ମେଟ୍ରୋ |

ଦୋକାନ ଭିତରେ ପଶି ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣିଲେ

ଦୋକାନ ଭିତରେ ପଶି ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣିଲେ
ପୁରୁଣା ଭୁବନେଶ୍ୱର, ୧୪।୯(ଡି.ଏନ.ଏ.)- ଲିଙ୍ଗରାଜ ଥାନା ଅନ୍ତର୍ଗତ ହରଚଣ୍ଡୀ ସାହି ବାରିକସାହିର ଜଣେ ବ୍ୟବସାୟୀ ପପୁ ସ୍ବାଇଁଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଛି। ଗୁରୁବାର ରାତି ପ୍ରାୟ ୮ଟା ବେଳେ ପପୁ ତାଙ୍କ ପାନ ଦୋକାନରେ ବସିଥିବାବେଳେ ଜଣେ ଯୁବକ ଦୋକାନରେ ପଶି ତାଙ୍କୁ ଅତର୍କିତ ଭାବେ ଖଣ୍ଡାରେ ଆକ୍ରମଣ କରିଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବାବେଳେ ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏ ସମ୍ପର୍କରେ ଥାନା ଅଧିକାରୀ ଜନାର୍ଦ୍ଦନ ପାଢ଼ୀ କହିଛନ୍ତି, ଘଟଣା ସମ୍ପର୍କରେ ଅବଗତ ଅଛି। ଆହତ ବ୍ୟବସାୟୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ଲିଖିତ ଅଭିଯୋଗ ହୋଇନାହିଁ। ଅଭିଯୋଗ ହେବା ପରେ ମାମଲା ରୁଜୁ କରାଯିବ।
All Right Reserved By

ମେଟ୍ରୋ |

ଚକ୍ଷୁ ବିଭାଗରେ ନାମଫଳକ ଲଗାଇବାକୁ ଦାବି

ଖୋର୍ଦ୍ଧା ଅଫିସ,୧୪।୧୧: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ଚକ୍ଷୁ ବିଭାଗରେ ନାମଫଳକ ଲଗାଇବା ପାଇଁ ବୁଧବାର ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବି କରିଛନ୍ତି।

ପୁରୀରେ ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ

ପୁରୀରେ ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ

ପୁରୀ ଅଫିସ,୧୪।୧୧: ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ସପ୍ତାହ ନଭେମ୍ବର ୧୪ରୁ  ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏନେଇ  ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମ ବୁଧବାର ପୁରୀ ଜିଲାପାଳ କାର୍ଯ୍ୟାଳୟଠାରେ ଶୁଭାରମ୍ଭ ହୋଇଛି।

ବ୍ରହ୍ମ ବିଭ୍ରାଟ ଘଟଣାରେ ୧୧ ଜଣଙ୍କୁ ନୋଟିସ ପ୍ରସଙ୍ଗ: ମୁହଁ ଖୋଲିଲେ ବିଶ୍ୱକର୍ମା

ବ୍ରହ୍ମ ବିଭ୍ରାଟ ଘଟଣାରେ ୧୧ ଜଣଙ୍କୁ ନୋଟିସ ପ୍ରସଙ୍ଗ: ମୁହଁ ଖୋଲିଲେ ବିଶ୍ୱକର୍ମା

ପୁରୀ ଅଫିସ,୧୪।୧୧: ୨୦୧୫  ନବକଳେବର ବ୍ରହ୍ମ ସଂସ୍ଥାପନରେ ହୋଇଥିବା ବିଭ୍ରାଟ ଘଟଣାର ୩ ବର୍ଷ ପରେ ଶ୍ରୀମନ୍ଦିର ପ୍ରଶାସନ ଜଣେ ମହାରଣା ସେବକଙ୍କ ସହ ସମୁଦାୟ ୧୧  ସେବାୟତଙ୍କୁ ନୋଟିସ ଜାରି କରିଛି। ଏହି ନୋଟିସ ଜାରି ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ସୁଭଦ୍ରାଙ୍କ ମୁଖ୍ୟ ମହାରଣା ସେବକ କୃଷ୍ଣଚନ୍ଦ୍ର ମହାରଣା। 

