାନୁଫ୍ୟକଚରର୍ସ ଆସୋସିଏଶନ ସଭାପତି ଦୀପନାଥ ରାୟଚୌଧୁରୀ କହିଛନ୍ତି ଯେ, ଏଭଳି ନିଷ୍ପତ୍ତି ଯୋଗୁ ଔଷଧ ବଜାରରେ ବାର୍ଷିକ ୧୬୦୦ କୋଟି ଟଙ୍କାର କ୍ଷତି ହେବ। ତେବେ କେଉଁ ବ୍ରାଣ୍ଡ୍‌ର କେଉଁ ଔଷଧକୁ ସରକାର ନିଷିଦ୍ଧ କଲେ ସେ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇନି।
All Right Reserved By

ବାଣିଜ୍ୟ |

ବଜାରରେ କମୁଛି ନଗଦ

ବଜାରରେ କମୁଛି ନଗଦ

ମୁମ୍ବାଇ,୨୫ା୯: ବିମୁଦ୍ରୀକରଣ ପରେ ନଗଦ ଅର୍ଥର ପ୍ରବାହ ବହୁଗୁଣିତ ହୋଇଥିଲା। ଯେତିକି ଟଙ୍କା ବ୍ୟାଙ୍କକୁ ଫେରିଥିଲା ତା’ର ୯୯.୯ ପ୍ରତିଶତ ପୁନର୍ବାର ବଜାରରେ ପ୍ରଚଳନ ହୋଇସାରିଥିଲା। 

୧୫% ଅଧିକ ବେଗରେ ଗଡିବ ଭାରତୀୟ ରେଳ

ନୂଆଦିଲ୍ଲୀ, ୨୫-୯
 ଭାରତୀୟ ରେଳପଥ ଏହାର ସମସ୍ତ ନେଟ୍‌ଓ୍ବର୍କକୁ ବିଦ୍ୟୁତୀକରଣ କରିବ। ଅର୍ଥାତ୍‌  ଡିଜେଲ ପରିବର୍ତ୍ତେ ସବୁ ଟ୍ରେନ୍‌  ବିଦ୍ୟୁତ୍‌ରେ ଚାଲିବ। 

୯୦ ଟଙ୍କା ଅତିକ୍ରମ କଲା ପେଟ୍ରୋଲ ଦର

୯୦ ଟଙ୍କା ଅତିକ୍ରମ କଲା ପେଟ୍ରୋଲ ଦର

ନୂଆଦିଲ୍ଲୀ, ୨୫ା୯(ପି.ଟି.)
ଆଉ ୧୦ ଟଙ୍କା ବଢିଲେ ଦେଶରେ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଯିବ।  ମିଳିଥିବା ସୂଚନା ଅନୁସାରେ ମୁମ୍ବାଇ ସହରରେ ସୋମବାର ପେଟ୍ରୋଲ ଲିଟର ପିଛା ଦର ୯୦ ଟଙ୍କା ଅତିକ୍ରମ କରି ଯାଇଛି। 

ଆଇଟି ଶିଳ୍ପରେ ୫୦% କର୍ମଚାରୀ ଅସନ୍ତୁଷ୍ଟ

ଆଇଟି ଶିଳ୍ପରେ ୫୦% କର୍ମଚାରୀ ଅସନ୍ତୁଷ୍ଟ

କୋଲକାତା,୨୫-୯
 ଭାରତରେ ସୂଚନା ଓ ପ୍ରଯୁକ୍ତି(ଆଇଟି) ଶିଳ୍ପରେ ଚଳିତ ବର୍ଷ ଘଣ୍ଟାକୁ କର୍ମଚାରୀମାନେ ୩୧୭ ଟଙ୍କାରୁ ଅଧିକ ଦରମା ପାଉଛନ୍ତି। ଏହା ଅନ୍ୟ ସମସ୍ତ ପ୍ରମୁଖ କ୍ଷେତ୍ରଠାରୁ ଅଧିକ ହୋଇଥିଲେ ମଧ୍ୟ ଏ କ୍ଷେତ୍ରର କର୍ମଚାରୀମାନେ ଏହି ଦରମାକୁ ନେଇ ସନ୍ତୁଷ୍ଟ ନୁହନ୍ତି। 

