ରାଜ୍ୟ |

ସରକାର ଆଣୁନାହାନ୍ତି ରେଗୁଲେଶନ ଆକ୍ଟ : ମନଇଚ୍ଛା କାର୍ଯ୍ୟ କରୁଛନ୍ତି ଘରୋଇ ଇଂଲିଶ ମିଡିୟମ ସ୍କୁଲ

ସରକାର ଆଣୁନାହାନ୍ତି ରେଗୁଲେଶନ ଆକ୍ଟ : ମନଇଚ୍ଛା କାର୍ଯ୍ୟ କରୁଛନ୍ତି ଘରୋଇ ଇଂଲିଶ ମିଡିୟମ ସ୍କୁଲ
ଭୁବନେଶ୍ୱର, ୧୪ା୯(ବ୍ୟୁରୋ): ରାଜ୍ୟରେ ଥିବା କେତେକ ଘରୋଇ ଇଂଲିଶ୍‌ ମିଡିୟମ୍‌ ସ୍କୁଲ ଗୁଣାତ୍ମକ ଶିକ୍ଷାଦାନ ନାମରେ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କୁ ଶୋଷଣ କରୁଛନ୍ତି। ଘରୋଇ ସ୍କୁଲ କର୍ତ୍ତୃପକ୍ଷ କୋର୍ସ ଫି ବାଦ ବିଭିନ୍ନ ଆଳ ଦେଖାଇ ଅଭିଭାବକମାନଙ୍କ ପାଖରୁ ବେଆଇନ ଭାବେ ହଜାର ହଜାର ଟଙ୍କା ଲୁଟୁଛନ୍ତି। ଏଭଳି ମନଇଚ୍ଛା କାର୍ଯ୍ୟକଳାପକୁ ଦମନ କରିବା ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ରେଗୁଲେଶନ ଆକ୍ଟ ଆଣିଲେ ନାହିଁ, ଯେଉଁଥିପାଇଁ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି ବୋଲି ଓଡ଼ିଶା ପ୍ୟାରେଣ୍ଟ୍‌ସ ଆସୋସିଏଶନ ଫୋରମ୍‌ ଅଭିଯୋଗ କରିଛି। ଗୋଟିଏ ପଟେ ସରକାରୀ ଶିକ୍ଷା ବ୍ୟବସ୍ଥା ବହୁ ଘାତ ପ୍ରତିଘାତ ଦେଇ ଗତି କରୁଥିବାବେଳେ ଅନ୍ୟପଟେ ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ଶିକ୍ଷା ଅଧିକାର ଆଇନର ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛନ୍ତି। ଏଗୁଡ଼ିକୁ ନିୟନ୍ତ୍ରଣ କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ହାତରେ ରହିଛି। ହେଲେ ବିଭାଗ ଏଥିପ୍ରତି ହାତ ଟେକି ଦେଇଛି ବୋଲି ଫୋରମ୍‌ର ଉପସଭାପତି ମଧୁସୂଦନ ବିଶ୍ୱାଳ କହିଛନ୍ତି।
ଘରୋଇ ଇଂଲିଶ ମିଡିୟମ ସ୍କୁଲଗୁଡ଼ିକର ବେନିୟମ କାର୍ଯ୍ୟ ପ୍ରତିବାଦରେ ଫୋରମ୍‌ ପକ୍ଷରୁ ଆସନ୍ତା ୧୯ ତାରିଖରେ ବିଧାନସଭା ସମ୍ମୁଖରେ ଶୋଭାଯାତ୍ରା କରାଯିବ। ପରେ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କିତ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଉପସଭାପତି ବିଶ୍ୱାଳ କହିଛନ୍ତି, ରାଜ୍ୟରେ  