ମେଟ୍ରୋ |

ଫାଷ୍ଟଫୁଡ୍‌ ଦୋକାନୀଙ୍କୁ ଗୁଳିମାଡ଼: ବିଭିନ୍ନ ସ୍ଥାନରେ ପୋଲିସର ଚଢ଼ାଉ

ଫାଷ୍ଟଫୁଡ୍‌ ଦୋକାନୀଙ୍କୁ ଗୁଳିମାଡ଼: ବିଭିନ୍ନ ସ୍ଥାନରେ ପୋଲିସର ଚଢ଼ାଉ
ଭୁବନେଶ୍ୱର(ବ୍ୟୁରୋ)/ପାତ୍ରପଡା(ଡି.ଏନ୍‌.ଏ.), ୧୪।୯-ଶହୀଦନଗର ବାସୁଆଘାଇ ଓଭରବ୍ରିଜ୍‌ ଉପରେ ଜଣେ ହୋମଗାର୍ଡଙ୍କ ପୁଅ ସୁଶାନ୍ତ ଭୋଇଙ୍କୁ ଗୁଳିମାଡ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ରାଜଧାନୀରେ ପୁଣି ଗୁଳି ଫୁଟିଛି। ଖଣ୍ଡଗିରି ଥାନା ଭରତପୁର ତାଳବସ୍ତି ଛକରେ ଥିବା ଏକ ଫାଷ୍ଟଫୁଡ୍‌ ଦୋକାନୀଙ୍କୁ ଗୁରୁବାର ରାତିରେ ଗୁଳିମାଡ଼ କରାଯାଇଛି। ଚିକେନ ପକୋଡା କିଣାକୁ କେନ୍ଦ୍ରକରି ଏହି ଘଟଣା ଘଟିଛି। ଏଥିରେ ଫାଷ୍ଟଫୁଡ୍‌ ଦୋକାନୀ ସ୍ମୃତି ରଞ୍ଜନ ଧଳ ଓରଫ ନିଲୁ ଆହତ ହୋଇଛନ୍ତି। ନିଲୁଙ୍କ ଡାହାଣ ହାତ କହୁଣିରେ ଗୁଳି ବାଜିଛି। ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କଳିଙ୍ଗ ଷ୍ଟୁଡିଓ ଛକ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଦୁଇଟି ଖୋକା ଜବତ କରି ତଦନ୍ତ ଚଳାଇଛି।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୯ଟା ହେବ। ତାଳବସ୍ତି ଛକ ନିକଟରେ ଥିବା ନିଲୁଙ୍କ ଫାଷ୍ଟଫୁଡ୍‌ ଦୋକାନରେ ଭିଡ ଲାଗିଥିଲା। ଲୋକମାନେ ନିକଟ ଏକ ମଦ ଦୋକାନରୁ ମଦ କିଣିବା ପରେ ତାଙ୍କ ଦୋକାନକୁ ଯାଇ ଫାଷ୍ଟଫୁଡ୍‌ ନେଉଥାନ୍ତି। ଏହି ସମୟରେ ଦୁଇଜଣ ଯୁବକ ମଦ ଦୋକାନରୁ ମଦ କିଣିଥିଲେ। ପରେ ନିଲୁଙ୍କ ଦୋକାନକୁ ଯାଇ ଚିକେନ ପକୋଡା କିଣିଥିଲେ। କିନ୍ତୁ ପକୋଡାର ମାନକୁ ନେଇ ସେମାନେ ଉତ୍ତେଜିତ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ସେଠାରେ ଯୁବକଦ୍ୱୟ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ନିଲୁ ଏବଂ ସମ୍ପୃକ୍ତ ଦୁଇ ଯୁବକଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଶେଷରେ ଜଣେ ଯୁବକ ଅଣ୍ଟାରୁ ବନ୍ଧୁକ ବାହାର କରି ନିଲୁଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ତାଙ୍କ ଦେହରେ ବାଜି ନ ଥିବା ବେଳେ ଆଉ ଗୋଟିଏ ଗୁଳି ଡାହାଣ ହାତ କହୁଣିରେ ବାଜିଥିଲା। ଘଟଣା ପରେ ଦୁଇ ଯୁବକ ସେଠାରୁ ଫେରାର ହୋଇଯାଇଥିଲେ। ପୋଲିସ ସେଠାରେ ତୁରନ୍ତ ପହଞ୍ଚିଥିଲେ ମଧ୍ୟ ଅଭିଯୁକ୍ତଙ୍କ ଟେର ପାଇ ନ ଥିଲା। ଅଭିଯୁକ୍ତଦ୍ୱୟ ସ୍ଥାନୀୟ ଅଞ୍ଚଳର ହୋଇଥିବା କୁହାଯାଉଛି। ଖଣ୍ଡଗିରି ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ବାଇଁ କହିଛନ୍ତି, ପକୋଡା କିଣାକୁ ନେଇ ଫାଷ୍ଟଫୁଡ ଦୋକାନୀଙ୍କୁ ୨ଯୁବକ ଗୁଳି ମାଡ କରିଛନ୍ତି। ସେମାନଙ୍କୁ ଧରିବା ପାଇଁ ଆମେ ଚଢାଉ ଜାରି ରଖିଛୁ। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ।
ସୂଚନାଯୋଗ୍ୟ, ଗତ ଦୁଇ ତାରିଖ ଅପରାହ୍ନରେ ଶହୀଦନଗର ଥାନା  ଅନ୍ତର୍ଗତ ବାଙ୍କୁଆଳ ଗ୍ରାମ ନିକଟ ବାସୁଆଘାଇ ଓଭରବ୍ରିଜ୍‌ ଉପରେ ହୋମଗାର୍ଡ ପର୍ଶୁରାମ ଭୋଇଙ୍କ ପୁଅ ସୁଶାନ୍ତଙ୍କୁ ଗୁଳି ମାଡ ହୋଇଥିଲା। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ। ବିହାର, ଝାଡ଼ଖଣ୍ଡ ଭଳି ରାଜ୍ୟରୁ ଭୁବନେଶ୍ୱରକୁ ଚୋରା ବନ୍ଧୁକ ଚାଲାଣ ହେଉଛି। ଫଳରେ ସହଜରେ ଅପରାଧୀମାନେ ଏହାକୁ ବ୍ୟବହାର କରିପାରୁଛନ୍ତି। ରାଜଧାନୀରେ ଚୋରା ବନ୍ଧୁକ କାରବାର ବୃଦ୍ଧି ପାଉଥିବାରୁ ବାରମ୍ବାର ଗୁଳିମାଡ଼ ଘଟଣା ଘଟୁଥିବା ସାଧାରଣରେ ମତପ୍ରକାଶ ପାଉଛି।
All Right Reserved By