ଓକିଲ ଆନ୍ଦୋଳନ ପ୍ରତ୍ୟାହୃତ: ଗୁରୁବାରରୁ କାର୍ଯ୍ୟରେ ଯୋଗଦାନ

ଓକିଲ ଆନ୍ଦୋଳନ ପ୍ରତ୍ୟାହୃତ: ଗୁରୁବାରରୁ କାର୍ଯ୍ୟରେ ଯୋଗଦାନ

କଟକ ଅଫିସ, ୧୪।୧୧: ହାଇକୋର୍ଟ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ ମାରିବା ଘଟଣାରେ ୪ ପୋଲିସ କର୍ମଚାରୀ ବୁଧବାର ହାଇକୋର୍ଟରେ ହାଜର ହୋଇ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି।

ପୋଲିସ ଆଇନଜୀବୀ ବିବାଦ ଘଟଣା: ମୁଣ୍ଡ ନୂଆଁଇଲା ପୋଲିସ

ପୋଲିସ ଆଇନଜୀବୀ ବିବାଦ ଘଟଣା: ମୁଣ୍ଡ ନୂଆଁଇଲା ପୋଲିସ

କଟକ ଅଫିସ, ୧୪।୧୧: ଅଗଷ୍ଟ ୨୯ରୁ ଚାଲିଥିବା  ଆଇନଜୀବୀ ଆନ୍ଦୋଳନ ସମାଧାନ ପାଇଁ ବୁଧବାର ବାଟ ଫିଟିଛି। ହାଇକୋର୍ଟରେ ୩ ପୋଲିସ ଅଧିକାରୀ ନିସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ହାବିଲଦାର ଓ ଦୁଇଜଣ କନଷ୍ଟେବଳ ଥିବା ଜଣାପଡ଼ିଛି।

ନଗଡ଼ିଆ ପଲି ଛକ  ନିକଟରୁ ଲୁଟ୍‌ ଘଟଣା: ୩ ଅଟକ, ଟଙ୍କା ଭର୍ତ୍ତି ବସ୍ତା ଜବତ

ନଗଡ଼ିଆ ପଲି ଛକ ନିକଟରୁ ଲୁଟ୍‌ ଘଟଣା: ୩ ଅଟକ, ଟଙ୍କା ଭର୍ତ୍ତି ବସ୍ତା ଜବତ

ବେଗୁନିଆ,୧୪।୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଧୀନ ନଗଡ଼ିଆ ପଲି ଛକ  ନିକଟରେ ଗତ ୮ ତାରିଖରେ ଏଲ୍‌ ଆଣ୍ଡ୍‌ ଟି ଏଜେଣ୍ଟଙ୍କଠାରୁ ୬୧ ଲକ୍ଷ ୭୨ ହଜାର  ୨୪୭ ଟଙ୍କା ଲୁଟ୍‌ ହୋଇଥିଲା।

ବୈଜ୍ଞାନିକଙ୍କ ପକ୍ଷରୁ କ୍ଷେତ୍ର ପରିଦର୍ଶନ, ରୋଗପୋକ ନିରାକରଣ

ବୈଜ୍ଞାନିକଙ୍କ ପକ୍ଷରୁ କ୍ଷେତ୍ର ପରିଦର୍ଶନ, ରୋଗପୋକ ନିରାକରଣ

ରଘୁନାଥପୁର,୧୪।୧୧(ଡି.ଏନ୍‌.ଏ.): ରାଷ୍ଟ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ପକ୍ଷରୁ ଏନ୍‌ଆଇଜିଆର୍‌ଏ(ନିଗ୍ରା) ପ୍ରୋଜେକ୍ଟ ସହାୟତାରେ ରଘୁନାଥପୁର ନିକଟସ୍ଥ ବିରିଡ଼ି ବ୍ଲକ କଣ୍ଟୁଆର ଗ୍ରାମର ଚାଷୀମାନଙ୍କୁ ନେଇ କ୍ଷେତ୍ର ପରିଦର୍ଶନ ଓ ରୋଗପୋକ ନିରାକରଣ  ସମ୍ପର୍କିତ ଆଲୋଚନା ବୁଧବାର ଅନୁଷ୍ଠିତ ହୋଇଯାଇଛି। 