ସରକାରୀ ଶିକ୍ଷା ବ୍ୟବସ୍ଥା ସୁଦୃଢ ନ ଥିବାରୁ ମଧ୍ୟବିତ୍ତ ଶ୍ରେଣୀର ଲୋକେ ତାଙ୍କ ପିଲାଙ୍କୁ ଘରୋଇ ସ୍କୁଲରେ ପଢାଉଛନ୍ତି। ସରକାରୀ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଅନୁପାତରେ ଶିକ୍ଷକ ନାହାନ୍ତି। ସ୍କୁଲର ଭିତ୍ତିଭୂମି ସୁଦୃଢ ନାହିଁ।  ସରକାରୀ ସ୍କୁଲରେ ନ୍ୟାଶନାଲ କରିକୁଲମ୍‌ ଲାଗୁ କରାଯାଉନାହିଁ। ସରକାରୀ ସ୍କୁଲରେ ଏସବୁ ବ୍ୟବସ୍ଥା ହୋଇପାରିଲେ ମଧ୍ୟବିତ୍ତ ଶ୍ରେଣୀର ଲୋକେ ତାଙ୍କ ପିଲାଙ୍କୁ ଘରୋଇ ସ୍କୁଲରେ ପଢାଇବା ପରିବର୍ତ୍ତେ ସରକାରୀ ସ୍କୁଲରେ ପଢ଼ାଇବାକୁ ଆଗ୍ରହ ପ୍ରକାଶ କରନ୍ତେ। ସରକାରୀ ସ୍କୁଲରେ ଏ ବ୍ୟବସ୍ଥା ନ ଥିବାରୁ ରାଜ୍ୟରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ସିବିଏସ୍‌ଇ ପ୍ୟାଟର୍ନ ଅନୁସରଣ କରୁଥିବା ଇଂଲିଶ ମିଡିୟମ୍‌ ସ୍କୁଲରେ ପଢୁଛନ୍ତି। କିନ୍ତୁ ଉକ୍ତ ବିଦ୍ୟାଳୟଗୁଡିକ ଶିକ୍ଷା ଅଧିକାର ଆଇନକୁ ଉଲ୍ଲଂଘନ କରି ଚାଲିଛନ୍ତି। ଏପରି  କି ସ୍କୁଲଗୁଡିକରେ  ଛାତ୍ରୀଛାତ୍ରଙ୍କ ନିରାପତ୍ତା ଓ ଶିଶୁ ଅଧିକାର ଆଇନ କାର୍ଯ୍ୟକାରୀ ହେଉନି ବୋଲି ବିଶ୍ୱାଳ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ୬୦୦୦ ଇଂଲିଶ ମିଡିୟମ୍‌ ସ୍କୁଲ ରହିଛି। ସେଥିରୁ  ସରକାର ୧୫୮ ସ୍କୁଲକୁ ୨୦୧୭ରେ ଏନ୍‌ଓସି ପ୍ରଦାନ କରିଛନ୍ତି। ଏନ୍‌ଓସି ପାଇଁ ମାତ୍ର ୭୦୦ ସ୍କୁଲ ଆବେଦନ କରିଥିଲେ। ଅବଶିଷ୍ଟ ସ୍କୁଲ ବିନା ଏନ୍‌ଓସିରେ ଚାଲିଛି। ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଦାବିଷ୍ଣୁ  ସାଜିଛି।  ଘରୋଇ ସ୍କୁଲଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ଗୁଜରାଟ, ମହାରାଷ୍ଟ୍ର, ପଞ୍ଜାବ, ତ୍ରିପୁରା, କର୍ନାଟକ, କେରଳ ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟ ସରକାର ରେଗୁଲେଶନ ଆକ୍ଟ ଆଣିଥିବା ବେଳେ ଓଡ଼ିଶା ସରକାର ଏ କ୍ଷେତ୍ରରେ ପଛରେ ପଡି ଯାଇଛନ୍ତି ବୋଲି ଫୋରମ ପକ୍ଷରୁ କୁହାଯାଇଛି।
All Right Reserved By