ମେଟ୍ରୋ |

ଶେଲ୍‌ଟର ହୋମ୍‌ରେ ଯୌନ ନିର୍ଯାତନା: ବିଜେଡି-ଭାଜପା ମୁହାଁମୁହିଁ

ଶେଲ୍‌ଟର ହୋମ୍‌ରେ ଯୌନ ନିର୍ଯାତନା: ବିଜେଡି-ଭାଜପା ମୁହାଁମୁହିଁ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ)- ଢେଙ୍କାନାଳ ଜିଲା ବେଲଟିକିର ସେଲ୍‌ଟର ହୋମ୍‌ ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ମହିଳା ଜନତା ଦଳ ଓ ଭାଜପା ମହିଳା ମୋର୍ଚ୍ଚା ଏନେଇ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ ସରକାର ଘଟଣାକୁ ସମ୍ବେଦନଶୀଳତାର ସହ ନେଇ ଆବଶ୍ୟକ ପଦକ୍ଷେପ ନେଉଥିବା କହିଛି ବିଜେଡି। ସେହିପରି ନିଜର ଦୋଷ ଲୁଚାଇବା ସହ ବିଜେଡି ପ୍ରକୃତ ଦୋଷୀଙ୍କୁ ଘଣ୍ଟ ଘୋଡାଇବାକୁ  ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଛି ଭାଜପା।