ଭାରତରେ ପୁରୁଷମାନେ ବେଶି ମୋବାଇଲ୍‌ ବ୍ୟବହାର କରୁଛନ୍ତି

ଭାରତରେ ପୁରୁଷମାନେ ବେଶି ମୋବାଇଲ୍‌ ବ୍ୟବହାର କରୁଛନ୍ତି

ନୂଆଦିଲ୍ଲୀ, ୨୪-୯(ପି.ଟି.):  ଭାରତରେ ନାରୀମାନଙ୍କ ତୁଳନାରେ ପୁରୁଷମାନେ ଅଧିକ ସଂଖ୍ୟାରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଟେଲିକମ୍ୟୁନିକେଶନ ବିଭାଗ ଯେଉଁ ତଥ୍ୟ ଦେଇଛି ସେଥିରୁ ଜଣାପଡିଛି, ଦେଶରେ ବର୍ତ୍ତମାନ ପ୍ରାୟ ୯୯ କୋଟି ମୋବାଇଲ୍‌ ଉପଭୋକ୍ତା ଅଛନ୍ତି। 

”ମୋଦି କେୟାର ନୁହେଁ ଦରିଦ୍ର ନାରାୟଣ ସେବା“

”ମୋଦି କେୟାର ନୁହେଁ ଦରିଦ୍ର ନାରାୟଣ ସେବା“

ରାଞ୍ଚତ୍,୨୪-୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏଠାରେ ବିଶ୍ୱର ସର୍ବବୃହତ ସ୍ବାସ୍ଥ୍ୟ ସେବା ଯୋଗାଣକାରୀ ଯୋଜନା ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ପିଏମ୍‌ଜେଏଓ୍ବାଇ) ନାମରେ ନାମିତ ଏହି ଫ୍ଲାଗଶିପ୍‌ ସ୍କିମ୍‌ ଜରିଆରେ ସହରଠାରୁ ଆରମ୍ଭ 

ଟଙ୍କାକୁ ଧ୍ୟାନରେ ରଖି ଆମଦାନୀ ଉପରେ କଟକଣା ଲଗାଯିବ: ଗର୍ଗ

ଟଙ୍କାକୁ ଧ୍ୟାନରେ ରଖି ଆମଦାନୀ ଉପରେ କଟକଣା ଲଗାଯିବ: ଗର୍ଗ

ନୂଆଦିଲ୍ଲୀ,୨୪-୯: କେନ୍ଦ୍ର ସରକାର ଅଣ-ଜରୁରୀ ସାମଗ୍ରୀର ଆମଦାନୀରେ କଟକଣା ଲଗାଇବାକୁ ଯାଉଛନ୍ତି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ବିଭିନ୍ନ ବିକଳ୍ପ ଉପରେ ବିଚାର ଚାଲିଛି ବୋଲି ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି। ଡଲାର ବିନିମୟରେ ଟଙ୍କାର ମୂଲ୍ୟକୁ 

୯ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସମ୍ପତ୍ତି ବିକିବେ ସରକାର

୯ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସମ୍ପତ୍ତି ବିକିବେ ସରକାର

ନୂଆଦିଲ୍ଲୀ,୨୪-୯: କେନ୍ଦ୍ର ସରକାର ୯ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସମ୍ପତ୍ତି ବିକ୍ରି କରିବାକୁ ଯାଉଛନ୍ତି। ସେମାନଙ୍କର ଜମି ଓ ଅନ୍ୟ ସମ୍ପତ୍ତିକୁ ବିକ୍ରି କରାଯିବ। ମୋଟ୍‌ ୨୪ ଉଦ୍ୟୋଗକୁ ରଣନୈତିକ ଦୃଷ୍ଟିକୋଣରୁ ବିକ୍ରି କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଏମ୍‌ଏସପି ବୃଦ୍ଧିରୁ ସୁନା ଚାହିଦା ୨୫% ବଢ଼ିବ