ମେକ୍‌ ଇନ ଓଡିଶା କନକ୍ଲେଭ ଇନଭେଷ୍ଟର ମିଟ ଉଦ୍‌ଯାପିତ: ୧୫ଟି କ୍ଷେତ୍ରରେ ୪.୧୯ ଲକ୍ଷ କୋଟିର ପୁଞ୍ଜି ନିବେଶ

ମେକ୍‌ ଇନ ଓଡିଶା କନକ୍ଲେଭ ଇନଭେଷ୍ଟର ମିଟ ଉଦ୍‌ଯାପିତ: ୧୫ଟି କ୍ଷେତ୍ରରେ ୪.୧୯ ଲକ୍ଷ କୋଟିର ପୁଞ୍ଜି ନିବେଶ

 ଭୁବନେଶ୍ୱର,୧୪।୧୧(ବ୍ୟୁରୋ)- ରାଜ୍ୟରେ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ବାଟ ଫିଟିଛି। ଏହି ସବୁ ପୁଞ୍ଜି ପେଟ୍ରୋକେମିକାଲ, ଇଲେକ୍ଟ୍ରୋନିକ, ଅଣ ପାରମ୍ପରିକ ଶକ୍ତି, ପ୍ଲାଷ୍ଟିକ, ଫର୍ଟିଲାଇଜର, କେମିକାଲ, ପର୍ଯ୍ୟଟନ, ବୟନ ଶିଳ୍ପ, ଏରୋସ୍ପେଶ, ଭିତ୍ତିଭୁମି, ସ୍ବାସ୍ଥ୍ୟ, ଖାଦ୍ୟ ପ୍ରକ୍ରିୟାକରଣ  ଆଦି ୧୫ଟି କ୍ଷେତ୍ରରେ ବିନିଯୋଗ ହେବ।

କଟକ ସହରରେ ହାତୀ ପଲ: ମହାନଦୀ ପାର ହୋଇ ପଶିଆସିଲେ ୧୫ରୁ ଊର୍ଦ୍ଧ୍ୱ ହାତୀ

କଟକ ସହରରେ ହାତୀ ପଲ: ମହାନଦୀ ପାର ହୋଇ ପଶିଆସିଲେ ୧୫ରୁ ଊର୍ଦ୍ଧ୍ୱ ହାତୀ

କଟକ ଅଫିସ,୧୪ା୧୧: ମଙ୍ଗଳବାର ରାତି ପ୍ରାୟ ୯.୩୦ମିନିଟ୍‌ ସମୟରେ କଟକ ସହରକୁ ପୁଣି ଏକ ହାତୀ ପଲ ପଶି ଆସିଛନ୍ତି। ହାତୀ ପଲ ନୂଆପାଟଣାରୁ  ମହାନଦୀ ଅତିକ୍ରମ କରି  ଧବଳେଶ୍ୱର ପଠାରେ ପହଞ୍ଚତ୍ଛନ୍ତି। ନୂତନ ଭାବେ ନିର୍ମିତ ମଧୁସୂଦନ ବ୍ରିଜ୍‌ କଡ଼ରେ ଯାଇଥିବା ବାଲିପଠା ଦେଇ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ହାତୀ ଆସିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। 