ମୋ ସ୍କୁଲ ଯୋଜନା ଷଷ୍ଠ ପର୍ଯ୍ୟାୟରେ୧୩ଟି ଜିଲାର ୧୯୧୮ଟି ବିଦ୍ୟାଳୟ ସାମିଲ

ମୋ ସ୍କୁଲ ଯୋଜନା ଷଷ୍ଠ ପର୍ଯ୍ୟାୟରେ୧୩ଟି ଜିଲାର ୧୯୧୮ଟି ବିଦ୍ୟାଳୟ ସାମିଲ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀ ସଂପୃକ୍ତ ଶିକ୍ଷା କାର୍ଯ୍ୟକ୍ରମ ‘ମୋ ସ୍କୁଲ’ ପ୍ରକଳ୍ପର ଷଷ୍ଠ ପର୍ଯ୍ୟାୟରେ ୧୩ ଟି ଜିଲାର ୧୯୧୮ଟି ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ସ୍ଥିର କରାଯାଇଛି।

 ନିମାପଡ଼ାରେ ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା: ଅଂଶ ଗ୍ରହଣ କଲେ ୫ ରାଜ୍ୟର ୬ଶହ ପ୍ରତିଯୋଗୀ

ନିମାପଡ଼ାରେ ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା: ଅଂଶ ଗ୍ରହଣ କଲେ ୫ ରାଜ୍ୟର ୬ଶହ ପ୍ରତିଯୋଗୀ

ନିମାପଡ଼ା,୧୫।୧୨(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ାଠାରେ ଭାରତର ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି।

ଆସୁଛି ବାତ୍ୟା

ଆସୁଛି ବାତ୍ୟା

ଚେନାଇ/ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ‘ତିତଲି’ ଓ ‘ଗଜ’ ବାତ୍ୟା ପରେ ଚଳିତ ସିଜିନର ତୃତୀୟ ଘୂର୍ଣ୍ଣିବାତ୍ୟା ମାଡି ଆସୁଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଏହି ବାତ୍ୟା ଆସନ୍ତା ସୋମବାର ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।  

ପିଠା ଶିବିରରେ ପିଠାର ମହକ

ପିଠା ଶିବିରରେ ପିଠାର ମହକ

ବାଲିଅନ୍ତା, ୧୫।୧୨(ଡି.ଏନ୍‌.ଏ.): ବାଲିଅନ୍ତା ବ୍ଲକର ବେଣ୍ଟପୁର, ବଇଁଚୁଆ ଓ ସରକଣା ପଞ୍ଚାୟତରେ  ପିଠା ଶିବିର ଶନିବାରଠାରୁ ଆରମ୍ଭ ହୋଇଛି। ଏହି ଶିବିରରେ ମହିଳା ସଶକ୍ତିକରଣ, କୃଷି, ସ୍ବାସ୍ଥ୍ୟ, ନିର୍ମାଣ ଶ୍ରମିକ, ସ୍ବଂୟ ସହାୟକ ଗୋଷ୍ଠୀ ପକ୍ଷରୁ ବିଭିନ୍ନ ଷ୍ଟଲ ଖୋଲାଯାଇଛି। 

ତିତ୍‌ଲି ସହାୟତା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ତିତ୍‌ଲି ସହାୟତା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ବାତ୍ୟା ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳର ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ପାଇଁ ତୁରନ୍ତ ସହାୟତା ଯୋଗାଇଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଓଡ଼ିଶାକୁ ଖବ୍‌ ଶୀଘ୍ର ତିତଲି ସହାୟତା ଯୋଗାଇ ଦିଆଯିବ ବୋଲି ରାଜନାଥ ସିଂ ପ୍ରତିଶ୍ରୁତି ଦେଇଛନ୍ତି। ଏ ନେଇ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ।

ମାଟ୍ରିକ ପରୀକ୍ଷାର ୨ ନୂଆ  ନିୟମ: ସବ୍‌ଜେକ୍ଟିଭ, ଅବ୍‌ଜେକ୍ଟିଭରେ ୧୫ ମାର୍କ ଲେଖାଏ ରଖିବା ବାଧ୍ୟତାମୂଳକ,  ୪ ପ୍ରଶ୍ନପତ୍ର ସେଟ୍‌ ବଣ୍ଟାଯିବ