ଏମ୍‌ଏସପି ବୃଦ୍ଧିରୁ ସୁନା ଚାହିଦା ୨୫% ବଢ଼ିବ

ନୂଆଦିଲ୍ଲୀ,୨୪-୯: ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ଫସଲର ଅଧିକ ମୂଲ୍ୟ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହାର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି। ଏହି କାରଣରୁ ଚଳିତ ବର୍ଷର ଦ୍ୱିତୀୟାର୍ଦ୍ଧରେ ସୁନା ଚାହିଦା ପ୍ରାୟ ୨୫% ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି।

କୋମଲ ଲାହିରୀ ହ୍ବାଟ୍ସଆପ୍‌ର ଭାରତ ଲାଗି ଗ୍ରିଭାନ୍ସ ଅଫିସର

କୋମଲ ଲାହିରୀ ହ୍ବାଟ୍ସଆପ୍‌ର ଭାରତ ଲାଗି ଗ୍ରିଭାନ୍ସ ଅଫିସର

ନୂଆଦିଲ୍ଲୀ,୨୪-୯: ଶେଷରେ କେନ୍ଦ୍ର ସରକାରଙ୍କ ଚାପ ଆଗରେ ମୁଣ୍ଡ ନୁଆଇ ହ୍ବାଟ୍ସଆପ୍‌ କୋମଲ ଲାହିରୀଙ୍କୁ ଭାରତ ଲାଗି ଏହାର ଗ୍ରିଭାନ୍ସ ଅଫିସର ନିଯୁକ୍ତ କରିଛି। ମିଥ୍ୟା ବାର୍ତ୍ତାକୁ ରୋକିବା ଲାଗି ପଦକ୍ଷେପ ନେଉ ବୋଲି କେନ୍ଦ୍ର ସରକାର ଦାବି କରିବା ପରେ ଫେସବୁକ୍‌ ଅଧୀନସ୍ଥ 

ବଜାରରେ ଟାଟା ଟିଆଗୋ ଏନ୍‌ଆର୍‌ଜି

ବଜାରରେ ଟାଟା ଟିଆଗୋ ଏନ୍‌ଆର୍‌ଜି

ଭୁବନେଶ୍ୱର,୨୪-୯: ଟାଟା ମୋଟର୍ସ ଲିମିଟେଡ ପକ୍ଷରୁ ଓଡିଶା ବଜାରକୁ ଆସିଛି ନୂଆ ଟିଆଗୋ ଏନ୍‌ଆର୍‌ଜି। ସ୍ଥାନୀୟ ଏକ ହୋଟେଲରେ ଏହି ମଡେଲକୁ ଉନ୍ମୋଚନ କରାଯାଇଛି। କମ୍ପାନୀର ଆଞ୍ଚଳିକ ସେଲସ ପ୍ରବନ୍ଧକ ଶିଶିର ଶ୍ରୀବାସ୍ତବ, ଆଞ୍ଚଳିକ ସର୍ଭିସ ପ୍ରବନ୍ଧକ ରମେଶ

ବ୍ରିଜା ମଡେଲର ଡେଲିଭରି ଦେଲା ମାରୁତି ସୁଜୁକି

ବ୍ରିଜା ମଡେଲର ଡେଲିଭରି ଦେଲା ମାରୁତି ସୁଜୁକି

ଭୁବନେଶ୍ୱର,୨୪-୯: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ପକ୍ଷରୁ ଭୁବନେଶ୍ୱରଠାରେ ଏହାର ଲୋକପ୍ରିୟ କମ୍ପାକ୍ଟ ଏସ୍‌ୟୁଭି ମଡେଲ ଭିଟାରା ବ୍ରିଜାର ମେଗା ଡେଲିଭରି ଉତ୍ସବ ଅନୁଷ୍ଠିତ କରାଯାଇଛି। ସ୍ଥାନୀୟ ହୋଟେଲରେ ଏ ନେଇ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।