ରାଜ୍ୟ |

ଚିଲିକାରେ ହେଲିକପ୍ଟର ଉଡ଼ାଣ: ମୁଖ୍ୟମନ୍ତ୍ରୀଙ୍କ ନାମରେ ଅରଖକୁଦା ମେରାଇନ୍‌ ଥାନାରେ ଅଭିଯୋଗ

ଚିଲିକାରେ ହେଲିକପ୍ଟର ଉଡ଼ାଣ: ମୁଖ୍ୟମନ୍ତ୍ରୀଙ୍କ ନାମରେ ଅରଖକୁଦା ମେରାଇନ୍‌ ଥାନାରେ ଅଭିଯୋଗ

ବ୍ରହ୍ମଗିରି,୨୧।୯(ଡି.ଏନ୍‌.ଏ.): ଚିଲିକାରେ ହେଲିକପ୍ଟର ଉଡାଣ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ଅଭିଯୋଗ ହୋଇଛି। ସଚେତନ ନାଗରିକ ମଞ୍ଚ ପକ୍ଷରୁ ଅରଖକୁଦା ମେରାଇନ୍‌ ଥାନାରେ ପୂର୍ବାହ୍ନରେ ଏହି ଅଭିଯୋଗ କରାଯାଇଛି। 

ଡରାଉଛି ବାତ୍ୟା ‘ଡାଏ’: ୯ଟି ଜିଲାକୁ ଆଲର୍ଟ ଜାରି

ଡରାଉଛି ବାତ୍ୟା ‘ଡାଏ’: ୯ଟି ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର, ୨୧।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଝଡବାତ୍ୟାର ରୂପ ନେଇଛି। ଗୁରୁବାର ମଧ୍ୟରାତ୍ରିରେ ଗୋପାଳପୁର ଛୁଇଁବା ପରେ ଏହା ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମା ଦେଇ ସ୍ଥଳଭାଗ ଛୁଇଁଛି।

ବର୍ଷା ବିତ୍ପାତ: ବିପଦ ସଙ୍କୁଳ ଅବସ୍ଥାରେ ନୀଳଗିରିର ୭ ପଞ୍ଚାୟତ, ଅଯୋଧ୍ୟାର ୨ ଗ୍ରାମ ଜଳବନ୍ଦୀ

ବର୍ଷା ବିତ୍ପାତ: ବିପଦ ସଙ୍କୁଳ ଅବସ୍ଥାରେ ନୀଳଗିରିର ୭ ପଞ୍ଚାୟତ, ଅଯୋଧ୍ୟାର ୨ ଗ୍ରାମ ଜଳବନ୍ଦୀ

ସଜନାଗଡ଼,୨୧।୦୯(ଡି.ଏନ୍‌.ଏ.): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ‘ଡାଏ’ରେ ପରିଣତ ହୋଇଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ପବନ ହେଉଛି। ବାଲେଶ୍ୱର ଜିଲାର ନୀଳଗିରି ବ୍ଲକ ଅନ୍ତର୍ଗତ ୭ଟି ପଞ୍ଚାୟତ  ତେନ୍ତୁଳିଆ, ନରସିଂହପୁର, କାଁସ, ରାଧାକିଶୋରପୁର, ମଛୁଆ, ବେଗୁନିଆ, ଅଯୋଧ୍ୟା ଆଦି ପଞ୍ଚାୟତ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। 

ଲଗାଣ ବର୍ଷାରେ ମାଲକାନଗିରି ବେହାଲ: ଜିଲା ସଦରମହକୁମା ସହ ଯୋଗାଯୋଗ ବିଚ୍ଛିନ୍ନ

ଲଗାଣ ବର୍ଷାରେ ମାଲକାନଗିରି ବେହାଲ: ଜିଲା ସଦରମହକୁମା ସହ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି, ୨୧।୯: ଲଘୁଚାପ ଜନିତ ବର୍ଷା ଯୋଗୁ ମାଲକାନଗିରି ଜିଲାର ଅବସ୍ଥା ବେହାଲ ହୋଇପଡ଼ିଛି। ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଜିଲା ସଦରମହକୁମା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗୁରୁବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ବର୍ତ୍ତମାନ ସୁଦ୍ଧା ଜାରି ରହିଛି । 

ପୋଲିସ ଅଧିକାରୀଙ୍କ ନାଁରେ ବିଦ୍ୟୁତ୍‌ ଚୋରି ଅଭିଯୋଗ

ବାରିପଦା ଅଫିସ,୨୦।୯-ମୟୂରଭଞ୍ଜ ଜିଲା ବାରିପଦା ସହରରେ ଜଣେ ଇନ୍ସପେକ୍ଟର ପାହ୍ୟାର ଅଧିକାରୀ ନିଜ ସରକାରୀ ବାସଭବନରେ ବିଦ୍ୟୁତ୍‌ ସଂଯୋଗ ନ ନେଇ ହୁକ ପକାଇଥିବା  ଘଟଣା ନଜରକୁ ଆସିଛି। 

ମଙ୍ଗଳଆଳତି ଦର୍ଶନ କଲେ ଆମିକସ୍‌ କ୍ୟୁରି

ମଙ୍ଗଳଆଳତି ଦର୍ଶନ କଲେ ଆମିକସ୍‌ କ୍ୟୁରି

ପୁରୀ ଅଫିସ, ୨୧।୯: ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ଶୁକ୍ରବାର ମହାପ୍ରଭୁଙ୍କ ମଙ୍ଗଳଆଳତି ଦର୍ଶନ କରିଛନ୍ତି। ଭୋର ସାଢ଼େ ୫ଟାରେ ଆମିକ୍‌ କ୍ୟୁରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ।

ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ମୋଦି

ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ମୋଦି

ଭୁବନେଶ୍ୱର,୨୧ା୯(ବ୍ୟୁରୋ) :କୋଇଲାରୁ ଗ୍ୟାସ୍‌ ଉତ୍ପାଦନ ଦ୍ୱାରା ଦେଶର ପ୍ରଥମ ସାର କାରଖାନା ତାଳଚେରଠାରେ ସ୍ଥାପନ ହେବାକୁ ଯାଉଛି। ବନ୍ଦ ହୋଇ ପଡିଥିବା ଉକ୍ତ କାରଖାନାକୁ ନୂଆ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ପୁନରୁଦ୍ଧାର କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ଉପକୂଳ ମୁହାଁ ‘ଡାଏ’

ଉପକୂଳ ମୁହାଁ ‘ଡାଏ’

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ‘ଡାଏ’ରେ ପରିଣତ ହୋଇଛି। ଏହା ଗୋପାଳପୁରଠାରୁ ୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି।

ବର୍ଷେ ହେଲା ଅପମାନ ସୂଚକ ଟୁଇଟ୍‌ କରୁଛନ୍ତି ଅଭିଜିତ

ବର୍ଷେ ହେଲା ଅପମାନ ସୂଚକ ଟୁଇଟ୍‌ କରୁଛନ୍ତି ଅଭିଜିତ

ପୁରୀ ଅଫିସ, ୨୧ା୯: ଅଭିଜିତ ଆୟର ମିତ୍ର ଦୀର୍ଘ ୧ବର୍ଷ ହେଲା ଓଡ଼ିଶା, ଓଡ଼ିଆ ଜାତି, ଓଡ଼ିଶାର ଐତିହ୍ୟକୁ ନେଇ ବିଭିନ୍ନ ପ୍ରକାର ଅରୁଚିକର ମନ୍ତବ୍ୟ ସୋସିଆଲ ମିଡିଆରେ ଦେଇ ଆସୁଛନ୍ତି। ସେ କେବଳ ଓଡ଼ିଶା ଏବଂ ଓଡ଼ିଆଙ୍କ ସ୍ବାଭିମାନକୁ କଠୋର ଆଘାତ ପହଞ୍ଚାଇଲା ଭଳି ମନ୍ତବ୍ୟ ପୋଷ୍ଟ କରି ଆସୁଛନ୍ତି। ଶ୍ରୀଜଗନ୍ନାଥଙ୍କ ବିରୋଧରେ ମଧ୍ୟ ଅରୁଚିକର ମନ୍ତବ୍ୟ ରଖିଛନ୍ତି।

ଶ୍ରୀମନ୍ଦିର ସଂସ୍କାର ମାମଲା:ପୁରୀରେ ପହଞ୍ଚତ୍ଲେ ଆମିକସ୍‌କ୍ୟୁରି

ଶ୍ରୀମନ୍ଦିର ସଂସ୍କାର ମାମଲା:ପୁରୀରେ ପହଞ୍ଚତ୍ଲେ ଆମିକସ୍‌କ୍ୟୁରି

ପୁରୀ ଅଫିସ,୨୧ା୯: ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ମାମଲା ନେଇ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ଗୁରୁବାର ରାତିରେ ପୁରୀରେ ପହଞ୍ଚତ୍ଛନ୍ତି।

ସମ୍ଭାବ୍ୟ ବାତ୍ୟା, ସଜାଗ ପ୍ରଶାସନ

ସମ୍ଭାବ୍ୟ ବାତ୍ୟା, ସଜାଗ ପ୍ରଶାସନ

ପୁରୀ ଅଫିସ, ୨୧ା୯: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେଉଛି। ପୁରୀ ଜିଲାର ବିଭିନ୍ନ ସ୍ଥାନରେ ଦିନ ତମାମା ବର୍ଷା ଲାଗି ରହିଥିବା ବେଳେ ସନ୍ଧ୍ୟାରୁ ପବନ ଆରମ୍ଭ ହୋଇଯାଇଛି। 

୧୫ ହଜାର ମିଲିୟନ ଟନ୍‌ ପିଇଟି ବ୍ୟବହାର କରୁଛି ଓଡ଼ିଶା

ଭୁବନେଶ୍ୱର,୨୧।୯(ବ୍ୟୁରୋ)- ସାରା ବିଶ୍ୱରେ ମୁଣ୍ଡପିଛା ୨୮ କିଲୋଗ୍ରାମ୍‌ ପ୍ଲାଷ୍ଟିକ୍‌ ବ୍ୟବହୃତ ହେଉଥିବା ବେଳେ ଭାରତବର୍ଷରେ ମୁଣ୍ଡପିଛା ୧୧ କିଲୋଗ୍ରାମ୍‌ ପ୍ଲାଷ୍ଟିକ୍‌ ବ୍ୟବହାର କରାଯାଉଛି।