ମାଟ୍ରିକ ପରୀକ୍ଷାର ୨ ନୂଆ ନିୟମ: ସବ୍‌ଜେକ୍ଟିଭ, ଅବ୍‌ଜେକ୍ଟିଭରେ ୧୫ ମାର୍କ ଲେଖାଏ ରଖିବା ବାଧ୍ୟତାମୂଳକ, ୪ ପ୍ରଶ୍ନପତ୍ର ସେଟ୍‌ ବଣ୍ଟାଯିବ

କଟକ ଅଫିସ,୧୫।୧୨ -ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃୟାରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ରେ ଶେଷ ହେବ। ଏହାସହିତ ମଧ୍ୟମା ସଂସ୍କୃତ ପରୀକ୍ଷା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ମଧ୍ୟ ଫେବୃୟାରୀ ୨୨ରୁ ଆରମ୍ଭ ହେବ। ଏଥିନିମନ୍ତେ ବୋର୍ଡ ପକ୍ଷରୁ ଶୁକ୍ରବାର ନିୟମାବଳୀ ଓ ତାରିଖ ଘୋଷଣା କରାଯାଇଛି। ତେବେ ପ୍ରଥମଥର ପାଇଁ ୨ଟି ନୂତନ ନିୟମ କାର୍ଯ୍ୟକାରୀ କରାଯିବ।

ଦ୍ୱିତୀୟ ନାନୋ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବ: ଶିଶୁ ଅଧିକାର ସମ୍ପର୍କରେ ଜାଣିଲେ  ଛାତ୍ରୀଛାତ୍ର

ଦ୍ୱିତୀୟ ନାନୋ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବ: ଶିଶୁ ଅଧିକାର ସମ୍ପର୍କରେ ଜାଣିଲେ ଛାତ୍ରୀଛାତ୍ର

ପୁରୀ ଅଫିସ,୧୫ା୧୨: ଶିକ୍ଷା ଓ ସଂସ୍କାର ହେଉଛି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଉପଯୁକ୍ତ ସଂସ୍କାର ବିନା ଶିକ୍ଷାର କୌଣସି ମୂଲ୍ୟ ନାହିଁ। ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ଏକ ଉନ୍ନତ ରାଷ୍ଟ୍ରର ପରିକଳ୍ପନା ଲାଗି ଶିଶୁମାନଙ୍କୁ ଶୈଶବ ଅବସ୍ଥାରେ ପ୍ରସ୍ତୁତ କରିବାକୁ ପଡିବ। ଏଥିରେ ପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ବାର୍ଡ ଫ୍ଲୁ ଆତଙ୍କ: ପ୍ରଥମ ଦିନରେ ମରାଗଲା ୩୯୯ କୁକୁଡ଼ା, ଆଜିଠୁ ଘରୋଇ କୁକୁଡ଼ାମରା ଅଭିଯାନ

ବାର୍ଡ ଫ୍ଲୁ ଆତଙ୍କ: ପ୍ରଥମ ଦିନରେ ମରାଗଲା ୩୯୯ କୁକୁଡ଼ା, ଆଜିଠୁ ଘରୋଇ କୁକୁଡ଼ାମରା ଅଭିଯାନ

କୃଷ୍ଣପ୍ରସାଦ,(ଡି.ଏନ.ଏ.)/ପୁରୀ ଅଫିସ,୧୫ା୧୨: ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ପୁରୀ ଜିଲାରେ ଆତଙ୍କ ଖେଳିଯାଇଛି। ଜିଲା ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଶୁକ୍ରବାରଠାରୁ କୁକୁଡ଼ାମରା ଅଭିଯାନ ଆରମ୍ଭ କରିଛି। ପ୍ରଥମ ଦିନରେ ୫ଟି ଟିମ୍‌ କୃଷ୍ଣପ୍ରସାଦ ବ୍ଲକ ବୁଦ୍ଧିବର ପଞ୍ଚାୟତର ସଂକ୍ରମିତ ଗାଁ ସାନସାହି ଓ ପଥରଗଞ୍ଜରେ ଥିବା ୨ଟି ଫାର୍ମରୁ ୩୯୯ କୁକୁଡ଼ା ମାରିଛନ୍ତି।