ସୁବ୍ୟବସ୍ଥିତ ହେବ ଆନନ୍ଦବଜାର: ତିଆରି ହେବ ୪୮ ଶେଡ୍‌, ପାଳିକରି ଅବଢ଼ା ବିକିବେ ସୁଆରସେବକ

ସୁବ୍ୟବସ୍ଥିତ ହେବ ଆନନ୍ଦବଜାର: ତିଆରି ହେବ ୪୮ ଶେଡ୍‌, ପାଳିକରି ଅବଢ଼ା ବିକିବେ ସୁଆରସେବକ

ପୁରୀ ଅଫିସ,୧୪ା୧୧: ସୁବ୍ୟବସ୍ଥିତ ଏବଂ ଶୃଙ୍ଖଳିତ ହେବ ଆନନ୍ଦବଜାର। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛି। ଏକାଧିକଥର ସୁଆର ମହାସୁଆର ସେବକଙ୍କ ସହ ଆଲୋଚନା କରିଛି। ଯାହା କିଛି ନିଷ୍ପତ୍ତି ନିଆଯାଇଛି କାର୍ତ୍ତିକ ମାସ ପରେ ପର୍ଯ୍ୟାୟକ୍ରମେ ଏହା କାର୍ଯ୍ୟକାରୀ ହେବ। 

ବ୍ରହ୍ମ ବିଭ୍ରାଟ:  ୩ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ, ୧୧ ସେବାୟତଙ୍କୁ ନୋଟିସ୍‌

ବ୍ରହ୍ମ ବିଭ୍ରାଟ: ୩ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ, ୧୧ ସେବାୟତଙ୍କୁ ନୋଟିସ୍‌

ପୁରୀ ଅଫିସ, ୧୪ା୧୧: ଦୀର୍ଘ ୩ ବର୍ଷ ପରେ ବ୍ରହ୍ମ ବିଭ୍ରାଟ ଘଟଣାରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା। ଭକ୍ତଙ୍କ ଭାବାବେଗ ସହ ଖେଳି ବିଭ୍ରାଟ ସୃଷ୍ଟି କରିଥିବା ଜଣେ ମହାରଣା ସେବକ ଏବଂ ୧୦ ଦଇତାପତି ସେବାୟତଙ୍କୁ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ଆଇନ-୧୯୫୫ର ଧାରା ୨୧ (ଖ) ଅନୁଯାୟୀ ନୋଟିସ ଜାରି କରାଯାଇଛି।

ସଙ୍ଗିନ ସ୍ଥିତିରେ ସିଂହଦ୍ୱାର ଗୁମୁଟ; କାର୍ତ୍ତିକ ପରେ ମରାମତି: ଏଏସ୍‌ଆଇ

ସଙ୍ଗିନ ସ୍ଥିତିରେ ସିଂହଦ୍ୱାର ଗୁମୁଟ; କାର୍ତ୍ତିକ ପରେ ମରାମତି: ଏଏସ୍‌ଆଇ

ପୁରୀ ଅଫିସ, ୧୪ା୧୧: ସଙ୍ଗିନ ସ୍ଥିତିରେ ରହିଛି ସିଂହଦ୍ୱାର ଗୁମୁଟ। ଅଧା ସଂରକ୍ଷଣ କାମ କରି ଛାଡିଦେଇଛି ଏଏସ୍‌ଆଇ। ଗୁମୁଟର ପଶ୍ଚିମ ପାର୍ଶ୍ୱ ପ୍ଲାଷ୍ଟର ଦୁର୍ବଳ ହୋଇ ଝଡିଗଲାଣି। ପଶ୍ଚିମ ପାର୍ଶ୍ୱ ପ୍ରବେଶପଥ ଦ୍ୱାରବନ୍ଧ ଉପର ୩ଟି ବିମ୍‌ ମଧ୍ୟ ଦୁର୍ବଳ ହୋଇପଡିଛି। ଏହାର ଚଟାଣ ପଥର ମଧ୍ୟ ନଷ୍ଟ ହୋଇଗଲାଣି।