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟସ୍ରୋତକୁ ଫେରିଥିବା ମାଓବାଦୀ: ବାଇଶି ପାହାଚରେ ଗଡ଼ିଲେ, ଖାଇଲେ ମହାପ୍ରସାଦ

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟସ୍ରୋତକୁ ଫେରିଥିବା ମାଓବାଦୀ: ବାଇଶି ପାହାଚରେ ଗଡ଼ିଲେ, ଖାଇଲେ ମହାପ୍ରସାଦ

ପୁରୀ ଅଫିସ,୧୫ା୧୨: ଗୁଳି, ବନ୍ଧୁକକୁ ପରିତ୍ୟାଗ କରି ଘଞ୍ଚ ଜଙ୍ଗଲରୁ ସମାଜର ମୁଖ୍ୟସ୍ରାତକୁ ଫେରିଥିବା ୩୦ ମାଓବାଦୀ ଶୁକ୍ରବାର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଥିସହ ମହାପ୍ରସାଦ ଖାଇଥିବା ବେଳେ ବଖାଣିଛନ୍ତି ପୁରୁଣା ଦିନର ଅନୁଭୂତି।

ହକି ପାଇଁ ବ୍ୟସ୍ତ ଖାକି, ରାଜଧାନୀରେ ମାତିଲେ ବନ୍ଧୁକଧାରୀ ଲୁଟେରା

ହକି ପାଇଁ ବ୍ୟସ୍ତ ଖାକି, ରାଜଧାନୀରେ ମାତିଲେ ବନ୍ଧୁକଧାରୀ ଲୁଟେରା

ଭୁବନେଶ୍ୱର,୧୫।୧୨ (ବ୍ୟୁରୋ)- ହକି ବିଶ୍ୱକପ୍‌ ପାଇଁ କମିଶନରେଟ ପୋଲିସ ପୂରା ବ୍ୟସ୍ତ ରହୁଛି। କଳିଙ୍ଗ ଷ୍ଟାଡିୟମ ଓ ଏହାର ଆଖପାଖ ଅଞ୍ଚଳ ପୋଲିସ ଛାଉଣି ହୋଇଯାଉଛି। ହେଲେ ରାଜଧାନୀର ବିଭିନ୍ନ ଥାନାଞ୍ଚଳରେ ଏବେ ସୁରକ୍ଷା ଢ଼ିଲା ହୋଇଯାଇଛି। ଅନ୍ୟପକ୍ଷରେ ସନ୍ଧ୍ୟାରେ ହକି ଖେଳ ଦେଖିବାକୁ ମଧ୍ୟ ଲୋକେ ଘରେ ତାଲା ପକାଇ ପରିବାର ସହ କଳିଙ୍ଗ ଷ୍ଟାଡିୟମ ଆସୁଛନ୍ତି। 

ଡଟ୍‌ ଫେଷ୍ଟ୍‌, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଫର୍‌ହାନ

ଡଟ୍‌ ଫେଷ୍ଟ୍‌, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଫର୍‌ହାନ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ)- ଓଡ଼ିଶାର ସବୁଜିମା ମନକୁ ଶାନ୍ତି ଦେଇଥାଏ। ଏଠାକାର ଲୋକଙ୍କ ଭଲପାଇବା ମୋତେ ବାରମ୍ବାର ଭୁବନେଶ୍ୱରକୁ ଟାଣି ଆଣୁଛି। ରାଜ୍ୟର କଳା ଓ ସଂସ୍କୃତିକୁ ପ୍ରଚାର, ପ୍ରସାର କରିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ ବୋଲି ଫର୍‌ହାନ ଅଖତର୍‌ କହିଥିଲେ।